ବିଦ୍ୟାର୍ଥୀଙ୍କ ପାଇଁ ମା’ ବ୍ରହ୍ମଚାରୀଣିଙ୍କ ପୂଜାର ଅନେକ ମହତ୍ୱ ରହିଛି
ନବଦୁର୍ଗାଙ୍କ ଦ୍ଵିତୀୟ ରୂପ ହେଲେ ବ୍ରହ୍ମଚାରିଣୀ ଯାହାଙ୍କର ଆଦି ଅନ୍ତ ନାହିଁ | ଯିଏ ସର୍ବବ୍ୟାପ୍ତ ଏବଂ ସର୍ବଶ୍ରେଷ୍ଠ | ଦେବୀଙ୍କର ଏହି ରୂପ ଏକ ଅସୀମ,ଅନନ୍ତ ବିଦ୍ୟମାନ ଓ ଗତିମାନ ସତ୍ତାକୁ ଦର୍ଶାଇଥାଏ | ମାଆ ଜଗଦମ୍ବାଙ୍କ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ଦୁର୍ଗାପୂଜାର ଦ୍ୱିତୀୟ ଦିନରେ ଦେବୀଙ୍କ ଏହି ଶାନ୍ତରୂପର ପୂଜାର୍ଚ୍ଚନା କରାଯାଏ । ଶାନ୍ତ, ସଂଯମ, ବୈରାଗ୍ୟ , ସଦାଚାର, ଶିଷ୍ଟାଚାର, ତ୍ୟାଗ, ତପ ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ବ୍ରହ୍ମଚାରିଣୀ ।
କିମ୍ବଦନ୍ତୀ
ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତିଙ୍କ ରୂପରେ ପ୍ରାପ୍ତ କରିବା ପାଇଁ ହଜାର ବର୍ଷ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀ ରହି ଘୋର ତପସ୍ୟା କରିଥିଲେ । ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ତପସ୍ୟା ଏବଂ ବ୍ରହ୍ମଚାରିଣୀର ଅର୍ଥ ହେଉଛି ତପର ଆଚରଣ କରିବା । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଗଲା ।
- ଏ ତପସ୍ୟାରେ ଏକ ହଜାର ବର୍ଷ ସେ ‘ଫଳମୂଳ, ଏକ ଶତବର୍ଷ କାଳ ଶାକାହାରୀ ରୂପେ ସମୟ ବଢ଼ାଇଥିଲେ । କିଛିଦିନ ସଂପୂର୍ଣ୍ଣ କଠିନ ଉପବାସ ବି ଖୋଲା ଆକାଶତଳେ ଖରାରେ, ବର୍ଷାରେ, ଶୀତ ଓ କାକରେ କଟାଇଥିଲେ ।
- ସେତିକି ନୁହେଁ ତିନିହଜାର ବର୍ଷ ଯାଏ କେବଳ ବେଲପତ୍ର ଖାଇ ସ୍ରାଷ୍ଟାଙ୍ଗ ବ୍ରତ ଅବଲମ୍ବନ କରିଥିଲେ ।
- ଏହାପରେ ବେଲପତ୍ର ଭୋଜନ ଛାଡ଼ିଦେଇ ନିର୍ଜଳ ଓ … ନିରାହାର ତପସ୍ୟା କଲେ । ଏଣୁ ଖାଦ୍ୟ ଛାଡ଼ି ଦେବାରୁ ତାଙ୍କୁ ଅନ୍ନପୂର୍ଣ୍ଣା ନାମରେ ଅଭିହିତ କରାଗଲା ।
- ହଜାର ହଜାର ବର୍ଷ ବିନା ଖାଦ୍ୟରେ ତପସ୍ୟା କ ଶୁଖିଶୁଖି କୁଶପରି ହୋଇଗଲେ । ଏହାଦେଖି ତାଙ୍କ ମାତା ମନ ଦୁଃଖରେ ତାଙ୍କୁ ତପସ୍ୟକୁ ବିରତ କରିବାପାଇଁ ଉଚ୍ଚ ସ୍ୱରରେ ‘ଭୂ, ମା’ ଉମା । ଏକ ଭିନ୍ନ ନାମ ଦୁର୍ଗାଙ୍କର ଉତ୍ପତି ହେଲା ।
- ତାଙ୍କର ଏ ତପସ୍ୟାରେ ତିନିଲୋକ : ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ହାହାକାର ପଡ଼ିଗଲା ।
- ଅଧିକ ଦିନ ତପସ୍ୟା କରିବା ଫଳରେ ଶରୀର ଅସୁସ୍ଥ ହୋଇ ପଡିଥିଲା । ଦେବତା, ଋଷି, ସିଦ୍ଧମୁନିଗଣ ଏଥିପାଇଁ ତାଙ୍କ ପୁଷ୍ପାନ୍ନ ବୃଷ୍ଟିକଲେ ଏବଂ ସିଦ୍ଧି ଲାଭପାଇଁ ସହାୟତା କଲେ ।
- ଶେଷର ଭଗବାନ ବ୍ରହ୍ମା ତାଙ୍କୁ କହିଲେ ଏମିତି କଠିନ ତପସ୍ୟା କେହି କରିନଥିଲେ । ବ୍ରହ୍ମଚାରିଣୀଙ୍କ ପରି ଆଜି ପର୍ଯ୍ୟନ୍ତ କେହି ଏତେ ଦିନ ଧରି ତପସ୍ୟା କରିନାହାନ୍ତି । ଏହା କେବଳ ତୁମ୍ଭେ ସମ୍ଭବ କଲ…. । ଏବେ ତପସ୍ୟାରୁ ବିରତ ହୁଅ । ତୁବେ ଶିବଙ୍କୁ ପତିରୂପେ ପାଇଛ ।
