ଲିଭର ଖରାପ ହେବା ପୂର୍ବରୁ ଆମକୁ କିଛି ଲକ୍ଷଣ ଦେଖିବାକୁ ମିଳେ
ଯଦି ଏହା ସଠିକ ରୂପେ କାର୍ଯ୍ୟ କରିନଥାଏ ତେବେ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଲିଭର ଖରାପ ହେବା ପୂର୍ବରୁ ଆମକୁ କିଛି ସଂକେତ ଦେଖିବାକୁ ମିଳେ ଏବଂ ଆମେ ସେହି ସଙ୍କେତ ଗୁଡ଼ିକୁ ଅଣଦେଖା କରି ଦେଇଥାଉ ଯାହା ଆମକୁ ମରଣ ମୁଖରେ ପହଞ୍ଚାଇ ଦେଇଥାଏ।
ବହୁତ ଲୋକ ଏହା ଭାବିଥାନ୍ତି ଯେ ମଦ ସେବନ କଲେ ଲିଭର ଖରାପ ହୋଇଥାଏ, କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ନୁହେଁ, ଆପଣ ଏମିତି କେତେ ପ୍ରକାର ଲୋକଙ୍କୁ ଦେଖିଥିବେ ଯିଏ କୌଣସି ନିଶା ପାନ କରନ୍ତି ନାହିଁ, ତେବେ ମଧ୍ୟ ଲିଭର ରୋଗରେ ପୀଡିତ ହୁଅନ୍ତି । ଏମିତି ଲୋକ ଫ୍ୟାଟି ଲିଭରର ଗ୍ରସ୍ତ ହୋଇଥାନ୍ତି । ଏହି ପରିସ୍ଥିତି ରେ ଲିଭର ରେ ଗ୍ୟାସ ଜମା ହୋଇଥାଏ, ଯାହା ଦ୍ଵାରା ଆପଣଙ୍କ ଲିଭର ଖରାପ ହୋଇ ଥାଏ ଆସନ୍ତୁ ଜାଣିବା ଲିଭର ଖରାପ ହବାର ମୁଖ୍ୟ କାରଣ :
ଲକ୍ଷଣ
-ତ୍ଵଚା ଓ ଆଖି ହଳଦିଆ ଦେଖାଯିବା-ପେଟ ଦରଜ, ପେଟ ଫୁଲିବା
-ପାଦ ଫୁଲିବା
-ତ୍ୱଚା କୁଣ୍ଡାଇ ହେବା
-ମଳରେ ରକ୍ତ ପଡ଼ିବା
-ଅତି ଥକ୍ଖା ଲାଗିବା
-ଊକା ଉଠିବା,ବାରମ୍ବାର ବାନ୍ତି ହେବା
-ଭୋକ କମ୍ ହେବା
-ଜଣ୍ଡିସ
-ଜ୍ୱର ଲାଗି ରହିବା
-ଓଜନ କମ୍ ହେବା
1. ପେଟ ଫୁଲିବା
- ହଠାତ ପେଟ ଫୁଲି ଯାଇଥାଏ ତେବେ ସମସ୍ତେ ଭାବିଥାନ୍ତି ଯେ, ଏହା ମୋଟାପଣ କିନ୍ତୁ ନୁହେଁ। ଏହାର କାରଣ ହେଉଛି ଲିଭରରେ ସମସ୍ୟା ସୃଷ୍ଟି ହୋଇଥାଏ।
- ହଠାତ୍ ଓଜନ ବୃଦ୍ଧି ମଧ୍ୟ ଲିଭର ବିଫଳତାର ସଙ୍କେତ ହୋଇପାରେ | ଲିଭର ଫୁଲା ହେତୁ ବେଲି ମଧ୍ୟ କଠିନ ହୋଇଯାଏ | ଏପରି ପରିସ୍ଥିତିରେ, ଏହାକୁ ଅଣଦେଖା କରନ୍ତୁ ନାହିଁ |
- ଏହି ସ୍ଥିତି ସେତେବେଳେ ଉତ୍ପନ ହୋଇଥାଏ, ଯେତେବେଳେ ପେଟ ନାଭି ରେ ଦ୍ରବ୍ୟ ଜମା ହୋଇଥାଏ ।
- ଖରାପ ଲିଭର ଶରୀରରୁ ଅସନା ବାହାର କରିବାରେ ଅସମର୍ଥ ଅଟେ ଯାହା ଦ୍ଵାରା ପେଟରେ ପାଣି ଜମା ହୋଇଥାଏ, ଏହି କାରଣ ଯାହା ପାଇଁ ପେଟ ଫୁଲିବା ଆରମ୍ଭ ହୁଏ ।
- ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସଂକେତ ଦେଖା ଯାଉଛି ତେବେ ଏହା ଲିଭର ଜନିତ ସମସ୍ୟା ସହିତ ସଂପୃକ୍ତ ଅଟେ। ତେବେ ଏହାର ଚିକିତ୍ସା ସଠିକ ସମୟରେ କରନ୍ତୁ।
