ପାର୍ଶ୍ବପରିବର୍ତ୍ତନ ଏକାଦଶୀ କ'ଣ ପାଇଁ ପାଳନ କରାଯାଏ ?
ପାର୍ଶ୍ବପରିବର୍ତ୍ତନ ଏକାଦଶୀ କ'ଣ ପାଇଁ ପାଳନ କରାଯାଏ ?
ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ମାସକୁ ଚତୁର୍ମାସ୍ୟା କୁହାଯାଏ । ଏହି ମାସ ମାନଙ୍କରେ ବିଷ୍ଣୁଙ୍କ ସହ ଅନ୍ୟ ଦେବଦେବୀ ଶୟନ ଯାଇଥାନ୍ତି । ଏହି ସମୟରେ ଶୁଭ କାର୍ଯ୍ୟ ନିଷିଦ୍ଧ ଥିବା ସହ ନିଜ ଆସ୍ଥାନ ଛାଡି ନଇନାଳ ଡେଇଁ ବାହାରକୁ ଯିବା ବିଧିର ଅବମାନନା ସହ ସମାନ ହୋଇଥାଏ ଓ ଦେଶ ରାଜ୍ଯ ପ୍ରତି ବିପଦ ତଥା ସଙ୍କଟ ଆସିବାର ସମ୍ଭାବନା ଥାଏ ।
ଦେବତାଙ୍କ ଶୟନ କାରଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶାରଦୀୟ ପୂଜା ଅପେକ୍ଷା ବାସନ୍ତୀକ ପୂଜାକୁ ଶ୍ରେୟ ଦେଇଦିଲେ। କିନ୍ତୁ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ଦେବୀ ବିଲ୍ୱ ବୃକ୍ଷରେ ଶୟନରତା ଦେବୀଙ୍କୁ ତପ ଷଷ୍ଠୀ ଦିନ ଚଉଷଠି ଯୋଗିନୀ ସମେତ ଚଣ୍ଡୀଙ୍କ ଦ୍ଵାରା ଦେବୀଙ୍କୁ ପୂଜା କରି ଦଶାନନ ତଥା ରାବଣକୁ ନିଧନ କରି ସୀତାଙ୍କୁ ଉଦ୍ଧାର କରିଥିଲେ ।
ଜଗନ୍ନାଥଙ୍କ ସମେତ ବଳଭଦ୍ର ସୁଭଦ୍ରା ଙ୍କୁ ଶୟନ ପାର୍ଶ୍ୱପରିବର୍ତ୍ତନ ଓ ଉତ୍ଥାପନ ଏକ କଷ୍ଟକର ବ୍ୟାପାର ।ଏଣୁ ଶ୍ରୀବିଗ୍ରହମାନଙ୍କର ପ୍ରତିନିଧି ହିସାବରେ ଭଣ୍ଡାର ଘର ଉପରେ ସ୍ଥିତ ସିନ୍ଧୁକରେ ଜଗନ୍ନାଥଙ୍କ ପରିବର୍ତ୍ତେ ସୁବର୍ଣ୍ଣର ଗୋପାଳ, ବଳଭଦ୍ରଙ୍କ ପରିବର୍ତ୍ତେ ସୁବର୍ଣ୍ଣର ବାସୁଦେବ ଓ ସୁଭଦ୍ରାଙ୍କ ପରିବର୍ତ୍ତେ ଭୁବନେଶ୍ବରୀଙ୍କ ଦ୍ଵାରା ଏ ସମସ୍ତ ନୀତି ସମ୍ପାଦନ କରାଯାଇଥାଏ ।
ଏହିଦିନ ବଡସିଂହାର ବେଶ ଓ ଭୋଗ ପରେ ଶ୍ରୀବିଗ୍ରହମାନଙ୍କୁ ମହାସ୍ନାନ କରାଯାଇଥାଏ । ପୁନଃ ବଡସିଂହାର ବେଶ କରାଯାଇ ଘଣ୍ଟ ଛତା ଭୋଗ ଷୋଡଶପଚାର ମନ୍ତ୍ରରେ କରାଯିବା ପରେ ଶ୍ରୀବିଗ୍ରହମାନଙ୍କର ପାର୍ଶ୍ୱପରିବର୍ତ୍ତନ ନୀତି ସମ୍ପାଦନ କରାଯାଇଥାଏ |ଏହା ଭାଦ୍ରବ ଶୁକ୍ଳ ଏକାଦଶୀ ରେ ସମ୍ପାଦନ ହୋଇଥାଏ।
ଶ୍ରୀଜିଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ଏକ ମହାଯାତ୍ରା। ଯେତେବେଳେ ମହାପ୍ରଭୁଙ୍କର ଆଷାଢ ଶୁକ୍ଲ ଏକାଦଶୀ ତଥିରେ ଦକ୍ଷିଣକୁ ମୁହଁ କରି ଶୋଇଥାନ୍ତି। ଏହି ସମୟରେ ନୀତି ଅନୁସାରେ ଠାକୁରଙ୍କୁ ଉତ୍ତର ମୁହାଁ କରାଯାଇଥାଏ । ଏହାକୁ ପାର୍ଶ୍ୱପରିବର୍ତ୍ତନ ନୀତି କୁହାଯାଇଥାଏ।
