ଦୀପାବଳୀ ପର୍ବରେ ଉପାୟ
ଦୀପାବଳୀ ପର୍ବରେ ଉପାୟ
ହିନ୍ଦୁମାନଙ୍କର ପବିତ୍ର ପର୍ବ ଦୀପାବଳୀ ଦିନ ଏପରି କେତେକ ସରଳ ଉପାୟ କରାଯାଇପାରେ, ଯାହାକୁ ପ୍ରୟୋଗକରି ତୁମେ ନିଜର ଆର୍ଥିକ ବିପନ୍ନତା ଦୂର କରିପାରିବା ସହ ସୁଖସମୃଦ୍ଧି କରାଇ ପାରିବ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଶାସ୍ତ୍ରୋକ୍ତ ବାକ୍ୟ ହେଉଛି । ଉଦ୍ଯୋଗୀନାଂ ପୁରୁଷ ସିଂହ ସୁପେତ ଲକ୍ଷ୍ମୀ – ଏହି ନିୟମକୁ ଆଧାରକରି କୁହାଯାଇପାରେ, ଯେଉଁ ବ୍ୟକ୍ତି କର୍ତ୍ତବ୍ୟନିଷ୍ଠ, ଉଦ୍ୟୋଗୀ ଓ ମିତବ୍ୟୟୀ ହୋଇ ନିଜ ପ୍ରଚେଷ୍ଟାରେ ଆୟବୃଦ୍ଧି ପାଇଁ ସତତ ପ୍ରଯତ୍ନ କରୁଥିବ, ତା’ ପାଇଁ ନିମ୍ନ ଉପାୟଗୁଡ଼ିକ ମଧ୍ୟରୁ କୌଣସି ଉପାୟ ଉପଯୋଗୀ ହୋଇପାରେ l
କିନ୍ତୁ କର୍ମକୁଣ୍ଠ, କ୍ରୋଧୀ, ମଦ୍ୟପ, ଉଦ୍ୟୋଗବିହୀନ ବ୍ୟକ୍ତି ପାଇଁ ଉକ୍ତ ପ୍ରତିକାର କୌଣସି କାର୍ଯ୍ୟରେ ଆସିବ ନାହିଁ ।
- ୧. ଦୀପାବଳୀ ଦିନ ରାତିରେ ମା’ ଲକ୍ଷ୍ମୀଙ୍କର ପୂଜା ସହ ତୁମେ ଗୋଟିଏ ନୂଆ ରୁପାଡ଼ିବାରେ ନାଗକେଶର, କଞ୍ଚନ ପତ୍ର ୨ଟି ଓ ୨ ବୁନ୍ଦା ମହୁ ଲକ୍ଷ୍ମୀଙ୍କ ପାଖରେ ରଖି ପଞ୍ଚୋପଚାରୁ ପୂଜା କରିବ, ତା'ପରଦିନ ସ୍ନାନ ପରେ ଉକ୍ତ ରୁପାଡିବାରେ କଞ୍ଚନ ପତ୍ର ଓ ନାଗକେଶର ଏବଂ ମହୁକୁ ରୂପାଡିବାରେ ଭର୍ତ୍ତିକରି ତୁମ ଧନ ରହୁଥିବା ସ୍ଥାନରେ ରଖିଲେ ଧନର ଅମିତ ବ୍ୟୟିତ ଦୂର ହୋଇଥାଏ ।
- ୨. ଦୀପାବଳୀ ଦିନ ପୂଜା ସ୍ଥାନରେ (ଲକ୍ଷ୍ମୀ ପୂଜା) ୨୧ଗୋଟି ହକିକ ପଥର (Agate)କୁ ପୂଜା କରି ତୁମ ଘର ଭିତରେ ପୁଟୁଳି ବାନ୍ଧି ପୋତିଦେଲେ ୧ ବର୍ଷ ପର୍ଯ୍ୟନ୍ତ ତୁମକୁ ନିଜର ପ୍ରଯତ୍ନ ଅନୁଯାୟୀ ଧନ ମିଳିଥାଏ ।