2. ମୁହଁରୁ ଦୁର୍ଗନ୍ଧ
- ଲିଭର ଖରାପ ହେବା ସମୟରେ ମୁହଁରୁ ଦୁର୍ଗନ୍ଧ ଆସିଥାଏ।
- କାରଣ ଯଦି ଲିଭର ସଠିକ ଭାବରେ କାର୍ଯ୍ୟ କରିନଥାଏ ତେବେ ମୁହଁରେ ଆମୋନିଆର ପରିମାଣ ଅଧିକ ମାତ୍ରାରେ ହୋଇଯାଇଥାଏ ଏବଂ ଯାହା ଫଳରେ ମୁହଁରୁ ଦୁର୍ଗନ୍ଧ ଆସିଥାଏ।
3. ଦୁର୍ବଳ ଅନୁଭବ
- ଅଧିକ ମାତ୍ରା ରେ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଲିଭର ଖରାପ ହେବାର ସମ୍ଭାବନା ରହିଛି।
- ଏହା ସହିତ ଅଧିକ ଥକିବା, ମାଂସପେଶୀ ରେ ଦୁର୍ବଳତା, ମାନସିକ ସ୍ଥିତି ଦୁର୍ବଳ ହୋଇଯିବା ଆଦି ଲିଭର ଖରାପ ହେବାର ସଙ୍କେତ ଅଟେ।
- ତେଣୁ ଯଦି ଆପଣ ମଧ୍ୟ ଏହି ସମସ୍ୟା ର ସମୁଖୀନ୍ନ ହେଉଛନ୍ତି ତେବେ ତୁରନ୍ତ ଆପଣଙ୍କ ଲିଭର ଟେଷ୍ଟ କରାନ୍ତୁ ଏବଂ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।
- ଯକୃତ ଦୁର୍ବଳ ହୋଇଗଲେ, ରୋଗୀ ଅଧିକାଂଶ ସମୟ ନିଦ ଲାଗିବା ସକ ଅଳସୁଆ ଲାଗିଥାଏ । ଏହା ବ୍ୟତୀତ ପେଟ ଦରଜ ହୋଇଥାଏ ।
- ଯକୃତ ଖରାପ ହେବା ଆରମ୍ଭ ହେଲେ କେବଳ ଶରୀର ନୁହେଁ ବରଂ ମାନସିକ ସମସ୍ୟା ଦେଖାଯାଇଥାଏ, ମସ୍ତିସ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏହାସହ ମସ୍ତିଷ୍କ ସଙ୍ଗେ ସଙ୍ଗେ କୌଣସି ଲଙ୍ଗିତକୁ ଗ୍ରହଣ କରେନାହିଁ ଓ ରୋଗୀ କିଛି ପାରେ ନାହିଁ । ଏହି ସବୁ ଲକ୍ଷଣ ଦେଖା ଦିଏ ।
4. ପୁରୁଷମାନଙ୍କ ସ୍ତନ ବଢିବା
- ବଢୁଥିବା ସ୍ତନ ପାଇଁ ଅନେକ କାରଣ ହୋଇପାରେ, କିନ୍ତୁ ସେହି କାରଣ ମଧ୍ୟରେ ଫ୍ୟାଟି ଲିଭର ମଧ୍ୟ ଅଛି ।
- ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ସ୍ତନ ବଢୁଛି ତେବେ ଥରେ ଡକ୍ଟର ପାଖ ରେ ଯାଇ ଚେକ ଅପ ନିଶ୍ଚିନ୍ତ କରାନ୍ତୁ ।
5. ତ୍ଵଚା ଓ ଆଖି ହଳଦିଆ
- ଯଦି ଆପଣଙ୍କୁ ନିଜ ସ୍କିନ ରଙ୍ଗ ବଦଳିବାର ଲାଗେ ବା ଆପଣଙ୍କ ତ୍ଵଚା ହଳଦିଆ ହୋଇ ଯାଏ ତେବେ ଏହା ଲିଭର ରୋଗର ସମସ୍ୟା ଅଟେ, ଏହା ଦ୍ଵାରା ଆପଣ ଜାଣିପାରିବେ ଯେ ଆପଣ ଫ୍ୟାଟି ଲିଭର ଦ୍ଵାରା ଗ୍ରସ୍ତ ଅଛନ୍ତି ।
