ଗଣେଶ ପୂଜାରେ ନିଶ୍ଚୟ କରନ୍ତୁ ଏହି ଉପାୟ

ଗଣେଶ ପୂଜାରେ ନିଶ୍ଚୟ କରନ୍ତୁ ଏହି ଉପାୟ

ଏମିତି କୁହାଯାଏ ଯେ ଭଗବାନ ଗଣେଶ ଯଦି କାହା ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତେବେ ତାଙ୍କର ସବୁ ମନସ୍କାମନା ପୂରଣ କରିଦିଅନ୍ତି । ଗଣେଶ ଭଗବାନ ଦୁଃଖ ଦୂର କରିବାରୁ ତାଙ୍କୁ ବିଘ୍ନ ନାଶକ ବୋଲି କୁହାଯାଏ । ଶାସ୍ତ୍ରରେ ବହୁତ ଉପାୟ ଅଛି ଯାହା କରିବା ଦ୍ୱାରା ବ୍ୟକ୍ତି ର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶ ଆପଣ  ଜୀବନରୁ ସବୁ ଦୁଃଖ କଷ୍ଟ ଦୂର କରି ଦେବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ -

1- ଆପଣ ଗଣେଶ ପୂଜା ଦିନ ଗଣେଶ ଭଗବାନଙ୍କ ସୁଦ୍ଧ ଜଳରେ ଅଭିଷେକ କରନ୍ତୁ । ଏହା ସହିତ ଆପଣ ଭଗବାନ ଗଣେଶଙ୍କ ସ୍ତୁତି ପାଠ କରନ୍ତୁ । ଏହା ପରେ ଆପଣ ଲଡ଼ୁ ଭୋଗ କରନ୍ତୁ । ଏହା ଦ୍ବାରା ଆପଣ ଙ୍କୁଁ ବିଶେଷ କୃପା ପ୍ରାପ୍ତି ହେବ ।

2- ଯଦି ଆପଣ ଧନ ପ୍ରାପିର ଆଶା ରଖୁଛନ୍ତି ତେବେ ଗଣେଶ ପୂଜା ଦିନ ଶୁଦ୍ଧ ଘିଅ ଓ ଗୁଡ଼ର ଭୋଗ କରନ୍ତୁ | ଏହା ପରେ ସେହି ଭୋଗକୁ ଗାଈକୁ ଖାଇବା ପାଇଁ ଦିଅନ୍ତୁ । ଏହାକୁ କରିବା ଦ୍ୱ ରା ଆପଣଙ୍କ ଜୀବନରେ ଧନ ସମସ୍ୟା ଥିବ ସମସ୍ତ ସମସ୍ୟା ଦୂର ହୋଇଯିବ ।

3- ଯଦି ଆପଣ ଗଣେଶ ପୂଜା ଦିନ ମନ୍ଦିରକୁ ଯାଇ ଭଗବାନଙ୍କର ପୂଜା କରି ଥାଆନ୍ତି ଓ ନିଜ ସାମର୍ଥ୍ଯ ଅନୁସାରେ ଯଦି ଦୁଃଖୀ ଦରିଦ୍ର ମାନଙ୍କୁ ଦକ୍ଷିଣା ଦେଇ ଥାଆନ୍ତି ତେବେ ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହୁଏ ।

4- ଯଦି କୌଣସି ପୁଅର ବିବାହରେ ବାଧା ଆସୁଚି ତେବେ ଆପଣ ଗଣେଶ ପୂଜା ଦିନ ହଳଦିଆ ରଙ୍ଗ ଭୋଗ ଗଣେଶଙ୍କ ପାଖେ କରନ୍ତୁ । ଏହା ଦ୍ୱାରା ବିବାହ ଯୋଗ ଖୋଲି ଯାଇଥାଏ ।

5- ଆପଣ ଗଣେଶ ପୂଜା ଦିନ ଗଣେଶଙ୍କ ବ୍ରତ ରଖନ୍ତୁ ଓ ସନ୍ଧ୍ଯାରେ ଆପଣ ପ୍ରସାଦ ଗ୍ରହଣ କରି ଆପଣ ଙ୍କ ବ୍ରତ ଭାଙ୍ଗି ପାରିବେ । ଏହାଦ୍ବାରା ଗଣେଶ ଭଗବାନ ଗଣେଶ ଆପଣଙ୍କ ସବୁ ମନସ୍କାମନା ପୂରଣ କରିବେ |

6- ଯଦି ଆପଣଙ୍କ କୌଣସି କାମ ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁ ନାହିଁ ତେବେ ଆପଣ ଗଣେଶ ଚତୁର୍ଥୀ ଦିନ ୪ ଟି ନଡ଼ିଆ ଭଗବାନ ଗଣେଶ ଙ୍କୁ ଅର୍ପଣ କରନ୍ତୁ । ଏବଂ ସଙ୍କଟ ଦୂର କରିବା ପାଇଁ ପାର୍ଥନା କରନ୍ତୁ । ଯଦି ଆପଣ ଏମିତି କରନ୍ତି ତେବେ ଦେଖୁ ଦେଖୁ ଆପଣଙ୍କ ସବୁ କାମ ପୁରଣ ହୋଇଯିବ ।

