କାହିଁକି ପାଳନ ହୁଏ ରାଧାଷ୍ଟମୀ ?

କାହିଁକି ପାଳନ ହୁଏ ରାଧାଷ୍ଟମୀ ?

ବୈଷ୍ଣବ ଶାସ୍ତ୍ର ମତରେ ସୃଷ୍ଟି ପୂର୍ବେ ରାସମଣ୍ଡଳସ୍ଥ ପରମାତ୍ମା ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ବାମ ଭାଗରୁ ଅପରୂପ ଶୋଭା ସମ୍ପନ୍ନା ଦେବୀ ମହାଲକ୍ଷ୍ମୀ ଓ ଦକ୍ଷିଣାଂଶରୁ ପ୍ରେମମୟୀ ଶ୍ରୀରାଧାଙ୍କ ଉତ୍ପତ୍ତି ହୋଇଥିଲା I ଚତୁର୍ଭୁଜ ନାରାୟଣ ଲକ୍ଷ୍ମୀଙ୍କୁ ଗ୍ରହଣ କରି ଲକ୍ଷ୍ମୀକାନ୍ତ ନାମ ଧାରଣ କରିଥିବା ବେଳେ ଦ୍ୱିଭୁଜ ଶ୍ରୀକୃଷ୍ଣ ପ୍ରେମମୟୀ ରାଧିକାଙ୍କୁ ଗ୍ରହଣ କରି ରାଧକାନ୍ତ ରୂପେ ପ୍ରସିଦ୍ଧ ହେଲେ I ଶ୍ରୀକୃଷ୍ଣ ଓ ଶ୍ରୀରାଧଙ୍କ ନିତ୍ୟ ରାସସ୍ଥଳୀ ହେଉଛି ଗୋଲୋକ ଧାମ I 

ଜନ୍ମ ବୃତ୍ତାନ୍ତ

ଏକଦା ଶ୍ରୀକୃଷ୍ଣ ଗୋଲୋକରେ ବିରଜା ନାମ୍ନୀ ଜଣେ ଗୋପୀକା ସହିତ ବିହାର କରୁଥିବା ଖବର ପାଇ ରାଧା କ୍ରୁଧା ହେବା ସହ ସଖିମାନଙ୍କ ସହ ବିହାରସ୍ଥଳୀକୁ ଗମନ କଲେ I କିନ୍ତୁ ସୁଦାମ ଗୋପାଳଙ୍କ ସୂଚନାକ୍ରମେ ରାଧାଙ୍କ ଆସିବା ଜାଣି ଶ୍ରୀକୃଷ୍ଣ ବିରଜାଙ୍କୁ ଛାଡି ପଳାଇଗଲେ I ଅନ୍ୟ ଏକଦିନ ରାଧିକା ଏହି ଘଟଣା ନେଇ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ପ୍ରେମ ଭର୍ତ୍ସନା କରିବାରୁ ସୁଦାମ ରାଧାଙ୍କୁ ତିରସ୍କାର କରିଥିଲେ I ଶ୍ରୀରାଧାଙ୍କ ଅଭିଶାପରେ ସୁଦାମ ମର୍ତ୍ତ୍ୟରେ ଅସୁର ଯୋନିରେ ଶଙ୍ଖଚୂଡ଼ ନାମରେ ଜନ୍ମ ନେଇଥିବା ବେଳେ ସୁଦାମଙ୍କ ଅଭିଶାପରୁ ଶ୍ରୀରାଧା ମର୍ତ୍ତ୍ୟରେ ଗୋପାଳୁଣୀ ରୂପେ ଜନ୍ମ ନେଇଥିଲେ I

ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି "ଜନ୍ମାଷ୍ଟମୀ" ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି "ରାଧାଷ୍ଟମୀ" ଭାବରେ ପାଳନ କରି ଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ।ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ ।

ପୌରାଣିକ

ଦିନେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ଭଗବାନ ! ଆପଣଙ୍କ ଶ୍ରୀମୁଖରୁ ଅନେକ ବ୍ରତ କଥା ଶୁଣିଛି  ।  ବର୍ତ୍ତମାନ ମୋତେ ଶ୍ରୀରାଧାଙ୍କର ଜନ୍ମଦିନର ବ୍ରତ କଥା କୁହନ୍ତୁ ।  ଶ୍ରୀକୃଷ୍ଣ କହିଲେ ଦେବର୍ଷି, ତୁମେ ମୋର ପ୍ରିୟ ଭକ୍ତ ।  ସେଥିପାଇଁ ତୁମେ ଏ ବ୍ରତ ଶ୍ରବଣ କରିବାର ଯୋଗ୍ୟ ଅଟ I 

ଶ୍ରୀରାଧାଙ୍କ ଜନ୍ମ

ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ। ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ।ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ।ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ। ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ "ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ । ତୁମେ ବର ପ୍ରାର୍ଥନା କର।

ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ।ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ । "ତଥାସ୍ତୁ" କହିଲେ ଶ୍ରୀହରି। ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ।

ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ। ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ। 

ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ। ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା,ବ୍ରହ୍ମବୈବର୍ତ୍ତ ପୁରାଣ ମତେ ଶ୍ରୀରାଧା ଅଯୋନି ସମ୍ଭୂତ I ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ I କୁହାଯାଏ ଜନ୍ମଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା I ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲିଯାଇଥିଲା I  ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ। ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। 

କାଳକ୍ରମେ କୈଶୋରାବସ୍ଥାରେ  ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ I ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା I ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାଙ୍କ ପିତ୍ରାଳୟ I ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ବାତୁଳୀ I କୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ I ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା I ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ। ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ  ‘ଶ୍ରୀରାଧାଷ୍ଟମୀ ’ଭାବରେ ପାଳନ କରାଯାଏ ।

ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲ ହୃଦୟ ବିଦାରକ I କୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲାଟରେ ହିଁ ଲାଗିଥିଲା କୁଲଟା ଅପବାଦ I ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣ ପଣ କରିଥିଲେ I କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି I 

ଆମର ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ ଏବଂ ଅନୁଗୋଳର କୀର୍ତ୍ତନ ଘରେ ପ୍ରାୟତଃ ୧୯୨୦ ମସିହାରୁ ରାଧାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳନ କରାଯାଇଆସୁଛି I

``````````````````````````````
ରାଧାଷ୍ଟମୀ: ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା! କିପରି ଜନ୍ମ ହୋଇଥିଲେ ଶ୍ରୀରାଧା?
1076d41 shares
।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍,
ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍।
ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ,
ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥

ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ।ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି "ଜନ୍ମାଷ୍ଟମୀ" ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି "ରାଧାଷ୍ଟମୀ" ଭାବରେ ପାଳନ କରି ଥାଆନ୍ତି।ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ।ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ।ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ।କାହାଣୀଟି ଏହିପରି, ସତ୍ୟଯୁଗରେ ଲୀଳାବତୀ ନାମରେ ଜଣେ ବାରଙ୍ଗନା ଥିଲା।ଥରେ ସେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା।ବାଟରେ ଗୋଟିଏ ମନ୍ଦିର ଦେଖିଲା।ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ।ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ।ଏହା ଦେଖି ତା'ର ମନରେ ପରିବର୍ତ୍ତନ ଆସିଲା।ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା।ଏବଂ ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା।ମୃତ୍ୟୁ ପରେ ତା'ର ବୈକୁଣ୍ଠ ପ୍ରାପ୍ତି ହେଲା।


ଶ୍ରୀରାଧାଙ୍କ ଜନ୍ମ : -
ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ।ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ।ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ।ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ।ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ "ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ।ତୁମେ ବର ପ୍ରାର୍ଥନା କର।ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ।ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ।"ତଥାସ୍ତୁ" କହିଲେ ଶ୍ରୀହରି।ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ।ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ।ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ।ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ।ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ।ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ।ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ।ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ।ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ।କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ।ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ।ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ।

ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା :-
ଶ୍ରୀକୃଷ୍ଣ ଆହ୍ଲାଦିନୀ, ପ୍ରେମଶୀଳା, ଅନନ୍ୟ ସୌନ୍ଦର୍ଯ୍ୟମୟୀ, ଆଦିଶକ୍ତି ପ୍ରକୃତି ସ୍ବରୂପିଣୀ ଶ୍ରୀରାଧାଙ୍କ ପ୍ରେମ ଓ ଭକ୍ତିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ।କାହିଁ ରାଧାଙ୍କର କୃଷ୍ଣ ପ୍ରେମ, ଆଉ କାହିଁ ଶବ୍ଦ ସମ୍ଭାରର ଅତ୍ୟଳ୍ପ ସାମର୍ଥ୍ୟ!ରାଧାଙ୍କ ପ୍ରେମ ଥିଲା ମହାଭାବର ଅନନ୍ତ ବିସ୍ତାର। ରାଧା ଥିଲେ ଶ୍ରୀକୃଷ୍ଣଙ୍କ ମହାରାଗର ଶାଶ୍ବତ ମହାରାସ।ଏହି ମହାରାସ ଚିର ଶାଶ୍ବତ,ଅସମାପ୍ତ ଓ ଅଚ୍ୟୁତ, ପୂର୍ଣ୍ଣରେ ପୂର୍ଣ୍ଣତାର ପ୍ରତୀକ।ବ୍ରଜ କ୍ଷେତ୍ରରେ ରାଧା ହିଁ କୃଷ୍ଣ ପ୍ରେମର ସମସ୍ତ ରହସୟର କେନ୍ଦ୍ରବିନ୍ଦୁ ଥିଲେ।ସେଇ ବୃଷଭାନୁ କନ୍ୟା ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନ'ଥିଲା।ରାଧା ହିଁ କୃଷ୍ଣ ଏବଂ କୃଷ୍ଣ ହିଁ ଥିଲେ ରାଧା।

//-ଦେବଦତ୍ତ ରଥ

ରାଧାଷ୍ଟମୀ: ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା! କିପରି ଜନ୍ମ ହୋଇଥିଲେ ଶ୍ରୀରାଧା?

।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍,
ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍।
ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ,
ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥

Post a Comment

0 Comments