ଲିଭର ସମ୍ବନ୍ଧୀୟ ରୋଗର କାରଣ ଓ ପ୍ରତିକାର
ଆଜି କାଲିକା ବାହାର ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଯକୃତ ସମସ୍ୟା ବଢ଼ିବାରେ ଲାଗିଛି। ଏହି ରୋଗ ଯେକୌଣସି ବୟସର ଲୋକଙ୍କ ପାଇଁ ହୋଇପାରେ। ଲିଭର ଖରାପ ହେବାର ପ୍ରମୁଖ କାରଣ ହେଉଛି ଅଧିକ ମାତ୍ରା ରେ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବା ଓ ନିଶାଦ୍ରବ୍ୟ ସେବନ କରିବା। * ଜେନେଟିକ୍ କାରଣରୁ | *ସଂକ୍ରମଣ * ଅଧିକ ମଦ୍ୟପାନ ଏବଂ ଧୂମପାନ କରିବା * ମଧୁମେହ ରୋଗ * କୋଷ୍ଠକାଠିନ୍ୟ * ଓଜନ ହ୍ରାସ |
ଲିଭର ଖରାପ ହେବାର କାରଣ
- ଅଧିକ ଧଳାଲୁଣ ଖାଇବା
- ମଇଦା
- ହେପାଟାଇଟିସ A, B, C ଭାଇରସ ଦ୍ୱାରା
- ଫାଷ୍ଟ ଫୁଡ
- ଶରୀରରରେ ଭିଟାମିନ B କମ ରହିବା ।
- ଘରେ ଆବର୍ଜନା ରହିବା ।
- ଉଚିତ ପୌଷ୍ଟିକ ଭୋଜନ ନ କରିବା ।
- ଚା ଏବଂ କଫିର ଅଧିକ ସେବନ କରିବା ।
- ପାଣିରେ କ୍ଲୋରିନର ମାତ୍ରା ଅଧିକ ହେବା ।
- କମ ନିଦ
ଅନ୍ୟାନ୍ୟ କାରଣ
ଚିନି
- ଲିଭର ଚିନିକୁ ଫ୍ୟାଟରେ ପରିବର୍ତ୍ତନ କରିବାର କାମ କରିଥାଏ । ଅଧିକ ଚିନି ଖାଇବା ଦ୍ବାରା ଲିଭରରେ ପ୍ରେସର ପଡିଥାଏ ଏବଂ ଅଧିକ ଫ୍ୟାଟ ଜମା ହେବା ଦ୍ବାରା ଲିଭର ଖରାପ ହେଇଥାଏ ।
- କୋଲଡ୍ ଡ୍ରିଙ୍କରେ ବ୍ୟବହାର ହେଉଥିବା କଲର ଓ ଚିନି କାରଣ ରୁ ଲିଭର ଖରାପ ହେଇଥାଏ ।
ଅଧିକ ମାତ୍ରାରେ ଔଷଧ ସେବନ କରିବା
- ବିନା ଡାକ୍ତରଙ୍କର ପରାମର୍ଶରେ କୌଣସି ବି ସପ୍ଲିମେଣ୍ଟସ ସେବନ କରିବା ଉଚିତ ନୁହେଁ ।
- ସପ୍ଲିମେଣ୍ଟସ,ପେନ କ୍ଳିଅର,ପାରାସୀଟାମଲ ବେଶୀ ଖାଇଲେ ଲିଭର ର କ୍ଷତି ହୁଏ |
- ଅଧିକ ଦିନ ଧରି ଔଷଧ ଖାଇବା ଦ୍ଵାରା ପେଟ ରୋଗ ହୁଏ ଦେଖାଯାଏ ଅଧିକ ଔଷଧ ଖାଇବା ଦ୍ଵାରା ପେଟରେ ବହୁତ ଗରମ ଉତ୍ପନ୍ନ ହୋଇଥାଏ । ଯାହା ଲିଭର ପାଇଁ ଠିକ୍ ନୁହେଁ । ଏହା ଲିଭରକୁ କ୍ଷତିଗ୍ରସ୍ତ କରାଏ ।
ପାଣି କମ ମାତ୍ରା ରେ ପିଇବା
- ପାଣି କମ ମାତ୍ରା ରେ ପିଇବା ଦ୍ୱାରା ଏହି ସମସ୍ୟା ଦେଖା ଯାଇଥାଏ। ମନୁଷ୍ୟ ଶରୀର ୬୫ ପ୍ରତିଶତ ଜଳ ରେ ତିଆରି ହୋଇଥାଏ। ତେଣୁ ପାଣିର ଅଧିକ ମାତ୍ରାରେ ସେବନ କରିବା ଉଚିତ।