7- ଯଦି ଆପଣ ଇଂଟର୍ବିୟୁ ବା ପରୀକ୍ଷା ରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ସୁତା ରେ ସାତ ଗଣ୍ଠି କରି ଭଗବାନ୍ ଗଣେଶ ଙ୍କୁ ଅର୍ପଣ କରନ୍ତି ଏବଂ ପରେ ସେହି ସୁତା କୁ ନିଜ ପର୍ସ ରେ ରଖିଦିଅନ୍ତୁ । ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କୁ ଇଣ୍ଟିଭିୟୁ ବା ପରୀକ୍ଷା ରେ ସଫଲତା ନିଶ୍ଚୟ ମିଳିବ ।

8- ଗଣେଶ ପୂଜା ଦିନ ଏହି ଉପାୟ ସେମାନଙ୍କ ପାଇଁ ଯେଉଁମାନଙ୍କର ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ବଡ଼ ଧରଣର ଝଗଡା ହୋଇଥିବ ଓ ସେ ଦୁଇଜଣ ପୁଣିଥରେ ସେମାନଙ୍କ ସମ୍ପର୍କରେ ସୁଧାର ଆଣିବାକୁ ଚାହୁଁଛନ୍ତି । ଯଦି ଉଭୟଙ୍କ ମଧ୍ୟରେ ଝଗଡା ହୁଏ, ତେବେ ଦୁହେଁ ଏକାଠି ଏହି ଉପାୟ କରିପାରିବେ ନାହିଁ । ତେଣୁ ଏହା ଆପଣ ଏକା ହିଁ ନିଜ ସାଥୀଙ୍କ ସହିତ ସମ୍ପର୍କ ମଜବୁତ କରିବା ପାଇଁ କରିପାରିବେ । ଏହି ଉପାୟ ସହିତ ଆପଣ ବୁଧୁବାର ଦିନ ପିପ୍ପଳ ପତ୍ରରେ ନିଜ ସାଥିର ନାମ ଲେଖାବାକୁ ପଡିବ । ଏହା ଆପଣ ସିନ୍ଦୂରରେ ଲେଖନ୍ତୁ । ଏହାପରେ ଗଣେଶ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖି ପୂଜା କରନ୍ତୁ । ପୂଜା ସମାପ୍ତ ହେବା ପରେ ନିଜର ସମସ୍ୟା ଭଗବାନଙ୍କୁ ଜାଣନ୍ତୁ । ବର୍ତ୍ତମାନ ଏହି ନାମ ଲେଖା ହୋଇଥିବା ପିପ୍ପଳ ପତ୍ରକୁ ବରଗଛ ପାଖରେ ଭୂମିରେ ପୋତି ଦିଅନ୍ତୁ । ଏହାକୁ ଆପଣ ପିପ୍ପଳ ଗଛ ତଳେ ମଧ୍ୟ ପୋତି ପାରିବେ ।

ଗଣେଶ ପୂଜାରେ କରନ୍ତୁ ନାହିଁ ଏହି ଭୁଲ

1. ପ୍ରଥମ କଥା କି ଆପଣ ଗଣେଶ ପୂଜାରେ ଜମା ବି ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ। ଗଣେଶଙ୍କ ପୂଜା କରିବା ଆମ ପକ୍ଷେ ନିହାତି ଦରକାର ମାତ୍ର ଆପଣ ଗଣେଶଙ୍କ ପୂଜାରେ ଯେତେ ସମ୍ଭବ ଫୁଲ ଅଥବା ଫଳ ମାନଙ୍କର ବ୍ୟବହାର କରନ୍ତୁ। ଆପଣ ଗଣେଶଙ୍କ ପୂଜାରେ ତୁଳସୀର ବ୍ୟବହାର କରନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କୁ ପାପ ଲାଗିପାରେ।

2. ଗଣେଶ ଚତୁର୍ଥୀ ଦିନ ଘର ମାନଙ୍କରେ ଗଣେଶଙ୍କର ମୂର୍ତ୍ତି ସ୍ଥାପନ କରା ଯାଇଥାଏ ମାତ୍ର ଏହଦିନ ଭୁଲରେ ବି ଜହ୍ନ ଦେଖିବା ଉଚିତ ନୁହଁ । କୁହା ଯାଇଥାଏ କି ଯିଏ ବି ଏହି ଦିନ ଜାଣତରେ ହେଉ ଅଥବା ଅଜାଣତରେ, ଜହ୍ନ ଦେଖିନିଏ, ତାହା ଉପରେ ମିଥ୍ୟର ଅଭିଯୋଗ ଲାଗିଯାଏ।

3. ଏହି ଦିନରେ ଆପଣ ମୂଳା ଭକ୍ଷଣ କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଆପଣଙ୍କୁ ବର୍ଷ ସାରା ଅନେକ ରୋଗ ଆକ୍ରମଣ କରିଥାଏ।

4. ଆପଣ ଏହିଦିନରେ ପୂଜା କରୁଥିବା ସମୟରେ ଜମା ବି କଳା ଅଥବା ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ କାର୍ଯ୍ୟ ଅସଫଳ ରହିଥାଏ।

ତେବେ ଆପଣ ମାନେ ଗଣେଶ ପୂଜା ଦିନ ଏହି ଉପାୟ ମଧ୍ଯରୁ ଗୋଟିଏ ନିଶ୍ଚୟ କରନ୍ତୁ । ତେବେ ଯଦି ଆପଣ ଏଥି ମଧ୍ଯରୁ ଗୋଟେ କରୁଛନ୍ତି ତେବେ ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଯିବ । ଓ ଭଗବାନ ଗଣେଶ ଆପଣ ଙ୍କ ଜୀବନ ରୁ ସବୁ ଦୁଃଖ କଷ୍ଟ ଦୁର କରିଦେବେ |

Post a Comment

0 Comments