ବିଶ୍ୱକର୍ମା ପୂଜା ଦିନ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ

 ବିଶ୍ୱକର୍ମା ପୂଜା ଦିନ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ

ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ । ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।  ବିଶ୍ୱକର୍ମାଙ୍କ ଶିଳ୍ପ କାରୁକାର୍ୟ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିବାରୁ ତାଙ୍କୁ ଶିଳ୍ପକଳାର ଜନକ କୁହାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ୱ ରହିଛି । 

ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ । ତେଣୁ ଏହି ପୂଜାର ଖୁବ ମାନ୍ୟତା,ମହତ୍ୱ ରହିଛି । ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ରହିଛି । ୨, ୪ ଏବଂ ୧୦ ବାହୁ ବିଶିଷ୍ଟ। ୧, ୪ଏବଂ ୫ ମୁଖ ବିଶିଷ୍ଟ । ବିଶ୍ୱକର୍ମା ପୂଜା ଦିନ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ସାର୍ବଜନୀନ ଭାବେ ପାଳନ କରାଯାଏ । ଏହି ଦିନରେ ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ । ତେଣୁ ଏହି ଦିନରେ କାରଖାନା, ଦୋକାନ , ବିଭିନ୍ନ ଯାନ୍ତ୍ରିକ ଦୋକାନରେ ଥିବା ମେସିନ ମାନଙ୍କର ପୂଜା କରାଯାଏ । ଦୀପଧୂପ, ଫୁଲ, ଭୋଗ ଆଦି ଯଥାପୂର୍ବକ ଅର୍ପଣ କରାଯାଇ, ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେବା ସହିତ ସୁଖ ଏବଂ ଶାନ୍ତି ମଧ୍ୟ ରହିବ। କଳାକାର , କାରିଗର ଏବଂ ବ୍ୟବସାୟୀ ମାନଙ୍କ ପାଇଁ ବିଶ୍ୱକର୍ମା ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣ ଏହି ଦିନ ପୂଜା କରୁଛନ୍ତି , ତେବେ ଆପଣଙ୍କୁ ଅନେକ ଜିନିଷ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିବ , ଯାହା ଦ୍ୱାରା ଆପଣଙ୍କର କୌଣସି ଭୁଲ ହେବ ନାହିଁ।

ଏହି ଭୁଲଗୁଡିକ ଠାରୁ ଦୂରରେ ରୁହନ୍ତୁ:-

  1. ଏହି ଦିନ କାରଖାନା ଏବଂ ଯନ୍ତ୍ରପାତି ଗୁଡିକୁ ପୂଜା କରାଯାଏ । ସେଥିପାଇଁ ଏହି ଦିନ ଆପଣ ଯନ୍ତ୍ରପାତି ଗୁଡିକୁ ସମ୍ମାନର ସହିତ ରଖନ୍ତୁ ଏବଂ ଯଦି ସମ୍ଭବ ତେବେ ସେଗୁଡିକର ପୂଜା କରନ୍ତୁ  ।
  2. ଯଦି ଆପଣ କୌଣସି କାରଖାନାର ମାଲିକ ଅଟନ୍ତି , ତେବେ ଆପଣ ଏହି ଦିନ ଯନ୍ତ୍ରପାତି ବ୍ୟବହାର କରିବା ଠାରୁ ଦୂରରେ ରୁହନ୍ତୁ , ଏବଂ ସେଗୁଡିକର ପୂଜା କରନ୍ତୁ ଏବଂ ସେଗୁଡିକୁ ସଫା କରନ୍ତୁ   ।
  3. ଯେଉଁ ବସ୍ତୁଗୁଡିକୁ ଆପଣ ନିଜ ଜୀବନରେ ପ୍ରତିଦିନ ବ୍ୟବହାର କରିଥାନ୍ତି , ସେଗୁଡିକୁ ବିଶ୍ଵକର୍ମା ପୂଜା ଦିନ ସଫା କରିବାକୁ ଭୁଲନ୍ତୁ ନାହିଁ। ଆପଣ ଆପଣଙ୍କର ଗାଡି ଗୁଡିକର ସଫା କରନ୍ତୁ ଏବଂ ସେଗୁଡିକୁ ପୂଜା କରନ୍ତୁ।
  4. ଯେଉଁମାନଙ୍କର କାରଖାନା ଅଛି କିମ୍ବା ମେସିନ ସହିତ ଜଡିତ କୌଣସି କାର୍ଯ୍ୟ ଅଛି , ସେମାନଙ୍କୁ ବିଶ୍ୱକର୍ମା ପୂଜା ଦିନ ସେମାନଙ୍କର ମେସିନ ବ୍ୟବହାର କରିବା ଉଚିତ ନୁହେଁ ।
  5. ବିଶ୍ୱକର୍ମା ପୂଜା ଦିନ ଭୁଲରେ ମଧ୍ୟ ମାଂସ ଏବଂ ମଦପାନ କରନ୍ତୁ ନାହିଁ। 
  6. ନିଜ ବ୍ୟବସାୟର ବୃଦ୍ଧି ପାଇଁ ଆପଣଙ୍କୁ ବିଶ୍ୱକର୍ମା ପୂଜା ଦିନ ନିର୍ଦ୍ଧନ ଲୋକ ଏବଂ ବ୍ରାହ୍ମଣଙ୍କୁ ଦାନ କରିବା ଉଚିତ୍ ।

Post a Comment

0 Comments