ଗଣେଶଙ୍କ ସବୁଠାରୁ ଶକ୍ତିଶାଳୀ ଏହି 3 ମନ୍ତ୍ର

ଗଣେଶଙ୍କ ସବୁଠାରୁ ଶକ୍ତିଶାଳୀ ଏହି 3 ମନ୍ତ୍ର

ଦୁଃଖ ଆମ ଜୀବନରେ ଏତେ ଖରାପ ହୋଇଥାଏ ଯେ ଶେଷ ହେବାର ନାମ ମଧ୍ଯ ନେଇନଥାଏ। ଏପରି ସମୟରେ ଭଗବାନ ଆମକୁ ସାହାଯ୍ୟ କରନ୍ତି । ଯଦି ଆମେ ଭଗବାନଙ୍କୁ ଆନ୍ତରିକ ହୃଦୟରେ ସହ ଉପାସନା କରୁ, ତେବେ ସମସ୍ତ ଦୁଃଖ ଓ ଯନ୍ତ୍ରଣା ସମାପ୍ତ ହୋଇପାରେ । ଶ୍ରୀ ଗଣେଶ ଶୀଘ୍ର ତାଙ୍କ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଜଣାଶୁଣା । ଗୌରପୁତ୍ର ଗଜାନନଙ୍କୁ ସବୁଠାରୁ ଶକ୍ତିଶାଳୀ ଦେବତା ଭାବରେ ବିବେଚନା କରାଯାଏ, ଯଦି ପ୍ରକୃତ ମନରେ ଆରାଧନା କରିବେ ତେବେ ଆପଣଙ୍କ ଘରକୁ ବିପଦ ଆସିବ ନାହିଁ |

କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଏ। ଆପଣ ମଧ୍ଯ ଗଣେଶଙ୍କ ପ୍ରତିକାରକୁ ଅନେକ ଥର ଚେଷ୍ଟା କରିଥିବେ ନିଶ୍ଚୟ । ଆଜି ଆମେ ଆପଣଙ୍କୁ ଗଣେଶଙ୍କର ତିନୋଟି ଶକ୍ତିଶାଳୀ ମନ୍ତ୍ର କହିବାକୁ ଯାଉଛୁ | ଏହି ମନ୍ତ୍ର ଗୁଡିକ ସଠିକ୍‌ ଭାବରେ ଜପ କରି ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହେବ | 

ଗଣେଶଙ୍କ ଗାୟତ୍ରୀ ମନ୍ତ୍ର

  1. ” ଓମ୍ ଏକ ଦନ୍ତାୟ ବିଦ୍ମହେ ବକ୍ର ତୁଣ୍ଡାୟ ଧୀ ମହୀ ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍ ” କୁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର କୁହାଯାଇଥାଏ । ଯଦି ଆପଣ ଏହି ମନ୍ତ୍ର କୁ ଲଗାତାର ୧୧ ଦିନ ପର୍ଯ୍ୟନ୍ତ ଜପ କରନ୍ତି ତାହେଲେ ଆପଣ କରିଥିବା ଯେତେ ଖରାପ ପାପ ସବୁ ସମାପ୍ତ ହୋଇଯାଏ । 
  2. ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ର କୁ ଶାନ୍ତ ମନରେ ୧୦୮ ଥର ଜପ କରିବାକୁ ପଡିଥାଏ । ଏହି ମନ୍ତ୍ରକୁ ଗଣେଶଙ୍କ ସାମନରେ ବସି ଜପ କରନ୍ତୁ । ଏଥିରେ ଆପଣଙ୍କ ପୁରା ଧ୍ୟାନ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହେବା ଦରକାର ।

ତାନ୍ତ୍ରିକ ଗଣେଶଙ୍କ ମନ୍ତ୍ର

  1. ” ଓମ୍ ଗ୍ଲୋମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ, ଗ୍ଲୋମ ଗଣପତି ରିଦ୍ଧି ପତି, ସିଦ୍ଧିଃ ପତି’ ଦୂର କର ମୋର କ୍ଳେଶ” ଏହି ମନ୍ତ୍ରକୁ ଗଣେଶଙ୍କ ତାନ୍ତ୍ରିକ ମନ୍ତ୍ର କୁହଯାଏ । ଏହି ମନ୍ତ୍ରର ଜପ ସବୁଦିନ ସକାଳୁ ମହାଦେବ, ମା ପାର୍ବତୀ ଓ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ପରେ କରାଯାଏ । ଆପଣଙ୍କୁ ଏହି ଜପ 108 ଥରକରିବାକୁ ପଡିବ | 
  2. ପ୍ରତିଦିନ ଏହା କଲେ, ତୁମର ଜୀବନର ଦୁଖ ଶେଷ ହେବାକୁ ଲାଗିବ | ସୁଖ ଆପଣଙ୍କ ଜୀବନରେ ପ୍ରବେଶ କରିବା ଆରମ୍ଭ କରବ । ଏହି ମନ୍ତ୍ରକୁ ଜପ କରୁଥିବା ଲୋକମାନେ ନିଜକୁ କ୍ରୋଧ, ମାଂସ, ମାଦକଦ୍ରବ୍ୟ ଓ ପର ସ୍ତ୍ରୀ ଠାରୁ ନିଜକୁ ଦୁରେଇ ରଖିବା ଉଚିତ୍ । ତାହେଲେ ଆପଣ ଏହି ମନ୍ତ୍ରର ଲାଭ ପାଇ ପାରିବେ ।

ଗଣେଶ କୁବେର ମନ୍ତ୍ର

  1. ” ଓମ ନମଃ ଗଣପତୟେ କୁବେର ୟେକାଦ୍ରିକୋ ଫଟ ସ୍ଵାହା ”। ଏହାକୁ ଗଣେଶ କୁବେର ମନ୍ତ୍ର କୁହଯାଏ । ଏହାକୁ ଜପ କରି ତୁମେ ରୁଣରୁ ମୁକୁ ପାଇପାରିବ, ଅର୍ଥର ଅଭାବ ନାହିଁ, ଦୁଖ ଦୂର ହୁଏ ଏବଂ ଭାଗ୍ୟ ତୁମ ସହିତ ଆସିବା ଆରମ୍ଭ କରେ |  ଏହି ମନ୍ତ୍ରକୁ ସର୍ବଦା ଗଣେଶ ପ୍ରଭୁଙ୍କ ଆରତି ପରେ ପ୍ରତିଦିନ ଜପ କରିବା ଦରକାର । 
  2. ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବ ଓ ଏହା ଆପଣଙ୍କ ପାଇଁ ପଇସା ରୋଜଗାର କରିବାର ନୂଆ ବାଟ ବାହାର କରିଥାଏ । ଆପଣ ଯଦି ଚାହିଁବେ ତାହେଲେ ବୁଧ ବାର ଦିନ ଗଣେଶଙ୍କ ନାଁ ରେ ବ୍ରତ ରଖିପାରିବେ । ଯେଉଁ ଦିନ ଏହି ମନ୍ତ୍ର ପାଠ କରିବେ ସେଦିନ ଆପଣ ମାଂସ, ମାଦକଦ୍ରବ୍ଯ ଓ ଅନ୍ୟ କୌଣସି ନିଶା ଠାରୁ ନିଜକୁ ଦୂରରେ ରଖିବେ |

Post a Comment

0 Comments