- ପାଣି କମ ପିଇବା ଦ୍ଵାରା ଏହା ଲିଭର କୁ ଗରମ କରିଥାଏ ଯାହାଦ୍ୱାରା ପରିସ୍ରା ହଳଦିଆ ହୋଇଥାଏ।
- ଦୂଷିତ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନଫେକ୍ସନ ଆଶଙ୍କା ବଢିଯାଏ ।
ଅଧିକ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବା
- ଅଧିକ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଲିଭର ରେ ସମସ୍ୟା ଦେଖା ଯାଇଥାଏ।
- ସର୍ବଦା ପନି ପରିବା ର ସେବନ କରନ୍ତୁ ଏହା ଆମ ଶରୀରକୁ ଥଣ୍ଡା ରଖିଥାଏ ଏବଂ ଲିଭର ରେ କୌଣସି ପ୍ରକାର ସମସ୍ୟା ଦେଖା ଯାଇନଥାଏ।
- ଲୋକମାନେ ସମୟ ଅଭାବ ଓ ଚଟାପଟ୍ ଖାଇବା ଉଦ୍ଦେଶ୍ୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଓ ଚର୍ବି ଅଂଶକୁ ଖାଦ୍ଯରେ ସାମିଲ କରଛନ୍ତି । ଯାହା ଧୀରେ ଧୀରେ ଲିଭିରକୁ କ୍ଷତିଗ୍ରସ୍ତ କରାଇଥାଏ । ଏହି ଖାଦ୍ୟ ପଦାର୍ଥରୁ କୁପ୍ରଭାବ ଯୋଗୁଁ ଲିଭର ସିରୋସିସ୍ ଓ ଫ୍ୟାଟି ଲିଭର ସମସ୍ୟା ଦେଖାଯାଏ ।
ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା
- ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ମଧ୍ୟ ଏହା ଲିଭରକୁ ଗରମ କରିଥାଏ। ତେଣୁ କମ ପରିମାଣ ରେ ପ୍ରୋଟିନ ର ସେବନ କରନ୍ତୁ।
- ପନିର ଏବଂ କ୍ଷୀର ରେ ଥିବା ପ୍ରୋଟିନ ସେବନ କରନ୍ତୁ କାରଣ ଏହା ପ୍ରାକୃତିକ ହୋଇଥାଏ।
- ଡବା ରେ ଆସୁଥିବା ପ୍ରୋଟିନ ର ଅଧିକ ମାତ୍ରାରେ ସେବନ ଲିଭର ଉପରେ ପ୍ରଭାବ ପକାଇଥାଏ।
ମଦ୍ୟପାନ
- ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ |ମଦ ପିଇବା ଦ୍ବାରା ମଧ୍ଯ ଲିଭରର କୋଷିକାଗୁଡ଼ିକ ମଧ୍ଯରେ ଚର୍ବି ଜମା ହୋଇ ରହିଯାଏ। ଏହା ଯୋଗୁଁ ଲିଭରର କାମ ବାଧାପ୍ରାପ୍ତ ହୋଇଥାଏ ଏବଂ ଧୀରେ ଧୀରେ ଲିଭରକୁ ନଷ୍ଟ କରିଥାଏ। ଏହା ଥିଲା ଲିଭର ଜନିତ ସମସ୍ୟା ର ମୁଖ୍ୟ କାରଣ।
- ଅଧିକ ମାତ୍ରା ରେ ମଦ୍ୟପାନ କରିବା ଦ୍ବାରା ଶରୀର ରେ ଟକ୍ସିନ ର ମାତ୍ରା ବଢିଥାଏ ଯାହା କି ଲିଭର କୁ ଖରାପ କରିଥାଏ ।