ଯେତେବେଳେ ରାଜା ବାଳି 100 ଯାଗା ପୂରଣ କରି ସ୍ୱର୍ଗରାଜ୍ୟକୁ ଛଡ଼େଇ ନେବାକୁ ଚେଷ୍ଟା କଲେ, ସେତେବେଳେ ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ପ୍ରାର୍ଥନା କଲେ। ଏଥି ସହିତ, ଦେବତାମାନେ ମଧ୍ୟ ସେମାନଙ୍କର ରାଜ୍ୟ ପାଇବା ପାଇଁ ମହାଲକ୍ଷ୍ମୀଙ୍କୁ ପୂଜା କରିଥିଲେ। ତେଣୁ ଏହି ଦିନ ମହାଲକ୍ଷ୍ମୀଜୀଙ୍କୁ ମଧ୍ୟ ପୂଜା କରାଯାଏ।
ପାର୍ଶ୍ବପରିବର୍ତ୍ତନ ଏକାଦଶୀ ମହତ୍ତ୍ୱ
- ଯେତେବେଳେ ଭଗବାନ ବିଷ୍ଣୁ ବିଶ୍ରାମ ନେଉଥିଲେ ଏବଂ ବାମ ପାର୍ଶ୍ୱରୁ ଏକ ଡାହାଣ ପରିବର୍ତ୍ତନ କରିଥିଲେ।
- କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ, ଏହି ପର୍ବରେ ଭଗବାନ ବାମନଙ୍କୁ ପୂଜା କରାଯାଏ ଯିଏ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ପରିଗଣିତ |
- 24 ଘଣ୍ଟା ସମୟ ପାଇଁ ଉପବାସ ପାଳନ କରାଯାଏ ଯାହା ଏକାଦାଶୀର ସୂର୍ଯ୍ୟୋଦୟରୁ ଦ୍ୱାଦଶ ତିଥି ପର୍ଯ୍ୟନ୍ତ ଆରମ୍ଭ ହୋଇଥାଏ |
- ଏହି ଏକାଦଶୀ ସୁଖ, ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ ବୋଲି ବିଶ୍ୱାସ କରାଯାଏ।
- ଏହା ଅତୀତର ପାପରୁ ମୁକ୍ତି ଦେଇଥାଏ ଏବଂ ବ୍ୟକ୍ତିଙ୍କୁ ଜନ୍ମ ଏବଂ ମୃତ୍ୟୁର ନିରନ୍ତର ଚକ୍ରରୁ ମଧ୍ୟ ମୁକ୍ତ କରିଥାଏ |
- ଏହି ଦିନ ଦାନ ଏବଂ ଗୁଣର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି | ଏହି ଏକାଦଶୀରେ ତମ୍ବା, ରୂପା, ଚାଉଳ ଏବଂ କଦଳୀ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ |
- ହିନ୍ଦୁ ପୁରାଣ ଅନୁଯାୟୀ, ଏକାଦଶୀ ବ୍ରତ ପାଳନ କରୁଥିବା ଭକ୍ତମାନେ ସେମାନଙ୍କର ଅତୀତର ସମସ୍ତ ପାପ ପାଇଁ କ୍ଷମା ପାଇଥାନ୍ତି |
- ଏହି ଶୁଭ ଦିନରେ ଉପବାସ ରଖିବା ଦ୍ୱାରା ବ୍ୟକ୍ତିମାନେ ଉଚ୍ଚ ଆଧ୍ୟାତ୍ମିକ ଲାଭ ଏବଂ ଇଚ୍ଛା ଶକ୍ତି ଦୃଢ଼ କରିବାରେ ସାହାଯ୍ୟ କରେ |
- ଭକ୍ତମାନେ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଦେବା ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବା ପରେ ଉପବାସ ଶେଷ କରନ୍ତି।
- ଏହି ଏକାଦଶୀରେ ପୂର୍ବଦିନବ୍ୟକ୍ତିବିଶେଷଙ୍କୁ ବିନ୍ସ, ଚାଉଳ ଏବଂ ଶସ୍ୟ ରାନ୍ଧିବା ଏବଂ ଖାଇବାକୁ ଦିଆଯାଇନଥାଏ |
- ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ର ପାଠ କରିବା ଏବଂ ଭଜନ ଗାଇବା ମଧ୍ୟ ଆବଶ୍ୟକ ।
- ଏହି ଦିନ ସାହସ୍ରନାମ ପାଠ କରିବା ଭଗବାନ ବିଷ୍ଣୁଙ୍କ ବିଶେଷ ଆଶୀର୍ବାଦ ଦେଇଥାଏ |
0 Comments
Do you have any doubts or suggestions? Ask them here in the comments!