ଦୀପାବଳିରେ ରାଶି ଅନୁଯାୟୀ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର
ଦିପାବଳୀ ହେଉଛି ସୁଖ- ସମୃଦ୍ଧିର ପର୍ବ । ଏହି ଦିନ ବିଧିବିଧାନ ଓ ଶ୍ରଦ୍ଧା ଭାବଚେ ପୂଜା କଚିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରି ମା'ଙ୍କର କୃପା ପାଇବାକୁ ସମସ୍ତେ ଚେଷ୍ଟା କରିଥାନ୍ତି । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ଦୀପାବଳି ଦିନ କରାଯାଇଥିବା ଉପାୟ ଖୁବ୍ଶୀଘ୍ର ଶୁଭଫଳ ପ୍ରଦାନ କରିଥାଏ । ପ୍ରତ୍ୟେକ ରାଶି ପାଇଁ କିଛି ଲେଖାଏଁ ସରଳ ଉପାୟ ପ୍ରଦାନ କରାଯାଇଛି |
ଏହି ଦିନ ନବବସ୍ତ୍ର ପିନ୍ଧି ଆମେ ମାତା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ତେବେ ଏହି ଦିନ ଯଦି ଆମେ ଆମର ଶୁଭ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କର ପୂଜା କରିବା ତେବେ ବିଶେଷ ଆଶୀର୍ବାଦ ପାଇପାରିବା । ତେବେ ଆସନ୍ତୁ ଜାଣିବା ଆମେ ଦୀପାବଳି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍...
ରଙ୍ଗ ଆମ ଜୀବନଚେ ବିଶେଷ ପ୍ରଭାବ ପକାଇଥାଏ । ଏହି ରଙ୍ଗଗୁଡିକ ଆମର ଭାଗ୍ୟ ଓ ଭାବନାରେ ପ୍ରଭାଵ ପକାଇଥାଏ । ଏଥିପାଇଁ ଦୀପାଵଳି ଦିନ ରାଶି ଅନୁସାରେ ପୋଷାକ ପିନ୍ଧିବା ଉଚିତ୍ । ପ୍ରତ୍ୟେକ ରାଶି ପାଇଁ ଗୋଟିଏ ଗୋଟିଏ ରଙ୍ଗ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଏ କେଉଁ ରଙ୍ଗର ପୋଷାକ ପିନ୍ଧି ପୂଜା କରିବେ ।
ମେଷ ରାଶି ପାଇଁ ସରଳ ଉପାୟ
- ରାତିରେ ରକ୍ତ ଚନ୍ଦନ ଏବଂ କେଶର ଘୋରି ସେଥିରେ ଏକ ଧଳା କପଡା ଭିଜାଇ ଟ୍ରେଜେରୀ ବା ଧନ ରଖୁଥିବା ସ୍ଥାନରେ ବିଛାଇଲେ ସମୃଦ୍ଧି ହେବ ।
- ସନ୍ଧ୍ୟା ବେଳେ ଘର ମୁଖ୍ୟ ଦ୍ଵାର ନିକଟରେ ତେଲଦୀପ ଜଳାଇ ସେଥିରେ ଦୁଇଟି କଳା କାଇଁଚ ପକାଇଦେଲେ ଅର୍ଥାଭାବ ଦୂର ହେବା ସହ ଅଟକିଥିବା ଧନ ପ୍ରାପ୍ତି ହେବ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଐଂ କ୍ଲାଂ ସୌଃ ମନ୍ତ୍ର ଜପ କରନ୍ତୁ ।
- ଏହି ମଧ୍ୟରେ ଆପଣ କୌଣସି ଜିନିଷ କୁ ମାଗଣାରେ ନିଅନ୍ତୁ ନାହିଁ, ହବ ଯଦି କାହାକୁ କିଛି ଦାନ ସ୍ୱରୂପ କିଛି ଦେଇ ଦିଅନ୍ତୁ ।
- ମେଶ ରାଶି ଜାତକ ଲୋକମାନେ କୌଣସି କାରଣରୁ ୫ ଦିନ ପର୍ଯ୍ୟନ୍ତ ରାଗିବା ଠାରୁ ଦୁରେଇ ରହିବା ଉଚିତ |
- ୧୧ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ ।
