ଯୁବପିଢିଙ୍କୁ ବିପଦ ହାପି-ହାଇପୋକ୍ସିଆ

ଯୁବପିଢିଙ୍କୁ ବିପଦ ହାପି-ହାଇପୋକ୍ସିଆ

କୋଭିଡ଼-୧୯ ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ସଂକ୍ରମିତ କରୁଛି । ବହୁ ସଂକ୍ରମିତ ରୋଗୀ ସାମାନ୍ୟ ଲକ୍ଷଣଯୁକ୍ତ ହେବା ସହ ହସ୍ପିଟାଲ ନଯାଇ ମଧ୍ୟ ସୁସ୍ଥ ହେଉଛନ୍ତି । ଏପରିକି କିଛି ରୋଗୀଙ୍କଠାରେ କୌଣସି ଲକ୍ଷଣ ନଥାଇ ମଧ୍ୟ ସେମାନେ କିରୋନାରେ ପୀଡିତ ବୋଲି ପରବର୍ତ୍ତୀ ସମୟରେ ଜଣାପଡୁଛି । ଏମିତି ଏକ ଲକ୍ଷଣ ହେଉଛି ହାପି-ହାଇପୋକ୍ସିଆ । ଆସନ୍ତୁ ଜାଣିବା ହାପି - ହାଇପୋକ୍ସିଆ ବିଷୟରେ କ'ଣ କହୁଛନ୍ତି ଇମ୍ୟୁନୋଲିଜିଷ୍ଟ ତଥା ହ୍ୟୁମାଟୋଲୋଜିଷ୍ଟ ବିଶେଷଜ୍ଞ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ର...

ହାପି-ହାଇପୋକ୍ସିଆ ରୋଗୀମାନେ ଚଲାବୁଲାଠାରୁ ଆରମ୍ଭ କରି କଥାବାର୍ତ୍ତା ସବୁକିଛି ସାଧାରଣ ଭାବେ କରିଥାନ୍ତି । ସେମାନଙ୍କ ରକ୍ତଚାପ ଓ ନାଡ଼ିର ଗତି ସାଧାରଣ ରହିଥାଏ । ପରିବର୍ତ୍ତନ ଆସିଥାଏ ତ କେବଳ ଅମ୍ଳଜାନସ୍ତରରେ । ଏହି ରୋଗୀଙ୍କଠାରେ ଅମ୍ଳଜାନସ୍ତର ପ୍ରାୟତଃ ୮୦ ପ୍ରତିଶତରୁ କମ୍ ରହିଥାଇପାରେ ।

