ଗୋଡରେ କଳା ସୂତା ବାନ୍ଧିବାର ଫାଇଦା

ଗୋଡରେ କଳା ସୂତା ବାନ୍ଧିବାର ଫାଇଦା

ବର୍ତ୍ତମାନ ଯୁଗରେ ଝିଅ ହେଉ କି ପୁଅ ସମସ୍ତେ ଗୋଡ଼ରେ କଳାସୂତା ବ୍ୟବହାର କରିଥାନ୍ତି । କଳା ସୂତା ବାନ୍ଧିବାର ପରମ୍ପରା ଆଜିଠାରୁ ନାହିଁ ବରଂ ପ୍ରାଚୀନ କାଳରୁ ଚାଲିଆସୁଛି । କିନ୍ତୁ ବର୍ତ୍ତମାନ ଯୁଗରେ ଯଦି କିଛି ଲୋକମାନଙ୍କୁ ପଚରାଯାଏ ଯେ କଳା ସୂତା କ'ଣ ପାଇଁ ପିନ୍ଧିଥାନ୍ତି କିନ୍ତୁ ତାଙ୍କ ପାଖରେ କିଛି ଉତ୍ତର ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଗୋଡରେ ଲୋକମାନେ କାହିଁକି କଳା ସୂତା ବାନ୍ଧିଥାନ୍ତି ? ଗୋଡରେ କଳା ସୂତା ବାନ୍ଧିବାର ଫାଇଦା କ'ଣ ହୋଇଥାଏ ।

ମାତ୍ର ଏମିତି ହୋଇଥାଏ କି କିଛି ଲୋକ ନିଜର ଫେସନ ପାଇଁ ଗୋଡରେ କଳା ସୂତା ବାନ୍ଧିଥାନ୍ତି କିନ୍ତୁ ବହୁତ ଧାର୍ମିକ  ପ୍ରକୃତିର ଲୋକମାନଙ୍କ ପାଇଁ କଳା ସୂତାର ବହୁତ ମହତ୍ତ୍ୱ ରହିଛି କାରଣ ଧାର୍ମିକ ଲୋକମାନଙ୍କ ମତରେ କଳା ସୂତା ବାନ୍ଧିବା ଦ୍ୱାରା ବିଭିନ୍ନ ନକରାତ୍ମକ ଶକ୍ତିର ବିନାଶ ଘଟିଥାଏ ।

କଳା ସୂତା ବାନ୍ଧିବାର ଲାଭ

ଏହି କଳା ସୂତା ବାନ୍ଦିବାକୁ କେବଳ ଧାର୍ମିକ ମନୁଷ୍ୟ ମାନେ ନୁହେଁ ଏହା ପାଇଁ ବୈଜ୍ଞାନିକ କାରଣ ମଧ୍ୟ ଅଛି ।

ଯାହା ହେଉଛି କି ଆପଣ ମାନେ ତ ଜାଣିଥିବେ କି ଶରୀର ପଞ୍ଚତତ୍ତ୍ୱରେ ଗଠିତ ହୋଇଥାଏ ଏହି ପଞ୍ଚତତ୍ତ୍ୱ କୁ ନେଇ ଆମ ଜୀବନ ଅତିବାହିତ କରିଥାଉ ଯାହା ଦ୍ୱାରା କି ଆମେ ଏ ଜଗତରେ ବଞ୍ଚିକରି ରହିଥାଉ ସେହି ପଞ୍ଚତତ୍ତ୍ୱ ଗୁଡିକ ହେଲେ ପୃଥିବୀ , ଆକାଶ , ଜଳ , ଅଗ୍ନି, ବାୟୁ ଏବଂ ଏହି ପଞ୍ଚତତ୍ତ୍ୱରୁ ମିଳୁଥିବା ଶକ୍ତି ଆମ ଶରୀରରେ ପଞ୍ଚଭୂତ ହୋଇଥାନ୍ତି ।