ରଙ୍ଗ
- ମେଷ ରାଶିର ବ୍ୟକ୍ତି ବିଶେଷମାନେ ଏହି ଦିନ ସୁନେଲୀ ଅର୍ଥାତ୍ ଗୋଲଡେନ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କ ପୂଜା କରିବା ଦ୍ୱାରା ବିଶେଷ ଆଶୀର୍ବାଦ ପ୍ରାପ୍ତ ହେଵ ।
- ସୁନେଲୀ ରଙ୍ଗ ମେଷ ରାଶିଙ୍କ ପାଇଁଙ୍କ ବିଶେଷ ଫଳପ୍ରଦ ହୋଇଥାଏ ।
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ଲୋକଙ୍କ ପାଇଁ ସୁବର୍ଣ୍ଣ ରଙ୍ଗ ଶୁଭ ବୋଲି ବିବେଚନା କରାଯାଏ। ଲୋକମାନେ ଦୀପାବଳି ଦିନ ସୁବର୍ଣ୍ଣ ରଙ୍ଗର ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।
ବୃଷ ରାଶି ପାଇଁ ସରଳ ଉପାୟ
- ପର୍ଯ୍ୟାପ୍ତ ରୋଜଗାର ଥାଇ ନିଅଣ୍ଟ ହେଉଥିଲେ ଲକ୍ଷ୍ମୀ ପୂଜାରେ ପଦ୍ମଫୁଲଟିଏ ପୂଜା କରି ଏହାକୁ ଲାଲ୍ କପଡାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିବେ ।
- କୌଣସି ନିର୍ଜନ ସ୍ଥାନକୁ ରାତିରେ ଯାଇ ଗୁଆଘିଅରେ ଦୁଇଟି ଦୀପ ଜଳାଇ ନିଜ ମନସ୍କାମନା ଜଣାଇ ଆସିଲେ ଏହା ପୂରଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ରେ ଘିଅ ର ଦୀପ ଜଳାନ୍ତୁ ।
- ଏହି ଦିନ ନିକଟରେ ଥିବା ମନ୍ଦିରରେ ଗୁଡ ର ଦାନ ନିଶ୍ଚିତ କରନ୍ତୁ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଐଂ କ୍ଲାଂ ଶ୍ରୀଂ ମନ୍ତ୍ର ଜପ କରନ୍ତୁ ।
ରଙ୍ଗ
- ଏହି ରାଶିର ଲୋକମାନେ ଧଳା ପୋଷାକ ପିନ୍ଧି ପୂଜା କରିବା ଆଵଶ୍ୟକ।
- ଯଦି ସେମାନେ ଧଳା ପୋଷାକ ନ ପିନ୍ଧୁଛନ୍ତି, ତେବେ ପାଖରେ ଧଳା ରୁମାଲ୍ ରଖିପାରିବେ ।
- ଏହି ଦୀପାବଳି ରେ ନୂଆ ରେଶମୀ ବସ୍ତ୍ର ପିନ୍ଧନ୍ତୁ ଏବଂ ଇତର ନିଶ୍ଚିତ ମାରନ୍ତୁ ।
ମିଥୁନ ରାଶି ପାଇଁ ସରଳ ଉପାୟ
- ଲକ୍ଷ୍ମୀ-ଗଣେଶଙ୍କ ପୂଜା କରିବା ବେଳେ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରି ଏହାକୁ ଧନ ରଖିବା ସ୍ଥାନରେ ରଖିଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
- ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଗଣେଶଙ୍କ ପ୍ରତିମାରେ ଖଣ୍ଡ ହଳଦି ମାଳ ପିନ୍ଧାଇଲେ ରଣ ବୋଝ ଦୂର ହେବ ।
- ଏହି ରାଶି ର ଜାତକ ର ଲୋକମାନେ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ନଡିଆ ଭୋଗ କରନ୍ତୁ । ଜୀବନ ସାରା ଧନର ବର୍ଷା ହବ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜ ମାଳାରେ ଓଁ କ୍ଲାଂ ଐଂ ସଃ ମନ୍ତ୍ର ଜପ କରନ୍ତୁ ।
