ଚନ୍ଦ୍ରଘଣ୍ଟା ଶକ୍ତିର ପୂଜା ଓ ସାଧନା ଦ୍ୱାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ
ମାଆ ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ହେଉଛି ଚନ୍ଦ୍ରଘଣ୍ଟା। ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ଏହି ମୁଦ୍ରା ହେଉଛି ଯୁଦ୍ଧାଭିମୁଖୀ ମୁଦ୍ରା । ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି।
କିମ୍ବଦନ୍ତୀ
- ଅସୁର ବିନାଶ ପାଇଁ ମାଆ ଦୁର୍ଗାଙ୍କ ତୃତୀୟ ରୂପ ଭାବେ ଦେବୀ ଚନ୍ଦ୍ରଘଣ୍ଟା ପ୍ରକଟ ହୋଇଥିଲେ । ଦେବୀ ଚନ୍ଦ୍ରଘଣ୍ଟା ରାକ୍ଷସ ସଂହାର କରି ଦେବତାଙ୍କୁ ତାଙ୍କର ଭାଗ ପ୍ରଦାନ କରିଥିଲେ । ଦେବୀ ସମ୍ପୂର୍ଣ୍ଣ ଜଗତର ଦୁଃଖ ନାଶ କରିଥାଆନ୍ତି ।
- ରାବଣର ନିଧନ ଲାଗି ବ୍ରହ୍ମାଙ୍କ ପ୍ରରୋଚନାରେ ସେ ରାମଙ୍କୁ ଯ଼ୁଦ୍ଧ କ୍ଷେତ୍ରରେ ସାହାଯ୍ୟ କରିଥିଲେ ।
- ଦେବୀ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି, ସେଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ | ମାଙ୍କ ଭୟାନକ ଧ୍ୱନିରେ ଅତ୍ୟାଚାରୀ ଦାନବ, ଦୈତ୍ୟ ଆଦି ସମସ୍ତେ ଭୟ କରିଥାନ୍ତି। ଯୁଦ୍ଧ ସମୟରେ ଦେବୀ ଚନ୍ଦ୍ରଘଣ୍ଟା ଘଣ୍ଟ ଧ୍ୱନିରେ ହିଁ ଅସୁରଙ୍କର ବିନାଶ କରିଥିଲେ।
ମନ୍ତ୍ର
ଦୁର୍ଗା ଚାଳିସା ପାଠ କରି ମା'ଙ୍କ ଆରତୀ କଲେ ଶୁଭ ଫଳ ମିଳେ।
1. ଓଁ ଚଂ ଚଂ ଚଂ ଚନ୍ଦ୍ରଘଣ୍ଟା ୟୈଃ ଦ୍ରୀ ନମଃ।
2. ପିଣ୍ଡଜ ପ୍ରବରାରୁଢ଼ା ଚଣ୍ଡକୋପାସତ୍ରକୈୟୁର୍ତା,
ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶୃତା |
3. ଯା ଦେବୀ ସର୍ବଭୂତେଷୁ ମା' ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ।।
ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ
- ମା ଚନ୍ଦ୍ରଘଣ୍ଟାଙ୍କୁ ଧଳା,ହାଲୁକା ମାଟିଆ ରଙ୍ଗ, ହଳଦିଆ ରଙ୍ଗ,ବାଦାମୀ ରଙ୍ଗ ବହୁତ ପ୍ରିୟ ଅଟେ ।
- ଏହି ଦିନରେ ଆପଣ ଧଳା, ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।
- ନବରାତ୍ରୀର ତୃତୀୟ ଦିନରେ ମା ଧଳା ପୋଷାକ ପିନ୍ଧିବା ଉଚିତ୍ |
- ସେଥିପାଇଁ ମାତା ଚନ୍ଦ୍ରଘଣ୍ଟାଙ୍କର ପୂଜା କରିବା ସମୟରେ ନାଲି,ହାଲୁକା ମାଟିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
- ଏହି ଦିନ ଭକ୍ତମାନେ ବାଦାମୀ ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ ।
