ଦୀପାବଳିରେ ଜପ କରନ୍ତୁ ମା’ ମହାଲକ୍ଷ୍ମୀଙ୍କର ଏହି ମନ୍ତ୍ର

 ଦୀପାବଳିରେ ଜପ କରନ୍ତୁ ମା’ ମହାଲକ୍ଷ୍ମୀଙ୍କର ଏହି ମନ୍ତ୍ର

ଦୀପାବଳି ଅବସରରେ ମା’ ମହାଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ମହାଲକ୍ଷ୍ମୀଙ୍କର ବିଶେଷ ମନ୍ତ୍ର ଜପ କରାଯିବ ଆବଶ୍ୟକ । ଲକ୍ଷ୍ମୀଙ୍କ ମନ୍ତ୍ରଗୁଡିକ ସିଦ୍ଧି ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହାର ପ୍ରତ୍ୟେକ ମନ୍ତ୍ରରେ ଶକ୍ତି ଅଛି । ଏହି ମନ୍ତ୍ରଗୁଡିକ ଆମକୁ ଅସୁବିଧା ସମୟରେ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ କଷ୍ଟରୁ ରକ୍ଷା କରିଥାଏ । ଏଭଳି କେତେକ ମନ୍ତ୍ର ଦୀପାବଳି ସମୟରେ ଜପ କରିବା ଉଚିତ ।

  1. ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମନ୍ତ୍ର- ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ
  2. ସମସ୍ତ ପ୍ରକାରର ପ୍ରାଚୁର୍ଯ୍ୟ ପ୍ରାପ୍ତ କରିବା ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର-ଓଁ ହ୍ରିଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୈ ନମଃ
  3.  ଅଧିକ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର-ଓଁ ଶ୍ରୀଂ ଶ୍ରୀ-ଐ ନମଃ!
  4.  ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର-ଓଁ ମହା ଦୈବୈଚ ବିଦ୍‌ମହେ, ବିଷ୍ଣୁପତ୍ନୀଚ ଧୀମହି, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍‌
  5. ସ୍ୱତନ୍ତ୍ର ଦୀପାବଳୀ ମନ୍ତ୍ର – ଏହି ମନ୍ତ୍ରଟି ହେଲା -ଓଁ ଶ୍ରୀ ହ୍ଳୀଂ କ୍ଲୀଂ ଏଂ ସୌଂ ଓଁ କ୍ଲୀଂ ହ୍ଲୀଂ କ ଏଇ ଲ ହ୍ଳୀଂ ହସ କ ହ ଲ ହ୍ଳୀଂ ସକଳ ହ୍ଳୀଂ ସୌଂ ଏଂ କ୍ଳୀଂ ହ୍ଳୀଂ…ଶ୍ରୀ ଓଁ । ଏହିମନ୍ତ୍ରକୁ ୨୧ ରୁ ୧୦୮ ଥର ଜପ କରିଲେ ଭଲ । ମନେ ରଖନ୍ତୁ ଏହାର ସ୍ପଷ୍ଟ ଏବଂ ଶୁଦ୍ଧ ଉଚ୍ଚାରଣ ହେବା ଦରକାର।
  6. ଧନ ସଂପଦ, ବ୍ୟବସାୟ , ବୃତ୍ତିଗତ ଅଭିବୃଦ୍ଧି ଓ ବୈବାହିକ ଜୀବନରେ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର – ଶ୍ରୀଂ

କିପରି ଜପ କରିବେ ଏହି ମନ୍ତ୍ର-

  1. ମହାଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିଲେ ଶୀଘ୍ର ଫଳ ମିଳିଥାଏ । ଏହି ମନ୍ତ୍ର ଜପ କରିବାକୁ ଆରାମଦାୟକ ସ୍ଥିତିରେ ବସନ୍ତୁ । ଏହି ସମୟରେ ଆପଣ ନିଜର ଚକ୍ଷୁ ଖୋଲା ରଖିପାରନ୍ତି ବା ବନ୍ଦ ରଖିପାରନ୍ତି । ସାକ୍ଷାରଣତଃ ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ । ଏହି ମନ୍ତ୍ରକୁ ଆପଣ ଉଚ୍ଚ ସ୍ୱରରେ ଅଥବା ନୀରବରେ ବା ସାଧାରଣ ସ୍ୱରରେ ଜପ କରିପାରନ୍ତି ।
  2. ଧନତେରସ୍‌ ବା ଦୀପାବଳିରୁ ଆରମ୍ଭ କରି କ୍ରମାଗତ ଭାବେ ୪୦ ଦିନ ଯାଏଁ ଉପରୋକ୍ତ ମନ୍ତ୍ର ଦୈନିକ ୧୦୮ ଥର ଜପ କରିଲେ ସର୍ବାଧିକ ସୁଫଳ ମିଳିଥାଏ । ଏପରିକି ୧୦ ଦିନ ଯାଏଁ ଜପ କରିଲେ ବି ସୁଫଳ ପ୍ରାପ୍ତ ହୋଇଥାଏ ।
  3. ମହାଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋଚିତ୍ର ସାମ୍ନାରେ ଦୀପଟିଏ ଜଳାଇ ଉପରୋକ୍ତ ସିଦ୍ଧମନ୍ତ୍ର ଜପ କରିଲେ ସ୍ୱତନ୍ତ୍ର ଫାଇଦା ମିଳିଥାଏ । ମହାଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ପ୍ରଦାନ ପୂର୍ବକ ଉପରୋକ୍ତ ମନ୍ତ୍ର ଜପ କରିଲେ ମଧ୍ୟ ସୁଫଳ ମିଳିଥାଏ ।

