ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ ନେଲା ପରେ ମଧ୍ୟ ଫ୍ଲୁ ହୁଏ, ତେବେ କ’ଣ କରିବେ?
ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ ନେଲା ପରେ ମଧ୍ୟ ଫ୍ଲୁ ହୁଏ, ତେବେ କ’ଣ କରିବେ?
ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ ନେବାର ସଠିକ୍ ସମୟ କ’ଣ ?
- ପ୍ରତ୍ୟେକ ବର୍ଷ ବର୍ଷାଋତୁ ଆରମ୍ଭ ହେବାର ଠିକ୍ ପୂର୍ବରୁ ଫ୍ଲୁ ଭ୍ୟାକ୍ସିନ୍ ନେଇଯିବା ଉଚିତ ।
- ଫ୍ଲୁ ଭ୍ୟାକ୍ସିନ୍ ନେବାର ପ୍ରାୟ ୨ ସପ୍ତାହ ପରେ ହିଁ ଆମ ଶରୀରରେ ଫ୍ଲୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।
- ଯଦି ଆପଣଙ୍କୁ ବିଦେଶ ଯାତ୍ରା କରିବାର ଥାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଫୁ୍ଲ ଭ୍ୟାକ୍ସିନ ନେଇଯାଆନ୍ତୁ; କାରଣ ଫ୍ଲୁ ଦେଖାଯିବାର ସମୟ ଅନ୍ୟ ଦେଶରେ ଭିନ୍ନ ହୋଇପାରେ । ତେଣୁ ବିଦେଶ ଯାତ୍ରା କରିବାର ଅନ୍ୟୁନ ୨ ସପ୍ତାହ ପୂର୍ବରୁ ଏହି ଭ୍ୟାକ୍ସିନ୍ ନେଇଯିବା ଆବଶ୍ୟକ ।
କେମିତି ଇନଫ୍ଲୁଏଞ୍ଜାରୁ ରକ୍ଷା ପାଇବେ ?
- ଇନଫ୍ଲୁଏଞ୍ଜାରୁ ରକ୍ଷା ପାଇବାର ସର୍ବୋତମ ଉପାୟ ହେଉଛି ଇନଫ୍ଲୁଏଞ୍ଜା ଭ୍ୟାକ୍ସିନ୍ (ଟୀକା) । ଇନଫ୍ଲୁଏଞ୍ଜା ଟିକା ଏକ ପ୍ରକାର ଟିକା ଯାହା ଇନଫ୍ଲୁଏଞ୍ଜା ରୋଗରୁ ସୁରକ୍ଷା ନିମନ୍ତେ ଦିଆଯାଏ ।
- ପ୍ରତି ଦୁଇ ବର୍ଷରେ ଥରେ ଏହି ଟିକାର ନୂଆ ସଂସ୍କରଣ ତିଆରି ହୁଏ ଯେହେତୁ ଇନଫ୍ଲୁଏଞ୍ଜା ଭୁତାଣୁ ଶୀଘ୍ର ପରିବର୍ତ୍ତିତ ହୁଏ ।
- ଅଧିକାଂଶ ଟିକା ସାମାନ୍ୟରୁ ଉଚ୍ଚ ସୁରକ୍ଷା ପ୍ରଦାନ କରେ କିନ୍ତୁ ଏହା ପ୍ରତି ବର୍ଷ ବଦଳେ ।
- ୬ ମାସ ବୟସରୁ ଊର୍ଦ୍ଧ୍ୱ ସମସ୍ତେ ଏହି ଟୀକା ନେଇପାରିବେ । ଟିକା ନେଇଥିବା ପିଲାଙ୍କ ସଂସ୍ପର୍ଶରେ ଆସୁଥିବା ପିଲାଙ୍କର ମଧ୍ୟ ସୁରକ୍ଷା ହୁଏ ।
- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ୬ମାସ ବୟସ ପରେ ବାର୍ଷିକ ଥରେ ଏହି ଟିକା ନେବାକୁ ସୁପାରିସ କରନ୍ତି । ବିଶେଷତଃ ଗର୍ଭାବସ୍ଥାରେ, ୬ ମାସରୁ ୫ ବର୍ଷ ବୟସ ମଧ୍ୟରେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ନିତାନ୍ତ ଏହି ଟିକା ନେବା ଉଚିତ ।
- ଫ୍ଲୁରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ଥିବା ବ୍ୟକ୍ତି (ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା)ଙ୍କ ପାଇଁ ତ ଏହି ଟୀକା ନେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।
