ଗର୍ଭାବସ୍ଥା ସମୟରେ ଘରୋଇ ଖାଦ୍ୟପେୟ

ଗର୍ଭାବସ୍ଥା ସମୟରେ ଘରୋଇ ଖାଦ୍ୟପେୟ


ସାଧାରଣତଃ ଗର୍ଭାବସ୍ଥା ସମୟରେ ଖାଦ୍ୟପେୟର ସ୍ଵତନ୍ତ୍ର ଯତ୍ନ ନେବା ଉଚିତ । କାରଣ ଏହି ସମୟରେ ଯଦି ମା’ ଉପଯୁକ୍ତ ପରିମାଣରେ ସୁଷମ ଖାଦ୍ୟ ଖାଇଥାନ୍ତି ଯାହା ଶିଶୁ ପାଖକୁ ପହଁଚି ଥାଏ । କୋଭିଡ ସମୟରେ ଖାଦ୍ୟପେୟରେ କୌଣସି ପରିବର୍ତ୍ତନ ନ ଆଣି କିଭଳି ଅଧିକ ସତର୍କତା ଅବଲମ୍ବନ କରିବେ ଆଉ କେଉଁ ଖାଦ୍ୟ ଖାଇଲେ ଗର୍ଭବତୀ ମହିଳା ନିଜକୁ ଏହି ମାହାମାରୀ ସମୟରେ ସୁରକ୍ଷା ଦେଇପାରିବେ ଆସନ୍ତୁ ଜାଣିବା ।

ମା’ ଓ ପିଲାମାନଙ୍କ ପାଇଁ ଆବଶ୍ୟକ ଉପଯୁକ୍ତ ପୁଷ୍ଟିସାର ଖାଦ୍ୟ ବିଷୟରେ ଗାଁ ଗହଳର ଲୋକ ସଚେତନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଳ୍ପ ଖର୍ଚ୍ଚରେ ଘରେ ଥିବା ଖାଦ୍ୟ ସେମାନଙ୍କର ପୁଷ୍ଟିସାର ଅଭାବ ଦୂର କରିହେବ । ମା’ ଓ ପିଲାଙ୍କର ଖାଦ୍ୟରେ ଉନ୍ନତି ଆଣିବା ପାଇଁ କିଛି ବିଷୟ ପ୍ରତି ଗୁରୁତ୍ୱ ଦେବା ଉଚିତ୍ । 

ଯତ୍ନ

  1. ଯଥେଷ୍ଟ ପରିମାଣର ଆବଶ୍ୟକ ଖାଦ୍ୟ ଯଦି ଜଣେ ଗର୍ଭବତୀ ନାରୀ ପ୍ରତିଦିନ ନ ଖାଏ, ତେବେ ତା’ର ଶିଶୁ ଦୁର୍ବଳ ଓ କମ୍ ଓଜନର ହେବ ଓ ତାର କ୍ଷୀର ମଧ୍ୟ ଅଳ୍ପ ପରିମାଣର ହେବ ।
  2. ସାଧାରଣତଃ ଲୋକେ ବିଶ୍ଵାସ କରନ୍ତି ଯେ ଗର୍ଭଧାରଣ କରିଥିବାବେଳେ ନାରୀ କମ୍ ଖାଦ୍ୟ ଖାଇବା ଦରକାର, କିନ୍ତୁ ଏହା ଠିକ୍ ନୁହେଁ – ବରଂ ଜଣେ ନାରୀ ଗର୍ଭଧାରଣ ସମୟ ପର୍ଯ୍ୟନ୍ତ ପ୍ରଚୁର ଖାଦ୍ୟ ଖାଇବା ଦରକାର ।
  3. ଦିନକୁ ଅନ୍ତତଃ ପାଞ୍ଚରୁ ଛ’ ଥର ଖାଆନ୍ତୁ ।