କଳାଯାଦୁ ଦୂର ପାଇଁ 

  1. ଆପଣ ଜାଣିଛନ୍ତି ଯେତେବେଳେ କେଉଁ ଲୋକର ଖରାପ ନଜର ଆପଣଙ୍କ ଉପରେ ପଡିଥାଏ ସେହି ସମୟରେ ସେହି ଖରାପ ଲୋକଙ୍କ ନଜରରୁ ଆମକୁ ରକ୍ଷା କରିବା ପାଇଁ ଏହି କଳା ସୂତା କାମ କରିଥାଏ କାରଣ ସେତେବେଳେ ପଞ୍ଚଭୂତର ସକରାତ୍ମକ ଶକ୍ତି ଆମ ଉପରେ ପଡିପାରିନଥାଏ ଏବଂ ଏହି କଳା ସୂତା ଆମକୁ ସେହି ଖରାପ ନଜର ଠାରୁ ରକ୍ଷା କରିଥାଏ ।
  2. କଳା ସୂତା ବାନ୍ଧିବା ବା ପିନ୍ଧିବା ର ପରମ୍ପରା ଆଗାମୀ କାଳରୁ ରହିଛି ଆମ ପୂର୍ବଜଙ୍କ ଅନୁସାରେ କଳା ସୂତା ବାନ୍ଧିବା ଦ୍ୱାରା ବାହାର ଲୋକ ମାନଙ୍କ ଖରାପ ଦୃଷ୍ଟି ଆମ ଉପରେ ପଡିନଥାଏ । କଳା ସୂତା ବାନ୍ଧିବା ଦ୍ୱାରା ଲୋକ ମାନଙ୍କ ଖରାପ ଦୃଷ୍ଟି , ଖରାପ ନଜରର ଏକାଗ୍ରତାକୁ ନଷ୍ଟ କରିଥାଏ ।
  3. ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଳିରେ କଳାସୂତା ପିନ୍ଧାଯାଏ ତ କଳା ଶକ୍ତିର ପ୍ରଭାବ କମ ହୋଇଥାଏ । କଳାସୂତା ମନ୍ଦିରର ପୂଜାରୀ ଠାରୁ କିମ୍ୱା ନିଜେ କି'ଣି କରି ପିନ୍ଧିବା ଉଚିତ । ଅନ୍ୟ କାହା ଠାରୁ ଦିଆଯାଇଥିବା କଳାସୂତା ପିନ୍ଧିବା ଉଚିତ୍ ନୁହଁ ।

ପେଟ ଦରଜରୁ ମୁକ୍ତି

  1. ବହୁତ ଲୋକଙ୍କର ପେଟ ଦରଜ ହେଉଥିବାର ଅଭିଯୋଗ ଶୁଣିଥିବେ, ଏହାର କାରଣ ହେଲା ସେମାନଙ୍କ ନାଭି ରେ କିଛି ସମସ୍ଯା ହୁଏ ଏବଂ ସେଥିପାଇଁ ପେଟରେ ଅସହନୀୟ କଷ୍ଟ ଆରମ୍ଭ ହୋଇଯାଏ । ଏମିତି ଲୋକଙ୍କୁ  ନିଜ ଗୋଡର ଦୁଇ ବୁଢା ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଆବଶ୍ୟକ, ଏହା ଦ୍ଵାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ ।
  2. ଏବଂ ଆପଣ ଯଦି କୌଣସି କାମକୁ ଲମ୍ବା ସମୟ ଧରି ଛିଡା ହୋଇ କରୁଥାନ୍ତି ତେବେ ତାହା ଦ୍ୱାରା ଆପଣଙ୍କ ଗୋଡ ଉପରେ ପ୍ରେସର ପଡେ ଏବଂ ଆପଣଙ୍କ ଗୋଡ ବିନ୍ଧା ହୁଏ ବା ଯଦି ଆପଣ ଦିନ ସାରା ମେଶିନ ଭଳି କାମ କରୁଛନ୍ତି ତେବେ ଆପଣଙ୍କ ପାଦରେ କଷ୍ଟ ହେବା ତ ସ୍ଵାଭାବିକ, କାହିଁକି ନା କିଛି ସମୟ ପରେ ଶରୀର ମଧ୍ୟ ରେଷ୍ଟ ଚାହେଁ । ସେଥି ପାଇଁ ଯଦି ଅଧିକା କାମ କରିଲେ ଆପଣଙ୍କ ପାଦ ଦରଜ ହେଉଛି ତେବେ ଗୋଡରେ ଏକ କଳା ଧାଗା ବା ସୂତା ବାନ୍ଧି ଦିଅ । ଗୋଡର ଦରଜ ସଙ୍ଗେ ସଙ୍ଗେ ପଳାଇବ ।

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିଲେ

  1. ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ ଏବଂ ତାଙ୍କୁ ବାରମ୍ୱାର କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ । ତେବେ ଏଥିପାଇଁ ଆପଣ କଳାସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗେଇ ରଖି ଦିଅନ୍ତୁ । ତାପର ଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ତାଙ୍କର ଆଖପାଖରୁ ନକରାତ୍ମକ ଉର୍ଜା ଦୂରେଇ ରହିବ ଏବଂ କାହାର ଖରାପ ନଜର ମଧ୍ୟ ଛୁଇଁ ପାରିବ ନାହିଁ ।
  2. ଗୋଡରେ ଖଣ୍ଡିଆ ହେଲେ ବେଳେ ବେଳେ ଏହା ଶୀଘ୍ର ସୁଖୀ ନଥାଏ । ସେଥିପାଇଁ ଆପଣ ଯେତେ ବି ମେଡିସିନ ଖାଇଥିଲେ ମଧ୍ୟ ସେହି ଜିଦ୍ଦି ଖଣ୍ଡିଆ ଶୁଖିବାର ନାଁ ନିଏ ନାହିଁ । ତେବେ ସେହି ଘା କୁ ଶୀଘ୍ର ସୁଖାଇବା ପାଇଁ ନିଜ ଗୋଡରେ ଗୋଟେ କଳା ସୂତା ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘା ଶୀଘ୍ର ଶୁଖିଯିବ ।
  3. ଯଦି କୌଣସି ପିଲା ଗୋଡରେ ଖଣ୍ଡିଆ ଖବର ହୋଇଛି ତେବେ ସେଇଟା ସୁଖୁ ନାହିଁ । ପୁଣି ସେହି ପିଲା ଗୋଡରେ କଳା ସୂତା ବାନ୍ଧି ଦେବେ ତେବେ ଅତି ଶୀଘ୍ର ଶୁଖି ଯିବ ।