- ମଦ ଯୋଗୁଁ- ପାଚନ ତନ୍ତ୍ର ଦୁର୍ବଳ, ପେଟରେ ଘା’ ସିରୋସିସ୍ ଯକୃତ ନିଷ୍ଟ୍ରିୟ ଯକୃତ କର୍କଟ ଆଦି ହୋଇଥାଏ । ନିଶା ଯୋଗୁଁ ଯକୃତ ବିଶେଷ କ୍ଷତି ହୋଇଥାଏ ।
ସଂକ୍ରମଣ
- ଅନେକ ସ୍ଥଳରେ ପରଜୀବୀ ଓ ଭୂତାଣୁ ଲିଭରକୁ ସଂକ୍ରମିତ କରିଥାନ୍ତି। ଏହା ଯୋଗୁଁ ଲିଭରର କାର୍ଯ୍ୟ ଠିକ୍ ଭାବେ ହୋଇପାରେ ନାହିଁ |
- ଲିଭରକୁ କ୍ଷତି ପହଞ୍ଚାଉଥିବା ଏହି ରକ୍ତ, ଦୂଷିତ ଖାଦ୍ୟ ଖାଇବା, ପାଣି, କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ନିକଟ ସଂପର୍କରେ ଆସିବା ଯୋଗୁଁ ଶରୀର ମଧ୍ଯକୁ ପ୍ରବେଶ କରିଥାଏ।
- ଲିଭର ସଂକ୍ରମଣର ସବୁଠୁ ସାଧାରଣ 'ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ |
ମେଦବହୁଳତା
ମେଦବହୁଳତା ଯୋଗୁଁ ଅନେକ କ୍ଷେତ୍ରରେ ଲିଭରରେ ଚର୍ବି ଜମା ହୋଇଯାଇଥାଏ ଏହା ଯୋଗୁଁ ମଧ୍ଯ ହେପାଟାଇଟିସ୍ ହେବାର ଆଶଙ୍କା ରହେ |
ଆନୁବଂଶିକତା
- ସମୟ ସମୟରେ ଅସାମାନ୍ୟ ଜିନ୍ ଯୋଗୁଁ ଲିଭର ପ୍ରସ୍ତୁତ କରୁଥୁବା ପ୍ରୋଟିନ୍ର ପରିମାଣ ହ୍ରାସ ପାଇଥାଏ। ଏହା ଯୋଗୁଁ ଲିଭର କ୍ଷତିଗ୍ରସ୍ତ ହୋଇଥାଏ।
- ହେମୋକ୍ରୋମୋଟୋସିସ୍ ଞ୍ଜିଲସନ୍ଧ ଡିଜିଜ୍, ଗିଲବର୍ଟସ ଡିଜିଜ୍ ପ୍ରଭୂତି ଆନୁବଶିଂତା ଯୋଗୁଁ ହୋଇଥାଏ |
ବ୍ୟାୟାମର ଅଭାବ
- ଆଜିର ଯୁବପିଢି ଏତେ ସୁସ୍ଥିଆ ଓ ଅଳସୁଆ ଯେ ନିଜର ସ୍ୱାସ୍ଥ୍ୟ ଚିନ୍ତା କରୁ ନାହାଁନ୍ତି । ଯୋଗ ଓ ବ୍ୟାୟାମ ନକରି ରୋଗରୁ ରକ୍ଷା ପାଇବା ପାଇଁ ଔଷଧ ଖାଇଦେଲେ ହେଲା ।
- କିନ୍ତୁ ଏହାଦ୍ଵାରା ଅଧିକ ରୋଗଗ୍ରସ୍ତ ହେଉଛି ଯୁବପିଢି । ଏଣୁ ପ୍ରତିଦିନ କିଛି ସମୟ ବାହାର କରି ଯୋଗ ଓ ବ୍ୟାୟାମ ଅଭ୍ୟାସ କରିବା ଦରକାର । ଏହା ଦ୍ଵାରା ଲିଭର ସୁସ୍ଥା ରହିପାରିବ ।
ଅନିୟମିତ ଦିନଚର୍ଯ୍ୟା
କିଛି ମଣିଷ ଏପରି ଦିନଚର୍ଯ୍ୟା ବିତାଇଥାନ୍ତି ଯେପରି ଖାଇବା ପରେ ତୁରନ୍ତ କାମରେ ଯିବା, ଠିକ୍କ ସମୟରେ ନ ଶୋଇବା ଓ ଉଠିବା ଏକ୍ସରସାଇଜ୍ ନ କରିବା ଆଦି ଦ୍ଵାରା ଲିଭର କିମ୍ବା ଯକୃତ ଉପରେ ଖାଇପ ପ୍ରଭାବ ପଡେ ।
ଖାଦ୍ୟପେୟର ଖରାପ ଅଭ୍ୟାସ
ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା ଅଧିକ ସମୟ ଖାଲି ପେଟରେ ରହିବା ଲୋକ ସମୟରେ ଅଧିକ ଓ କମ୍ ଖାଇବା ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସୀ ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ।
ଛୋଟ ରୋଗକୁ ଅନାଦେଖା
କଫ, ଗ୍ୟାସଷ୍ଟ୍ରିକ, ପେଟ ଫୁଲିବା ପେଟ ଦରଜ ଲୋକ ନ ଲାଗିବା ଆଦି ଛୋଟମୋଟ ସମସ୍ୟା ଦେଖାଦେଲେ ଏହାକୁ ଆମେ ଅଣଦେଖା କରିଥାଉ । ଏହାର କୌଣସି ଚିକିତ୍ସା କରିନଥାଉ । ଏହା ଧୀରେ ଧୀରେ ବଡ ଆକାର ଧାରଣ କରି ସିରୋସିସ୍ ଲିଭର ନିଷ୍ଟ୍ରିୟ ଲିଭର କ୍ୟାନସର ଆଦି ରୋଗ ସୃଷ୍ଟି କରିଥାଏ ।
ପ୍ରତିକାର
- ପପେୟା ମାସେ ନିହାତି ଖାଇବେ
- ଆମଲା ଦିନକୁ 4-5 ଟି
- ସେଓ କା ସିରକା
- ଲେମ୍ବୁ + ଗୋଲମରିଚ +କଳା ଲୁଣ + ଶୁଣ୍ଠୀ + ମହୁ
- ବିଟ୍ ଜୁସ୍
- ପିଆଜ ଖାଇବେ ଦିନକୁ ଦୁଇଟି (ଲିଭର୍ ସିରୋସିସ୍)
- ପାଚିଲା ଜାମୁକୋଳି ୨୫୦ ଗ୍ରାମ୍ ପ୍ରତିଦିନ ଖାଲି ପେଟରେ ଯେଉଁ ଋତୁରେ ମିଳିବବିଶେଷ
- ରୋଟି ବନ୍ଦ କରିଦେବେ, ଚିନି, ତେଲ ଓ ଘିଅ କମ କରିବେ ବା ନଖାଇଲେ ଭଲ
ଲିଭର ସଫା କରିବା ପାଇଁ ଉପାୟ – Liver Detoxify
2 କପ ପାଣି =400ml150 ଗ୍ରାମ କିସମିସ
- ୧) ଗାଢ଼ ରଙ୍ଗର କିସମିସ ନେବେ ଓ ଧୋଇ ଦେବେ l ପାଣି 400 ml ନେଇ ଫୁଟାଇ ଦିଅନ୍ତୁ l ଗରମ ହୋଇ ଆସିଲେ କିସମିସ ପକାଇ 20 ମିନିଟ ଫୁଟାଇ ଦିଅନ୍ତୁ l କିସମିସ କୁ ପୂରା ରାତି ପାଣିରେ ବତୁରାଈ ଦେବେ, ପରଦିନ ଭଲସେ ଦଳି ପାଣିକୁ ପିଇଦେବେ l ଖାଇବା 30 ମିନିଟ ଆଗରୁ ପିଇଦେବେ l ସପ୍ତାହରେ ଦୁଇଥର କରି ମାସଟିଏ କରନ୍ତୁ
- ୨) ଗାଜର + ବିଟ ଜୁସ ପିଇବେ
- ୩) ରସୁଣ ଖାଇବେ
- ୪) ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସକାଳେ ପିଅନ୍ତୁ ଖାଲି ପେଟରେ
- ୫) ଗ୍ରୀନ ଡାବ ପାଣି ଦିନକୁ 2 ଟା
- ୬) ପୁନର୍ଣ୍ଣଭା
- ୭) କମଳା ରସ + ଲେମ୍ବୁ ରସ + ପୁଦିନା ପତ୍ର ୫+ ମହୁ = ଜୁସ୍
- ୮) ଗ୍ରିନ୍ ଟି
- ୯) ସବୁଜ ପତ୍ର ପରିବା ଜୁସ (କ୍ଲୋରୋଫିଲ୍ /Chlorophyll)
- ୧୦) ଆପେଲ୍ / ସେଓ ( Pectin)


0 Comments
Do you have any doubts or suggestions? Ask them here in the comments!