- ୩. ଦୀପାବଳୀ ଦିନ ରାତ୍ରିରେ ଲକ୍ଷ୍ମୀପୂଜା ସହିତ କୁବେର ଯନ୍ତ୍ର ସ୍ଥାପନକରି ଏହି ଯନ୍ତ୍ର ଉପରେ ୧୦୮ ପଦ୍ମବୀଜକୁ ମା’ ଲକ୍ଷ୍ମୀଙ୍କର ବୀଜମନ୍ତ୍ର 'ଶ୍ରୀ' ଜପ କରିସାରି ମା’ଙ୍କୁ ଅର୍ପଣ କରିବ । ପରଦିନ ଯନ୍ତ୍ର ସହ ପଦ୍ମବୀଜକୁ ଲାଲ କପଡ଼ାରେ ବାନ୍ଧି ଧନ ରହୁଥିବା ସ୍ଥାନରେ ରଖି ବର୍ଷସାରା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବ ।
- ୪.ଦୀପାବଳୀ ପର୍ବରେ ମା’ ଲକ୍ଷ୍ମୀଙ୍କର ପୁରୁଣା ପଟୋଚିତ୍ର ଉପରେ ତୁମ ପତ୍ନୀଙ୍କ ଦ୍ଵାରା ମା'ଙ୍କ ପାଦତଳେ 'ସୁହାଗ ସାମଗ୍ରୀ' (ସିନ୍ଦୂର,ଲାଲଛୁଡ଼ି ,ବିନ୍ଦି .ଅତର) ପ୍ରଭୁତି ଅର୍ପଣ କରିବ । ପରଦିନ ତୁମର ପତ୍ନୀ ସ୍ନାନସାରି ପୂଜାକରି ଏହି ସାମଗ୍ରୀକୁ ମା’ଙ୍କର ପ୍ରସାଦ ବୋଲି ମାନିନେଇ ନିଜେ ପ୍ରୟୋଗ କରିବ ଏବଂ ଲକ୍ଷ୍ମୀଙ୍କୁ ନିଜ ଘରେ ସ୍ଥାୟୀ ବାସ କରିବାକୁ ନିବେଦନ କରି ପ୍ରଣାମ କରିବ । ଏହାଦ୍ବାରା ସାରା ବର୍ଷ ଆର୍ଥିକ ସଂପନ୍ନତା ରହିଥାଏ ।
- ୫. ଯଦି ତୁମେ ସାରା ବର୍ଷ ଲକ୍ଷ୍ମୀଙ୍କର ଆଶୀର୍ବାଦ ଚାହୁଁଥାଅ ତେବେ ଦୀପାବଳ ରାତ୍ରି ଠିକ୍ ୧୨ଟା ବେଳେ ୧୧ଟି ଘିଅ ଦୀପ ଜାଳିବ । ନିଜ ଘରେ (ଧନ ରହୁଥିବ ଘରେ) ମଧ୍ୟ ଭାଗରେ ଅବିର ଦ୍ଵାରା ଗୋଟିଏ ଚକ୍ର ତିଆରି କରି ତା ମଧ୍ୟଭାଗରେ 'ଶ୍ରୀଂ' ଲେଖିବ ଏବଂ ଏହି ମନ୍ତ୍ର ୧୦୮ ଥର ଜପକରି ସେଠାରେ ୧୧ଟି ଘିଅ ଏ ଦୀପକୁ ଜଳାଇ ମା’ ଲକ୍ଷ୍ମୀଙ୍କୁ ନିଜ ଘରେ ବର୍ଷସାରା ନିବାସ କରିବାକୁ ନିବେଦନ କରି ପୂଜା ଶେଷ କରିବ ।
- 6. ଦୀପାବଳୀ ପୂଜା ସମୟରେ ନୂଆ ଲାଲ କପିଡ଼ାରେ କଳାହଳଦୀ ସହିତ ସିନ୍ଦୂର ଓ କିଛି ଟଙ୍କା (ମୁଦ୍ରା) ରଖି ପୂଜା କରିବ । ପରଦିନ ଏହିସବୁ ଦ୍ରବ୍ୟକୁ ଉକ୍ତ ଲାଲ କପଡ଼ାରେ ପୁଟୁଳି ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିବ । ସାରାବର୍ଷ ଏହି ଉପାୟର ଚମତ୍କାରିତା ଉପଲବଧି କରିବ |