ରଙ୍ଗ
- ମିଥୁନ ରାଶିର ଲୋକଙ୍କ ପାଇଁ ନୀଳ ରଙ୍ଗ ଶୁଭ ବୋଲି ବିବେଚନା କରାଯାଏ |
- ଏହି ରାଶିର ଲୋକମାନେ ଦୀପାବଳି ଦିନ ନୀଳ ରଙ୍ଗର ପୋଷାକ ପିନ୍ଧି ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍ |
- ବିଶ୍ୱାସ କରାଯାଏ ଯେ ଏପରି କରିବା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରେ |
କର୍କଟ ରାଶି ପାଇଁ ସରଳ ଉପାୟ
- ସନ୍ଧ୍ୟାରେ ଅଶ୍ୱତ୍ ଥ ଗଛ ମୂଳରେ ଏକ ପଞ୍ଚମୁଖୀ ତେଲଦୀପ ଜାଳିଲେ ଅର୍ଥାଗମ ହୁଏ ।
- ଏହି ରାଶି ର ଲୋକମାନେ ସୁନା ପିନ୍ଧି କେସର ରଙ୍ଗ ର ତିଳକ ମାରିବା ଉଚିତ ।
- ଏକ ହଳଦିଆ ତ୍ରିକୋଣ ଆକୃତିର ପତାକା ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଏକ ଉଚ୍ଚ ସ୍ଥାନରେ ଲଗାଇଲେ ବର୍ଷକ ମଧ୍ୟ ମନସ୍କାମନା ପୂରଣ ହୋଇପାରିବ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ କ୍ଲାଂ ଐଂ ଶ୍ରୀଂ ମନ୍ତ୍ର ଜପ କରନ୍ତୁ ।
ରଙ୍ଗ
- ଏହି ରାଶିର ଲୋକମାନେ ନାରଙ୍ଗୀ ଅଥବା ଲାଲ୍ ରଙ୍ଗର ପୋଷାକ ଧାରଣ କରିବା ଆବଶ୍ୟକ ।
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କର୍କଟ ରାଶିର ଲୋକମାନେ କମଳା କିମ୍ବା ନାଲି ରଙ୍ଗର ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।
- ବିଶ୍ୱାସ କରାଯାଏ ଯେ ଯଦି କମଳା କିମ୍ବା ଲାଲ ରଙ୍ଗର ପୋଷାକ ପିନ୍ଧନ୍ତି, ତେବେ ସେମାନେ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଆନ୍ତି |
ସିଂହ ରାଶି ପାଇଁ ସରଳ ଉପାୟ
- ଘରର ମୁଖ୍ୟ ଦ୍ଵାର ଗୁଆଘିଅର ଦୀପ ଲଗାଇବେ। ଏହି ଦୀପ ସକାଳ ପର୍ଯ୍ୟନ୍ତ ଜଳୁଥିଲେ ବର୍ଷକ ମଧରେ ଆର୍ଥିକ ସ୍ଥିତିରେ ସୁଧାର ହେବ ଏବଂ ମାନ- ସମ୍ମାନ ବଢିବ ।
- ଶତ୍ରୁ ସମସ୍ୟାରେ ପକାଉଥିଲେ ସନ୍ଧ୍ୟାରେ ଡାଳିମ୍ବ ଗଛ କାଠିରେ କଲମ କରି ଗୋରଚନା ଦ୍ୱାରା ଶତ୍ରୁର ନାମ ଲେଖି ମାଟିରେ ପୋତିଦେବେ।
- ରାତିରେ ସ୍ଫଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ହ୍ରୀଂ ଶ୍ରୀଂ ସୌଃ ମନ୍ତ୍ର ଜପ କରନ୍ତୁ ।
- ଏହି ରାଶି ର ଲୋକମାନେ ଗାଈ ଘିଅ ର ଦୀପ ଘର ର ମୁଖ୍ୟ ଦ୍ଵାରରେ ଜଳାନ୍ତୁ । ଏହି ଦିନ ଘରର ମନ୍ଦିର ରେ ଶ୍ରୀ ଯନ୍ତ୍ର ନିଶ୍ଚିତ ସ୍ଥାପନ କରନ୍ତୁ ।
ରଙ୍ଗ