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ।
ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
ପୂର୍ବ – ମା’ ଚନ୍ଦ୍ରଘଣ୍ଟା
ଫୁଲ
ମାତାଙ୍କୁ ବିଶେଷ କରି ପଦ୍ମ ଫୁଲ ଅର୍ପଣ କରାଯାଏ ।
ପୂଜା ଏବଂ ଦେବୀଙ୍କ ରୂପ
- ଦେବୀ ଚନ୍ଦ୍ରଘଣ୍ଟା ଭକ୍ତଙ୍କୁ ଅଭୟ ଦେଉଥିବା କଲ୍ୟାଣକାରୀ ଦେବୀ । ତାଙ୍କର ରୂପ ଓ ଗୁଣ ଅନୁସାରେ ତାଙ୍କୁ ପୂଜା କରାଯାଏ ।
- ନବରାତ୍ର ଉପାସନାରେ ତୃତୀୟ ଦିନ ତାଙ୍କର ବିଗ୍ରହର ପୂଜନ ଏବଂମା’ ଦୁର୍ଗାଙ୍କୁ ବାଘ ଉପରେ ବିରାଜମାନ ଚନ୍ଦ୍ରଘଂଟା ରୂପେରେ ପୂଜା, ଆରାଧନା କରାଯାଏ।
- ବୈଦିକ ଏବଂ ସପ୍ତସତୀ ମନ୍ତ୍ରୀ ଦ୍ୱାରା ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ। ଏଥିରେ ଆବାହନ, ଆସନ, ସ୍ନାନ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, ସିନ୍ଦୂର, ହଳଦୀ, ଅକ୍ଷତ, ଗନ୍ଧ,, ପୁଷ୍ପ, ଦୀପ-ଧୂପ, ଫଳ, ପାନ, ଦକ୍ଷିଣା, ଆଳତୀ, ମନ୍ତ୍ର ପୁଷ୍ପାଞ୍ଜଳି ଆଦି ଅର୍ପଣ କରନ୍ତୁ।
- ନାଲି ଫୁଲ, ରକ୍ତ ଚନ୍ଦନ ଏବଂ ନାଲି ଓଢ଼ଣୀକୁ ମା’ଙ୍କୁ ସମର୍ପିତ କରିବା ଉତ୍ତମ ହୋଇଥାଏ ।
- ମା’ଙ୍କୁ ପୂଜା କରିବାବେଳେ ମନ୍ଦିରର ଘଣ୍ଟି ବଜାଇବାକୁ ନିଶ୍ଚିତ ମନେ ରଖନ୍ତୁ।
- ଏହି ରୂପରେ ମା’ଙ୍କ ଦଶଭୂଜା ଏବଂ ତିନୋଟି ଆଖି ରହିଛି । ଦଶଭୂଜାରେ କମଳ, ଧନୁତୀର, କମଣ୍ଡଳୁ, ଖଣ୍ଡା, ତ୍ରିଶୂଳ ଓ ଗଦା ରହିଛି ।
- ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି ।
- ମା’ଙ୍କ ଗଳାରେ ଧଳା ରଙ୍ଗ ଫୁଲମାଳ ଶୋଭା ପାଇଥାଏ ।
- ମା’ଙ୍କ ଶରୀରର ରଙ୍ଗ ସୁନା ଭଳି ଚକ ଚକ କରୁଥାଏ | ରତ୍ନଜଡ଼ିତ ମୁକୁଟ ମଥାରେ ଶୋଭା ପାଉଥାଏ ।
ଭୋଗ
- ମାତା ଚନ୍ଦ୍ରଘଣ୍ଟାଙ୍କୁ କ୍ଷୀର ଏବଂ ସେଥିରୁ ତିଆରି ଖାଦ୍ୟ ଯେପରି ବର୍ଫି, ଶାଗୁଦାନା ଖିରି,ଛେନା ଖିରି ଆଦିର ଭୋଗ ଲଗାଯାଏ। ଏହିଦିନ ଉପବାସ କଲେ ଦୁଃଖରୁ ମୁକ୍ତି ମିଳିଥାଏ।
- ମା’ଙ୍କୁ ଗୌମାତାଙ୍କ କ୍ଷୀର ଅର୍ପଣ କରିବା ଦ୍ୱାରା ଦୁଃଖ ଦୂର ହୋଇଥାଏ।
- ମା’ ଚନ୍ଦ୍ରଘଣ୍ଟାଙ୍କୁ ମହୁ ଅର୍ପଣ କରିବା ଶୁଭ ବୋଲି ବିବେଚନା କରାଯାଏ।
- ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ଘିଅ ଅର୍ପଣ କରାଯାଏ । ଏହା ଦ୍ୱାରା ମାତା ଚନ୍ଦ୍ରଘଣ୍ଟା ଖୁସି ହୁଅନ୍ତି |
ତୃତୀୟ ଦିନ- ପାପରୁ ମୁକ୍ତି
ସାହସ ପ୍ରାପ୍ତି ଏବଂ ଭୟରୁ ମୁକ୍ତି ପାଇବା ପାଇଁ କ’ଣ କରିବା ଉଚିତ୍?