- ଆଖିର ଧଳା ଭାଗ ହଳଦିଆ ଦେଖାଯାଇଥାଏ ଏବଂ ନଖ ମଧ୍ୟ ହଳଦିଆ ଦେଖା ଯାଇଥାଏ ତେବେ ଏହା ଲିଭର ଜଣ୍ଡିସ ର ସଙ୍କେତ ଅଟେ। ତେଣୁ ଏପରି ସଙ୍କେତ ଦେଖା ଦେଲେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ।
- ଯକୃତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସର୍ବପ୍ରଥମେ ଶରୀର ହଳଦିଆ ଦେଖାଯାଏ । ତ୍ଵଚା ନଖ ଓ ଆଖି ହଳଦିଆ ଦେଖାଯିବା ଶହ ହଳଦିଆ ପରିସ୍ରା ହୋଇଥାଏ । ଯଦି ନଖ ଓ ଆଖି ହଳଦିଆ ଅଂଶ ଧୀରେ ବଢୁଥିବାର ଜଣା ପଡୁଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲାନ୍ତୁ ନାହିଁ ।
6. କମ ଭୋକ
- ଲିଭର ସଠିକ ଭାବରେ କାର୍ଯ୍ୟ ନ କରିବା ଦ୍ୱାରା ବହୁତ କମ ଭୋକ ଲାଗିଥାଏ ଯାହାଦ୍ୱାରା ଶରୀରରେ ଦୁର୍ବଳତା ଦେଖା ଯାଇଥାଏ ଏବଂ ଶରୀରର ଓଜନ ମଧ୍ୟ ହ୍ରାସ ହୋଇଯାଇଥାଏ।
- ଏହାସହିତ ହଜମ କ୍ରିୟା ମଧ୍ୟ ସଠିକ ଭାବରେ ହୋଇନଥାଏ ଏବଂ ପାଚନ ତନ୍ତ୍ର ରେ ସମସ୍ୟା ଦେଖା ଦେଇଥାଏ। ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ଏବଂ ସଠିକ ସମୟରେ ଏହି ରୋଗର ଚିକିତ୍ସା କରନ୍ତୁ।
- ଖାଦ୍ୟ ପ୍ରତି ଆଗ୍ରହ ନହେବା
- ସାମାନ୍ୟ ଖାଇବା ପରେ ପେଟ ଭରିଯିବା
- ଖାଇବା ସମୟରେ ଥକାପଣ ଅନୁଭବ ହେବା, ଖାଇବା ଅଧାରୁ ଉଠିଯିବା
- ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ଉତ୍ସାହ ନହେବା
- ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା
- ଯକୃତରେ କିଛି ସମସ୍ୟା ଦେଖାଦେଲେ ସ୍ଵାଦ ଉପରେ ପ୍ରଭାପ ପଡେ । ପାଟିକୁ ଖାଦ୍ୟ ସ୍ଵାଦ ଲାଗେ ନାହିଁ । ଖାଦ୍ୟ ବହୁତ ଖରାପ ଲାଗେ । ଖାଇବାକୁ ଇଚ୍ଛା ହୁଏ ନାହିଁ ।
7. ରକ୍ତ ପ୍ରବାହ ବଢିବା
- କେତେ ଥର ଏମିତି ମଧ୍ୟ ହୋଇଥାଏ ଯେତେବେଳେ ଆମ ଶରୀର ରେ ବିଷାକ୍ତ ତତ୍ଵ ଉତ୍ପନ ହୋଇଥାଏ, ଯାହା ଦ୍ଵାରା ଆମ ଲିଭର ସଠିକ ଭାବରେ କାମ କରିବାରେ ଅସମର୍ଥ ହୋଇଥାଏ, ଏହି ସ୍ଥିତି ରକ୍ତ ପ୍ରବାହ ବଢେଇଥାଏ |
- ସାମାନ୍ୟ ଆଘାତ ଲାଗିଲେ ଯଦି ଆପଣଙ୍କ ଶରୀରରୁ ଅଧିକ ରକ୍ତ ବୋହୁଥାଏ ତା’ ହେଲେ ଏହା ଯକୃତ ଖରାପ ହେବାର ଲକ୍ଷଣ। କାରଣ ରକ୍ତଜମାଟ ବାନ୍ଧିବା ଲାଗି ଯେଉଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ ତାହା ଯକୃତ ବନାଇଥାଏ। ଯକୃତ ଖରାପ ହେଲେ ଶରୀରରେ ଏହି ପ୍ରୋଟିନ୍ ମଧ୍ୟ କମିଯାଏ।
