ଗଳା ଓ ଫୁସଫୁସ ବା ଶ୍ୱାସତନ୍ତ୍ରରେ କିପରି କଫ ଜମିଥାଏ

ଗଳା ଓ ଫୁସଫୁସ ବା ଶ୍ୱାସତନ୍ତ୍ରରେ କିପରି କଫ ଜମିଥାଏ

ଆମ ପାଇଁ ଆମ ଫୁସଫୁସ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଫୁସୁଫୁସ ର କାର୍ଯ୍ୟ ହେଉଛି ନିଶ୍ୱାସ ଗ୍ରହଣ କରିବା ଏବଂ ନିଶ୍ୱାସ ଛାଡିବା। ଏହା ଯଦି ସ୍ୱଚ୍ଛ ନିଶ୍ୱାସ ନେବ ତାହେଲେ ଆମ ଶରୀର ସୁସ୍ଥ ରହିବ। ଏହା ଅମ୍ଳଜାନକୁ ଆମ ଶରୀର ଆଉ ରକ୍ତକୁ ପଠେଇଥାଏ। 

ପ୍ରଦୂଷିତ ପରିବେଶରେ ନିଶ୍ୱାସ ନେବାବେଳେ ଫୁସଫୁସରେ ବିଷାକ୍ତ ପଦାର୍ଥ ଜମା ହୋଇଯାଏ, ଯାହା ଗୁରୁତର ରୋଗର କାରଣ ହୋଇପାରେ। ବ୍ୟାୟାମପ୍ରତିଦିନ ଗଭୀର ନିଶ୍ୱାସ ଯୋଗ କରି ଆପଣ ଶ୍ୱାସକ୍ରିୟାକୁ ଆରାମ ଏବଂ ଶକ୍ତିଶାଳୀ କରନ୍ତି । ଏହା ହୃଦ୍‌ରୋଗ ସହିତ ଫୁସଫୁସକୁ ସୁସ୍ଥ ରଖେ ।

ବିଶେଷଜ୍ଞଙ୍କ ଅନୁସାରେ ଭୁତାଣୁ ପ୍ରଥମେ ଆମ ଗଳାରେ ଆସିଥାଏ ଏବଂ ସେହିଠାରେ ସେ ନିଜର ବୃଦ୍ଧି କରାଇଥାଏ । ଭୁତାଣୁର ସଂଖ୍ୟା ବୃଦ୍ଧି ହେଲେ ଗଳା ଏବଂ ଛାତିରେ ମୋଟା କଫ ଜମି ରହୁଛି । ଯାହା ପାଇଁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହୋଇଥାଏ । ଏବଂ ଯେତେ ସବୁ ନିଶ୍ୱାସ ନେଵା ପାଇଁ ରାସ୍ତା ଥାଏ ସେ ସବୁ ବନ୍ଦ ହୋଇ ଯାଇଥାଏ । ଅମ୍ଳଜାନ ମଧ୍ୟ ଶରୀର ଭିତରକୁ ଯାଇନଥାଏ ।

ଏହି ମୋଟା କଫ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ପରେ ଆମ ଶରୀରର ଅନ୍ୟ ଅଙ୍ଗକୁ ଧୀରେ ଧୀରେ ପ୍ରଭାବ ପକାଇ ଥାଏ ଯେପରି ଆମ ଫୁସଫୁସ । ଏବଂ ଅନ୍ୟ ଅଙ୍ଗକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖରାପ କରି ଦେଇଥାଏ ।