ମଙ୍ଗଳବାର ଦିନ ଆପଣ ନିଜର ଡାହାଣ ପାଦରେ କଳା ସୂତା ବାନ୍ଧନ୍ତୁ

  1. ଶାସ୍ତ୍ରରେ କୁହାଯାଇଛି କି ଯଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ ଡାହାଣ ଗୋଡରେ କଳା ସୂତା ଯଦି ପିନ୍ଧିଥାଏ । ଏହାର ସୁପ୍ରଭାବରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏବଂ ସବୁବେଳେ ଲକ୍ଷ୍ମୀ ମାଙ୍କର ଆଶୀର୍ବାଦ ରହିଥାଏ । 
  2. ଆପଣ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିଜ ପାଦରେ ଗୋଟେ କଳା ସୂତା ମଙ୍ଗଳବାର ଦିନ ନିଶ୍ଚୟ ବାନ୍ଧନ୍ତୁ ।

ଘରେ ଝଗଡା ହେଉଥିଲେ

  1. ଯଦି ଆପଣଙ୍କ ଘରେ ଅକାରଣରେ ଝଗଡା ହେଉଥାଏ ବା ଆପଣଙ୍କ ଭିତରରେ ମନମାଳିନି ଦେଖାଯାଉଥାଏ । ତେବେ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଏକ ମିଟର କଳାସୂତା ନେଇ ତାହା ଉପରେ 108 ଗୋଟି ଗଣ୍ଠି ମାରିଦିଅନ୍ତୁ । ପ୍ରତ୍ୟେକ ଗଣ୍ଠିକୁ ବାନ୍ଧିବା ବେଳେ 'ଓଁ ଶନିଶ୍ଚରାୟ ନମଃ' ଜପ କରନ୍ତୁ । ଯଦି ଆପଣଙ୍କ ଘର ପାଖରେ ଶନିମନ୍ଦିର ନାହିଁ , ତେବେ ଏହି ଉପାୟ ଘରେ ମଧ୍ୟ କରି ପାରିବେ ।
  2. କିଛି ଲୋକ ଶନି ପ୍ରଭାବରୁ ପୀଡିତ ଅଛନ୍ତି । ତେବେ ସେହି ଲୋକ କଳା ସୂତା ବାନ୍ଧିବା ଯଦି ଲାଭ ମିଳିବ । ଶନି ଦେବଙ୍କ ପ୍ରକୋପ କମ ହୋଇଥାଏ । ବିଗିଡି ଯାଇଥିବା କାମ ଠିକ ହୋଇଯିବ ।
  3. କଳା ସୂତା ଦ୍ୱାରା ଆମର ଅନେକ ନହେଉଥିବା କାମ ମଧ୍ୟ ହୋଇଯିବ ଏହା ସହିତ ସମସ୍ତ ପ୍ରକାରର ଖରାପ ଚିନ୍ତା ଭାବନା ଆମ ମନରୁ ଦୂର ହୋଇଯିବ ।

ଗର୍ଭବତୀ ମହିଳାଙ୍କ ନଜର ଦୂର ପାଇଁ

ଗର୍ଭବତୀ ମହିଳାଙ୍କୁ ସବୁବେଳେ ଯଲଦି ନଜର ଲାଗି ଯାଇଥାଏ , କେତେଥର ତାଙ୍କର ଆସିବାକୁ ଥିବା ପିଲା ଠାରେ ଖରାପ ପ୍ରଭାବ ବା ଖରାପ ନଜର ଲାଗିଯାଇଥାଏ । କଳାସୂତାକୁ ଗର୍ଭବତୀ ମହିଳାଙ୍କ ପାଇଁ ଯେତିକି ଆବଶ୍ୟକ ତାହାକୁ ତାଙ୍କ ଚାରିପାଖେ ବୁଲେଇ ଦେଇ , ସେହି ସୂତାକୁ ବରଗଛ କିମ୍ୱା ନଦୀରେ ବିସର୍ଜନ କରି ଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ହେବା ଯାଏ କରନ୍ତୁ , ଏହାଦ୍ୱାରା ଗର୍ଭବତୀ ମହିଳାଙ୍କ ଆଖପାଖରେ କୌଣସି ନକରାତ୍ମକ ଶକ୍ତି କିମ୍ୱା ଖରାପ ନଜର ଆସିପାରିବ ନାହିଁ ।

କିଛି ଲୋକଙ୍କ ଘରେ ଗୋଟେ ଛୁଆ ଯଦି ଜନ୍ମ ହେଲା ପରେ କିଛି ସମୟ ପରେ ତାଙ୍କ ଗୋଡରେ କଳା ସୂତା ପିନ୍ଧାଇ ଦେଇଥାନ୍ତି । 

Post a Comment

0 Comments