ଶରୀରରେ ଲିଭର(ଯକୃତ) ଜନିତ ରୋଗ କ'ଣ କ'ଣ ହୋଇଥାଏ
ଲିଭର ବା ଯକୃତ ଆମ ଶରୀରର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମେ ଖାଉଥିବା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ, ଖାଦ୍ୟକୁ ଶକ୍ତିରେ ପରିଣତ କରେ। ପିତ୍ତ (Bile) ତିଆରି କରିବା, ବିଷାକ୍ତ ଦ୍ରବ୍ୟକୁ ନଷ୍ଟ କରିବା, କାର୍ବୋହାଇଡ୍ରେଟ ଓ ପ୍ରୋଟିନ କୁ ହଜମ କରିବା, ଆଦି 300 ପ୍ରକାର କାର୍ଯ୍ୟ କରିଥାଏ l ଶରୀର ପାଇଁ ଉପଯୋଗୀ ପ୍ରୋଟିନ୍ପ୍ରସ୍ତୁତ କରିଥାଏ। ପାଚନକ୍ରିୟାରେ ସହାୟକ ହେଉଥବା ପିତ୍ତର ସ୍ରାବ ମଧ୍ଯ ଏହିଠାରୁ ହୋଇଥାଏ ।
କେବଳ ସେତିକି ନୁହେଁ, ଏହା ପ୍ରାକୃତିକ ଫିଲଟର ଭଳି କାମ କରି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଲିଭର ଏକାସାଙ୍ଗରେ ବହୁତ ଗୁଡ଼ିଏ କାମ କରୁଥୁବାରୁ ଏଥିରେ ସମସ୍ୟା ହେଲେ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଇଥାଏ। ମେଦବହୁଳତା, ସଂକ୍ରମଣ, ମଦ୍ୟପାନ, ଆନୁବଂଶିକତା ପ୍ରଭୃତି କାରଣରୁ ଲିଭରରେ ରୋଗ ସୃଷ୍ଟି ହୋଇଥାଏ। ୨୦୧୮ ମସିହାର ଏକ ପରିସଂଖ୍ୟାନ ଅନୁସାରେ ଲିଭର ରୋଗ ଯୋଗୁଁ ସାରା ବିଶ୍ଵରେ ବର୍ଷକୁ ପ୍ରାୟ ୨ ନିୟୁତ ଲୋକଙ୍କର ପ୍ରାଣହାନି ହେଉଛି।
Relieving Liver Related Ailments – ଲିଭର ସମ୍ବନ୍ଧୀୟ ରୋଗ
ଯଦି କୌଣସି ଅବସ୍ଥା ହେତୁ ଯକୃତ କାର୍ଯ୍ୟ କରିବାରେ ଅସମର୍ଥ ହୁଏ କିମ୍ବା କାର୍ଯ୍ୟ ବନ୍ଦ କରିଦିଏ, ତେବେ ଏହି ଅବସ୍ଥାକୁ ଯକୃତ ରୋଗ କୁହାଯାଏ।
- CLD – କ୍ରୋନିକ୍ ଲିଭର ଡିଜିଜ୍
- -Fatty Liver (Alcoholic / Non-Alcoholic) – ଫ୍ୟାଟି ଲିଭର
- -ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର ଡ଼ିଜିଜ
- -ହେପାଟାଇଟିସ୍ ଏ
- -ହେପାଟାଇଟିସ୍ ବି
- -ହେପାଟାଇଟିସ ସି
- ହେପାଟାଇଟିସ୍ ଡି
- -ହେପାଟାଇଟିସ୍ ଇ
- -Jaundice – ଜଣ୍ଡିସ
- -Liver Cirrhosis – ଲିଭର ସିରୋସିସ୍
