ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଭୋଗ

ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଭୋଗ



କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟା ଅମାବାସ୍ୟା କହନ୍ତି ।

ଦୀପାବଳିରେ ପରମ୍ପରା ସହ ଜଡିତ କିଛି ଉପାୟର ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଘରେ ସର୍ବଦା ସୁଖସମୃଦ୍ଧି ଓ ବୈଭବରେ ପୂରି ରହିବ। ଦୀପାବଳୀରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି। ଶାସ୍ତ୍ରରେ କୁହାଯାଇଛି ମା’ ଧନଦାତ୍ରୀ ଅଟନ୍ତି। 

  1. ଏହି ପବିତ୍ର ଦୀପାବଳିରେ ମା’ଙ୍କ ନିକଟରେ ନାଲି ରଙ୍ଗର ଓଢଣୀ ସହ କିଛି ନିର୍ଦ୍ଦିଷ୍ଟ ପ୍ରସାଦ ଅର୍ପଣ କଲେ ବହୁ କୃପା ମିଳିଥାଏ। 
  2. ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। 
  3. ଘରକୁ ନୂଆ ଝାଡୁ ମଧ୍ୟ କିଣା ହୋଇ ଅଣାଯାଏ। 

ଜାଣନ୍ତୁ ଏଭଳି ଆଉ କିଛି ଉପାୟ ବିଷୟରେ….. 

ଚାନ୍ଦି ହାତୀ

ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ହାତୀ ଖୁବ ପ୍ରିୟ। ଏହିଦିନ ଘରକୁ ଚାନ୍ଦି କିମ୍ବା ସୁନାରେ ନିର୍ମିତ ଏକ ହାତୀ ଆଣନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ।

ଚାନ୍ଦିର ଏକ ଘଡ଼ା

ଏକ ଚାନ୍ଦିର ଘଡ଼ା କିଣି ଆଣନ୍ତୁ। ଯେଉଁଥିରେ ୧୦ରୁ ୧୨ଟି ଚାନ୍ଦି, ତମ୍ବା, ପିତ୍ତଳ କିମ୍ବା କଂସାର ଟଙ୍କା ରଖିପାରିବେ। ଏହାକୁ ଘରର ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ମଙ୍ଗଳ କଳସ

ଏକ କଂସା କିମ୍ବା ତମ୍ବାର ପାତ୍ରରେ ଜଳ ଭର୍ତ୍ତି କରି କିଛି ଆମ୍ବପତ୍ର ରଖି ଏହା ଉପରେ ଏକ ନଡିଆ ରଖନ୍ତୁ । କଳସରେ ନାଲ ରେଶମୀ ସୂତା, ସ୍ୱସ୍ତିଷ୍କ ଚିହ୍ନ କରି ପୂଜା କରନ୍ତୁ।

ସାତମୁଖୀ ଦୀପ

ଘରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ମା’ଙ୍କ ନିକଟରେ ସାତମୁଖୀ ଦୀପ ଲଗାନ୍ତୁ। ଘିଅର ଦୀପ ଲଗାନ୍ତୁ। ଦୀପାବଳି ଦିନ ଏହି କାର୍ଯ୍ୟ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଝୋଟି  

ଏହି ଦିନ ଘରେ ମା’ଙ୍କ ନିକଟରେ ଘରର ମୁଖ୍ୟଦ୍ୱାର ନିକଟରେ ଝୋଟି ନିଶ୍ଚୟ ଆଙ୍କନ୍ତୁ।

ଦୀପ

  1. ଦୀପାବଳି ଦିନ ରାତିରେ ଘରେ ଓ ଘରର ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ। ପୂଜାରେ ଏହିଦିନ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ।
  2. ଏହାଦ୍ୱାରା କରଜରୁ ମୁକ୍ତି ମିଳିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହି ଦିନ ତୁଳସୀ ଚଉରା ନିକଟରେ ଘିଅର ଦୀପ ଲଗାନ୍ତୁ। 
  3. ଘରର ମୁଖ୍ୟ ଦ୍ୱାର ନିକଟରେ, ଘର ନିକଟରେ ଥିବା ମନ୍ଦିରରେ , ଏହାସହ ଘରର ସମସ୍ତ ସ୍ଥାନରେ ଲଗାନ୍ତୁ।

