ବ୍ୟାୟାମ ସହ ମ୍ୟୁଜିକ୍--- ଏହା ଲାଭଦାୟକ ନା କ୍ଷତିକାରକ ?

ବ୍ୟାୟାମ ସହ ମ୍ୟୁଜିକ୍--- ଏହା ଲାଭଦାୟକ ନା କ୍ଷତିକାରକ ?

ବ୍ୟାୟାମ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ଅବସାଦ ମଧ୍ୟ ଦୂର ହୋଇଥାଏ। ଆମ ଶରୀରରୁ ହାପି ହରମୋନ୍ ରିଲିଜ ହୋଇଥାଏ ଯାହା ଫଳରେ ଆମ ଅବସାଦ ଗାୟବ ହୋଇଯାଇଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ବ୍ୟାୟାମ ପାଇଁ ସମୟ ନାହିଁ ତେବେ ଆପଣ ଦିନରେ ୧୫ରୁ ୨୦ ମିନିଟ୍ ଓ୍ବାକ୍ କରନ୍ତୁ। ଯେଉଁମାନେ ନିଜ ନିଦ ସହ କମ୍ପ୍ରମାଇଜ କରନ୍ତି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। ନିଦ ପର୍ଯ୍ୟାପ୍ତ ନହେବା ଯୋଗୁଁ ଲୋକେ ବିଭିନ୍ନ ପ୍ରକାରର ମାନସିକ ଏବଂ ଶାରିରୀକ ରୋଗରେ ପୀଡ଼ିତ ହୁଅନ୍ତି। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବେ ତେବେ ପୂରା ଦିନ ଆପଣ ସତେଜ ଅନୁଭବ କରିବେ। ଏହା ସହିତ ଆପଣ ନିଜ କାମକୁ ଠିକଭାବେ କରି ପାରିବେ ଏବଂ ଆପଣଙ୍କ ମୁଡ ଭଲ ରହିବ। ୭ରୁ ୯ଘଣ୍ଟା ର ବିଶ୍ରାମ ମନୁଷ୍ୟ ପାଇଁ ଜରୁରୀ ହୋଇଥାଏ।

ପ୍ରାୟ ଲୋକ ବ୍ୟାୟାମ ବା କସରତ କରିବା ସମୟରେ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ ?  କସରତ କରିବା ସମୟରେ ବ୍ୟକ୍ତି ମ୍ୟୁଜିକ୍ ଶୁଣିପାରିବେ । ଏହାଦ୍ବାରା ଶରୀର ତରଙ୍ଗାୟିତ ହୋଇଥାଏ । ଫଳରେ କେତେ ସମୟ କଲେଣି ବା କେତେ ଝାଳ ବାହାରୁଛି ଆଦି ଆଡ଼କୁ ଧ୍ୟାନ ଯାଇ ନଥାଏ । ମ୍ୟୁଜିକର ସକାରାତ୍ମକ ସହାୟତା କସରତ କରିବା ପାଇଁ ଉତ୍ସାହିତ କରିଥାଏ । ସେହିପରି ମୁଡ୍‌କୁ ମଧ୍ୟ ଭଲ ରଖିଥାଏ । ସେହିପରି କସରତ ସମୟରେ ମ୍ୟୁଜିକ୍ ଶୁଣିବା ଦ୍ବାରା କେତେକ ଫାଇଦା ମଧ୍ୟ ହୋଇଥାଏ ।

ହୃଦୟଗତିକୁ ନିୟନ୍ତ୍ରିତ କରିଥାଏ

  1. କସରତ କରିବା ସମୟରେ ମ୍ୟୁଜିକ୍ ଶୁଣିବା ଦ୍ୱାରା ହୃଦୟର ଗତି ନର୍ମାଲ ରହିଥାଏ । ଫଳରେ ଆଗ୍ ଜାଇଟି ବା ଶ୍ବାସପ୍ରଶ୍ଵାସ ବହୁ ମାତ୍ରାରେ କମିବା-ବଢିବା ସମସ୍ୟା ଦେଖାଦିଏନା। 
  2. ଗବେଷଣା ମିଳିଥିବା ତଥ୍ୟ ଅନୁସାରେ ମ୍ୟୁଜିକ ଶୁଣିବା ଦ୍ଵାରା ନିଶ୍ଵାସଜନିତ ସମସ୍ୟା ବା ହାର୍ଟ ପଲ୍ପଟେଶନ୍ ସମସ୍ୟା ହୋଇ ନଥାଏ। ସେହିପରି ଚିନ୍ତାଗ୍ରସ୍ତଙ୍କ ଚାପ ମଧ୍ୟ କମ୍ ରହିଥାଏ ।

କସରତରେ ଥକ୍କା ଅନୁଭବ ହୁଏନା

ବ୍ୟାୟାମ କରିବା ସମୟରେ ମ୍ୟୁଜିକ୍ ଶୁଣିବା ଦ୍ଵାରା ଥକ୍କା ଅନୁଭବ ହୋଇ ନଥାଏ। ଯେଉଁମାନେ ମୋଟା କମାଇବା ପାଇଁ ବ୍ୟାୟାମ କରୁଥାନ୍ତି, ସେମାନେ ଏରୋଟିକ୍‌ କରିବା ସମୟର ମ୍ୟୁଜିକ୍ ଶୁଣିବା ଲାଭଦାୟକ ହୋଇଥାଏ । ଅଧିକ ଚର୍ବି କମାଇବା ସହଜ ହୁଏ ।

ମ୍ୟୁଜିକ୍‌ ସହ କସରତ ଦ୍ଵାରା କ୍ୟାଲୋରୀ କମେ

କସରତ କରିବା ପାଇଁ ମୋଟିଭେସନ୍ ବହୁତ ଜରୁରି | ମୋଟିଭେସନ ପାଇଁ ମ୍ୟୁଜିକ୍ ସାହାଯ୍ୟ କରିଥାଏ।

ମ୍ୟୁଜିକ୍‌ ସହ ୱାର୍କଆଉଟ୍ ସହଜ

ଯଦି ଆପଣଙ୍କୁ କୌଣସି ୱାର୍କଆଉଟ୍ କଷ୍ଟ ଲାଗୁଥାଏ । ତେବେ ମ୍ୟୁଜିକ୍ ସହ ୱର୍କଆଉଟ୍ କରନ୍ତୁ, କଷ୍ଟ ଅନୁଭବ ହେବନାହିଁ । ବରଂ କଷ୍ଟ ୱର୍କଆଉଟ୍ ମଧ୍ୟ ସହଜ ହୋଇଯିବ।

ଅପ୍ରୀତିକର ପରିସ୍ଥିତି ଠାରୁ ନିଜକୁ ଦୂରରେ ରଖିପାରିବେ

ଆପଣ ଜଗିଂ କରୁଥିବା ବେଳେ ଗୀତ ଶୁଣି ଜଙ୍ଗି କରିପାରିବେ | ଏହା ଫଳରେ ଆପଣଙ୍କ ଚାରିପାଖରେ ଘଟୁଥିବା ଅପ୍ରୀତିକର ପରିସ୍ଥିତି ଠାରୁ ନିଜକୁ ଦୂରରେ ରଖିପାରିବେ |

Post a Comment

0 Comments