ଏମିତି ଲୋକମାନଙ୍କୁ ଲିଭର କ୍ୟାନ୍ସର ଅଧିକ ବିପଦ ରହିଥାଏ

 ଏମିତି ଲୋକମାନଙ୍କୁ ଲିଭର କ୍ୟାନ୍ସର ଅଧିକ ବିପଦ ରହିଥାଏ

ଲିଭର କ୍ୟାନ୍ସରର କାରଣ -

ଲିଭର କ୍ୟାନ୍ସର ସେତେବେଳେ ହୋଇଥାଏ ଯେତେବେଳେ ଲିଭରର କୋଶିକା ସବୁ ନିଜର ଡ଼ିଏନଏ ରେ ପରିବର୍ତ୍ତନ ବିକଶିତ କରିଥାଏ । ସେଲର ଡ଼ିଏନଏ ଏକ ଏମିତି ଜିନିଷ ଅଟେ , ଯାହାକି ଆପଣଙ୍କ ଶରୀରର ପ୍ରତିଟି ରାସାୟନିକ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥାଏ । ଡ଼ିଏନଏ ମ୍ୟୁଟେସନ ଏହି ନିର୍ଦ୍ଦେଶରେ ପରିବର୍ତ୍ତନର କାରଣ ହୋଇଥାଏ । ଏହାର ପରିଣାମ ଏହା ହୋଇଥାଏ ଯେକୌଶିକା ସବୁ ନିୟନ୍ତ୍ରଣ ବାହାରକୁ ବଢ଼ିବାରେ ଲାଗିଥାଏ ଆଉ ଏହା ଏକ ଟ୍ୟୁମର ହୋଇଥାଏ |

  1. ଲିଭର ରୋଗର ବିଭିନ୍ନ ପ୍ରକାର କାରଣ ଥାଏ। ସଂକ୍ରମଣ, ମେଦବହୁଳତା, ଆନୁବଂଶିକତା ପ୍ରଭୁତି ସେସବୁ ମଧ୍ୟରେ ଅନ୍ୟତମ |
  2. ସଂକ୍ରମଣ- ଅନେକ ପ୍ରକାରେ ପରଜୀବୀ ଓ ଭୂତାଣୁ ଲିଭରକୁ ସଂକ୍ରମିତ କରିଥାନ୍ତି। ଏହା ଯୋଗୁଁ ଲିଖନର କାର୍ଯ୍ୟ ଠିକ୍‌ ଭାବେ ହୋଇପାରେ ନାହିଁ । ଲିଭରକୁ କ୍ଷତି ପହଞ୍ଚାଇଥିବା ଏହି ରକ୍ତ, ଦୁଷିତ ଖାଦ୍ୟ ଖାଇବା, ପାଣି, କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ନିକଟ ସଂପର୍କରେ ଆସିବା ଯୋଗୁଁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଲିଭର ସଂକ୍ରମଣର ସବୁଠୁ ସାଧାର ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ।
  3. ମେଦବହୁଳତା- ମେଦବହୁଳତା ଯୋଗୁଁ ଅନେକ କ୍ଷେତ୍ରରେ ଲିଭରରେ ଚର୍ବି ଜମା ହୋଇଯାଇଥାଏ । ଏହା ଯୋଗୁଁ ମଧ୍ୟ ହେପାଟାଇଟିସ୍ ହେବାରେ ଅଧିକ ଆଶଙ୍କା ରହେ ।
  4. ମଦ୍ୟପାନ- ମଦ ପିଇବା ଦ୍ବାରା ମଧ୍ୟ ଲିଭରର କୋଷିକାଗୁଡ଼ିକ ମଧ୍ୟରେ ଚର୍ବି ଜମା ହୋଇରହିଯାଏ। ଏହା ଯୋଗୁଁ ଲିଭର କାମ ବାଧାପ୍ରାପ୍ତ ହୋଇଥାଏ।
  5. ଆନୁବଂଶିକତା- ସମୟ ସମୟରେ ଅସାମାନ୍ୟ ଜିନ୍ ଯୋଗୁଁ ବିଭିନ୍ନ ପ୍ରସ୍ତୁତ କରୁଥିବା ପ୍ରୋଟିନ୍‌ ପରିମାଣ ହ୍ରାସ ପାଇଥାଏ। ଏହାଯୋଗୁଁ ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ହେମୋକ୍ରୋମାଟୋସିସ୍, ୱିଲସନ୍ନ ଡିଜିଜ୍‌, ଗିଲବର୍ଟସ ଡିଜିଜ୍‌ ପ୍ରଭୃତି ଆନୁବଂଶିକତା ଯୋଗୁଁ ହୋଇଥାଏ ।

