ଯକୃତ(ଲିଭର) ରୋଗୀଙ୍କ ପାଇଁ ଖାଦ୍ୟପେୟ

ଯକୃତ(ଲିଭର) ରୋଗୀଙ୍କ ପାଇଁ ଖାଦ୍ୟପେୟ



ଯକୃତ ଆମ ଶରୀରରେ ରକ୍ତ ପରିଷ୍କାର କରିବା ସହିତ ବାଇଲ ତିଆରି କରିଥାଏ । ଏହା ମଧ୍ୟ ବ୍ଳଡ଼ ପ୍ଲାଜମା ପାଇଁ କିଛି ପ୍ରୋଟିନ ତିଆରି କରିଥାଏ । ଖାଦ୍ୟ ହଜମ କରିବାରେ ମଧ୍ୟ ଯକୃତ ସାହାଯ୍ୟ କରିଥାଏ l ଆସନ୍ତୁ ଜାଣିବା କିଛି ଯକୃତ ଜନିତ ରୋଗର ନାଁ। ଫ୍ୟାଟି ଯକୃତ, ଯକୃତ ସିରୋସିସ, ହେପାଟାଇଟିସ, ଯକୃତ କର୍କଟ । ରକ୍ତରେ ଚର୍ବି ବଢ଼ିବା, ମଧୁମେହ, ମେଦବହୁଳ ଦ୍ଵାରା ଯକୃତରେ ଫ୍ୟାଟ ବା ମେଦ ବଢିଥାଏ । ଏହାକୁ ଫ୍ୟାଟି ଲିଭର କୁହନ୍ତି |

ଯକୃତ(ଲିଭର) ରୋଗୀଙ୍କ ପାଇଁ ଖାଦ୍ୟପେୟ

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ଯକୃତକୁ ଏହି ସବୁ ରୋଗରୁ  ସୁରକ୍ଷା ଦେଇପାରିବା ।

  1. ପ୍ରଚୁର ପରିମାଣରେ ଶାଗ, ସବୁଜ ପନିପରିବା, ପ୍ରୋଟିନ ଯଥା ଅଣ୍ଡା, ମାଛ, କାଟୁଲି ବୁଟ, ଡ଼ାଲି ଆଦି ଖାଇବା ଉଚିତ ।
  2. ପ୍ରତିଟି ମିଲରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ, ସୋୟାବିନ, ଡାଲି, କ୍ଷୀର, ଦହି ।
  3. ଯୌଗିକ ଶ୍ଵେତସାର ଯଥା ଓଟ୍ସ, ବାଜରା, ରୁଟି ଆଦି ଖାଆନ୍ତୁ । 
  4. କମ ପରିମାଣରେ ଲୁଣ ଖାଆନ୍ତୁ । ଲୁଣ ଜାତୀୟ ଖାଦ୍ୟ ଏବଂ ଶୁଖୁଆ ଆଦି ଖାଆନ୍ତୁ ନାହିଁ ।
  5. ଅଧିକ ମସଲା, ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
  6. ମଦ୍ୟପାନ କରନ୍ତୁ ନାହିଁ ।
  7. ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଣି ପିଅନ୍ତୁ ।
  8. ଘରକୁ ଅଧିକ ତେଲ ଆଣନ୍ତୁ ନାହିଁ କି ଅଧିକ ତେଲ କିମ୍ବା ଘିଅ ବ୍ୟବହାର ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ ।
  9. ଯକୃତ ରୋଗ ପ୍ରତିରାଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କରୋନା ମହାମାରୀ ସମୟରେ ନିଜ ଯକୃତକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ ।

Post a Comment

0 Comments