– ମଧ୍ୟରାତ୍ରିରେ ନାଲି ପୋଷାକ ପିନ୍ଧି ମାଆଙ୍କୁ ପୂଜା କରିବା ଉଚିତ୍ ।
– ପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବା ଉତ୍ତମ ହୋଇଥାଏ ।
– ମାଆ ଦୁର୍ଗାଙ୍କ ସାମ୍ନାରେ ଦୀପ ଜାଳି ନିଆଁ ଉପରେ ଧ୍ୟାନ କରିଲେ ମନ ଭଲ ରୁହେ ।
– ନର୍ବାଣ ମନ୍ତ୍ର ଜପ କଲେ ମନ ଶାନ୍ତ ରହିବ ।
- ଦେବୀ ଦୁର୍ଗାଙ୍କ ତୃତୀୟ ଇଶ୍ଵରୀୟ ରୂପ ହେଲେ ଦେବୀ ଚନ୍ଦ୍ରଘଣ୍ଟା ଯିଏ କି ମନୁଷ୍ୟର ଅବଚେତନ ମନ ତଥା ଅପରିବର୍ତ୍ତିତ ଭାବନା,ବିଚାର ଓ ବୋଧଶକ୍ତିର ପ୍ରତୀକ |
- ନ୍ଦ୍ରଘଣ୍ଟାଙ୍କର ପୂଜା କଲେ ଭକ୍ତଙ୍କ ମଧ୍ୟରେ ବୀରତା-ନିର୍ଭୟତା ସହ ସୌମ୍ୟତା ବିନମ୍ରତାର ବିକାଶ ହେବା ସହ ମୁଖ, ନେତ୍ର ତଥା ସମ୍ପୂର୍ଣ୍ଣ କାୟାରେ ଚମକ ବା ପ୍ରକାଶ ବୃଦ୍ଧି ହୁଏ। ଏହାଙ୍କର ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଏବଂ ଶାନ୍ତିଦାୟକ ହୋଇଥାଏ।
- ମା’ଙ୍କୁ ଉପାସନା କରିବା ଦ୍ୱାରା ପାପରୁ ମୁକ୍ତି ଓ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।
- ମା’ଙ୍କ ଏହି ରୂପର ଆରଧାନା କଲେ ଦୀର୍ଘାୟୁ, ଆରୋଗ୍ୟ, ଶାନ୍ତି ଓ ସୁଖ ସମୃଦ୍ଧି,ଯଶ ବୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି ।
- କଣ୍ଠସ୍ୱର ଦିବ୍ୟ ଓ ମଧୁର ହୋଇଥାଏ ।
- ଚନ୍ଦ୍ରଘଣ୍ଟା ଶକ୍ତିର ପୂଜା ଓ ସାଧନା ଦ୍ୱାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ । ଆଜି ଏହି ଦିନର ପୂଜା ମଣିପୁର ଚକ୍ରକୁ ମଜବୁତ କରେ ଏବଂ ଭୟର ନାଶ କରିଥାଏ । ମଣିପୁର ଚକ୍ର ଦୁର୍ବଳ ହେଲେ ବ୍ୟକ୍ତିର ସାହସ ନାହିଁ । ଏହା ବ୍ୟକ୍ତିଙ୍କ ଭିତରେ ଲୋଭ, ଇର୍ଷା, ଘୃଣା ଏବଂ ଲଜ୍ଜାର ଭାବନା ସୃଷ୍ଟି କରିଥାଏ । ସେଥିପାଇଁ ମଣିପୁର ଚକ୍ର ମଜବୁତ ହେବା ଆବଶ୍ୟକ ।

0 Comments
Do you have any doubts or suggestions? Ask them here in the comments!