ଖାଦ୍ୟ

  1. ଜଣେ ଗର୍ଭବତୀ ନାରୀ ବା କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀ ପରିବାରରେ ନିୟମିତ ରୂପେ ଖିଆଯାଉଥିବା ଖାଦ୍ୟ ବିଶେଷତଃ ଡାଲି, ସବୁଜ ପତ୍ରବହୁଳ ପନିପରିବା ଏବଂ ଭାତ ରୁଟି ଓ ମିଳୁଥିବା ଦୁଧ ଖାଇବା ନିତାନ୍ତ ଆବଶ୍ୟକ ।
  2. ପ୍ରତିଟି ମିଲ୍‌ରେ ଶକ୍ତି ଆଉ ପ୍ରୋଟିନ ଯୋଗାଉଥିବା ଖାଦ୍ୟ ଯଥା: ଡାଲିଜାତୀୟ ଖାଦ୍ୟ, କ୍ଷୀର ଏବଂ 
  3. କ୍ଷୀରଜାତୀୟ ଖାଦ୍ୟ, ମାଛ, ମାଂସ, ଅଣ୍ଡା ଖାଆନ୍ତୁ । 
  4. ସବୁଜ ପନିପରିବା, ଫଳ ଆଦି ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ।
  5. ଆଇରନ୍ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ, ଚୁନା ମାଛ, ମାଣ୍ଡିଆ, ବିଟ୍, ଗାଜର, ଖଜୁରି, ଡାଳିମ୍ବ, କ୍ଷୀର ଆଦି ପ୍ରଚୁର ପରିମାଣରେ ଖାଆନ୍ତୁ ।
  6. ଶିଶକୁ ସ୍ତନ୍ୟପାନ କରଉଥିବା ନାରୀ ଯଦି ଅଣ୍ଡା ନ ଖାଉଥାଆନ୍ତି ବା ଦୁଧ କିଣି ନ ପାରନ୍ତି, ତେବେ ସେ ପ୍ରତିଦିନ ମୁଠାଏ ଚିନାବାଦାମ ଖାଇବା ଉଚିତ ଏବଂ ଦିନକୁ ୨ ଥର ଡାଲି ଓ ରାଶି ଖାଇବା ଉଚିତ୍ ।
  7. ଶିଶୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଯଦି ଯଥେଷ୍ଟ ପରିମାଣର ଉପଯୁକ୍ତ ଖାଦ୍ୟ ନପାଏ, ତେବେ ତା’ର ଶାରୀରିକ ଓ ମାନସିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ ଏବଂ ସେ ରେଗାକ୍ରାନ୍ତ ହୁଏ । ଏହା ହିଁ ତାର ଅକାଳ ମୃତ୍ୟୁର କାରଣ ହୁଏ ।

କରୋନା ମହାମାରୀ ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।

  1. ଆମିଷ ରୋଷେଇ କଳାବେଳେ ଆମିଷ ସାମଗ୍ରୀକୁ ଭଲ ଭାବରେ ଧୋଇ ରୋଷେଇ କରନ୍ତୁ।
  2. ନିଜ ଖାଦ୍ୟରେ କିଛିଟା ସୁପର ଫୁଡ୍ ଯେପରିକି ଭିଟାମିନ-ସି ଖାଦ୍ୟ (ଲେମ୍ବୁ, କମଳା, ଅଁଳା, ଶାଗ) ଆଦି ଖାଆନ୍ତୁ । 
  3. ଓମେଗା ଥ୍ରୋ ଫ୍ୟାଟି ଏସିଡ୍ ଥିବା ସୂର୍ଯ୍ୟମୁଖୀ, ସୋୟାବିନ ତେଲ ଆଦି ଖାଆନ୍ତୁ ।
  4. ଗୋଲମରିଚ, ହଳଦି, ଲବଙ୍ଗ, ଅଦା ନିୟମିତ ଭାବେ ଖାଆନ୍ତୁ ।
  5. ଗର୍ଭାବସ୍ଥା ସମୟରେ ଶରୀରରେ ଫାଲେଟ, ଭିଟାମିନ-୬, ଭିଟାମିନ-୧୨, ଆଦିର ଅଭାବ ଦେଖା ଦେଇଥାଏ। ମାଛ, ରାଜମା, ସୋୟାବିନ, ବିନ୍ସ, ଅଣ୍ଡା, ସାଲମନ୍ ମାଛ, କଦଳି ଆଦି ଖାଇବା ଦ୍ଵାରା ଏହି ସବୁ ଭିଟାମିନର ଅଭାବ ଦୂର ହୋଇଥାଏ। 