ଲକ୍ଷଣ

  1. -ତ୍ବଚା ଓ ଆଖି ହଳଦିଆ ଦେଖାଯିବା
  2. -ପେଟ ଦରଜ, ପେଟ ଫୁଲିବା
  3. -ପାଦ ଫୁଲିବା
  4. -ତ୍ୱଚା କୁଣ୍ଡାଇ ହେବା
  5. -ମଳରେ ରକ୍ତ ପଡ଼ିବା
  6. -ଅତି ଥକ୍କା ଲାଗିବା
  7. -ବାରମ୍ବାର ବାନ୍ତି ହେବା
  8. -ଭୋକ କମ୍ ହେବା
  9. -ଜଣ୍ଡିସ 
  10. -ଜ୍ୱର ଲାଗି ରହିବା

ଏମିତି ଲୋକମାନଙ୍କୁ ଲିଭର କ୍ୟାନ୍ସର ଅଧିକ ବିପଦ ରହିଥାଏ

  1. ହେପେଟାଇଟିସ ବି ର ଭାଇରସ ( HBV) ବା ହେପେଟାଇଟିସ ସି ର ଭାଇରସ (HCV) ସହିତ କ୍ରୋନିକ ଇଂଫେକ୍ସନ ପାଇଁ ଲିଭର କ୍ୟାନ୍ସରର ବିପଦ ବଢିଯାଇଥାଏ ।
  2. ସିରୋସିସ ଏକ ଏମିତି ରୋଗ ଅଟେ, ଯାହା କି ଆପଣଙ୍କର ଲିଭରରେ ସ୍କାର ଟିସୁର କାରଣ ହୋଇଥାଏ ଆଉ ଲିଭର କ୍ୟାନ୍ସର ର ବିପଦ ବଢ଼େଇଥାଏ ।
  3. ଜେନେଟିକ ଭାବରେ ଲିଭରର ରୋଗ ସବୁ ଲିଭର କ୍ୟାନ୍ସର ର ବିପଦ ବଢ଼େଇ ଥାଏ ଏଥିରେ ହେମୋକ୍ରୋମୈଟୋସିସ ଆଉ ବିଲ୍ସନ ରୋଗ ସାମିଲ ଅଛି ।
  4. ଡାଇଭେଟିଜ ମାନେ ବ୍ଲଡ଼ ସୁଗର ହୋଇଥିବା ଲୋକଙ୍କ ମଧ୍ୟରେ ଲିଭର କ୍ୟାନ୍ସରର ବିପଦ ଡାଇଭେଟିଜ ନ ହୋଇଥିବା ଲୋକଙ୍କ ତୁଳନାରେ ଅଧିକ ହୋଇଥାଏ ।

