ଅମ୍ଳଜାନ ପାଇବା ପାଇଁ ଘରେ ଲଗାନ୍ତୁ ଏହି ଉପକାରୀ ଗଛ

 ଅମ୍ଳଜାନ ପାଇବା ପାଇଁ ଘରେ ଲଗାନ୍ତୁ ଏହି ଉପକାରୀ ଗଛ


ସହରାଞ୍ଚଳ ଲୋକମାନେ ଇନଡୋର୍ ପ୍ଲାଣ୍ଟ ରଖି ଘରକୁ ସଜାଇଛନ୍ତି । ଏଗୁଡ଼ିକ କମ୍ ସୂର୍ଯ୍ୟକିରଣ ଏବଂ ବିନା ଯତ୍ନରେ ବଢ଼ିପାରୁଥିବାରୁ ଅଧିକ ଲୋକପ୍ରିୟ ହୋଇଛି । ତେବେ କେତୋଟି ଇନଡୋର୍ ପ୍ଲାଣ୍ଟ ଅଛି ଯାହାଉଭୟ ମାଟି ଏବଂ ପାଣିରେ ବଢିପାରିଥାଏ ।

କରୋନା ସଂକ୍ରମଣ ପ୍ରତିରୋଧ କରିବା ପାଇଁ ନିଶ୍ବାସ ପ୍ରଶ୍ଵାସରେ ଅକ୍ସିଜେନ୍ (ଅମ୍ଳଜାନ) ପୂର୍ଣ୍ଣ ଶୁଦ୍ଧ ବାୟୁ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ହୋଇପଡିଛି। ତେବେ ଶୁଦ୍ଧ ବାୟୁ ପାଇବା କିପରି ? କାନପୁର ଆଇଆଇଟି ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଆମ ହାତ ପାଆନ୍ତାରେ ମିଳୁଥିବା କେତେକ ଅଳଙ୍କରଣ ଗଛ ବା ଅର୍ଣ୍ଣାମେଂଟାଲ୍ ପ୍ଳାଣ୍ଟ ଶୁଦ୍ଧ ବାୟୁ ଯୋଗାଇ ଦେଇପାରିବ ଏବଂ କରୋନା ରୋକିବାକୁ ସୁରକ୍ଷା କବଚ ପରି କାମ କରିପାରିବ।

କେଉଁ ଗଛ ଦରକାରୀ ?

ଗବେଷଣାରୁ ଜଣାଯାଇଛି ଯେ ଏହି ଗଛ ବାୟୁକୁ ଶୁଦ୍ଧ କରିବାର କ୍ଷମତା ଖୁବ୍ ଅଧିକ।

1. ଏରିକା ପାମ୍

ଘରର ଅଳଙ୍କରଣ ପାଇଁ ବ୍ୟବହାର କରାଯାଉଥିବା ଏହି ଗଛର ପତ୍ର ଦେଖିବା ପାଇଁ ନଡ଼ିଆ ଗଛର ପତ୍ର ପରି। ଏହି ଗଛ ବେଶି ଉଚ୍ଚା ହୁଅନ୍ତି ନାହିଁ । କୁଣ୍ଡରେ ଲଗାଇ ଘର ପରିସରରେ ରଖାଯାଇପାରିବ । ଏରିକା ପାମର ଅନ୍ୟନାମ ଲିଭିଂ ରୁମ ପ୍ଲାଣ୍ଟ। 

  1. ଏହି ଗଛ ବାୟୁମଣ୍ଡଳରୁ ଫର୍ମାଲ୍ ଡିହାଇଡ୍, କାର୍ବନ ଡାଇଅକ୍ସାଇଡ୍ ( ଅଙ୍ଗାରକାମ୍ଳ ଗ୍ୟାସ୍ ), କାର୍ବନ ମନୋକ୍ସାଇଡ୍ ପରି ବିଷାକ୍ତ ଗ୍ୟାସକୁ ଶୋଷଣ କରିନେଇ ବାୟୁକୁ ଶୁଦ୍ଧ କରିପାରେ। 
  2. ଘର ପରିସରରେ କାନ୍ଧ ଉଚ୍ଚର ୪ଟି ଏରିକା ପାମ୍ ଲଗାଇଲେ ଆପଣ ଓ ଆପଣଙ୍କ ପରିବାର ଅମ୍ଳଜାନ ପୂର୍ଣ୍ଣ ଶୁଦ୍ଧ ବାୟୁ ପ୍ରଶ୍ବାସରେ ଗ୍ରହଣ କରିପାରିବେ । 