- ତେଣୁ ଫ୍ଲୁରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଥରେ ଲେଖାଏଁ ଫ୍ଲୁ ଟୀକା ନେବା ଉଚିତ ।
- ଫ୍ଲୁ ଭ୍ୟାକ୍ସିନ୍ ଦ୍ୱାରା ତିନୋଟି ଫ୍ଲୁ ଭୂତାଣୁରୁ ରକ୍ଷା ମିଳିଥାଏ । ଯଥା ଇନଫ୍ଲୁଏଞ୍ଜା-ଏ (ଏଚ୧ଏନ୧), ଇନଫ୍ଲୁଏଞ୍ଜା-ଏ (ଏଚ୩ଏନ୨) ଏବଂ ଇନଫ୍ଲୁଏଞ୍ଜା-ବି ଭୂତାଣୁ ।
- ୬୫ ବର୍ଷିଆନ ଲୋକଙ୍କଠାରେ ଏହାର କାର୍ଯ୍ୟକାରୀତା ଦୁର୍ବଳ ।ଏହି ରୋଗ ଯୋଗୁ ହାରାହାରି ଅଧା ଦିନର କାମହାନୀ ହୁଏ ।
- ଏହି ଟିକା ସାଧାରଣତଃ ନିରାପଦ । ୫ରୁ ୧୦% ପିଲାଙ୍କର ଜ୍ୱର ମାଂସପେଶୀ ଯନ୍ତ୍ରଣା ହୁଏ ଓ ଥକ୍କା ଲାଗେ ।
- ଅଣ୍ଡା ପ୍ରତି ଅତ୍ୟଧିକ ଆଲର୍ଜି (ଆନାଫାଇକ୍ସିସ୍) ଥିବା ଲୋକଙ୍କୁ ଓ ପୂର୍ବ ସଂସ୍କରଣ ଥିବା ଟିକା ଦେବାକୁ ନିଷେଧ କରାଯାଏ ।
- ଦୁଇ ପ୍ରକାର ଟିକା ମିଳେ, ନିଷ୍କ୍ରିୟ ଓ ଦୁର୍ବଳ ଭୁତାଣୁ । ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଭୁତାଣୁ ଟିକା ଦିଆଯାଏ ।
- ଏହା ତିନି ଆକାରରେ ମିଳେ: ମାଂସପେଶୀରେ ଇଞ୍ଜେକସନ, ନାକ ସ୍ପ୍ରେ ବା ଫୁଆରା ଆକାର ବା ଚର୍ମ ମଧ୍ୟଭାଗରେ ଦିଆଯାଉଥିବା ଇଞ୍ଜେକସନ ଆକାର ।
ଯଦି ଫ୍ଲୁ ଭ୍ୟାକ୍ସିନ୍ ନେଲା ପରେ ମଧ୍ୟ ଫ୍ଲୁ ହୁଏ, ତେବେ କ’ଣ କରିବେ?
- ଅନେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲା ପରେ ମଧ୍ୟ ବେଳେବେଳେ ଫ୍ଲୁ ହୋଇଯାଇଥାଏ ।
- ଯଦି ଫ୍ଲୁ ହେବାର କୌଣସି ଲକ୍ଷଣ ଦେଖାଦେଉଛି, ତେବେ ଆଉ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
- ଜ୍ୱର ନାଶକ ଓ ଭୂତାଣୁ ନାଶକ ଔଷଧ ବ୍ୟବହୃତ ହୁଏ ।
- ଫ୍ଲୁ ହୋଇଗଲା ପରେ ଅଧିକରୁ ଅଧିକ ସମୟ ବିଶ୍ରାମ ନିଅନ୍ତୁ ।
- ଜ୍ୱର ଛାଡ଼ିଗଲା ପରେ ମଧ୍ୟ ଅତିକମ୍ରେ ୨୪ ଘଂଟା ଯାଏଁ ଘରୁ କୁଆଡ଼େ ମଧ୍ୟ ବାହାରନ୍ତୁ ନାହିଁ ଓ ଘରେ ହିଁ ରୁହନ୍ତୁ ।
- ଜ୍ୱର ନାଶକ ଔଷଧ ସେବନ କରନ୍ତୁ ବା ନ କରନ୍ତୁ ଜ୍ୱର ଆପେଆପେ କମିଯିବା ଉଚିତ; ଯଦି ଜ୍ୱର ନ କମେ ତେବେ ଡାକ୍ତରଙ୍କ ପରାର୍ଶ ଅନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରିବା ଉଚିତ ।
0 Comments
Do you have any doubts or suggestions? Ask them here in the comments!