- ୭. ଦୀପାବଳୀ ଦିନ ସଂଧ୍ୟାବେଳେ କୌଣସି ଦେବୀ ମନ୍ଦିରରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୧୨୫ ଗ୍ରାମ ଅବିର ଓ ସେତିକି ଓଜନର ସିନ୍ଦୂର, ୧ ମିଟର ୨୫ ସେ.ମି. ନୂଆ ଲାଲ କପଡ଼ା, ଗୋଟିଏ ନଡ଼ିଆ, ୨୧ଟଙ୍କା ରଖି ମନ୍ଦିରରେ ପୂଜା କରିବ। ପୂଜା ଶେଷରେ ଗୋଟିଏ ସ୍ଥାନରେ ଥିବା ସାମଗ୍ରୀକୁ ମନ୍ଦିରରେ ଅର୍ପଣ କରିବ ଓ ୨ୟ ସ୍ଥାନର ଦ୍ରବ୍ୟକୁ ଘରକୁ ଆଣି ଧନଥିବା ସ୍ଥାନରେ ରଖିଲେ ଆର୍ଥିକ ସଂପନ୍ନତା ହୋଇଥାଏ । (କପଡ଼ାକୁ ବିଛାଇ ଦେଇ ତା’ଉପରେ ସିନ୍ଦୂର, ଅବିରକୁ ଅଧା କରି କପଡ଼ା ଉପରେ ଭିନ୍ନ ଭିନ୍ନ ସ୍ଥାନରେ ଥୋଇବ । ନଡ଼ିଆକୁ ଉଭୟ ଭାଗ ମଝିରେ ଥୋଇ ନଡ଼ିଆ ଉପରେ ଗୋଟିଏ ଟଙ୍କା ଓ ପ୍ରତ୍ୟେକ ସିନ୍ଦୂର ଭାଗ ଉପର ୧୦ ଟଙ୍କା ଲେଖାଏଁ ଭାଗକରି ଥୋଇବ । ଘରକୁ ଆଣି ରଖିଥିବା ସାମଗ୍ରୀକୁ ଦୈନିକ ସ୍ନାନ ୨୧ଦିନ ପର୍ଯ୍ୟନ୍ତ ଧୂପ ଦେଖାଇବ |
- ୮. ଦୀପାବଳୀ ପର୍ବ ଦିନରେ ଅନ୍ୟ ଏକ ସରଳ ଉପାୟ ହେଉଛି— ୫୦୦ ଗ୍ରାମ ଶୁଖିଲା ଖଜୁରି କୋଳି ଲକ୍ଷ୍ମୀଙ୍କ ଆଗରେ ଲାଲ କପଡ଼ା ଉପରେ ରଖି ପୂଜା କରିବ । ତାପରଦିନ ଭକ୍ତ ଖଜୁରି କୌଳିକୁ ଲାଲ କପଡ଼ାରେ ପୁଟୁଳି ବାନ୍ଧି ଧନରହୁଥିବା ସ୍ଥାନରେ ରଖିବ । ଦୈନିକ ୧ଟଙ୍କା ଲେଖାଏଁ ୫୧ ଦିନରେ ୫୧ଟଙ୍କା କୌଣସି ମନ୍ଦିରରେ ଦାନ ଦେବ ଏବଂ ଦୈନିକ ପୁଟୁଳିକୁ ଧୂପ ଦେଖାଇ ନିଜ ସଂପନ୍ନତା ନିମିତ୍ତ ପ୍ରାର୍ଥନା କରିବ ।
- ୯. ନିଜ ପତ୍ନୀ ଦ୍ବାରା ଦୀପାବଳୀ ଦିନ କୌଣସି ଗରିବ ସ୍ତ୍ରୀଲୋକକୁ ସୁହାଗ ସାମଗ୍ରୀ (ଅଳତା, କାଚ, ସିନ୍ଦୂର, ବିନ୍ଦି ଓ ଅତର) ପ୍ରଭୃତି ଦେବାପରେ ଲକ୍ଷ୍ମୀ ପୂଜା କଲେ ଆର୍ଥିକ ସଂପନ୍ନତା ବର୍ଷସାରା ରହିଥାଏ ।