ପାନୀୟ

  1. କେବଳ ଜାଉ ବା କାଞ୍ଜି ପରି ତରଳ ଖାଦ୍ୟ ନ ଦେଇ ପରିବାରରେ ଖିଆଯାଉଥିବା ସମସ୍ତ ରନ୍ଧା ଖାଦ୍ୟ ବର୍ଷକରୁ ଅଧିକ ବୟସର ପିଲାଙ୍କୁ ଖାଇବାକୁ ଦେବା ଉଚିତ୍ । ଛୋଟ ପିଲାମାନଙ୍କୁ ଗରମମସଲ ପଡ଼ିଥିବା ଖାଦ୍ୟ ଦେବା ଉଚିତ୍ ନୁହେଁ ।
  2.  ଘରେ ସମସ୍ତେ ଖାଉଥିଲବେଳେ ସେମାନଙ୍କ ସଙ୍ଗରେ ଖାଇବା ଛଡ଼ା ୩ ବର୍ଷରୁ କମ୍ ପିଲଙ୍କୁ ମଝିରେ ଆଉ ଦୁଇ ତିନି ଥର ଅଧିକ କିଛି କିଛି ଖାଇବାକୁ ହେବ । କାରଣ ଏହାଫଳରେ ତା’ର ଶରୀର ବୃଦ୍ଧିପ୍ରାପ୍ତ ହେବାଲଗି ଆବଶ୍ୟକୀୟ ଖାଦ୍ୟ ସେ ପାଇପାରିବେ ।
  3. ପଚୁର ପାଣି ପିଇବା ଆବଶ୍ୟକ । ପ୍ରତ୍ୟେକ ଦିନ ଆଠରୁ ଦଶ ଗ୍ଲାସ ପାଣି ପିଅନ୍ତୁ।
  4. ଭାତ ରାନ୍ଧିବାରେ ବାହାରୁଥିବ ପେଜକୁ ବା ପରିବା ସିଝାଇବାରେ ଯେଉଁ ପାଣି ବାହାରେ, ସେ ପାଣିକୁ ଝୋଳ ଆକାରରେ ବା ତରକାରୀରେ ସିଝାଇ ଖାଆନ୍ତୁ ।
  5. ଖାଇବା ପୂର୍ବରୁ ହାତକୁ ଧୋଇବା ଏବଂ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବା ନିହାତି ଆବଶ୍ୟକ।
  6. ଗର୍ଭାବସ୍ଥା ସମୟରେ ବହୁ ମହିଳା କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି। ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ଶିଶୁ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ , ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି ପାନୀୟ ପିଇବା ଦ୍ୱାରା ଶିଶୁ ପରବର୍ତ୍ତୀ ସମୟରେ ମେଦବହୁଳତାର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଥାଏ।
  7. ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ ପିଇଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନକ୍ରିୟା ଏବଂ ଶରୀର ଓଜନ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ବ୍ୟାୟାମ

  1. ସୁଷମ ଖାଦ୍ୟ ଖାଇବା ସହିତ ଜଣେ ଗର୍ଭବତୀ ମହିଳାକୁ ଡାକ୍ତରଙ୍କ ପରାମର୍ଶ ନେଇ ନିୟମିତ ବ୍ୟାୟାମ କିମ୍ବା ଯୋଗ କରିବା ଉଚିତ। କାରଣ ଗର୍ଭାବସ୍ଥାରେ ଶାରୀରିକ ଓ ମାନସିକ ପରିବର୍ତ୍ତନ ଆସିଥାଏ !
  2. ଦିନ ବେଳେ 2 ଘଣ୍ଟା ଏବଂ ରାତିରେ ୮ଘଣ୍ଟା ଶୁଅନ୍ତୁ |

ଶରୀରର ଆବଶ୍ୟକତା ପୂରଣ ପାଇଁ ପାଞ୍ଚ ଜାତିର ଖାଦ୍ୟ ଦରକାର ଏବଂ ଯେଉଁଥିରେ ପ୍ରତ୍ୟେକ ଜାତିର ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ଥାଏ ତାହାହିଁ ପୃଷ୍ଟିସାରକ ଖାଦ୍ୟ । 

