ଲିଭର୍ (ଯକୃତ) ସଂକ୍ରମଣକୁ ସାବଧାନ

ଲିଭର୍ (ଯକୃତ) ସଂକ୍ରମଣକୁ ସାବଧାନ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ବିକାଶଶୀଳ ଦେଶରେ ହେପାଟାଟିସ୍ ଇ ଖୁବ ସାଧାରଣ | ବର୍ଷକୁ ହେପାଟାଟିସ୍ ର ସଂକ୍ରମଣର ସଂଖ୍ୟା ୨୦ ଲକ୍ଷ ମିଲିୟନ୍ । ବର୍ଷାଦିନେ ବଢିଥାଏ ହେପାଟାଟିସ୍ ଏ ଓ ଇ ସଂକ୍ରମଣ । ଏହି ଦୁଇଟି ମଧ୍ୟରେ କ’ଣ ରହିଛି ପ୍ରଭେଦ । କେମିତି ରକ୍ଷା ପାଇବା ଏହି ସଂକ୍ରମଣରୁ | ଚାଲନ୍ତୁ ଜାଣିବା ଡାକ୍ତରଙ୍କଠାରୁ ...

ହେପାଟାଟିସ୍ ଏ ଓ ଇ କ’ଣ ?

  1. ଲିଭର୍ ସଂକ୍ରମଣକୁ ହେପାଟାଟିସ୍ ଇ କୁହାଯାଏ । ହେପାଟାଟିସ୍‌ ଏ' ଐଇଠି ଭାଇରସ୍ ଦ୍ଵାରା ସଂକ୍ରମିତ ହେଇଥିବା ବେଳେ ହେପାଟାଟିସ୍ ଇ' ଐଋଠ ଭାଇରସ ଦ୍ଵାରା ହୋଇଥାଏ। ଏହି ଦୁଇ ଭାଇରସ୍ ମୁଖ୍ୟତଃ ଦୂଷିତ ଖାଦ୍ୟ ଓ ପାନୀୟ ତଥା ସ୍ଵଚ୍ଛତା ଅଭାବରୁ ଦେଖା ଦେଇଥାଏ। 
  2. ଏହି ରୋଗ ମୁଖ୍ୟତଃ ଜଳ ଓ ମଳ ଦ୍ବାରା ବ୍ୟାପିଥାଏ । ଏହା ବର୍ଷାଦିନେ ହିଁ ବଢ଼ିଥାଏ। କାରଣ ଏହି ଋତୁରେ ବାହାରେ ଖାଉଥିବା ପ୍ରାୟ ଲୋକ ଦୂଷିତ ଖାଦ୍ୟ ଓ ପାଣି ପିଇବା ଯୋଗୁ ସଂକ୍ରମିତ ହୋଇଥାନ୍ତି ।
  3. ଶରୀରରେ ଭାଇରସ୍ ପ୍ରବେଶ କରିବାର ୨ରୁ ୭ ଦିନ ମଧ୍ୟରେ ରୋଗ ଆରମ୍ଭ ହୋଇଥାଏ। ଆଉ ୧୪ରୁ ୨୮ ଦିନ ଭିତରେ ରୋଗୀ ସୁସ୍ଥ ହେବା ଆରମ୍ଭ କରିଥାଏ। ଏହା ଲିଭର୍ ଫେଲିୟୋରର କାରଣ ମଧ୍ୟ ସାଜିପାରେ। ଆମ ଦେଶର ପ୍ରାୟ ରାଜ୍ୟର ଲୋକମାନେ ଉଭୟ ହେପାଟାଟିସ୍ ଏ’ ଓ ଇ’ର ଶିକାର ହୋଇଥାନ୍ତି।

ପିଲାଙ୍କୁ ହେପାଟାଟିସ୍ ଏ

ହେପାଟାଟିସ୍ ଭାଇରସ୍ ସଂକ୍ରମଣ ଭାରତରେ ପେଡିଆଟ୍ରିକ୍ ଲିଭର୍ ସମସ୍ୟାର ପ୍ରମୁଖ କାରଣ।

ହେପାଟାଟିସ୍ ଏ' ଲକ୍ଷଣ

  1. ପେଟ ଦରଜ
  2. ଦୁର୍ବଳ ଓ ଥକ୍କା ଅନୁଭବ
  3. ପତଳା ଝାଡା ହେବା
  4. ଭୋକ ନ ଲାଗିବା
  5. ତ୍ବଚା ଓ ଆଖି ହଳଦିଆ ଦେଖାଯିବା
  6. ପରିସ୍ରାର ରଙ୍ଗ ଗାଢା ହେବା

ହେପାଟାଟିସ୍ ଇ' ଲକ୍ଷଣ

  1. ହାଲ୍‌କା ଜ୍ଵର
  2. ଭୋକ ନ ଲାଗିବା
  3. ମୁଣ୍ଡ ବୁଲାଇବା
  4. ବାନ୍ତି ଲାଗିବା
  5. ଉପର ପେଟରେ ହାଲୁକା ଦରଜ ଅନୁଭବ ହେବା 
  6. ଦୁର୍ବଳ ଲାଗିବା ଓ ଶରୀର କୁଣ୍ଡାଇ ହେବା
  7. ପରିସ୍ରା ହଳଦିଆ ହେବା
  8. ତ୍ଵଚା ଓ ଆଖି ହଳଦିଆ ଲାଗିବା