ପର୍ଯ୍ୟାୟ

  1. ଲିଭର ରୋଗର ବିଭିନ୍ନ ପ୍ରକାର ପର୍ଯ୍ୟାୟ ରହିଥାଏ। ଏହାର ପ୍ରଥମ ପର୍ଯ୍ୟାୟ ହେଲା ଲିଭର ଫୁଲିଯିବା। ଏହା ଯୋଗୁଁ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଯଦି ଦୀର୍ଘ ଦିନ ଧରି ଏହାକୁ ଚିକିତ୍ସା କରାନଯାଏ ଏହା ଲିଭର ଖରାପ ହେବାର କାରଣ ପାଲଟେ ।
  2. ଦ୍ୱିତୀୟ ପର୍ଯ୍ୟାୟଟି ହେଲା ଫାଇବ୍ରୋସିସ୍ । ଏହା ଯୋଗୁଁ ଲିଭରରେ କ୍ଷତ ସୃଷ୍ଟି ହେବା ଆରମ୍ଭ ହୋଇଥାଏ। 
  3. ତୃତୀୟ ପର୍ଯ୍ୟାୟଟି ହେଲା ସିରୋସିସ୍ । ଯଦି ଫାଇବ୍ରୋଟିକ୍ ପର୍ଯ୍ୟାୟକୁ ଯାଞ୍ଚ କରାନଯାଏ ତେବେ ଲିଭରରେ ହୋଇଥିବା କ୍ଷତ ଆହୁରି ବୃଦ୍ଧି ପାଏ। ଏହି ପର୍ଯ୍ୟାୟରେ ଲିଭର କ୍ୟାନ୍ସର ପରି ଅବସ୍ଥା ମଧ୍ୟ ଦେଖାଦେଇଥାଏ । 
  4. ଚତୁର୍ଥ ପର୍ଯ୍ୟାୟ ହେଲା ଲିଭର ଫେଲ୍ୟୁଅର। ଏହା ହେଉଛି ଲିଭର ରୋଗର ଅନ୍ତିମ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥାଏ । 
  5. ଯଦି ଚିକିତ୍ସା କରାନଯାଏ ତା ହେଲେ ରୋଗୀ କୋମାକୁ ପଳାଇଯିବା ସହିତ ମୃତ୍ୟୁର ଶିକାର ମଧ୍ଯ ହୋଇଥାଏ ।

କିଭଳି ଚିହ୍ନଟ ହୁଏ

  1. ଲିଭର ସମ୍ବନ୍ଧୀୟ ରୋଗର ଚିହ୍ନଟ ପାଇଁ ଡାକ୍ତରମାନେ ରକ୍ତ ପରୀକ୍ଷା କରିଥାନ୍ତି । ଲିଭର ଫଙ୍କସନ୍ ଟେଷ୍ଟ ବା ଏଲଏଫଟି ନାମକ ଏକପ୍ରକାର ରକ୍ତ ପରୀକ୍ଷଣରୁ ଲିଭର ସମ୍ବନ୍ଧୀୟ ରୋଗ ସହରର ଜଣାପଡ଼ିଥାଏ। ଏହାଛଡା ଆନୁବଂଶିକ ସ୍ଥିତିକୁ ଦେଖି ମଧ୍ୟ କିଛି ପ୍ରକାର ରକ୍ତ ପରୀକ୍ଷଣ ହୋଇଥାଏ । 
  2. ସେହିପରି ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏମଆରଆଇ ଦ୍ୱାରା ଲିଭରକୁ ହୋଇଥିବା କ୍ଷତି ବିଷୟରେ ଜଣାପଡିଥାଏ । ସମୟ ସମୟରେ ଏଥିପାଇଁ ବାୟୋପ୍ସିମଧ୍ୟ କରାଯାଏ ।