ଏହି ପାଞ୍ଚଟି ବିଭାଗର ପ୍ରତ୍ୟେକ ଖାଦ୍ୟରୁ ଗୋଟିଏ ବା ଅଧିକ ଖାଦ୍ୟ ବାଛନ୍ତୁ ।

  • ପ୍ରଥମ – ରୋଟି, ଭାତ, ଗହମ, ଆଳୁ, ଚିନି, ଗୁଡ ଭଳି ଖାଦ୍ୟ ।
  • ଦ୍ୱିତୀୟ – ମାଂସ, ମାଛ, ଅଣ୍ଡା, ଦୁଧ, ଚିନାବାଦାମ, ଡାଲି, ବିନ୍, ଛୁଇଁ ଭଳି ଖାଦ୍ୟ ।
  • ତୃତୀୟ – କମଳା ଲେମ୍ବୁ, କଦଳୀ, ଲେମ୍ବୁ, ଅମୃତଭଣ୍ଡା, ଆମ୍ବ, ପିଜୁଳି ଭଳି ଖାଦ୍ୟ ।
  • ଚତୁର୍ଥ – ମଟର ଛୁଇଁ, କାଷସିଅମ, ମୂଳା, ଭେଣ୍ଡି, ବାଇଗଣ, ବିଳାତି ବାଇଗଣ, କଲରା, ଫୁଲକୋବି, ପାଳଙ୍ଗ ଶାଗ, ଓ ମେଥି ଭଳି ପନିପରିବା ।
  • ପଞ୍ଚମ – ଘିଅ, ତେଲ, ଲହୁଣୀ, ଭଳି ଖାଦ୍ୟ ।

ନିମ୍ନଲିଖିତମତେ ସାମାନ୍ୟ ବଦଳାଇଦେବା ଦ୍ଵାରା ପରିବାରର ଖାଦ୍ୟକୁ ଉନ୍ନତ ଓ ଅଧିକ ପୁଷ୍ଟିସାରଯୁକ୍ତ କରାଯାଇପାରେ ।

  1. ଭୋଜନ ପାଇଁ ପ୍ରସ୍ତୁତ ହେବାକୁ ଯାଉଥିବା ଚାଉଳ ବା ଅଟାରେ ମୁଠାଏ ଚିନାବାଦାମ ବା ଯେକୌଣସି ଡ଼ାଲି ମିଶାନ୍ତୁ । ସମ୍ଭବ ହେଲେ ଖାଦ୍ୟ ସହିତ ଅଣ୍ଡା, ମାଛ ବା ମାଂସ ଖାଇବେ ।
  2. ପ୍ରତିଦିନ ଖାଦ୍ୟରେ ସବୁଳ ପତ୍ରବହୁଳ ପନିପରିବା ମିଶାନ୍ତୁ ।
  3. କେବଳ ଗୋଟିଏ ପ୍ରକାରର ଖାଦ୍ୟ (ଭାତ ବା ରୁଟି) ସବୁବେଳେ ନଖାଇ ଭାତ ଓ ଯଅ ବା ଭାତ ଡ଼ାଲି ଯଅକୁ ଏକାଠି ମିଶାଇ ଖାଆନ୍ତୁ ।
  4. ମୂଳା, ବନ୍ଧାକୋବି ବା ବିଲାତି ବାଇଗଣକୁ ରାନ୍ଧି ଖାଇବା ପରିବର୍ତ୍ତେ ଭଲଭାବରେ ଧୋଇ କଞ୍ଚା ଖାଆନ୍ତୁ ।
  5. କଳକୂଟା ଚାଉଳ ପରିବର୍ତ୍ତେ ଢ଼ିଙ୍କି କୁଟା ବା ଉଷୁନା ଚାଉଳ ଖାଆନ୍ତୁ ।
  6. ସମ୍ଭବ ହେଲେ ମଝିରେ ମଝିରେ ଗଜା ବୁଟ କିମ୍ବା ଗଜା ମୁଗ କଞ୍ଚା ବା ଅଳ୍ପ ସିଝାଇ ଖାଆନ୍ତୁ ।

ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ

Post a Comment

0 Comments