- ଏହି ରାଶିର ବ୍ୟକ୍ତି ବିଶେଷମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ୱାରା ବିଶେଷ କୃପା ପାଇପାରିବେ ।
- ଦୀପାବଳି ଦିନ ଏହି ରାଶିର ଲୋକମାନେ ହଳଦିଆ ପୋଷାକ ପିନ୍ଧିବା ଉଚିତ୍ | ଯଦି ଏହି ରାଶିର ଲୋକମାନେ ହଳଦିଆ ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ତେବେ ଏହା ବହୁତ ଫଳପ୍ରଦ ଅଟେ |
କନ୍ୟା ରାଶି ପାଇଁ ସରଳ ଉପାୟ
- ରାତିରେ ଏକ ଲାଲ୍ ରୁମାଲରେ ନଡିଆ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦେବେ ଏବଂ ଏହି ଦିନ ପଦ୍ମମଞ୍ଜିର ଦୁଇଟି ମାଳା ଲକ୍ଷ୍ମୀଙ୍କ ମନ୍ଦିରରେ ଅର୍ପଣ କଲେ ଧନଲାଭ ହେବ ।
- ଚାକିରିରେ ସମସ୍ୟା ହେଉଥିଲେ ଦୀପାବଳିଠାରୁ ଆରମ୍ଭ କରି ପ୍ରତ୍ୟେକ ଅମାବାସ୍ୟା ତିଥିରେ କାଉଙ୍କୁ ମିଠା ଅନ୍ନ ଖାଇବାକୁ ଦିଅନ୍ତୁ ।
- ରାତିରେ ସ୍ଫଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଶ୍ରୀଂ ଐଂ ସୌଂ ମନ୍ତ୍ର ଜପ କରନ୍ତୁ ।
ଏହି ରାଶି ର ଲୋକମାନେ ନିଜ ଘରର କବାଟରେ ଏକ ଲୁହା କଣ୍ଟା ମାରି ଦିଅନ୍ତୁ ।
ରଙ୍ଗ
- ଏହି ରାଶିର ଲୋକମାନେ ଧଳା ଅଥବା ନୀଳ ଚଙ୍ଗର ପୋଷାକ ପିନ୍ଧି ମାତାଙ୍କର ପୂଜା କରିବା ଦ୍ୱାରା ଵିଶେଷ ଆଶୀର୍ବାଦ ପ୍ରାପ୍ତ ହେବେ ।
- ଲୋକମାନେ ଦୀପାବଳି ଦିନ ନୀଳ ଓ ଧଳା ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍। ଏହା କରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଆନ୍ତି |
ତୁଳା ରାଶି ପାଇଁ ସରଳ ଉପାୟ
- ବ୍ୟବସାୟରେ କ୍ଷତି ହେଉଥିଲେ ଦୀପାବଳି ଦିନ ବରଗଛ ପତ୍ରରେ ସିନ୍ଦୂର ଏବଂ ଘିଅରେ ଓଁ ଶ୍ରୀଂ ଶ୍ରୀୟୈ ନମଃ ମନ୍ତ୍ର ଲେଖ ଏହାକୁ ନଦୀ ଜଳରେ ପ୍ରବାହିତ କରିଦେବେ ।
- ସକାଳୁ ସ୍ନାନ ସାରି କୌଣସି ଲକ୍ଷ୍ମୀ ମନ୍ଦିରକୁ ଯାଇ ୧୧ଟି ନଡିଆ ଅର୍ପଣ କଲେ ଧନଲାଭ ହେବ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ହ୍ରୀଂ କ୍ଲୀଂ ଶ୍ରୀଂ ମନ୍ତ୍ର ଜପ କରନ୍ତୁ।
ଏହି ରାଶି ର ଲୋକମାନେ ଦୀପାବଳି ର ପାଞ୍ଚ ଦିନ ପର୍ଯ୍ୟନ୍ତ ଘର ରେ ଗୋମୁତ୍ର ଛିଞ୍ଚିବା ଉଚିତ ।
ରଙ୍ଗ
- ଏହି ରାଶିର ବ୍ୟକ୍ତିବିଶେଷ ମାନେ ନୀଳ ଅଥବା ଧଳା ରଙ୍ଗର ପୋଷାକ ପିନ୍ଧି ପୂଜା କଚିବା ଉଚିତ୍ ।
- ଦୀପାବଳି ଦିନ ନୀଳ କିମ୍ବା ଧଳା ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଲୋକଙ୍କ ପାଇଁ ଶୁଭ ଅଟେ। ଏହା ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରେ ଏବଂ ତାଙ୍କୁ ଧନର ଆଶୀର୍ବାଦ କରେ |
