କରୋନା ସଂକ୍ରମିତଙ୍କ ପାଇଁ ଫିଜିଓଥେରାପି କେତେ ଜରୁରି
କରୋନା ସଂକ୍ରମିତଙ୍କ ପାଇଁ ଫିଜିଓଥେରାପି କେତେ ଜରୁରି
କୋଭିତ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି । ୨୦୧୯ ଶେଷ ଏବଂ ୨୦୨୦ ଆରମ୍ଭରୁ ଦେଖାଦେଇଥିବା ଏହି ଭୟଙ୍କର ବ୍ୟାଧି ମଣିଷକୁ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ କରି ରଖିଛି । ଯଦିଓ ଭାରତ ସମେତ ବିଭିନ୍ନ ଦେଶ ଏହି ଭାଇରସ୍କୁ ପ୍ରତିରୋଧ କରିବା ପାଇଁ ଟୀକା ବାହାର କରିଲେଣି । ତଥାପି ମହାମାରୀର ଭୟାବହତା କମିନାହିଁ । ତେବେ ଆସନ୍ତୁ ଜାଣିବା କରୋନା ସଂକ୍ରମିତଙ୍କ ପାଇଁ ଫିଜିଓଥେରାପି କେତେ ଜରୁରି।
ସଂକ୍ରମଣ ହେଉଛି, ମଣିଷ ଅସୁସ୍ଥ ହେଉଛି, ଅନେକ ମୃତ୍ୟୁ ମଧ୍ୟ ଘଟୁଛି ! କୋଭିତ-୧୯ ସଂକ୍ରମିତଙ୍କୁ ସୁସ୍ଥ କରିବା ସହ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ଡାକ୍ତରମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଏହି ସମୟରେ ଲୋକମାନେ ବିଭିନ୍ନ ଶାରିରୀକ ପରିଶ୍ରମଠାରୁ ଦୂରେଇ ଯାଇଛନ୍ତି । ଫଳରେ ଶରୀର ଏକ ପ୍ରକାରର ନିଷ୍କ୍ରିୟ ହୋଇପଡିଛି । ତେଣୁ କରୋନା ସଂକ୍ରମଣ ପରେ ଶରୀରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଫିଜିଓଥେରାପି ବହୁତ ଜରୁରି ହୋଇପଡିଛି ।
ତେବେ କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ନିମନ୍ତେ ଏବଂ ସଂକ୍ରମଣରୁ ମୁକୁଳିବା ପରେ ନିଜ ଶରୀରକୁ ସୁସ୍ଥ ରଖିବା ନେଇ ଫିଜିଓଥେରାପିର ଯଥେଷ୍ଟ ଭୂମିକା ରହିଛି। ହସ୍ପିଟାଲ୍ରେ ମଧ୍ୟ କରୋନା ସଂକ୍ରମିତଙ୍କୁ ସୁସ୍ଥ କରିବା ଦିଗରେ ଫିଜିଓଥେରାପିଷ୍ଟମାନଙ୍କର ପ୍ରାଥମିକ ଭୂମିକା ରହୁଛି । କୋଭିତ-୧୯ ସଂକ୍ରମିତଙ୍କ କ୍ଷେତ୍ରରେ ମୁଖ୍ୟତଃ ଶ୍ୱାସଜନିତ ସମସ୍ୟା ଦେଖାଦେଇଥାଏ। ତେଣୁ ଏ ଦିଗରେ କେତେକ ନିର୍ଦ୍ଦିଷ୍ଟ ବ୍ୟାୟାମର ଆବଶ୍ୟକତା ରହିଛି।
କରେନାରୁ ସୁସ୍ଥ ହେବା ପାଇଁ ନିୟମିତ ଶାରୀରିକ ବ୍ୟାୟାମ ଜରୁରି
ଫିଜିଓଥେରାପି କରିବା ପାଇଁ
- ଶରୀରକୁ ଫିଟ୍ ରଖିବା ଜରୁରି
- ମାଂସପେଶୀକୁ ସୁଦୃଢ଼ କରିବା ଆବଶ୍ୟକ
- ଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବକୁ କମ୍ କରିବା
- ଚିନ୍ତାଧାରାକୁ ଉନ୍ନତ କରିବା
- ମାନସିକ ଚାପ କମ୍ କରାଇବା ଏବଂ ମନକୁ ଖୁସି ରଖିବା
- ମନୋବଳ ବୃଦ୍ଧି କରିବା
- ଶାରୀରିକ ଶକ୍ତି ବୃଦ୍ଧି କରିବା
କିଭଳି କରିବେ ଫିଜିଓଥେରାପି ?
ଶରୀରକୁ ସୁସ୍ଥ ରଖିବା ସହ କରୋନା ସଂକ୍ରମଣରୁ ମୁକ୍ତ ହେବା ପାଇଁ ନିୟମିତ ବ୍ୟାୟାମର ଆବଶ୍ୟକତା ରହିଛି ।
ଏମିତି କରନ୍ତୁ ବ୍ୟାୟାମ
- ସିଧା ଠିଡା ହେବେ
- ଗୋଟିଏ ବିନ୍ଦୁ ଉପରେ ଚାଲିବେ
- ଶିଢ଼ି ଚଢ଼ିବେ ଓ ଓହ୍ଲାଇବେ
- ଚାଲିବେ
- ଆଙ୍ଗୁଠିରେ ଚାଲିବେ
- ଗୋଇଠିରେ ଚାଲିବେ
- ଗୋଟିଏ ଗୋଡରେ ଛିଡା ହେବେ
- କାନ୍ଥକୁ ହାତରେ ଠେଲିବାକୁ ଚେଷ୍ଟା କରିବେ
ଯଦି ଆପଣ ସୁସ୍ଥ ଅନୁଭବ କରୁନାହାନ୍ତି, ଥକ୍କା ଅନୁଭବ କରୁଛନ୍ତି, ନିଃଶ୍ବାସ ନେବାରେ କଷ୍ଟ ହେଉଛି, ତେବେ ତୁରନ୍ତ ବ୍ୟାୟାମ ବନ୍ଦ କରିବା ସହ ଫିଜିଓଥେରାପିଷ୍ଟଙ୍କ ସହ ପରାମର୍ଶ ନିଅନ୍ତୁ । ତେବେ କୋଭିଡ-୧୯ରୁ ସୁସ୍ଥ ହେଉଥିବା ୧୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପୋଷ୍ଟ ଭାଇରାଲ୍ ଫାଟିଗ୍ ସିଣ୍ଡ୍ରୋମ୍ ଦେଖାଦେଉଛି। ତେଣୁ ଆପଣଙ୍କର ସ୍ଵାସ୍ଥ୍ୟବସ୍ଥାରେ ଯଦି ଉନ୍ନତି ନ ଘଟୁଛି ଏବଂ ଏହି ଶାରୀରିକ ବ୍ୟାୟାମ ଦ୍ଵାରା ଶାରୀରିକ ସ୍ବାସ୍ଥ୍ୟବସ୍ଥା ଖରାପ ହେଉଛି । ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
0 Comments
Do you have any doubts or suggestions? Ask them here in the comments!