ଦିପାବଳୀରେ ଦୁର୍ଲଭ ବସ୍ତୁ ମୋତିଶଙ୍ଖ ଦ୍ଵାରା କିଛି ଉପାୟ
ଦିପାବଳୀରେ ଦୁର୍ଲଭ ବସ୍ତୁ ମୋତିଶଙ୍ଖ ଦ୍ୱାରା କିଛି ଉପାୟ
ଏହି ଶଙ୍ଖ ମଧ୍ୟ ଦୁର୍ଲଭ ଅଟେ । ଏହା ଶଙ୍ଖ ପରି ଦେଖାଯାଉଥିଲେ ମଧ୍ୟ ଶଙ୍ଖ ପରି ଲମ୍ବ ନହୋଇ ଗୋଲ ହୋଇଥାଏ ଓ ଛୋଟ ହୋଇଥାଏ । ଦେଖିବାକୁ ମୁକ୍ତା ପରି ଚମକପ୍ରଦ ହୋଇଥାଏ ।
୧. ନିଜର ଆର୍ଥିକ ସ୍ଥିରତା ନିମିତ୍ତ
- ନିଜର ଆର୍ଥିକ ସ୍ଥିରତା ନିମିତ୍ତ କୌଣସି ଶୁକ୍ଳପକ୍ଷର ପ୍ରଥମ ଶୁକ୍ରବାରରେ ଏହି ଉପାୟ କର । ଶୁକ୍ରବାର ଦିନ ମୋତିଶଙ୍ଖରେ ଖଣ୍ଡିଏ ଚା (ରୁପା ଖଣ୍ଡ) ଅଖଣ୍ଡିତ ଅରୁଆ ଚାଉଳ ଭରିଦେବ । ଲାଲ କପଡ଼ା ଉପରେ ଶଙ୍ଖକୁ ସ୍ଥାପନ କରି କୁଙ୍କୁମ ଓ କେଶର ଘୋରି ତିଳକ ଲଗାଇବ ।
- ପଦ୍ମବୀଜ ମାଳା (୧୦୮ ଦାନା)ରେ ‘ଶ୍ରୀ ଲକ୍ଷ୍ମୀ ଦେହି ମେ’ ଯଥାଶକ୍ତି ଜପ କରିବ । ଏହି ପ୍ରକାର ଲଗାତର ୫ ଶୁକ୍ରବାର ପାଳନ କରିବ ।
- ଶେଷ ଶୁକ୍ରବାର ଦିନ କୌଣସି କୁମାରୀ କନ୍ୟାକୁ ଭୋଜନ କରନ୍ତି ଦକ୍ଷିଣା ଦେବ । ଶଙ୍ଖକୁ ସେହି ଲାଲ କପଡ଼ାରେ ବାନ୍ଧି ଧନ ରଖିବା ସ୍ଥାନରେ ସ୍ଥାପିତ କରିବ ।
୨. ଜାତକରେ ଚନ୍ଦ୍ର ଅଶୁଭ ଥିଲେ
- ତୁମେ ଏହି ଉପାୟ ଶୁକ୍ଳପକ୍ଷର ୧ମ ରବିବାର ଠାରୁ ଆରମ୍ଭ କରିବ। ମୋତିଶଙ୍ଖରେ ରୁପାଖଣ୍ଡ ରଖି ଜଳ ପୂର୍ଣ୍ଣ କରିଦେବ । ପରଦିନ ଅର୍ଥାତ୍ ସୋମବାର ଦିନ ସକାଳୁ ଉଠି ଏହି ଜଳକୁ ପିଇବ ।
- ଏହି ଉପାୟ ଦ୍ବାରା ଚନ୍ଦ୍ରଦେବଙ୍କ ଅନୁକମ୍ପ ପାଇବା ସହିତ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।
- ଯାହାଙ୍କ ଜାତକରେ ଚନ୍ଦ୍ର ଅଶୁଭ ଥାନ୍ତି ସେମାନେ ଏହି ଉପାୟ କଲେ ଲାଭ ପାଇ ପାରିବେ।
୩. କେହି ଅସୁସ୍ଥ ଥାନ୍ତି
- ଯଦି ତୁମେ ଶିବ ଉପାସନା କରୁଥାଅ, ଅଥବା କେହି ଅସୁସ୍ଥ ଥାନ୍ତି, ସୋମବାର ଦିନ କ୍ଷୀରରେ ଜଳ ମିଶାଇ ମୋତିଶଙ୍ଖ ସାହାଯ୍ୟରେ ଶିବଲିଙ୍ଗ ଉପରେ ଜଳାଧାର ଦେଲେ ଶିବଙ୍କର ଅନୁକମ୍ପା ପ୍ରାପ୍ତ ହୋଇଥାଏ ।
୪. ମାତୃକୃପା ଶୀଘ୍ର ପ୍ରାପ୍ତ ପାଇଁ
- ମା’ ଲକ୍ଷ୍ମୀଙ୍କର ଉପାସନାରେ ଯଦି ମୋତିଶଙ୍ଖ ଦ୍ଵାରା ଜଳ ଭରି ଲକ୍ଷ୍ମୀକୁ ସ୍ନାନ କରାଯାଏ, ମାତୃକୃପା ଶୀଘ୍ର ପ୍ରାପ୍ତ ହୁଏ ।
- ଦୀପାବଳୀ ରାତ୍ରିରେ ମୋତିଶଙ୍ଖରେ ରୂପାଖଣ୍ଡ ଓ ଧନକାରକ କଉଡ଼ି ସହ ଗୋମଟା ଚକ୍ର ରଖି ଉପଯୁକ୍ତ ବିଧିବିଧାନରେ ପୂଜା କରିବ । ତା'ପରେ ଲାଲ ରେଶମୀ ବସ୍ତ୍ରରେ ପୁଟୁଳି ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିବ ।
- ଯେତେଦିନ ପର୍ଯ୍ୟନ୍ତ ଏହି ଶଙ୍ଖ ତୁମ ଘରେ ଥିବ, ସେତେଦିନ ପର୍ଯ୍ୟନ୍ତ ମା' ଲକ୍ଷ୍ମୀଙ୍କର କୃପା ତୁମ ଉପରେ ଥିବ।
୫. ମନଃସ୍କାମନା ପୂରଣ
- ମୋତିଶଙ୍ଖକୁ ଯଦି ଆପଣ ଧନତେରସ ଦିନ ଏହାକୁ ନିଜ ପୂଜାଘରେ ସ୍ଥାପିତ କରିଦେବେ ତେହେଲେ ଆପଣଙ୍କର ସମସ୍ତ ମନଃସ୍କାମନା ପୂରଣ ହୋଇଥାଏ ।
0 Comments
Do you have any doubts or suggestions? Ask them here in the comments!