2. ସ୍ନେକ୍ ପ୍ଲାଣ୍ଟ

ଗଛଗୁଡ଼ିକ ସପୁରୀଗଛର ବୁଦା ପରି ମନେ ହୁଅନ୍ତି। ପତ୍ର ଲମ୍ବା ଲମ୍ବା ମୋଡ଼ିହୋଇ ରହିଥାଏ । ଏହି ଗଛ ଘରକୁ ପ୍ରଦୂଷଣ ମୁକ୍ତ ରଖେ । ଏହାକୁ ଆପଣ ମାଟି ଏବଂ ପାଣି ଉଭୟରେ ଲଗାଇପାରିବେ ।

  1. ସ୍ନେକ୍ ପ୍ଲାଣ୍ଟର ସବୁଠୁ ବଡ଼ ବିଶେଷତ୍ଵ ହେଲା ଏହା ରାତିରେ ଅଙ୍ଗରକାମ୍ଳ ଶୋଷଣ କରି ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ । 
  2. ୩ଫୁଟ୍ ଉଚ୍ଚର ୬ଟି ସ୍ନେକ୍ ପ୍ଳାଣ୍ଟ ଆପଣଙ୍କ ପରିବାରକୁ ଶୁଦ୍ଧ ବାୟୁ ଦିନରାତି ଯୋଗାଇବାକୁ ସକ୍ଷମ।
  3. ଏହାର ଅନ୍ୟନାମ ମଦର-ଲ-ଟଙ୍ଗ୍ ପ୍ଲାଣ୍ଟ । ବେଡ୍ ରୁମ ପ୍ଲାଣ୍ଟ ନାମରେ ମଧ୍ୟ ସ୍ନେକ୍ ପ୍ଲାଣ୍ଟ ଜଣାଶୁଣା । 
  4. କଟିଙ୍ଗର ତଳଭାଗକୁ ଏକ ଟ୍ରାନ୍ସପରେଣ୍ଟ ଜାରରେ ଲଗାନ୍ତୁ । ଧ୍ୟାନ ରଖିବେ ଯେ ପାଣିରେ ଏହା କେବଳ ଗୋଟିଏ ଦୁଇ ଇଞ୍ଚ ଭାଗ ରହୁଥିବ ।
  5. ଦଶ ଦିନରେ ଥରେ ଏହାର ପାଣି ପରିବର୍ତ୍ତନକ କରନ୍ତୁ । ଏବଂ ସ୍ପ୍ରେ ସାହାଯ୍ୟରେ ଉପରୁ ପାଣି ଦିଅନ୍ତୁ । 
  6. ଗୋଟିଏ ମାସ ପରେ ଏଥିରେ ଚେର ଆରମ୍ଭ କରେ।