- ୧୦. ଦୀପାବଳୀ ପୂଜା ପୂର୍ବରୁ ଗୋଟିଏ ନଡ଼ିଆ ଓ କ୍ଷୀର ନେଇ ଧନ ରହୁଥିବା ଘରେ ଘୂରିବ (ଯେପରି ଲମ୍ବ ଭାବରେ ଯାତାୟାତ କରିକରି ଶେଷରେ ମୁଖ୍ୟ ଦ୍ବାର ପାଖକୁ ଆସିବ । ଯେଉଁ ସ୍ଥାନରୁ ବାହାରିଥିବ କିମ୍ବା ବୁଲୁଥିବା ସ୍ଥାନକୁ ପୁନଶ୍ଚ ପାଦରେ ମାଡ଼ିବ ନାହିଁ) ମୁଖ୍ୟ ଦ୍ୱାରରେ ପହଞ୍ଚି ଦ୍ବାରବନ୍ଧ ଉପରେ ନଡ଼ିଆକୁ ବାଡ଼େଇ ଦେଇ ଜଳ' ଢାଳିଦେବ ଓ କ୍ଷୀରକୁ ସେହି ନଡିଆ ଜଳ ଉପରେ ଢାଳି ଦେଇ ନମସ୍କାର କରିବା ପରେ ଲକ୍ଷ୍ମୀଙ୍କ ପୂଜା କରିବ । ଏଥିରେ ଆର୍ଥିକ ସଂପନ୍ନତା ବଢ଼େ ।
- ୧୧, ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ବାରମ୍ବାର ରୋଗରେ ପୀଡ଼ିତ ହେଉଥାଏ କିମ୍ବା କହି ତନ୍ତ୍ର-ମନ୍ତ୍ରର ଶିକାର ହୋଇଥାଏ, ତେବେ ଦୀପାବଳୀ ରାତ୍ରିରେ ଲକ୍ଷ୍ମୀପୂଜା କରିବା ପୂର୍ବରୁ ଅଟାରେ ଗୋଟିଏ ଚଉମୁଖୀ ଦୀପ ପ୍ରସ୍ତୁତ କରି ତାଭିତରେ କର୍ପୂର ପୂର୍ଣ୍ଣ କରିଦେବ । ୧୨୫ ଗ୍ରାମ ଫିଟିକିରି ସହ ଉକ୍ତ ଦୀପକୁ ଧରି ରୋଗୀ ଉପରେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ୨୧ଥର ବୁଲାଇ ଆଣି ତୁଳସୀ ଚଉଁରା ପାଖକୁ ଯାଇ ଦୀପରେ ଥିବା କର୍ପୂରକୁ ଜଳାଇବ ଓ ଫିଟିକିରିକୁ ଦକ୍ଷିଣ ଦିଗକୁ ଫିଙ୍ଗିଦେବ ଓ ପଛକୁ ନଚାହିଁ ଫେରିଆସିବ । ହାତ-ଗୋଡ଼ ଧୋଇ ଘରକୁ ଆସିବ, ତା’ପର ଦିନ କୌଣସି ଝାଡୁଦାରକୁ ୧୧ଟଙ୍କା ଦାନ କରିବ । ଯଦି ସମ୍ଭବ ହୁଏ ପୀଡ଼ିତ ବ୍ୟକ୍ତିର ପୁରୁଣା ଲୁଗା ମଧ୍ୟ ଦାନ ଦେବ ।