କଫ ଜମିବାର କାରଣ

  1. ଥଣ୍ଡା-ସର୍ଦି
  2.  ଫ୍ଲୁ
  3. ଭାଇରାଲ ଇନଫେକସନ
  4. ସାଇନସ 
  5. ଅତ୍ୟଧିକ ଧୂମ୍ରପାନ ।
  6. ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ ।
  7. ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିଲେ ବାତ, ପିତ୍ତ କଫର ସମତା ଆସେ | ସୂର୍ଯ୍ୟୋଦୟ ପୂର୍ବରୁ ଗାଧୋଇ ନପାରିଲେ ଦିନ ୯ ଘଣ୍ଟା ପରେ ଗାଧୋଇବେ । କାରଣ ସୂର୍ଯ୍ୟୋଦୟ ପରେ ଏବଂ ୯ ଘଣ୍ଟା ମଧ୍ଯରେ କଫର ସମୟ । ଏ ସମୟରେ ଗାଧୋଇଲେ କଫ ବୃଦ୍ଧି ହୁଏ ।
  8. ଅଖାଦ୍ୟ ବା ଶରୀରକୁ ନ ସୁହାଉଥିବା ଭଳି ଖାଦ୍ୟ ଖାଇଲେ, ଶରୀରରେ ଥିବା ବାତ, ପିତ୍ତ ଓ କଫର ମୌଳିକତାରେ ଅସନ୍ତୁଳନ ସୃଷ୍ଟି ହୋଇ ଶରୀରଗତ ଦୋଷ ଦେଖାଦିଏ ।
  9. କଫ ହେଉଛି ଏକ ପ୍ରକାର ସ୍ଳେଷ୍ମ, ଯାହା ଫୁସଫୁସରେ ଏବଂ ନିମ୍ନ ସ୍ୱର ଯନ୍ତ୍ରରେ ସୃଷ୍ଟି ହୁଏ । ଜଣେ ବ୍ୟକ୍ତି ଶୀଘ୍ର ଅସୁସ୍ଥ ହେବା କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସୁସ୍ଥ ହେଲେ ତାଙ୍କ ଗଳାରେ କଫ ଜମିବା ଆରମ୍ଭ କରେ । ବ୍ୟକ୍ତି ଅସୁସ୍ଥ ହେଲେ ଶରୀରର ଅନେକ ଅଙ୍ଗରେ ସ୍ଳେଷ୍ମ ସୃଷ୍ଟି ହେବାକୁ ଲାଗେ, ଏହା ଏକ ପ୍ରତିରକ୍ଷା ସ୍ତର ପରି କାର୍ଯ୍ୟ କରେ । ଏହା ସ୍ଳେଷ୍ମ ସମ୍ବନ୍ଧୀୟ ଅଙ୍ଗଗୁଡ଼ିକୁ ଶୁଖିବାକୁ ଦିଏ ନାହିଁ ଏବଂ ଜୀବାଣୁ ଓ କବକ ପରି ବାହ୍ୟ କ୍ଷତିକାରକ ପଦାର୍ଥରୁ ରକ୍ଷା କରିଥାଏ ।
  10. କମଳା ଓ କ୍ଷୀର- କମଳା ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। କମଳାରେ ଥିବା ଏସିଡ୍ ଶରୀରରେ ଥିବା ସେହି ଏନଜାଇମକୁ ନଷ୍ଟ କରିଥାଏ ଯିଏ ଖାଦ୍ୟ ହଜମ କରିବାରେ ସହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଛାତିରେ କଫ ସୃଷ୍ଟି ହୁଏ।
  11. କଦଳୀ ଏବଂ କ୍ଷୀର ସାଥିରେ ଖାଇବା ଦ୍ଵାରା ପାଚନ ତନ୍ତ୍ର ସହିତ ସାଇନସ ମଧ୍ୟ ପ୍ରଭାବିତ ହୋଇଥାଏ। ସାଇନସର ସଙ୍କୋଚନରେ କୋଲ୍ଡ,କଫ ଏବଂ ଅନ୍ୟ ଏନର୍ଜି ଭଳି ଜିନିଷ ରହିଥାଏ।
  12. ଥଣ୍ଡା, ଜ୍ୱର ବା କାଶ ସମସ୍ୟା ଥିଲେ ଡାଳିମ୍ବ ଖାଆନ୍ତୁ ନାହିଁ। ଏହି ସମୟରେ ଡାଳିମ୍ବ ଖାଇବା ଦ୍ୱାର ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ।
  13.  ରାତିରେ ଦୁରସ୍ଥାନକୁ ଯାତ୍ରା ଦ୍ଵାରା ଥଣ୍ଡା ପବନ ନାକ ଭିତରେ ପ୍ରବେଶ କରି ଫୁସ୍ ଫୁସ୍ ରେ କଫ ଜନ୍ମ ହୁଏ । ତେଣୁ ସମ୍ଭବତଃ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ନେବା ଆବଶ୍ୟକ । 

ଛାତିରେ କଫ ଜମିବାରେ ଲକ୍ଷଣ

ଆମ ଶରୀରରେ ଯେଉଁ ବାତ, ପିତ୍ତ ଓ କଫ ରହିଛି ତାହା ଦିନର ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଅଧିକ ପ୍ରଭାବଶାଳୀ ଥାଏ  |