3. ମନି  ପ୍ଲାଣ୍ଟ

ଇନଡୋର୍ ପ୍ଲାଣ୍ଟର କଥା ଆସିଲେ ପ୍ରଥମେ ଆସିବ ମନି ପ୍ଲାଣ୍ଟ । ଅତି ଜଣାଶୁଣା ଏହି ଲଟା ଜାତୀୟ ଗଛ। ମନି ପ୍ଲାଣ୍ଟ ଘରକୁ କେବଳ ଆକର୍ଷଣୀୟ ବନାଇନଥାଏ ବରଂ ପ୍ରଦୂଷଣ ମୁକ୍ତ ମଧ୍ୟ ରଖେ। 
  1. ମନି ପ୍ଲାଣ୍ଟ ବିଷାକ୍ତ ଗ୍ୟାସକୁ ଶୋଷଣ କରି ବାୟୁକୁ ଶୁଦ୍ଧ କରିବାରେ ବେଶ ସହାୟକ ହୋଇଥାଏ । ପ୍ରତି ଘରେ ଯଦି ଏହି ବାୟୁ ଶୁଦ୍ଧକାରୀ ଗଛ ଲଗାଯାଏ, ତେବେ ସମ୍ପୃକ୍ତ ଇଲାକାର ବାୟୁମଣ୍ଡଳରେ ମଧ୍ଯ ବିଷାକ୍ତ ଗ୍ୟାସ୍‌ ପରିମାଣ ଆପଣା ଛାଏଁ କମିଯିବ । 
  2. ଅନେକ ଏହାକୁ ଘରେ ଅର୍ଥ ବଢ଼ିବା ବିଶ୍ବାସରେ ଲଗାଇଥାନ୍ତି। ତେବେ ଅର୍ଥ ବଢ଼ୁ କି ନବଢ଼ୁ ଘର ପରିବେଶରେ ଅମ୍ଳଜାନ ପରିମାଣ ନିଶ୍ଚୟ ବଢ଼ାଇଦେଇଥାଏ । 
  3. ମନି ପ୍ଲାଣ୍ଟ ଅନେକ ପ୍ରକାର ରହିଛି । କେଉଁଟା ଗାଢ଼ ରଙ୍ଗର ହୋଇଥାଏ ତ ଆଉ କେଉଁଟା ହାଲୁକା ରଙ୍ଗର । ଆଉ କେଉଁଥିରେ ଛୋଟ ପତ୍ର ଆସିଥାଏ ତ କେଉଁଥିରେ ବଡ଼ ପତ୍ର ।
  4. ଏହାର କଟିଙ୍ଗ୍ ନେବା ସମୟରେ ଧ୍ୟାନ ରଖିବେ ଯେ ଏଥିରେ ଯେମିତି ଦୁଇ ତିନୋଟି ଗଣ୍ଠି ଥିବ । କରଣ ସେହି ସ୍ଥାନରୁ ଏରିୟର୍ ରୁଟ୍ ବାହାରିଥାଏ ।

 4. ପିସ୍ ଲିଲି

ଯଦି ଏମିତି କିଛି ଗଛ ଘରେ ରଖିବାକୁ ଚାହୁଁଥିବେ ଯେଉଁଥିରେ ଫୁଲ ଆସୁଥିବା ସବୁଠୁ ଭଲ ବିକଳ୍ପ ହେଉଛି ପିସ୍ ଲିଲି । ଏହା ଘରର ବାୟୁ ବିଶୁଦ୍ଧ କରିବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରେ ।

  1. ଏହି ଗଛକୁ ଆଦୌ ସିଧା ସୂର୍ଯ୍ୟାଲୋକରେ ରଖନ୍ତୁ ନାହିଁ । ଏହାକୁ ଛାଇ ସ୍ଥାନରେ ରଖନ୍ତୁ ।
  2. ଯେଉଁଠି ପିସ୍ ଲିଲି ରଖିଥିବେ ସେହି ରୁମ୍ ବ୍ରାଇଟ ହେବା ଦରକାର।
  3. ଏହାକୁ ଏସି ତଳେ କିମ୍ବା ଫ୍ୟାନ ତଳେ ରଖନ୍ତୁ ନାହିଁ । ତାପମାତ୍ରାର ଧ୍ୟାନ ରଖିବା ଜରୁରି ।

5. ଇଂଲିଶ ଆଇଭି

ଘରକୁ ସୌନ୍ଦର୍ଯ୍ୟରେ ଭରି ଦେଇଥାଏ ଏହି ଗଛ । ଏହାର ସଠିକ୍ ଯତ୍ନ ନେଲେ ଗଛ ପରିପୂର୍ଣ୍ଣ ରୁହେ । ଏହି ଗଛକୁ ଛାଇ ବହୁତ ପସନ୍ଦ । 