ମନ୍ତ୍ର
ଦଧାନା କରପଦ ମାଭ୍ୟାମ କ୍ଷମାଲାକମଣ୍ଡଳୁ ।
ଦେବୀ ପ୍ରସୀଦତୁ ମୟୀ ବ୍ରହ୍ମାଚାରିଣ୍ୟନୁତ୍ତମା ।।"ଯା ଦେବୀ ସର୍ବଭୁତେଷୁ ମା' ବ୍ରହ୍ମଚାରିଣୀ ଋପେଣ ସଂସ୍ଥିତା।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।।"
ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ
- ବ୍ରହ୍ମଚାରିଣୀ ମା’ଙ୍କୁ ସବୁଜ ରଙ୍ଗ,ଧଳା ରଙ୍ଗ,କମଳା ରଙ୍ଗ ବହୁତ ପ୍ରିୟ ଅଟେ । ସେଥିପାଇଁ ଆପଣ ନବରାତ୍ରିର ଦ୍ଵିତୀୟ ଦିନ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
- ମାତାଙ୍କ ପୂଜା ସମୟରେ ଧଳା ପୋଷାକ ପିନ୍ଧିବା ଶୁଭ।
- ନବରାତ୍ରୀର ଦ୍ୱିତୀୟ ଦିନରେ ଭକ୍ତମାନେ ମାତାଙ୍କୁ କମଳା ରଙ୍ଗର ପୋଷାକ ପିନ୍ଧାଇବା ଉଚିତ୍ |
ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ
`ମା’ଙ୍କ ପୂଜା କରିବା ଦ୍ୱାରା ଦିଗ ସହ ସମ୍ବନ୍ଧୀତ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ନବଦୁର୍ଗାଙ୍କର ନଅଟି ରୂପ ସହ ଜଡ଼ିତ ଗ୍ରହ ଓ ଦିଗ। ଏଭଳି ଦିଗ ଅନୁଯାୟୀ ନବରାତ୍ରରେ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଶାନ୍ତି ହୋଇଥାଏ। ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ଧନବୃଦ୍ଧି ମଧ୍ୟ ହୋଇଥାଏ।
- ଯେଉଁମାନଙ୍କ କୁଣ୍ଡଳିର ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଥାଆନ୍ତି, ସେମାନେ ମା’ ବ୍ରହ୍ମଚାରୀଣିଙ୍କ ପୂଜା ଅବଶ୍ୟ କରିବା ଉଚିତ | ମା’ଙ୍କ ଉପାସନା କରିବା ଦ୍ୱାରା ଚନ୍ଦ୍ରଙ୍କ ସ୍ଥିତି ସୁଦୃଢ ହୋଇଥାଏ ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ |
ଦକ୍ଷିଣ – ପଶ୍ଚିମ ଦିଗ – ମା’ବ୍ରହ୍ମଚାରିଣୀ
ଫୁଲ
ଦେବୀ ବ୍ରହ୍ମଚାରିଣୀଙ୍କୁ ସେବତୀ ଫୁଲ ଅର୍ପଣ କରାଯାଏ ।
ପୂଜା ବିଧି
- ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି । ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ।
- ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଉଥାଏ । ସେ କମଳା ରଙ୍ଗର ବସ୍ତ୍ର ତାଙ୍କର ପ୍ରିୟ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି।
- ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ।
- ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।
- ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ହେବା ଯୋଗୁଁ ସବୁବେଳେ ଖରାପ ହେବାର ଭୟ ରହିଥାଏ। ଏମିତି ଲୋକ ବେଳେ ବେଳେ କ୍ରୁର ହୋଇଥାନ୍ତି।