- -ଆଲକୋହୋଲିକ୍ ହେପାଟାଇଟିସ୍
- -ହେମୋକ୍ରୋମାଟୋସିସ୍
- - କୌଣସି ପ୍ରକାର ଆନୁବଂଶିକ ଲିଭର ରୋଗ
- -Liver Cancer – ଲିଭର କ୍ୟାନସର
- Ascites – ପାଣି ଜମି ପେଟ ଫୁଲିବା
ଲିଭର ରୋଗର ବିଭିନ୍ନ ପ୍ରକାର ପର୍ଯ୍ୟାୟ ରହିଥାଏ
- -ଏହାର ପ୍ରଥମ ପର୍ଯ୍ୟାୟ ହେଲା ଲିଭର ଫୁଲିଯିବା। ଏହା ଯୋଗୁଁ ଯନ୍ତ୍ରଣା ମଧ୍ଯ ହୋଇଥାଏ। ଯଦି ଦୀର୍ଘ ଦିନ ଧରି ଏହାକୁ ଚିକିତ୍ସା କରାନଯାଏ ଏହା ଲିଭର ଖରାପ ହେବାର କାରଣ ପାଲଟେ ।
- -ଦ୍ୱିତୀୟ ପର୍ଯ୍ୟାୟଟି ହେଲା ଫାଇବ୍ରୋସିସ୍। ଏହା ଯୋଗୁଁ ଲିଭରରେ କ୍ଷତ ସୃଷ୍ଟି ହେବା ଆରମ୍ଭ ହୋଇଥାଏ।
- -ତୃତୀୟ ପର୍ଯ୍ୟାୟଟି ହେଲା ସିରୋସିସ୍। ଯଦି ଫାଇବ୍ରୋଟିକ୍ ପର୍ଯ୍ୟାୟକୁ ଯାଞ୍ଚ କରାନଯାଏ ତେବେ ଲିଭରରେ ହୋଇଥିବା କ୍ଷତ ଆହୁରି ବୃଦ୍ଧି ପାଏ। ଏହି ପର୍ଯ୍ୟାୟରେ ଲିଭର କ୍ୟାନ୍ସର ପରି ଅବସ୍ଥା ମଧ୍ଯ ଦେଖାଦେଇଥାଏ ।
- -ଚତୁର୍ଥ ପର୍ଯ୍ୟାୟ ହେଲା ଲିଭର ଫେଲ୍ଲୁଅର। ଏହା ହେଉଛି ଲିଭର ରୋଗର ଅନ୍ତିମ ପର୍ଯ୍ୟାୟ ଏହି ପର୍ଯ୍ୟାୟରେ ରୋଗୀକୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିବାକୁ ପଡ଼ିଥାଏ |
ଯଦି ଚିକିତ୍ସା କରାନଯାଏ ତା' ହେଲେ ରୋଗୀ କୋମାକୁ ପଳାଇଯିବା ସହିତ ମୃତ୍ୟୁର ଶିକାର ମଧ୍ୟ ହୋଇଥାଏ
କିଭଳି ଚିହୁଟ ହୁଏ ?
- ଲିଭର ସମ୍ବନ୍ଧୀୟ ରୋଗର ଚିହ୍ନଟ ପାଇଁ ଡାକ୍ତରମାନେ ରକ୍ତ ପରୀକ୍ଷା କରିଥାନ୍ତି। ଲିଭର ଫଙ୍କସନ୍ ଟେଷ୍ଟ ବା ଏଲଏଫଟି ନାମକ ଏକପ୍ରକାର ରକ୍ତ ପରୀକ୍ଷଣରୁ ଲିଭର ସମ୍ପନ୍ଧୀୟ ରୋଗ ଜଣାପଡ଼ିଥାଏ।
- ଏହାଛଡ଼ା ଆନୁବଂଶିକ ସ୍ଥିତିକୁ ଦେଖି ମଧ୍ଯ କିଛି ପ୍ରକାର ରକ୍ତ ପରୀକ୍ଷଣ ହୋଇଥାଏ।
- ସେହିପରି ଅଲଟ୍ରାସାଉଣ୍ଟ, ସିଟି ସ୍କାନ, ଏମଆରଆଇ ଦ୍ୱାରା ଲିଭରକୁ ହୋଇଥିବା କ୍ଷତି ବିଷୟରେ ଜଣାପଡ଼ିଥାଏ।
- ସମୟ ସମୟରେ ଏଥିପାଇଁ ବାୟୋପ୍ପି ମଧ୍ଯ କରାଯାଏ ।


0 Comments
Do you have any doubts or suggestions? Ask them here in the comments!