ଆର୍ଥିକ ସଂପନ୍ନତା ନିମିତ୍ତ                          

  1. ଯେକୌଣସି ବ୍ୟକ୍ତିର ଆର୍ଥିକ ସଂପନ୍ନତା ନିମିତ୍ତ ନିଷ୍ଠା ଓ ଭକ୍ତି ସହ ନିମ୍ନ ଯନ୍ତ୍ର ଦୁର୍ଗା ନବରାତ୍ର କିମ୍ବା ଦୀପାବଳୀ ଦିନ ଆରମ୍ଭ କରିବ, ଯାହାକୁ ନିୟମରେ ପ୍ରୟୋଗକଲେ ନିଶ୍ଚିତ ଆର୍ଥିକ ସଂପନ୍ନତା ହେବ । ବିଧି ହେଲା ରୁପା ପାତ୍ରରେ କୌଣସି ସୁନାରି ଦ୍ଵାରା ଶୁଭ ବେଳାରେ ଉକ୍ତ ଯନ୍ତ୍ର ନିର୍ମାଣ କରାଇବ । ଯଦି ପାର ନିଜେ ମଧ୍ୟ । ପୂଜାସ୍ଥାନରେ ଏକ ଆସନରେ ବସି ତିଆରି କରିପାରିବ ।
  2. ଯନ୍ତ୍ର ମଝିରେ ଥିବା କୋଷ୍ଠରୁ ପ୍ରଥମେ ଛୋଟ ସଂଖ୍ୟାକୁ ଆଉ ଏହି ଶେଷରେ ବଡ଼ ସଂଖ୍ୟା ଲେଖି ପୂର୍ଣ୍ଣ କରିବ । ଯଦି ରୂପାରେ ତିଆରି ସମ୍ଭବ ନ ହୁଏ ତେବେ ଭୂର୍ଜପତ୍ର କିମ୍ବା ହଳଦିଆ କାଗଜ ଉପରେ ଅଷ୍ଟଗନ୍ଧ କାଳି ଦ୍ଵାରା ଡାଳିମ୍ବ କାଠି ସାହାଯ୍ୟରେ ଯନ୍ତ୍ର ଲେଖିବ ।

ଯନ୍ତ୍ର

ବିଧି

ନବଗ୍ରହ କିମ୍ବା ଦିପାବଳୀରେ ଯନ୍ତ୍ର ପ୍ରସ୍ତୁତ ହୋଇଯିବା ପରେ ଯଦି ରୂପାରେ ଯନ୍ତ୍ର ହୋଇଥିବ ତେବେ ତାକୁ ଗଙ୍ଗାଜଳ ଓ କ୍ଷୀରରେ ସ୍ନାନ କରାଇ ପୂଜା ସ୍ଥାନରେ ରଖିବ । ସିନ୍ଦୂର, ଚନ୍ଦନ, ତିଳକ ଦେବ । ଯନ୍ତ୍ର ଉପରେ ଶୁଦ୍ଧ ଘିଅ ଦୀପ ଜାଳି ମା ଲକ୍ଷ୍ମୀଙ୍କୁ ଆଶୀର୍ବାଦ ଓ ସଂପନ୍ନତା ଦେବା ପାଇଁ ନିବେଦନ କରିସାରି ନିମ୍ନ ମନ୍ତ୍ରକୁ ପଦ୍ମବୀଜ ମାଳାରେ ୧୧ମାଳା ଜପ କରିବ |

ମନ୍ତ୍ର ଜପ

                                   ପ୍ରଥମେ ଶୈଳ ପୁତ୍ରିଚ ଦ୍ବିତୀୟଂ ବ୍ରହ୍ମଚାରିଣୀ 
                                   ତୃତୀୟଂ ଚନ୍ଦ୍ର ଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ॥
                                   ପ୍ଞ୍ଚମ ସ୍କନ୍ଧ ମା ତେତି ଷଷ୍ଠ  କାତ୍ୟାୟନୀ ତି  ଚ । 
                                    ସପ୍ତମଂ କାଳରାତ୍ରେ ତି ମହାଗୌରୀତି ଚାଷ୍ଟମମ୍ ॥ 
                                    ନବମ ସିଦ୍ଧି ଦାତ୍ରିଚ ନବଦୁର୍ଗା ପ୍ରକୀର୍ତ୍ତିତାଃ ॥ 
                                    ସର୍ବମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ । 
                                      ଶରଣଂ ତ୍ରମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ।

  1. ପ୍ରଣାମ କରି ପୂଜା ସ୍ଥାନରୁ ଉଠିବ । ନବରାତ୍ରିରେ ନିୟମିତ ରୂପେ ୯ ଦିନ ଜପ କରିବ । 
  2. ଯଦି ଦୀପାବଳୀ ଦିନ ମନ୍ତ୍ର ଜପ କରିବ ୨୧ଦିନ ପର୍ଯ୍ୟନ୍ତ ଜପ କରିବ । 
  3. ଜପ ଶେଷ ଦିନ ଯନ୍ତ୍ରକୁ ରୁପା କବଚରେ ପୁରାଇ ଧାରଣ କରିବ । ଅଥବା ଘରେ ପୂଜା ସ୍ଥାନରେ ରଖିବ । ପୂଜା ଶେଷ ଦିନ ଠାରୁ ୨ ମାସ ମଧ୍ୟରେ ଚମତ୍କାର ଫଳ ପାଇପାରିବ । 

Post a Comment

0 Comments