ଭ୍ରାମରୀ ପ୍ରାଣାୟମ କରୋନା ସଂକ୍ରମଣ ରୋକିବାରେ ଅମୋଘ ଅସ୍ତ୍ର

ଭ୍ରାମରୀ ପ୍ରାଣାୟମ କରୋନା ସଂକ୍ରମଣ ରୋକିବାରେ ଅମୋଘ ଅସ୍ତ୍ର

କରୋନା ସହ ଲଢ଼ିବା ଲାଗି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ଆବଶ୍ୟକ ବୋଲି ଚିକିତ୍ସା ବିଶାରଦମାନେ ଏକମତ। ଏହି ପରିପ୍ରେକ୍ଷୀରେ ଫଳରସ ପିଇବା ସବୁଠାରୁ ଲାଭଦାୟକ। କାରଣ ଏହା ସହଜରେ ହଜମ ହୋଇ ରକ୍ତରେ ସାମିଲ ହୋଇଯିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ। ଯାହା କରୋନା ସହ ମୁକାବିଲା ଲାଗି ଆମକୁ ମଜଭୁତ୍ କରିପାରିବ।

ଏସବୁ ଖାଦ୍ୟ ଖାଇବା ସହ ଭ୍ରାମରୀ  ପ୍ରାଣାୟମ କରିବାକୁ ହେବ । ଭ୍ରାମରୀ ପ୍ରାଣାୟମ କରୋନା ସଂକ୍ରମଣ ରୋକିବାରେ ଅମୋଘ ଅସ୍ତ୍ର ବୋଲି ଜାଣିବାକୁ ମିଳିଛି। ଭ୍ରାମରୀ ପ୍ରାଣାୟାମ ଦ୍ଵାରା ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍ କୃତ୍ରିମ ଉପାୟରେ ସୃଷ୍ଟି ହୁଏ। ଯାହା କରୋନା ସଂକ୍ରମଣ ଯୋଗୁଁ ଫୁସ୍‌ଫୁସ୍ ଏବଂ ହୃତପିଣ୍ଡକୁ ରକ୍ତ ଯୋଗାଉଥିବା ଧମନୀରେ ବାଧା ବା ଗଣ୍ଠି ଦୂର କରିବାରେ ସହାୟକ ହୋଇଥାଏ । ଏହା ଆମ ଜୀବନ ରକ୍ଷା ଲାଗି ନିହାତି ଜରୁରି।

ଫଳ ଓ ପନିପରିବା ରସ ଆଣ୍ଟିବଡି ତଥା ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇପାରିବ। । ଶରୀର ପାଇଁ ହିତକାରୀ କେତେକ ମିଶ୍ରିତ ଫଳ ଓ ପନିପରିବା ରସ।

୧- ମୋଟୋ-ପୋଦିନା ପତ୍ର ରସ

ଏହି ରସ ହଜମ ଶକ୍ତି ବଢ଼ାଇଥାଏ। ୪ଟି ଟମାଟୋ ସହ ୫/୬ଟି ପୋଦିନା ପତ୍ର ମିଶାଇ ରସ କରନ୍ତୁ। ଏଥିରେ ସାମାନ୍ୟ ଲୁଣ, କାଗେଜି ଲେମ୍ବୁ ରସ ତଥା ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ ।


୨- ମୂଳା-ବିଟ୍‌-ଅଁଳା-ଅଦା ରସ

  1. ଶରୀରକୁ ଡି-ଟକ୍ସିଫିସେନ (ବିଷାକ୍ତ ପଦାର୍ଥ ମୁକ୍ତ) କରିବାରେ ମୂଳା ଏବଂ ବିଟ୍ ସହାୟକ ହୋଇଥାଏ। ଅଁଳାରେ ରହିଛି ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି । ଏହା ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। 
  2. ଦୁଇଟି ମୂଳା, ଗୋଟିଏ ଗାଜର ଏବଂ ଗୋଟିଏ ଅଁଳାକୁ କାଟି ରଖନ୍ତୁ। ସେଥିରେ ଛୋଟ ଖଣ୍ଡେ ଅଦା ମିଶାନ୍ତୁ। ଏହି ମିଶ୍ରଣକୁ ଗ୍ରାଇଣ୍ଡିଂ କରିଦେଇ ଏଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଅନ୍ତୁ । 

୩- ସପୁରୀ-ମୌସମୀ -ନାସପାତି ରସ

  1. ଏହି ରସ ଶରୀରକୁ ଭିଟାମିନ ସି ଏବଂ କ୍ୟାଲସିୟମ୍ ଯୋଗାଇପାରିବ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତଥା ହଜମ ଶକ୍ତି ବଢ଼ାଇବାରେ ସହାୟକ ହେବ। ୨୫୦ ଗ୍ରାମର ସପୁରୀ, ଦୁଇଟି ମୌସମୀ (ସୁଇଟ୍ ଲାଇମ୍) ଏବଂ ଗୋଟିଏ ନାସ୍ପାତି କାଟି ମିଶାଇ ରସ କରି ନିଅନ୍ତୁ । ଏଥିରେ ସାମାନ୍ୟ ଲୁଣ ମିଶାଇ ପିଅନ୍ତୁ।
  2. ସବୁଦିନ ଆପେଲର ଜୁସ ପିଇବା ଦ୍ବାରା ଲିଭର ଠିକ ହୋଇଥାଏ ।

୪- ହଳଦୀ-ଅଦା-ଲେମ୍ବୁ-କମଳା ରସ

  1. ଏସବୁ ଭାଇରସ୍ ଓ ବ୍ୟାକ୍ଟେରିଆର ଶତ୍ରୁ । ଏଣୁ ଗୋଟିଏ କମଳାରେ କିଛି ଲେମ୍ବୁ ରସ ମିଶଇବା ସହ ଏଥିରେ ଅଦା ରସ ଓ ଚିମୁଟାଏ ହଳଦୀ ମିଶାଇ ପିଅନ୍ତୁ। କରୋନା ମୁକାବିଲାରେ ଏହି ରସ ବହୁତ ସାହାଯ୍ୟ କରିବ ।
  2. ଯଦି ଆପଣଙ୍କର ଲିଭର ଖରାପ ଅଛି ତେବେ ଆପଣ ସବୁଦିନ ସକାଳେ ଏବଂ ସନ୍ଧ୍ୟାରେ ଗୋଟିଏ ଗ୍ଳାସ କ୍ଷୀରରେ ଗୋଟିଏ ଚାମଚ ହଳଦୀ ପକାଇ ପିଇବା ଉଚିତ ।

୫-ପିଆଜ-ତରଳ ପଦାର୍ଥ-ସବୁଜ ପନିପରିବା

  1. ଲିଭର ଖରାପ ହେଲେ ପିଆଜ ଖାଇବା ଉଚିତ ।
  2. ଲିଭର ଠିକ କରିବା ପାଇଁ ବ୍ୟକ୍ତିକୁ ତରଳ ପଦାର୍ଥ ପିଇବା ଉଚିତ ।
  3. ଲିଭରକୁ ଜଲ୍ଭି ଠିକ କରିବା ପାଇଁ ସବୁଜ ପନିପରିବା ସେବନ କରିବା ଉଚିତ ।

Post a Comment

0 Comments