ରାତିରେ ଚିହିଁକି ଉଠିବା ପିଲା ପାଇଁ କ୍ଷତିକାରକ

ରାତିରେ ଚିହିଁକି ଉଠିବା ପିଲା ପାଇଁ କ୍ଷତିକାରକ

ଆପଣଙ୍କ ପିଲା ନିଦରେ ଶୋଇଥିବା ବେଳେ ବିଳବିଳେଇ ହେଉଛି ବା ହଠାତ୍ ନିଦରୁ ଉଠି କମ୍ପିବାରେ ଲାଗୁଛି କି ? ପିଲା ଯଦି ଏପରି ହେଉଥାଏ, ତେବେ ସେ ନାଇଟ୍‌ ଟେରର୍ ବା ସ୍କ୍ରିପ୍ ଟେରର୍‌ରେ ପିଡୀତ । କିଛି ଲୋକ ନାଇଟ୍ ଟେରର୍‌କୁ ଖରାପ ସ୍ୱପ୍ନ ବୋଲି କହିଥାନ୍ତି। କିନ୍ତୁ ଏହା ସେତିକିରେ ସୀମିତ ନୁହେଁ । ନାଇଟ୍‌ ଟେରର୍‌ରେ ପିଲାମାନେ କୌଣସି ହିଂସାତ୍ମକ ଦୃଶ୍ୟ ଦେଖି ଚିହିଁକି ଉଠିଥାନ୍ତି।

ନାଇଟ୍ ଟେରର କ’ଣ ?

ନାଇଟ୍ ଟେରର୍‌ ପ୍ରାୟତଃ ନିଦର ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥାଏ । ଯେତେବେଳେ ପିଲାମାନେ ଗଭୀର ନିଦରେ ଶୋଇ ନଥାନ୍ତି । ଏହି କାରଣରୁ ପିଲାମାନେ ନାଇଟି ଟେରର୍‌ରେ କାନ୍ଦିବା ସହ ଚିତ୍କାର କରି ଉଠିବା କିମ୍ବା କୌଣସି ଘାତକ ପଦକ୍ଷେପ ଯେପରିକି ହାତ ବା ଗୋଡରେ କାହାକୁ ମାରିପାରନ୍ତି। ଏହି ସମୟରେ ପିଲାଟି ଆଂଶିକ ନିଦରେ ରହିଥାଏ, କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନଥାଏ I କିନ୍ତୁ ଉଠିବା ପରେ ପିଲାର କିଛି ମନେ ନଥାଏ । ଯେମିତିକି ସ୍ବପ୍ନ ଦେଖି ନିଦ ଭାଙ୍ଗିବା ପରେ ପ୍ରାୟ ସ୍ଵପ୍ନ ଭୁଲିଯାଇଥାନ୍ତି।

କାରଣ

  1. କିଛି ଭୟଙ୍କର ଦେଖିଲେ ବା ସ୍ବପ୍ନ ଦେଖିବା ଦ୍ଵାରା
  2. ଅଧିକ ଔଷଧ ଖାଇବା
  3. ଥକି ପଡିଥିଲେ
  4. ଚିନ୍ତାରେ ରହିଲେ 
  5. ଏହି କାରଣରୁ ପିଲା ଗଭୀର ନିଦରେ ଶୋଇ ନ ପାରି ନାଇଟ୍ ଟେଲରର ଶିକାର ହୋଇଥାନ୍ତି ।

ଲକ୍ଷଣ

  1. ଶୋଇଥିବା ବେଳେ ଡରିବା
  2. ଚିତ୍କାର କରିବା, ଚିହିଁକି ଉଠିବା ଓ ଜୋର୍‌ରେ କାନ୍ଦିବା
  3. ଜୋର୍‌ରେ ନିଶ୍ବାସ ନେବା ଓ ପ୍ରବଳ ଝାଳ ବାହାରିବା
  4. ଆଖି ଖୋଲିବା ସତ୍ତ୍ବେ କାହାକୁ ନ ଦେଖିବା 
  5. ବିଭିନ୍ନ ଅଙ୍ଗକୁ ଆକ୍ରମଣାତ୍ମକ ଭାବେ ହଲାଇବା
  6. ନିଦରେ ଚାଲିବା

Post a Comment

0 Comments