ରାଧାଷ୍ଟମୀ ବ୍ରତର ମହତ୍ତ୍ୱ

ରାଧାଷ୍ଟମୀ ବ୍ରତର ମହତ୍ତ୍ୱ

ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ରାଧାଷ୍ଟମୀ ପର୍ବ ପାଳନ କରାଯାଏ। ଏହି ଅଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ପିଲାଦିନର ସାଥୀ, ଜଗଜନନୀ ଭଗବତୀ ଶକ୍ତି ରାଧାଙ୍କର ଜନ୍ମ ହୋଇଥିଲା। ଏହି ଦିନଟିକୁ ରାଧାଷ୍ଟମୀ ନାମରେ ପାଳନ କରାଯାଏ । ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ସହ ପ୍ରେମଭାବ ସୁଦୃଢ କରିବା ପାଇଁ ରାଧାଙ୍କ ଜନ୍ମ ହୋଇଥିଲା। ଯେଉଁ ବ୍ୟକ୍ତି କୃଷ୍ଣ ପ୍ରେମରେ ଅନ୍ଧ ହୋଇ ଯାଆନ୍ତି ତାଙ୍କୁ ରାଧା ବୋଲି କୁହାଯାଏ ।

ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ଜପ କରିବା ସମୟରେ ରାଧାଙ୍କ ନାମ ନେବାକୁ କେହି ଭୁଲନ୍ତି ନାହିଁ । ସାଧାରଣତଃ ଲୋକେ କେବଳ ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ନେବା ପରିବର୍ତ୍ତେ ରାଧା-କୃଷ୍ଣ ନାମରେ ଡାକି ଥାଆନ୍ତି । କାରଣ ଏହି ଦୁଇଟି ନାମ ବା ଶବ୍ଦ ପରସ୍ପର ପାଇଁ ସୃଷ୍ଟି ହୋଇଛି ଏବଂ ଏହାକୁ କେହି ଅଲଗା କରିପାରିବେ ନାହିଁ ।

ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡି ରହିଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ତେଣୁ ଶ୍ରଦ୍ଧାଳୁଙ୍କ ନିକଟରେ ଶ୍ରୀରାଧାଙ୍କ ମହତ୍ତ୍ୱ ଗୁରୁତ୍ୱ ଦେବାକୁ ନିଜେ ଶ୍ରୀକୃଷ୍ଣ ଏପରି କହିଛନ୍ତି ।

ରାଧାଷ୍ଟମୀ ବ୍ରତର ମହତ୍ତ୍ୱ :-

ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ରାଧାଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି। ରାଧାଷ୍ଟମୀରେ ରାଧାକୁ ପୂଜା କରାଯାଏ ଓ ବ୍ରତ ମଧ୍ୟ ପାଳନ କରାଯାଏ। ରାଧାଷ୍ଟମୀ ପୂଜା କଲେ ସବୁ ଦୁଃଖ ଦୂର ହୋଇଥାଏ ବୋଲି କୁହାଯାଏ।

  1. ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । ରାଧାଙ୍କ ଜନ୍ମ ଦିବସକୁ ରାଧାଷ୍ଟମୀ ବ୍ରତ ଭାବରେ ପଳନ କରାଯାଏ ।
  2. ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି ।
  3. ସଧବା ମହିଳା ଏହି ଦିନ ବ୍ରତ ପାଳନ କରି ରାଧାଙ୍କୁ ପୂଜା କରିଥାନ୍ତି। ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ।
  4.  କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । 
  5.  ଏହି ବ୍ରତ କରିବା ଦ୍ବାରା ଆର୍ଥିକ ଅନଟନ ଦୂର ହେବା ସହ ଘରେ ସୁଖ ସମୃଦ୍ଧିରେ ପୁରି ଉଠେ ।
  6. ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରଶନ୍ନ କରି ଦିଅନ୍ତି, କୃଷ୍ଣ ଆପେ ଆପେ ପ୍ରଶନ୍ନ ହୋଇ ଯାଆନ୍ତି । 
  7. ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରଶନ୍ନ କରିବାକୁ ପଡ଼ିଥାଏ । 
  8. ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
  9. ଏହି ବ୍ରତ କରିବ ଦ୍ବାରା ମହାଲକ୍ଷ୍ମୀ ବ୍ରତର ମଧ୍ୟ ଶୁଭାରମ୍ଭ ହୋଇଥାଏ ।
  10. ରାଧାଷ୍ଟମୀ ବ୍ରତ ବିଶେଷ ପୁଣ୍ୟ ପ୍ରଦାନ କରିଥାଏ ବୋଲି କୁହାଯାଏ। 
  11. କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । 
  12. ଏହି ବ୍ରତ ପାଳନ କଲେ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ। 
  13. ଏହା ଧନ ସମସ୍ୟା ମଧ୍ୟ ଦୂର କରିଥାଏ।
  14. ଏହି ଦିନ ରାଧାଙ୍କୁ ପୂଜା କଲେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। 

ଶ୍ରୀରାଧାନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ ଓ ଈଶ୍ୱରଙ୍କ ନିକଟତର ହୋଇଥାଏ I ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ I ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମନନ୍ଦଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ I ତେଣୁ ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନାକୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି I ଶ୍ରୀରାଧାଙ୍କ କୃପା କଟାକ୍ଷରେ ହିଁ ମନରେ କୃଷ୍ଣ ଭକ୍ତି ବଳବତ୍ତର ହୋଇଥାଏ I

Post a Comment

0 Comments