ମା’ଲକ୍ଷ୍ମୀଙ୍କ ନିକଟରେ ଭୋଗ

  1. ଲକ୍ଷ୍ମୀଙ୍କୁ ପାଣି ସିଙ୍ଗଡା, ବତାଶା, ଆଖୁ, ଖିରୀ, ଡ଼ାଳିମ୍ବ, ପାନ, ଧଳା ଓ ହଳଦିଆ ରଙ୍ଗର ମିଠା, କେସର ଆଦି ଅର୍ପଣ କରନ୍ତୁ।
  2. ଏହାସହ ୧୧ଟି ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ ସହ ମନ୍ଦିରରେ ଏହି ଭୋଗ ଅର୍ପଣ କଲେ ଘରେ ଖୁବ ସୁଖଶାନ୍ତି , ସମୃଦ୍ଧି ଆସିଥାଏ। ଧନର ଅଭାବ ହୋଇନଥାଏ।

ପାଣି ସିଙ୍ଗଡ଼ା

ଶାସ୍ତ୍ର ଅନୁଯାୟୀ ମା’ଙ୍କୁ ଜଳ ଖୁବ ପସନ୍ଦ। ଏହି କାରଣରୁ ମା’ଙ୍କର ପାଣିର ଫୁଲ, ଫଳ ଖୁବ ପ୍ରିୟ ଅଟେ। ମାନ୍ୟତା ରହିଛି ଯେ ପାଣି ସିଙ୍ଗଡ଼ା ନାମକ ଏକ ଫଳ ମା’ଙ୍କର ପ୍ରିୟ ଅଟେ। ତେଣୁ ଦୀପାବଳି ଦିନ ମା’ଙ୍କ ନିକଟରେ ଏହି ଫଳକୁ ପ୍ରସାଦ ଭାବେ ଅର୍ପଣ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

ବତାଶା

ଏହା ମା’ଙ୍କୁ ଖୁବ ପ୍ରିୟ ଅଟେ। ଦୀପାବଳି ଦିନ ମା’ଙ୍କ ନିକଟରେ ଲଡ଼ୁ, ଗୁଡ଼ରେ ପ୍ରସ୍ତୁତ ମିଠା ଦ୍ରବ୍ୟ ସହ ଏହି ବତାଶାକୁ ଅର୍ପଣ କଲେ ମା’ ବହୁତ ପ୍ରସନ୍ନ ହୋଇଥାଆନ୍ତି।

ନଡ଼ିଆ

ହିନ୍ଦୁଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଏହି ଫଳ ମା’ଲକ୍ଷ୍ମୀଙ୍କର ମଧ୍ୟ ପ୍ର୍ରିୟ ଫଳ ଅଟେ। ତେଣୁ ମା’ଙ୍କୁ ଏହା ଅର୍ପଣ କଲେ, ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ପାନ

ଦୀପାବଳି ପୂଜାରେ ପାନର ଖୁବ ମହତ୍ତ୍ୱ ରହିଛି। ମା’ଲକ୍ଷ୍ମୀଙ୍କ ପୂଜା ସମାପନ ପରେ ଶେଷରେ ମିଠା ପାନ ଅର୍ପଣ କରାଯାଏ। ଏହା ଦ୍ୱାରା ଗୃହରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ପଦ୍ମ ଫଳ

ଏହା ମା’ଙ୍କର ପ୍ରିୟ ପୁଷ୍ପ ପଦ୍ମର ଫଳ ଅଟେ। ତେଣୁ ମା’ଙ୍କ ନିକଟରେ ଏହାକୁ ଅର୍ପଣ କରାଯାଏ।

ମା’ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରନ୍ତୁ

ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। 

ଗୋମତୀ ଚକ୍ର

  1. ମା’ଲକ୍ଷ୍ମୀଙ୍କ ପୂଜା ସମୟରେ ଗୋମତୀ ଚକ୍ର ଥାଳିରେ ରଖି ମା’ଙ୍କୁ ପୂଜା କରନ୍ତୁ। ପୂଜାପରେ ଏହାକୁ ନେଇ ଘରେ ରଖନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। ସେହିପରି ଗୋଟା ହଳଦୀ, ଏକମୁଖୀ ନଡ଼ିଆ, କଉଡ଼ିକୁ ପୂଜା ଥାଳିରେ ରଖି ପୂଜା କରିବା ପରେ ଆଲମିରାରେ ରଖନ୍ତୁ।
  2. ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ। ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରାଇବା ପରେ ଏହାକୁ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ।
  3. ପରେ ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅର୍ନ୍ନ ଭୋଗ ଲାଗି କରନ୍ତୁ।
  4. ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ |

କଉଡି

ହଳଦିଆ ରଙ୍ଗର କଉଡି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। କିଛି ଧଳା ରଙ୍ଗର କଉଡିକୁ ହଳଦିଆ କିମ୍ବା କେସର ପାଣିରେ ବତୁରାଇ ତାହାକୁ ଲାଲ କପଡାରେ ବାନ୍ଧି ଘରେ ଥିବା ଆଲମିରାରେ ରଖନ୍ତୁ।

Post a Comment

0 Comments