ବିଛା ରାଶି ପାଇଁ ସରଳ ଉପାୟ
- ଘରର ବଗିଚା କିମ୍ବା ଦ୍ୱାରରେ ଦୁଇ ପାଖରେ ଦୁଇଟି କଦଳୀ ଗଛ ଲଗାଇ ଏହାର ଫଳ ନିଳେ ନଖାଇ ଦାନ କଲେ ଧନଲାଭ ହେବ ।
- ରାତିରେ ନାଗକେଶର ଫୁଲ ଆଣି ଘରେ କେହି ଦେଖି ନପାରିବା ଜାଗାରେ ଲୁଚାଇ ରଖିଦେଲେ ପରିବାରରେ ଶାନ୍ତି ରହିବ ।
- ଏହି ରାଶି ର ଲୋକମାନେ ହନୁମାନ ଚାଳିଶା ପଢିବା ଉଚିତ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଐଂ କ୍ଲୀଂ ସୌଃ ମନ୍ତ୍ର ଜପ କରନ୍ତୁ ।
ରଙ୍ଗ
- ଏହି ରାଶିର ଲୋକମାନେ ଦୀପାବଳି ଦିନ ଧଳା ଅଥବା ହଳଦିଆ ପୋଷାକ ପିନ୍ଧିବା ଉଚିତ୍ ।
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଲୋକମାନେ ଧଳା କିମ୍ବା ହଳଦିଆ ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍। ଏହା କରିବା ଦ୍ୱାରା ଏହି ରାଶିର ଲୋକମାନେ ବିଶେଷ ଫଳାଫଳ ପାଇବେ |
ଧନୁ ରାଶି ପାଇଁ ସରଳ ଉପାୟ
- ପାନ ପତ୍ରରେ ସିନ୍ଦୂରରେ ଶ୍ରୀଂ ଲେଖ୍ ପୂଜା ସ୍ଥାନରେ ରଖି ପ୍ରତିଦିନ ପୂଜା କଲେ ଧନପ୍ରାପ୍ତି ହେବ ।
- ଏହି ରାଶି ର ଲୋକମାନେ ରୁଟି ରେ ଘିଅ ଲଗାଇ ଗାଈ କୁ ଖାଇବାକୁ ଦିଅନ୍ତୁ ।
- ପୂଜା ସମୟରେ ମା' ଲକ୍ଷ୍ମୀଙ୍କୁ ପଦ୍ମମଞ୍ଚିର ମାଳା ଓ ପଦ୍ମଫୁଲ ଅର୍ପଣ କରନ୍ତୁ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ହ୍ରୀଂ କ୍ଲୀଂ ସୌଃ ମନ୍ତ୍ର ଜପ କରନ୍ତୁ ।
ରଙ୍ଗ
- ଏହି ରାଶିର ଲୋକମାନେ ଲାଲ୍ ବସ୍ତ୍ର ଧାରଣ କଚିବା ଉଚିତ୍ ।
- ଧନୁ ରାଶି ଲୋକମାନେ ଦୀପାବଳିରେ ନାଲି ପୋଷାକ ପିନ୍ଧିବା ଉଚିତ୍ | ଲକ୍ଷ୍ମୀ ପୂଜା ସମୟରେ ଲାଲ ରଙ୍ଗର ପୋଷାକ ପିନ୍ଧିବା ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ |
ମକର ରାଶି ପାଇଁ ସରଳ ଉପାୟ
- ରାତିରେ ଅରଖ ଗଛ ଫଳରୁ ବାହାରୁଥିବା ତୁଳା ଆଣି ଘରର ଏଶାନ୍ୟ କୋଣରେ ଦୀପ ଜଳାଇଲେ ଅଟକିଥିବା ଧନ ମିଳିବ ।
- ଏହି ରାଶି ର ଲୋକମାନେ ଘରର ଦକ୍ଷିଣ ଦିଗରେ ସୋରିଷ ତେଲ ର ଦୀପ ଜଳାନ୍ତୁ ।
- ବିବାହରେ ବାଧା ହେଉଥିଲେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ସହ ତାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର, ମିଷ୍ଟାନ୍ନ ଏବଂ ଫଳ ଅପଣ କରନ୍ତୁ ।
- ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଐଂ କ୍ଲୀଂ ସୌଃ ମନ୍ତ୍ର ଜପ କରନ୍ତୁ।
ରଙ୍ଗ
- ଏହି ରାଶିର ଲୋକମାନେ ପୂଜା କରିବା ସମୟଚେ ଇଷତ୍ ହଳଦିଆ ଅଥବା କ୍ରିମ୍ ରଙ୍ଗ କିମ୍ବା ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହେବ।
- ମକର ରାଶିର ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ପୂଜା ସମୟରେ କ୍ରିମ୍ ଏବଂ ସବୁଜ ପୋଷାକ ପିନ୍ଧିବା ଉଚିତ୍ | ଦୀପାବଳି ଦିନ ଏହି ରଙ୍ଗର ପୋଷାକ ପିନ୍ଧିବା ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ |
କୁମ୍ଭ ରାଶି ପାଇଁ ସରଳ ଉପାୟ
- ରାତିରେ ନଡିଆ ସଢେଇରେ ଘିଅ ଦେଇ ମା' ଲକ୍ଷ୍ମୀଙ୍କ ସମ୍ମୁଖରେ ରାତିସାରା ଦୀପ ଜଳାଇଲେ ଧନପାପ୍ତି ହେବ ।
- ଯଦି ଜୀବନ ସାଥୀ ସହିତ ସମ୍ପର୍କ ଭଲ ନାହିଁ, ତେବେ ଦୀପାବଳି ଦିନ ଖିରି ପ୍ରସ୍ତୁତ କରନ୍ତୁ | ଏହାକୁ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏବଂ ତା’ପରେ ନିଜେ ଖାଆନ୍ତୁ | ଏହା ଦାମ୍ପତ୍ୟ ଜୀବନରେ ମଧୁରତା ଆଣିବ |
- ଦୀପାବଳି ରାତିରେ ସ୍ପଟିକ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ହ୍ରୀଂ ଐଂ କ୍ଲୀଂ ଶ୍ରୀଂ ମନ୍ତ୍ର ଜପ କରିବା ଉଚିତ୍ |
ରଙ୍ଗ
ଦୀପାବଳି ଦିନ କୁମ୍ଭ ରାଶିର ଲୋକମାନେ ସବୁଜ ଏବଂ ଧଳା ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ସେମାନଙ୍କ ଉପରେ ରହିବ।
ମୀନ ରାଶି ପାଇଁ ସରଳ ଉପାୟ
- ଯଦି ତୁମର ଶତ୍ରୁଙ୍କ ଅଛନ୍ତି, ତେବେ କର୍ପୁର ଏବଂ କାଜଲ ସହିତ ଶତ୍ରୁର ନାମ ଲେଖ ଏବଂ ଦୀପାବଳି ରାତିରେ ଏହାକୁ ତୁମର ପାଦରୁ ଲିଭାନ୍ତୁ | ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବେ ନାହିଁ |
- ଧନ ଲାଭ ପାଇଁ, ଦୀପାବଳିରେ ଲକ୍ଷ୍ମୀ ମନ୍ଦିରକୁ ଯାଆନ୍ତୁ ଏବଂ କମଲ ଫୁଲ, ନଡ଼ିଆ ଏବଂ ଧଳା ମିଠା ଅର୍ପଣ କରନ୍ତୁ | ଏହା ଆପଣଙ୍କ ଟଙ୍କା ସମସ୍ୟାକୁ ସମାପ୍ତ କରିପାରେ |
- ମୀନରାଶିର ଲୋକମାନେ ଦୀପାବଳି ରାତିରେ ସ୍ଫଟିକ୍ କିମ୍ବା ପଦ୍ମମଞ୍ଜି ମାଳାରେ ଓଁ ଐଂ କ୍ଲୀଂ ସୌଃ ମନ୍ତ୍ର ଜପ କରିବା ଉଚିତ୍ |
- ଏହି ରାଶି ର ଲୋକମାନେ ଦୀପାବଳି ରାତିରେ ଶନି ମନ୍ଦିର ରେ ତେଲ ର ଦୀପ ଜଳାନ୍ତୁ ।

0 Comments
Do you have any doubts or suggestions? Ask them here in the comments!