- ତେଣୁ ସ୍ୱାଧିଷ୍ଠାନ ଚକ୍ରକୁ ସଠିକ କରିବା ପାଇଁ ରାତ୍ରରେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ। ଧଳା ଆସନରେ ବସନ୍ତୁ। ଦେବୀଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ।
- ପ୍ରଥମେ ନିଜ ଗୁରୁଙ୍କ ନାମ ସ୍ମରଣ କରି ତା’ ପରେ ଅଜ୍ଞ ଚକ୍ରରେ ଧ୍ୟାନ ଲଗାନ୍ତୁ। ଧ୍ୟାନ କରିବା ପାଇଁ ଗୁରୁ ସ୍ୱାଧିଷ୍ଠାନ ଚକ୍ରକୁ ମଜବୁତ କରିବା ପାଇଁ ପ୍ରାର୍ଥନା କରନ୍ତୁ।
- ମା’ ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଧ୍ୟାନରେ କିଛି ସମୟ ମନକୁ ଶାନ୍ତ କରି ପୂଜା କରନ୍ତୁ।
ଭୋଗ
- ଏହିଦିନ ଆପଣ ଚିନି, ମିଶ୍ରି ଓ ପଞ୍ଚାମୃତକୁ ଭୋଗ ଲାଗି କରାଯାଏ । ଏହାଦ୍ୱାରା ବ୍ୟକ୍ତିର ଆୟୁଷ ବଢ଼ିଥାଏ।
- ଏହି ଦିନ ମା’ଙ୍କୁ ଅଟା ହଲଓ୍ୱା, କଞ୍ଚା କଦଳୀରେ ତିଆରି ବର୍ଫି ଭଳି ଚିନି ତିଆରି ଭୋଗ ପୂଜା କରାଯାଏ।
ଦ୍ୱିତୀୟ ଦିନ- ସମସ୍ୟାର ସମାଧାନ ଏବଂ ସଫଳତା ପ୍ରାପ୍ତି
ମାଆଙ୍କ କଥା ଅନୁସାରେ ଜୀବନରେ କଠିନ ସଂଘର୍ଷ କରିବା ସମୟରେ ମଧ୍ୟ ମନ ବିଚଳିତ ହେବା ଅନୁଚିତ୍। ଜୀବନର କଠିନ ସମୟରେ ମାଆ ନିଜ ଭକ୍ତଙ୍କୁ ଆଶୀର୍ବାଦ କରନ୍ତି। ମାଆଙ୍କୁ ତ୍ୟାଗ ଓ ତପସ୍ୟାର ଦେବୀ ବୋଲି କୁହାଯାଏ। କାରଣ ଭଗବାନ ଶିବଙ୍କୁ ନପାଇବା ଯାଏଁ ମାଆ ତପସ୍ୟା କରୁଥିଲେ। ସେହିଭଳି ମଣିଷମାନଙ୍କୁ ମଧ୍ୟ ନିଜ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବା ଜରୁରୀ।
- ‘ମା’ଙ୍କର ଏହି ପୂଜାକଲେ ଘରେ ଶୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କୁହାଯାଏ ଆଜି ମାଙ୍କୁ ପୂଜା କଲେ ପ୍ରଶର୍ତନା କରୁଥିବା ବ୍ୟକ୍ତିର ସବୁ ଦୁଃଖ କଷ୍ଟ ଲାଘବ ହୋଇଥାଏ ।
- ମା’ଙ୍କ ଏହି ରୂପ ଭକ୍ତଙ୍କୁ ଅନନ୍ତ କୋଟି ଫଳ ପ୍ରଦାନ କରିଥାଏ |
- ମା’ଙ୍କ ଉପାସନାରୁ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଏବଂ ସଂଯମ ଭାବନା ଜାଗୃତ ହୋଇଥାଏ |
- ବିଦ୍ୟାର୍ଥୀଙ୍କ ପାଇଁ ମା’ ବ୍ରହ୍ମଚାରୀଣିଙ୍କ ପୂଜାର ଅନେକ ମହତ୍ୱ ରହିଛି |
- ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ।
- ମା’ଙ୍କ ପୂଜା ଫଳରେ ଜଟିଳରୁ ଜଟିଳ ସମସ୍ୟାର ସମାଧାନ ହୋଇଥାଏ |
- ମା’ଙ୍କ ଏହି ସ୍ୱରୂପର ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ସେହିପରି ଶାରଦୀୟ ନବରାତ୍ରୀ ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ହୋଇଥାଏ। ଏହାର ଅର୍ଥ ମା' ଦୁର୍ଗା ଯଦି ମମତାର ସୃଜନ ହୋଇଥାନ୍ତି ସେ ବିକଟାଳ ରୂପ ଧରି ଦୁଷ୍ଟଙ୍କର ସଂହାର ମଧ୍ୟ କରିପାରନ୍ତି।
- ମା’ ବ୍ରହ୍ମଚାରିଣୀଙ୍କ ପୂଜା କଲେ ସାଧକ ଦୂରାରୋଗ ବ୍ୟାଧାମୁକ୍ତ ହେବା ସହ ଆଜୀବନ ସୁସ୍ଥ ଜୀବନ ଯାପନ କରିଥାଏ ।

0 Comments
Do you have any doubts or suggestions? Ask them here in the comments!