8. ଚର୍ମ ଧଳା ଓ ଶରୀର ରେ ନୀଳ ରଙ୍ଗ ଦେଖାଦେବା
- ଲିଭର ସଠିକ ଭାବରେ କାମ କରିବାରେ ଅସମର୍ଥ ହୋଇଥାଏ ଯାହା ଶରୀର ବାହାର ଚର୍ମ ଧଳା ଦେଖେଇ ଥାଏ ।
- ତ୍ୱଚା ରେ ଧଳା ରଙ୍ଗ ହେଇ ତାହାର ରଙ୍ଗ ଉଡିଗଲେ ଜାଣିନିଅନ୍ତୁ ଯେ ଲିଭର ଖରାପ ହେବାରେ ଲାଗିଛି।
- ଆଖି ତଳର କଳା ଦାଗ ବି ଲିଭର ଖରାପ ହେବାର ସଂକେତ ଥାଏ।
- ଅନେକ କ୍ଷେତ୍ରରେ ଶରୀରରେ ନୀଳ ନୀଳ ଚିହ୍ନ ମଧ୍ୟ ଦେଖାଯାଏ | ଯଦି ଆପଣ କୌଣସି ଆଘାତ ନକରି ନୀଳ ନୀଳ ମାର୍କ ଦେଖନ୍ତି ତେବେ ଡାକ୍ତରଙ୍କ ସହିତ ଶୀଘ୍ର ଯୋଗାଯୋଗ କରନ୍ତୁ |
9. ଗୋଡ ଏବଂ ପାଦରେ ଫୁଲା ସମସ୍ୟା
ଗୋଡ ଏବଂ ପାଦରେ ଫୁଲା ସମସ୍ୟା ମଧ୍ୟ ଲିଭର ଖରାପର ସଙ୍କେତ |
10. ଖାଇବାର କିଛି ସମୟ ପରେ ବାନ୍ତି
- ବାରମ୍ବାର ବାନ୍ତି ହେବା, ବାନ୍ତି ମଧ୍ୟ ଲିଭର ନଷ୍ଟ ହେବାର ସଙ୍କେତ ହୋଇପାରେ | ବେଳେବେଳେ ବାନ୍ତି ସହିତ ରକ୍ତ ଜମାଟ ମଧ୍ୟ ଦେଖାଯାଏ |
- ଖାଦ୍ୟ ଖାଇବାପରେ ଯଦି ବାନ୍ତି ହୋଇଯାଏ ବିସମସ୍ତେ ଭାବାନ୍ତି ଗ୍ୟାସ ହୋଇଯାଇଛି | କିନ୍ତୁ ଲିଭର ସମସ୍ୟା ଥିଲେ ମଧ୍ୟ ଏପରି ଲକ୍ଷଣ ଦେଖାଯାଏ।
- ଯକୃତ ଖରାପ ହେବାର ଦେଖାଦେଲେ ଅଧିକାଂଶ ସମୟରେ ଅସ୍ତବ୍ୟସ୍ତ ଲାଗିବା ସହିତ ବାନ୍ତି ଲାଗିଥାଏ ।
11. ପରିସ୍ରାରଙ୍ଗ ପରିବର୍ତ୍ତନ
ପରିସ୍ରା କଲାବେଳେ ଯଦି ଅଧିକ ଗହରା ରଙ୍ଗ ର ପରିସ୍ରା ବହୁ ସମୟରେ ହୁଏ ତାହାଲେ ଲିଭର ଖରାପ ହେଇସାରିଛି।
12. ଶରୀର କୁଣ୍ଡାଇ ହେବା
- ଶରୀରରେ କିଛି ସ୍ଥାନ କୁଣ୍ଡାଇ ହେବା ଏକ ସାଧାରଣ ସମସ୍ୟା। ଅଧିକାଂଶ ସମୟରେ ଆମେ ତାକୁ ଅଣଦେଖା କରି ଦେଇଥାଉ।
- ଡାକ୍ତରମାନଙ୍କ ଅନୁସାରେ କିନ୍ତୁ ଯକୃତ ଖରାପ ହେବା ଯୋଗୁ ତ୍ୱଚା କୁଣ୍ଡାଇ ହେବା ସମସ୍ୟା ବଢିଥାଏ। ଯକୃତ ଖରାପ ହେବା ଯୋଗୁଁ ସେଥିରେ ତିଆରି ହେଉଥିବା ବାଇଲ ଜୁସ୍ ରକ୍ତରେ ମିଶିଥାଏ। ସମୟକ୍ରମେ ତାହା ତ୍ୱଚାର ତଳେ ଜମିବାରୁ ତ୍ୱଚା କୁଣ୍ଡାଇ ହୋଇଥାଏ।


0 Comments
Do you have any doubts or suggestions? Ask them here in the comments!