ଘରେ କରୋନା ସଂକ୍ରମଣ ବ୍ୟକ୍ତି ଥିଲେ କ’ଣ କରିବେ ?

ଘରେ କରୋନା ସଂକ୍ରମଣ ବ୍ୟକ୍ତି ଥିଲେ କ’ଣ କରିବେ ?

ଘରେ ଘରେ ଏବେ ଥଣ୍ଡା ଜ୍ଵର ରୋଗୀ। କିଏ ଏହାକୁ କରୋନା ଭୁତାଣୁ ଭାବି ଅଧିକ ସତର୍କ ହେଉଛନ୍ତି ତ ଆଉ କିଏ ସାଧାରଣ ଥଣ୍ଡା ଓ କର ଭାବି ଅବହେଳା କରୁଛନ୍ତି । ଯାହା ଫଳରେ ଏହା ଅଧିକ ସଂକ୍ରମଣ ହେବାର ମୁଖ୍ୟ କାରଣ ପାଲଟୁଛି । ଯଦି ଥଣ୍ଡା ଜ୍ବର ହେବା କ୍ଷଣି ଟିକିଏ ସାବଧାନତା ଅବଲମ୍ବନ କରିବା ତାହାଲେ ଏହି ଭୂତାଣୁ ବ୍ୟାପିବାକୁ ଆମେ ରୋକିପାରିବ । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି...

  1. ଯଦି ଘରେ କେହି ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ଥିବା ଜଣାପଡୁଛି, ସେହି ବ୍ୟକ୍ତିକ ପାଇଁ ଏକ ସ୍ୱତନ୍ତ୍ର ରୁମ୍ ପ୍ରସ୍ତୁତ କରନ୍ତୁ। ଘରର ଅନ୍ୟ ସଦସ୍ୟ, ଯେଉଁମାନେ ସୁସ୍ଥ ଅଛନ୍ତି ସେମାନଙ୍କୁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖନ୍ତୁ ।
  2. ଯେଉଁ ଘରେ ଆକ୍ରାନ୍ତୁ ବ୍ୟକ୍ତି ରହୁଛୁନ୍ତି, ସେହି ଘରକୁ ସଫାସୁତୁରା ରଖିବା ସହିତ ଝରକା ଗୁଡ଼ିକ ଖୋଲା ରଖିବା ଦରକାର। ଘର ଭିତରେ ଭଲ ଭାବେ ବାୟୁ ଚଳାଚଳ ଯେପରି ହୋଇ ପାରିବ ସେହି ଦିଗରେ ଚିନ୍ତା କରିବା କଥା ।
  3. ଅସୁସ୍ଥ ବ୍ୟକ୍ତିର କ’ଣ ସବୁ ଲକ୍ଷଣ ଦେଖାଯାଉଛି ତାଙ୍କୁ ଧ୍ୟାନ ଦେବା ଆବଶ୍ୟକ । ଯଦି ସେହି ବ୍ୟକ୍ତି ଜଣକ ବହୁତ ଅସୁସ୍ଥ ଅଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।
  4. ଯଦି ରୋଗୀର ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଛି, ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଚଲା ବୁଲା ଓ କଥା କହିପାରୁନଥିଲେ ଏଭଳି କିଛି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ଯୋଗାଯୋଗ କରି ହସ୍ପିଟାଲକୁ ରୋଗୀଙ୍କୁ ନେବା ବ୍ୟବସ୍ଥା କରିବା କଥା।
  5. ଯଦି ଆପଣଙ୍କ ଘରର କୌଣସି ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖା ଯାଉଛି ତାହାଲେ ଯଦି ଆପଣ ସେହି ଘରେ ରହୁଛନ୍ତି, ଯଥା ସମ୍ଭବ ସେହି ଘରର ପ୍ରତିଟି ବ୍ୟକ୍ତି ବାହାର ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । 
  6. ଘର ଭିତରେ ବି ସର୍ଜିକାଲ ମାସ୍କ ଓ ଏନ୍‌-୯୫ ମାସ୍କ ବ୍ୟବହାର କରିବା ଉଚିତ।
  7. ଯେଉଁ ବ୍ୟକ୍ତିଙ୍କ ଭିତରେ ଲକ୍ଷଣ ଦେଖାଯାଉଛି ସେମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଅଲଗା ରଖିବା ସହିତ ଅନ୍ୟ କେହି ଯେପରି ବ୍ୟବହାର ନକରି ପାରିବେ ସେଥିପ୍ରତି ବି ଧ୍ୟାନ ଦେବା ଜରୁରୀ ।
  8. ସେହି ବ୍ୟକ୍ତି ଜଣକ ଯେଉଁ ଚଟାଣକୁ ବା ଦରକାରୀ ଜିନିଷକୁ ଛୁଉଁଛନ୍ତି ତାକୁ ତୁରନ୍ତ ସାନିଟାଇଜ୍ କରାଯିବା ଆବଶ୍ୟକ ।

Post a Comment

0 Comments