ହାଇପୋକ୍ସିଆ କ’ଣ

  1. ହାଇପୋକ୍ସିଆ ହେଉଛି ରୋଗୀର ଏମିତି ଏକ ଅବସ୍ଥା, ଯେତେବେଳେ ରୋଗୀଠାରେ ଅମ୍ଳଜାନ ସ୍ତର ହାରାହାରି ସ୍ତରରୁ ତଳକୁ ଖସିଯାଇଥାଏ । ଜଣେ ସୁସ୍ଥ ବ୍ୟକ୍ତିଠାରେ ଅମ୍ଳଜାନସ୍ତର ୯୪ ବା ତଦୁର୍ଦ୍ଧ ରହିଥାଏ । କିନ୍ତୁ କୋଭିଡ୍ ରୋଗୀଠାରେ ଏହି ସମସ୍ୟା ଦେଖାଦେବାର କାରଣ ହେଇଛି, ଏହି ରୋଗ ହେବା ପରେ ହିଁ ସେମାନଙ୍କ ଫୁସ୍‌ଫୁସ୍‌ ସେ ଅମ୍ଳଜାନ ଗ୍ରହଣ କରିବା ଓ ସ୍ଥାନାନ୍ତରଣ କରିବା କ୍ଷମତା କମିଯାଏ କିମ୍ବା ରକ୍ତନଳୀ ଯେତେବେଳେ ରକ୍ତ ସଞ୍ଚାଳନ କରିବାରେ ଅସମର୍ଥ ହୁଏ।
  2. ଅମ୍ଳଜାନ ସାଚ୍ୟୁରେସନ୍ ସ୍ତର ଜାଣିବା ପାଇଁ ପ୍ରାୟ ସମସ୍ତଙ୍କ ଘରେ ଅକ୍ସିମିଟର, ଏକ ଜରୁରୀ ଉପକରଣ ହୋଇପଡିଛି। ଶରୀରରେ ଅମ୍ଳଜାନସ୍ତର କମିବା ଦ୍ଵାରା ମସ୍ତିଷ୍କ, ଫୁସ୍‌ଫୁସ୍‌, ହୃଦୟ ଓ କିଡ୍‌ନି ଭଳି  ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଉପରେ ଏହାର ପ୍ରଭାବ ପଡିଥାଏ। ଏହି ସମୟରେ ପ୍ରବଳ ମୁଣ୍ଡବିନ୍ଧା ସାଙ୍ଗକୁ ନିଶ୍ବାସ ନେବାରେ ସମସ୍ୟା ଦେଖା ଦେଇଥାଏ । 
  3. ବହୁ ରୋଗୀଙ୍କ କ୍ଷେତ୍ରରେ ଏହି ଲକ୍ଷଣଗୁଡିକ ଦୀର୍ଘ ସମୟ ଧରି ପ୍ରକାଶ ପାଇନଥାଏ। ଶରୀରରେ ଅମ୍ଳଜାନ ପ୍ରବାହକୁ ନିୟନ୍ତ୍ରଣ କରିବାରେ ଫୁସ୍‌ଫୁସ୍‌ର ଅକ୍ଷମତାକୁ ମଧ୍ୟ ରୋଗୀ ଜାଣିପାରି ନଥାଏ । ଏହି ସ୍ଥିତିକୁ ହାପି-ହାଇପୋକ୍ସିଆ କୁହାଯାଏ ।
  4. ଏହି କ୍ଷେତ୍ରରେ ଅମ୍ଳଜାନସ୍ତର ୨୦/୩୦ ପ୍ରତିଶତ ଯାଏ ଖସିଆସିଥାଏ । । ଫଳରେ କରୋନା ରୋଗୀର ମୃତ୍ୟୁ ପାଇଁ ଏହା ପ୍ରମୁଖ କାରଣ ଯୋଗାଇଥାଏ । 
  5. କରୋନାର ଦ୍ଵିତୀୟ ଲହରରେ ଏଥିପାଇଁ ବହୁ ମାତ୍ରାରେ ଯୁବବର୍ଗଙ୍କର ମୃତ୍ୟୁ ହେଉଛି। କାରଣ ଯୁବବର୍ଗ ସାମାନ୍ୟ ଲକ୍ଷଣକୁ ନଜର ଅନ୍ଦାଜ କରିଥାନ୍ତି, ସିଭିୟର୍ ହେଲା ପରେ ହିଁ ହସ୍ପିଟାଲ ଯାଇଥାନ୍ତି। ସେମାନେ ସବୁବେଳେ ସକ୍ରିୟ ଥିବାରୁ ସାମାନ୍ୟ ସ୍ଥିତିକୁ ଏତେଟା ଗୁରୁତ୍ବ ଦେଇ ନଥାନ୍ତି ।

ଲକ୍ଷଣ

କୋଭିଡ୍‌ର ସମସ୍ତ ସାଧାରଣ ଲକ୍ଷଣ ରହିଥାଏ। ଯେମିତି ମୁଣ୍ଡବିନ୍ଧା ହେବା, ନାକ ବନ୍ଦ ହେବ, ଦେହହାତ ଦୁର୍ବଳ ଲାଗିବା ଓ ତଣ୍ଟି ଦରଜ ହେବା ଆଦି ଲକ୍ଷଣ ରହିଥାଏ। କିନ୍ତୁ ରୋଗୀ ଏହାକୁ ସାମାନ୍ୟ ଭାବି ଅବହେଳା କରିଥାନ୍ତି ।

କେମିତି କରିବା ପ୍ରତିକାର ?