  1. ଏହାର ଆଖପାଖରେ ସାମାନ୍ୟ ତପମାନ ଏବଂ ହାଲୁକା ଆଦ୍ରତା ଥିବା ଦରକାର ।
  2. କେବେ କେବେ ଗଛକୁ ତାଜା ପବନ ବି ଜରୁରି । ସେଥିପାଇଁ କିଛି ଦିନ ବ୍ୟବଧାନରେ ଗଛକୁ ଝରକା କିମ୍ବା ବାଲକୋନିରେ ରଖନ୍ତୁ।
  3. ଏହାକୁ ହ୍ୟାଙ୍ଗିଙ୍ଗ୍ ପାତ୍ରରେ ବି ଲଗାଇପାରିବେ ଏବଂ ଟ୍ରାନ୍ସପରେଣ୍ଟ ଜାର୍ ରେ ବି ରଖିପାରିବେ ।
  4. ଏହାର ପାଣିକୁ ସପ୍ତାହରେ ଥରେ ଦୁଇଥର ପରିବର୍ତ୍ତନ କରିବା ଆବଶ୍ୟକ।

6. ଫିଲୋଡ଼େନଡ୍ରୋନ୍

ଏହି ଗଛକୁ କଟାଇବା ବହୁତ ସହଜ । ଏହାର ଅଧିକ ଯତ୍ନ ନେବାକୁ ପଡ଼ିଥାଏ ।

  1. ଏହି ଗଛ ଘର ଭିତରେ ତାପମାତ୍ରା ହିସାବରେ ଖାପଖୁଆଇ ବଢ଼ିପାରେ। 
  2. କଟିଙ୍ଗ୍ ନେବା ସମୟରେ ଧ୍ୟାନ ରଖିବା ଯେ ଏଥିରେ ଯେମିତି ଚାରି ପାଞ୍ଚଟି ଗଣ୍ଠି ଥିବ । ଲଗାଇବା ସମୟରେ କଟିଙ୍ଗ୍ ତଳୁ ତିନି ଚାରୋଟି ପତ୍ର କାଢି ନିଅନ୍ତୁ ।
  3. କିଛି ଦିନ ପରେ ଗଣ୍ଠିରୁ ଚେର ବାହାରିବା ଆରମ୍ଭ କରେ। 
  4. ପାଣିରେ ଲଗାଇଥିଲେ ପାଣିର ଲେବଲ୍ ପ୍ରତି ଧ୍ୟାନ ରଖନ୍ତୁ । ପାଣି କମ୍ ଲାଗିଲେ ତୁରନ୍ତ ପାଣି ଦିଅନ୍ତୁ । 

7. ଲକି ବାମ୍ବୁ

ସମ୍ଭବ ଆପଣ ଭାବୁଥିବେ ଏହା ନିଶ୍ଚୟ ବାଉଁଶ ହେଇଥିବ କିନ୍ତୁ ଏହା ୱାଟର ଲିଲିର ଏକ ପ୍ରଜାତି । ଏହାକୁ ଘର ଭିତରେ ଛାଇ ସ୍ଥାନରେ ଲଗାଯାଇପାରିବ ।

  1. ଏହାକୁ ଲଗାଇବା ପାଇଁ ଜାର୍ ଭିତରେ କିଛି ଯୋଡ଼ି ପଥର ନିଅନ୍ତୁ । ତା'ପରେ ଏଥିରେ ପାଣି ଭର୍ତ୍ତି କରନ୍ତୁ । ପଥର ସାହାଯ୍ୟରେ ଗଛ ସ୍ଥିର ରହିବ।
  2. ଲକି ବାମ୍ବୁକୁ ଛାଣି ହୋଇ ଆସୁଥିବା ସୂର୍ଯ୍ୟକିରଣ ପସନ୍ଦ।
  3. ସିଧା ସୂର୍ଯ୍ୟକିରଣରେ ଏହାର ପତ୍ର ଢ଼ଳିଯାଏ ।