ହେପାଟାଟିସ୍ ଏ' ଓ ଇ' ମଧ୍ୟରେ ପ୍ରଭେଦ

  1. ହେପାଟାଟିସ୍ ଏ’ର ପ୍ରାୟ ରୋଗୀଙ୍କ ବୟସ ୧୯ ବର୍ଷ ଭିତରେ ହୋଇଥିବା ବେଳେ ପ୍ରାୟ ହେପାଟାଟିସ୍‌ ଇ’ ରୋଗୀଙ୍କ ବୟସ ୨୦ରୁ ଅଧିକ ହୋଇଥାଏ । 
  2. ହେପାଟାଟିସ୍ ଏ’ ଓ ଇ ଜଣ୍ଡିସ୍ କରାଏ । ଉଭୟ ଲିଭର ବା ଯକୃତକୁ ସଂକ୍ରମିତ କରିଥାଏ ।
  3. ଉଭୟ ହେପାଟାଟିସ୍‌ରେ ଲକ୍ଷଣ ପ୍ରାୟତଃ ସମାନ ରହିଥାଏ।
  4. ସେହିପରି ହେପାଟାଟିସ୍ ଏ’ ଓ ଇ’ର ସଂକ୍ରମଣ ମାଧ୍ୟମ ମଧ୍ୟ ଦୂଷିତ ପାଣି । 
  5. ହେପାଟାଟିସ୍ ଇ’ ସଂକ୍ରମଣ ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଏ’ ଖୁବ୍ ଶୀଘ୍ର ବ୍ୟାପିଥାଏ । 
  6. ହେପାଟାଟିସ୍ ଏ’ ସଂକ୍ରମଣ ଯାଞ୍ଚ କରିବା ପାଇଁ ରକ୍ତ ପରୀକ୍ଷା କରାଯାଉଥିବା ବେଳେ ହେପାଟାଟିସ୍ ଇ’ ସଂକ୍ରମଣ ପାଇଁ ରକ୍ତ ଓ ମଳ ପରୀକ୍ଷା କରାଯାଇଥାଏ। 
  7. ଗର୍ଭାବସ୍ଥାରେ ହେପାଟାଟିସ୍ ଇ’ ସଂକ୍ରମଣ କ୍ଷତିକାରକ।
  8. ହେପାଟାଟିସ୍ ଏ’ର ଟିକା ବଜାରରେ ଉପଲବ୍ଧ। କିନ୍ତୁ ହେପାଟାଟିସ୍ ଇ’ର ଟିକା ଆସିନାହିଁ ।

କେମିତି ରକ୍ଷା ପାଇବେ

  1. ବିଭିନ୍ନ କଞ୍ଚା ଜିନିଷ ଓ ଦର୍‌ସିଝା ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଯେମିତିକି ସାଲାଡ଼, କଟା ଫଳ ଓ ବାହାରେ ବିକ୍ରି ହେଉଥିବା ଜୁସ୍ ଆଦି ।
  2. ଘରେ ପ୍ରସ୍ତୁତ ଖାଦ୍ୟକୁ ଗୁରୁତ୍ବ ଦିଅନ୍ତୁ । 
  3. ବର୍ଷାଦିନେ ବାହାରେ ପାଣି ପିଅନ୍ତୁ ନାହିଁ । ଯଦି ପିଉଛନ୍ତି, ତେବେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
  4. ନିଜକୁ ସବୁବେଳେ ସ୍ୱଚ୍ଛ ରଖନ୍ତୁ । 
  5. ହେପାଟାଟିସ୍ ଏ’ ପାଇଁ ଟୀକା ନେବାକୁ ଭୁଲନ୍ତୁ ନାହିଁ ।
  6. ବିଶେଷ ଭାବେ ବର୍ଷା ଦିନେ ଏହି ହେପାଟାଟିସ୍ ଏ’ ଓ ଇ' ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମୟରେ ଖାଦ୍ୟପଦାର୍ଥ ପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ। 
  7. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିକାଶଶୀଳ ଦେଶରେ ଏହି ରୋଗ ଖୁବ୍ ସାଧାରଣ ବର୍ଷକୁ ହେପାଟାଟିସ୍ ଇ ସଂକ୍ରମଣର ସଂଖ୍ୟା ୨୦ ଲକ୍ଷ ମିଲିୟନ୍। 
  8. ତା’ ପରେ ଯଦି ସମସ୍ୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 
  9. ଉଭୟ ରୋଗର ଚିକିତ୍ସା ସମ୍ଭବ। ଏହି ରୋଗରେ ଲୋକଙ୍କର ପ୍ରାୟତଃ ମୃତ୍ୟୁ ହୋଇ ନଥାଏ। 
  10. କିନ୍ତୁ ଯେଉଁମାନଙ୍କଠାରେ ଲିଭର୍ ସମସ୍ୟା, ନିଶାଗ୍ରସ୍ତ ବ୍ୟକ୍ତି ଓ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ହିଁ ବେଶି ଗୁରୁତର ହୋଇଥାନ୍ତି।
  11. ରୋଗୀଟିଏ ୨/୩ ମାସ ଭିତରେ ଏହି ରୋଗରୁ ସୁସ୍ଥ ହୋଇଥାଏ।

Post a Comment

0 Comments