(କଫ):- ସକାଳ 6 ବା ସୂର୍ଯ୍ୟ ଉଦୟରୁ ଆରମ୍ଭ କରି 4 ଘଣ୍ଟା ପର୍ଯ୍ୟନ୍ତ ମାନେ ସକାଳ 10ଟା ଭିତରେ ଅଧିକ ପ୍ରଭାବଶାଳୀ ଥାଏ l ପୁଣି ସନ୍ଧ୍ୟା 6 ଟା ରୁ ରାତ୍ରି 10 ଭିତରେ ଆଉ ଥରେ ଏହାର ସମୟ ଆସେ l ଏହି ସମୟରେ କଫର ମାତ୍ରା ଶରୀରରେ ବଢ଼େ ସେଥିପାଇଁ କଫ ରୋଗର ଲକ୍ଷଣ ଏହି ଦୁଇଟି ସମୟରେ ଅଧିକ ଦେଖାଯାଏ l କାଶ, ଛିଙ୍କ, ଥଣ୍ଡା, ଦେହ ଓଜନିଆ ଲାଗିବା, ମୁଣ୍ଡ ବିନ୍ଧିବା, ଅଳସୁଆ ଲାଗିବା, ପେଟ ଅଧା ସଫା ହେବା ଇତ୍ୟାଦି ରୋଗ ସବୁ ଏହି ସମୟରେ ହୋଇଥାଏ l 

  1. ନିଶ୍ଵାସ ନେବାରେ କଷ୍ଟ 
  2. ଲଗାତାର ଛିଙ୍କ 
  3. ନାକରୁ ସିଙ୍ଘାଣି ବୋହିବା 
  4.  ଜ୍ଵର ଆସିବା 
  5. ଛାତି ଓ ଗଳାରେ ସବୁବେଳେ କିଛି ଜିନିଷ ଜମିଥିବା ଭଳି ଲାଗେ
  6. ଗଳା ଖିଚଖିଚ ହୁଏ

ଭୁତାଣୁ ଆମ ଶରୀର ଭିତରକୁ ଗଲେ ଏହାର ପ୍ରଭାବ କଣ ହୋଇଥାଏ ।

  1. ଏହାର ଆମର ଗଳାକୁ ପ୍ରଥମେ ସଂକ୍ରମିତ କରିଥାଏ । ଏହା ଦ୍ୱାରା ଆମ ଗଳାରେ ଦରଜ ହେବା ଆରମ୍ଭ କରି ଦେଇଥାଏ । ଏବଂ ଶୁଖିଲା କାଶ ହେବା ଆରମ୍ଭ ହୋଇଯାଇଥାଏ । ତାହା ପରେ ତାହା ଧୀରେ ଧୀରେ ଆମ ଶ୍ୱାସନଳୀ କୁ ସଂକ୍ରମିତ କରେ ଯାହା ଫଳରେ ଆମେ ନିଶ୍ୱାସ ନେବା ରେ ବହୁତ ଅଧିକ ଅସୁବିଧା ହୋଇଥାଏ । ଏବଂ ଛାତିରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ ।
  2. ଯେତେବେଳେ ଏହି ଭୁତାଣୁ ଆମ ଫୁସଫୁସରେ ପହଞ୍ଚେ ସେତେବେଳେ ସେ ଆମ ଫୁସଫୁସରେ ଥିବା ଥଳିକୁ ମଧ୍ୟ ନଷ୍ଟ କରି ଦେଇଥାଏ । ଏବଂ ସେହି ଫୁସଫୁସରେ ପାଣି ପଶି ଯାଇଥାଏ । ଯାହା ଦ୍ୱାରା ନିଶ୍ୱାସ ନେଵା ରେ ବହୁତ ଅସୁବିଧା ହୁଏ ଏବଂ ଯନ୍ତ୍ରଣା ମଧ୍ୟ ହୁଏ । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଏତେ ଅସୁବିଧା ହୋଇଥାଏ କି ସେମାନଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥାଏ ।
  3. ଏହି ଫୁସଫୁସ ରେ ଏତେ ତରଳ ପଦାର୍ଥ ଭରି ଯାଇଥାଏ କି ସେହି ବ୍ୟକ୍ତି ଅମ୍ଳଜାନ ପାଇପାରେ ନାହିଁ ଏବଂ ସେହି ବ୍ୟକ୍ତି ଅଥବା ସେହି ରୋଗୀ ର ମୃତ୍ୟୁ ହୋଇଯାଇଥାଏ । 

Post a Comment

0 Comments