ଇମ୍ୟୁନିଟି ବଢାନ୍ତୁ,ମୁକାବିଲା କରନ୍ତୁ

ଇମ୍ୟୁନିଟି ବଢାନ୍ତୁ,ମୁକାବିଲା କରନ୍ତୁ



ସାରା ବିଶ୍ଵକୁ କୋଭିଡ୍-୧୯ର କଳାବାଦଲ ଘୋଡ଼ାଇ ରଖିଛି। ଆଉ ଭାରତରେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ଶିଖର ଛୁଇଁବାରେ ଲାଗିଛି। ଏହି ପରିସ୍ଥିତିରେ କରୋନା ସହ ଲଢିବା ପାଇଁ କେବଳ ଟିକା ଓ ଇମ୍ୟୁନିଟି ହିଁ ସବୁଠାରୁ ବଡ଼ ଭରସା ସାଜିଛି । ତେଣୁ ଯଥାସମ୍ଭବ ନିଜର ଇମ୍ୟୁନିଟିକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଇମ୍ୟୁନୋଲିଜିଷ୍ଟ ତଥା ମ୍ୟୁମାଟୋଲୋଜିଷ୍ଟ ବିଶେଷଜ୍ଞ ...

ସୁସ୍ଥ ଜୀବନଯାପନ ପାଇଁ କୌଶଳଗୁଡିକ ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ। ଏହା ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ସାହାଯ୍ୟ କରିବା ସହ ଆପଣ ସୁସ୍ଥ ବୋଲି ପ୍ରମାଣିତ କରିଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇରଖିବା ପାଇଁ ଉତ୍ତମ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ହିଁ ସବୁଠାରୁ ଶ୍ରେଷ୍ଠ ଉପାୟ |

  1. ଧୂମପାନ କରନ୍ତୁ ନାହିଁ । 
  2. ଖାଦ୍ୟରେ ଅଧିକ ମାତ୍ରାର ସବୁଳ ପନିପରିବା ଓ ଫଳମୂଳ ସାମିଲ କରନ୍ତୁ । 
  3. ନିୟମିତ ବ୍ୟାୟାମ କରନ୍ତୁ ।
  4. ଏକ ସୁସ୍ଥ ଓଜନ ବଜାୟ ରଖନ୍ତୁ ।
  5. ପର୍ଯ୍ୟାପ୍ତ ଶୁଅନ୍ତୁ। 
  6. ଚାପକୁ କମ୍ ରଖିବାକୁ ପ୍ରୟାସ କରନ୍ତୁ।
  7. ମଦ୍ୟପାନ କରନ୍ତୁ ନାହିଁ। ଯଦିବା କରୁଛନ୍ତି, ଯଥାସମ୍ଭବ କମ୍ କରନ୍ତୁ। 
  8. ସରକାରୀ ନିୟମ ଅନୁସାରେ ଟିକା ନିଅନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ଓ ଖାଦ୍ୟ

ବିଭିନ୍ନ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଅଭାବ ଉଦାହରଣସ୍ୱରୂପ ଜିଙ୍କ୍, ସେଲେନିୟମ୍, ଲୁହା, ତମ୍ବା, ଫଲିକ୍ ଏସିଡ, ଭିଟାମିନ୍ ଏ, ଭିଟାମିନ୍ ସି ଓ ଇ ଏବଂ ଭିଟାମିନ୍ ବି-୬ ପ୍ରତିରୋଧକ ଶକ୍ତିକୁ ବଦଳାଇ ଦେଇଥାଏ। ତେଣୁ ଖାଦ୍ୟରେ ଯଥେଷ୍ଟ ପରିମାଣର ସବୁଜ ପରିବା ଓ ଫଳମୂଳ ସାମିଲ କରନ୍ତୁ। ସେହିପରି ପ୍ରକ୍ରିୟାକରଣ ଖାଦ୍ୟକୁ ଯଥାସମ୍ଭବ କମ୍ କରିବାକୁ ଚେଷ୍ଟା କରନ୍ତୁ ।

ଅଣ୍ଡା, କୁକୁଡା ମାଂସ ଖାଇବା ଖରାପ ନୁହେଁ, କିନ୍ତୁ ଭଲ ଭାବେ ସିଝା ହୋଇଥିବା ମାଂସ ହିଁ ଖାଆନ୍ତୁ। ଅତ୍ୟଧିକ ଚର୍ବି ଓ ଲୁଣଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଆଦର୍ଶ ଓଜନ ବଜାୟ ରଖିବାକୁ ସବୁବେଳେ ଚେଷ୍ଟା କରନ୍ତୁ। ମୁଁ ଅଧିକ ମୋଟା ବା ପତଳା ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ତେଣୁ ଶରୀରକୁ ଫିଟ୍ ରଖିବା ବହୁତ ଜରୁରି।

ରୋଗ ପ୍ରତିରୋଧକ ଶକ୍ତି ଓ ଚାପ

ମନ ଓ ଶରୀର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ବୈଜ୍ଞାନିକମାନେ ସକ୍ରିୟ ଚାପ ଓ ରୋଗ ପ୍ରତିରୋଧକ ଶକ୍ତି ଭିତରେ ଥିବା ସମ୍ପର୍କ ବିଷୟରେ ଏବେ ବି ଗବେଷଣା ଚାଲୁ ରଖିଛନ୍ତି ।

ଥଣ୍ଡା ହେବା ଦୁର୍ବଳ ପ୍ରତିରୋଧକ ଶକ୍ତିର ଲକ୍ଷଣ କି ?

ନା, ଶୀତଦିନେ ଥଣ୍ଡା ଓ ଫ୍ଲୁ ହେବାର ଦୁଇଟି କାରଣ ରହିଛି। ଶୀତଦିନେ ଲୋକମାନେ ପ୍ରାୟ ସମୟ ଘରେ ରହିଥାନ୍ତି। ମିଶ୍ରଣକୁ ଗ୍ରାଇଣ୍ଡିଂ କରିଦେଇତେଣୁ ବାହାରକୁ ବାହାରିବା ପରେ ବାୟୁ ମାଧ୍ୟମରେ ସେମାନଙ୍କ ଭିତରେ ଜୀବାଣୁ ପ୍ରବେଶ କରିଥାନ୍ତି । କାରଣ ଏହି ସମୟରେ ବାୟୁ ଥଣ୍ଡା ଓ କମ୍ ଆର୍ଦ୍ର ହେବା କାରଣରୁ ବିଭିନ୍ନ ଜୀବାଣୁ ଅଧିକ ସମୟ ସକ୍ରିୟ ରହିଥାନ୍ତି ।

ରୋଗ ପ୍ରତିରୋଧକ ଶକ୍ତି ଓ ବ୍ୟାୟାମ

ସୁସ୍ଥ ଜୀବନ ପାଇଁ ବ୍ୟାୟାମ ହିଁ ଏକମାତ୍ର ଉପାୟ । ଏହା ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ। ସେହିପରି ରକ୍ତଚାପକୁ ହ୍ରାସ କରିବା ସହ ହୃଦ୍‌ରୋଗକୁ ଆୟତରେ କରିଥାଏ । ସେହିପରି ବିଭିନ୍ନ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।

Post a Comment

0 Comments