  1. ନିୟମିତ ଶରୀରର ଅମ୍ଳଜାନ ସାବ୍ୟୁରେସନ ସ୍ତର ଉପରେ ନଜର ରଖିବା ଜରୁରୀ ।
  2.  ସେହିପରି ଚର୍ମ ଓ ଓଠର ରଙ୍ଗରେ ପରିବର୍ତ୍ତନ ଏହି ରୋଗର ଏକ ଲକ୍ଷଣ । ତେଣୁ ଏଥିରୁ ମଧ୍ୟ ରୋଗ ଚିହ୍ନଟ କରାଯାଇପାରେ ।
  3.  ଯଦି ଶରୀରରେ ଅମ୍ଳଜାନ ସାବ୍ୟୁରେସନ୍ ସ୍ତର ୯୦ ପ୍ରତିଶତରୁ କମ୍ ହୁଏ, ତେବେ ରୋଗୀକୁ ତୁରନ୍ତ ହସ୍ପିଟାଲ ନେବା ଜରୁରି | 
  4. ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରାଯାଇପାରିଲେ ହିଁ ରୋଗୀର ଚିକିତ୍ସା ସମ୍ଭବ । 
  5. ତେଣୁ ହୋମ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ପ୍ରତି ୬ ଘଣ୍ଟାରେ ଥରେ ଅମ୍ଳଜାନ ସାବ୍ୟୁରେସନ୍ ସ୍ତର ସହ ଶରୀରର ତାପମାତ୍ରା ମାପିବା ଜରୁରି।

ଚିକିତ୍ସା

ଏହି ରୋଗୀକୁ ଅମ୍ଳଜାନ୍ ସପ୍ଲିମେଣ୍ଟେସନ୍ ଦିଆଯାଇଥାଏ। ସିଟି ସ୍କାନ୍ ମଧ୍ୟ କରାଯାଇଥାଏ।

୬ ମିନିଟ୍ ୱାକ୍ ଟେଷ୍ଟ

  1. ଘରେ ଆଇସୋଲେସନ୍‌ରେ ରହୁଥିବା ବ୍ୟକ୍ତିମାନେ ଏହି ଟେଷ୍ଟ ନିହାତି କରିବା ଦରକାର। ଏହାଦ୍ଵାରା ରୋଗୀର ଆତ୍ମବିଶ୍ଵାସ ବଢିଥାଏ। ଆଉ ରୋଗକୁ ଆରମ୍ଭରୁ ଚିହ୍ନଟ ମଧ୍ୟ ସମ୍ଭବ ହୋଇଥାଏ। 
  2. ପ୍ରଥମେ ବ୍ୟକ୍ତି ଚାଲିବା ପୂର୍ବରୁ ନିଜର ଅମ୍ଳଜାନ ସାବ୍ୟୁରେସନ୍ ସ୍ତର ମାପି ନୋଟ କରିବା ଦରକାର। ଏବେ ୬ ମିନିଟ୍ ସାଧାରଣ ବେଗରେ ଚାଲିବା ଆବଶ୍ୟକ।
  3. ୬ ମିନିଟ୍ ଚାଲିବା ପରେ ପୁଣି ଥରେ ଅମ୍ଳଜାନ ସାବ୍ୟୁରେସନ୍ ସ୍ତର ମାପନ୍ତୁ । ଯଦି ଏହି ସ୍ତର ୪ ପ୍ରତିଶତ ଯାଏ ଖସି ଆସିଛି, (ଅର୍ଥାତ ଚାଲିବା ପୂର୍ବରୁ ଯଦି ୯୮ ରହିଥିବା ଆଉ ୬ ମିନିଟ୍ ଚାଲିବା ପରେ ଯଦି ଏହା ୯୪ ହୋଇଯାଏ), ତେବେ ଏହି ସମୟରେ ହସ୍ପିଟାଲ ଆଡମିସନ୍ ହେବା ହିଁ ବହୁତ ଜରୁରି। 
  4. ଏହି ସ୍ଥିତିରେ ହସ୍ପିଟାଲ ଯିବା ଦ୍ଵାରା ହିଁ ରୋଗୀ ସୁସ୍ଥ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ।

Post a Comment

0 Comments