- ୧୨. ବର୍ତ୍ତମାନ ମୁଁ ଏପରି ଏକ ସୁଲଭ ଧନିକାରକ ଉପାୟ ବିଷୟ କହିବି ଯଦ୍ଦ୍ବାରା ଦୀପାବଳୀଠାରୁ ପରବର୍ଷ ଦୀପାବଳୀ ପର୍ଯ୍ୟନ୍ତ ତୁମେ ମା' ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ କରିପାରିବ । ଉପାୟ ହେଉଛି – ଦୀପାବଳୀ ଦିନ ରାତ୍ରିରେ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଯେଉଁ ଚାଉଳ କିମ୍ବା ଧାନ ଯାହା ଲକ୍ଷ୍ମୀଙ୍କ ପାଦତଳେ ଅର୍ପଣ ହୋଇଥିବ ସେଥିରୁ ୧୧ଟି ଆଣି ତା ସହିତ ୧୧ ଗୋଟି ଅଭିମନ୍ତ୍ରିତ ଧନକାରକ କଉଡ଼ିକୁ ମିଶାଇ ଲାଲ କପଡ଼ାରେ ପୁଟୁଳି ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଲେ, ଆୟ ବୃଦ୍ଧି ସହ ଭାଗ୍ୟବୃଦ୍ଧି ହୋଇଥାଏ ।
- ୧୩. ଯେଉଁମାନେ ବେରୋଜଗାରୀ (ଚାକିରି କିମ୍ବା ବ୍ୟବସାୟ ଅଥବା ଅନ୍ୟ କୌଣସି ପନ୍ଥା କରିବାକୁ ଚାହୁଁଥିବେ) ସେମାନେ ଦୀପାବଳୀ ଦିନ ରାତ୍ରିରେ ତାଙ୍କ ଘରର ପ୍ରତ୍ୟେକ କୋଠରିକୁ ସ୍ବଚ୍ଛ ଓ ପବିତ୍ର କରି ସେହି କୋଠରିର ମୁଖ୍ୟ ଦ୍ଵାର ପାଖରେ ଗହମ ଦ୍ବାରା ଗୋଲାକାର ମଣ୍ଡଳ କରି ତା ଉପରେ ଏକ ବଡ଼ ମାଟିଦୀପରେ ଘିଅ ବଳିତା ଦେଇ ସାରା ରାତ୍ରି ଜଳାଇବ । ଏହାଦ୍ବାରା ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ତୁମ ଉପରେ ରହିବ ।
- ୧୪. ଯଦି ବ୍ୟାଙ୍କରୁ ଋଣ ଆଣିବାପାଇଁ କିମ୍ବା ଋଣ ଶୁଝିବାକୁ ଉପାୟ ମିଳୁନଥାଏ ତେବେ ଦୀପାବଳୀର ୨ ଦିନ ପୂର୍ବରୁ ସଂଧ୍ୟା କାଳରେ ଅଖଣ୍ଡ ଦୀପଜଳାଇ ‘‘ଶ୍ରୀଗଣେଶ’’ ସ୍ତୋତ୍ର ପାଠ କରିବ । ପାଠ ଶେଷରେ ଗାଈକୁ କୌଣସି ସବୁ ପରିବା କିମ୍ବା ଘାସ ଖୋଇବ । ଏହି ଉପାୟ ଲଗାତର ଦୀପାବଳୀ ରାତ୍ରିକୁ ମିଶାଇ ୩ ରାତ୍ରି ପାଳନ କରିବ ।
0 Comments
Do you have any doubts or suggestions? Ask them here in the comments!