8. ସ୍ନିଗୋନିୟମ ପ୍ଲାଣ୍ଟ

ଏହାର ପତ୍ର ତୀର ସମ୍ମୁଖ ଭାଗ ପରି ହୋଇଥାଏ । ଏଥିପାଇଁ ଏହି ଗଛକୁ ଆରୋହେଡ୍‌ ମଧ୍ୟ କୁହଯାଏ । ଏହି ଗଛ ଅମ୍ଳଜାନ ପ୍ରଦାନ କରିଥାଏ, ବାୟୁ ବିଶୁଦ୍ଧ ରଖେ କଲେ ଏବଂ ଘରର ସୌନ୍ଦର୍ଯ୍ୟ ବଢ଼ାଇଥାଏ ।

  1. ଏହା ମାଟି ଏବଂ ପଣି ଉଭୟରେ ବଢିପାରେ ।
  2. ଏହାର ଗଛକୁ ବୋଟଲ କିମ୍ବା ଫ୍ଲାୱାର ପ୍ଲାଣ୍ଟରେ ଲଗାଇପାରିବେ  ।
  3. ଏହାର କଟିଙ୍ଗ୍ ପ୍ରସ୍ତୁତ କରୁଥିବା ସମୟରେ ହାତରେ ଗ୍ଲୋଭସ୍ ପିନ୍ଧନ୍ତୁ । କାରଣ ଏହି ଗଛରୁ ଏକପ୍ରକାର ଏସିଡ୍ ବାହାରିଥାଏ ।
  4. ଏହାକୁ ସଫା ପାଣିରେ ଲଗାନ୍ତୁ ଏବଂ ଗଛକୁ ସ୍ଥିର ରଖିବା ପଥର ପାଇଁ  ପଥର ପ୍ଲାଣ୍ଟରେ ରଖନ୍ତୁ।
  5. ଗଛର ଚେର ବାହାରିବାପରେ ନିୟମିତ ରୂପରେ ପାଣି ପରିବର୍ତ୍ତନ କରନ୍ତୁ ।

9. ସ୍ପାଇଡର ପ୍ଲାଣ୍ଟ

ଏହା ଏକ ବାରମାସ ଗଛ । ପାଣି ଏବଂ ମାଟି ଉଭୟରେ ବଢ଼ିପାରେ । ଏହାର ପତ୍ର ଗୁଡ଼ିକ ଖଣ୍ଡା ପରି ହୋଇଥାଏ ।

  1. ଏହାକୁ ପାଣିରେ ଲଗାଉଥିବା ସମୟରେ ଧ୍ୟାନ ରଖିବେ ଯେ ଏହାର ଚେର କେବଳ ପାଣି ଭିତରେ ରହୁଥିବ ।  ପତ୍ର ପାଣିର ସଂସ୍ପର୍ଶରେ  ଆସିଲେ ଏହା ଶୁଖିଯିବ ।
  2. ଗଛରୁ ଅଧିକାଂଶ ସମୟ ଅମ୍ଳଜାନ ଉତ୍ପନ୍ନ କରିଥାଏ । ତେଣୁ ଏହାକୁ ଘର ଭିତରେ ରଖିଲେ ଭଲ ।

10. ଘିଁକୁଆରୀ

ଘିଁକୁଆରୀ ଗଛ ସମସ୍ତଙ୍କ ଘର ବଗିଚାରେ ଦେଖିବାକୁ ମିଳିଥାଏ। ଏହାର ଉପସ୍ଥିତିରେ ଦୂଷିତ ବାୟୁ ବେନୋଜିନ ଏବଂ ଫର୍ମାଲଡିହାଇଡ ସଫା ହୋଇଥାଏ। ଏହାକୁ ଘରେ ଝରକା ପାଖରେ ଲଗାନ୍ତୁ କାରଣ ଏହା ସୂର୍ଯ୍ୟକିରଣ ଆବଶ୍ୟକ କରିଥାଏ।

କହିବା ବାହୁଲ୍ୟ ଯେ ଶୁଦ୍ଧ ଅମ୍ଳଜାନ ପୂର୍ଣ୍ଣ ପବନ ପ୍ରଶ୍ଵାସରେ ଗ୍ରହଣ କଲେ ଆମେ ସହଜରେ କରୋନା ବିରୋଧରେ ଲଢ଼େଇ କରି ସଫଳ ହୋଇପାରିବା ।

Post a Comment

0 Comments