ଲିଭର କ୍ୟାନ୍ସରରୁ ଦୂରରେ ରହିବାର ଉପାୟ

  1. ମଦ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ | ଏହା ଯକୃତକୁ କ୍ଷତି ପହଞ୍ଚାଇବାର ସବୁଠୁ ବଡ଼ କାରଣ |
  2. ନିଜର ଓଜନକୁ କଣ୍ଟ୍ରୋଲ ରେ ରଖନ୍ତୁ |ମେଦବହୁଳତା ନନ୍‌ ଆଲକୋହୋଲିକ୍‌ ଫ୍ୟାଟି ଲିଭର ଡିଜିଜ୍‌ର କାରଣ ପାଲଟିଥାଏ|
  3. ହେପେଟାଇଟିସ ବି' ର ଟୀକା ଲଗାନ୍ତୁ
  4. ହେପେଟାଇଟିସ ସି' ବିପଦରୁ ଦୂରରେ ରୁହନ୍ତୁ 
  5. ଏସବୁ ପୀଡିତ ପାର୍ଟନର ସହିତ ସେକ୍ସ ଠାରୁ ବଞ୍ଚନ୍ତୁ
  6. ହେପେଟାଇଟିସ ବି ଓ ହେପେଟାଇଟିସ ସି ର ଚିକିତ୍ସା କରାନ୍ତୁ
  7. ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ | ଛଣାଛଣି ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ |
  8. ବାହାର ଖାଦ୍ୟ ଖାଆନ୍ତୁ ନାହିଁ!
  9. ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ 
  10. ଯେକୌଣସି ଔଷଧକୁ ଆବଶ୍ୟକତା ଅନୁସାରେ ଖାଆନ୍ତୁ | ହର୍ବାଲ ଔଷଧ ଖାଇବା ପୂର୍ବରୁ ଡାକ୍ତରମାନଙ୍କ ସହ ପରାମର୍ଶ କରନ୍ତୁ |
  11. ଅଧିକ ଲୁଣ ଖାଆନ୍ତୁ ନାହିଁ | ଏହା କେବଳ ଯେ ରକ୍ତଚାପ ବୃଦ୍ଧି କରିବ ତାହା ନୁହେଁ, ଏହା ଲିଭରକୁ ମଧ୍ଯ କ୍ଷତି ପହଞ୍ଚାଇବା
  12. ପ୍ରତିଦିନ କିଛି ବ୍ୟାୟାମ କରନ୍ତି । ଲିଭର ଯୋଗାସନ – କପାଳ ଭାତି, ସୂର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ,

ଏହାଛଡ଼ା ନିୟମିତ ଭାବେ ବ୍ୟାୟାମ କରନ୍ତୁ। ପ୍ରତିଦିନ ଅତି କମ୍‌ରେ ଅଧ ଘଣ୍ଟାଏ ଲେଖାଏଁ ଚାଲିବା ଆବଶ୍ୟକ ୩୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନେ ପ୍ରତି ଛଅମାସରେ ଥରେ ଏଲ୍‌ଏଫ୍‌ଟି ପରୀକ୍ଷା କରିବା ଭଲ |

ଲିଭର ପାଇଁ ଭଲ (ଲିଭର କ୍ୟାନସର ପାଇଁ ମଧ୍ୟ)

  1. ଡାବ ପାଣି
  2. ଘୋଳ ଦହି
  3. ଗଜା ବୁଟ ସକାଳେ
  4. ଗଜା ମେଥି
  5. ଗାଜର ଟମାଟୋ ରସ
  6. କମଳା 2ଟି, ମୌସୁମୀ
  7. କଳା ତୁଳସୀ 25 ପତ୍ର (ଲିଭର୍ କ୍ୟାନସର୍ ପାଇଁ, ଦିନକୁ ଦୁଇଥର)
  8. ହଳଦୀ
  9. ଏଭକାଡୋ ଅଖରୋଟ (ଗ୍ଲୁ ଟାଥିଅନ/ Glutathione)
  10. ଗ୍ରୀନ ଟି (Catechins)
  11. ଅଙ୍ଗୁର (Flavonoid)
  12. ରସୁଣ ( ସଲଫର )
  13. ଅଦା
  14. ପାଳଙ୍ଗ ରସ ୧କପ୍ + ଗୋଲମରିଚ (ସପ୍ତାହରେ ୪ ଥର ସକାଳ, ସନ୍ଧ୍ୟା)
  15. ଗୋଲମରିଚ
  16. କାକୁଡି ରସ
  17. ଦଲିଆ, ଫଳ, ପରିବା, ଡାଳିମ୍ବ, ଆଖୁ, ଖାଇଲେ ଭଲ
  18. ଏମିତି ଭୋଜନ କରିବା ଉଚିତ ଯାହା ସହଜ ରେ ହଜମ ହୋଇପାରିବ
  19. ଅଳସି ମଞ୍ଜି
  20. ଭୂମି ଆମଲା

Post a Comment

0 Comments