ବିଶ୍ଵକର୍ମାଙ୍କ ପଞ୍ଚମୁଖ ବା ପାଞ୍ଚ ଅବତାର ମହତ୍ତ୍ୱ
ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭି କମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ ।
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ପ୍ରଜାଙ୍କୁ ଠିକ୍ ଓ ସୂଚାରୁ ରୂପେ ପାଳନ ଓ ହୁକୁମ ଦେବା ପାଇଁ ତାଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ତିବ୍ରଗାମୀ ସୁଦର୍ଶନ ଚକ୍ର ପ୍ରଦାନ କଲେ । ସଂସାରର ପ୍ରଳୟ ପାଇଁ ଅତ୍ୟନ୍ତ ଦୟାଳୁ ବାବା ଭୋଳାନାଥ ଶ୍ରୀ ଶଙ୍କରଙ୍କୁ ଦାୟିତ୍ଵ ଦେଲେ । ଭଗବାନ ଶଙ୍କରଙ୍କୁ ଡମ୍ବରୁ, କମଣ୍ଡଳ, ତ୍ରିଶୂଳ ଆଦି ପ୍ରଦାନ କଲେ । ତାଙ୍କ କପାଳରେ ପ୍ରଳୟକାରୀ ତୃତୀୟ ନେତ୍ର ପ୍ରଦାନ କଲେ ଓ ତାଙ୍କୁ ପ୍ରଳୟ ଶକ୍ତି ପ୍ରଦାନ କରି ଶକ୍ତିଶାଳୀ କରିଥିଲେ ।
ଯଥାନୁସାରେ ପ୍ରତ୍ୟେକ ଦେବତାଙ୍କ ପାଇଁ ଦେବୀ ରାଗ – ରାଗିନୀ ବୀଣାବାଦିନୀ ସରସ୍ଵତୀ, ମା’ ଲକ୍ଷ୍ମୀ, ମା’ ଗୌରୀ ବା ପାର୍ବତୀଙ୍କୁ ଦେଇ ଦେବତାମାନଙ୍କୁ ସୁଶୋଭିତ କରିଥିଲେ ।
ବିଶ୍ଵକର୍ମାଙ୍କ ପାଞ୍ଚ ଅବତାର
ଆମ ଧର୍ମଶାସ୍ତ୍ରୋ ତଥା ଗ୍ରନ୍ଥୋରେ ବିଶ୍ଵକର୍ମାଙ୍କ ପାଞ୍ଚ ସ୍ୱରୂପ ଅବା ଅବତାରର ବର୍ଣ୍ଣନା ରହିଛି ।
- ବିରାଟ ବିଶ୍ଵକର୍ମା : ସୃଷ୍ଟି ରଚେତା
- ଧର୍ମବଂଶୀ ବିଶ୍ଵକର୍ମା : ମହାନ ଶିଳ୍ପ ବିଜ୍ଞାନ ବିଧାତା ପ୍ରଭାତ ପୁତ୍ର
- ଅଗ୍ନିବଂଶୀ ବିଶ୍ଵକର୍ମା : ଆଦି ବିଜ୍ଞାନ ବିଧାତା ବସୁ ପୁତ୍ର
- ସୁଧନ୍ଵା ବିଶ୍ଵକର୍ମା : ମହାନ ଶିଳ୍ପଚାର୍ଯ୍ୟ ବିଜ୍ଞାନ ଜନ୍ମଦାତା ଋଷି ଅଥବୀଙ୍କ ପୁତ୍ର
- ଭୁଗୃବଂଶୀ ବିଶ୍ଵକର୍ମା : ଉତ୍କୃଷ୍ଠ ଶିଳ୍ପ ବିଜ୍ଞାନଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର
ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଦପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ଵକର୍ମୀଙ୍କର ପଞ୍ଚମୁଖ । ତାଙ୍କର ପାଞ୍ଚ ମୁଖ ଯାହା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଋଷିଙ୍କ ମନ୍ତ୍ର ଦ୍ଵାରା ଉତ୍ପନ୍ନ ହୋଇଛି । ତାଙ୍କର ନାମ ହେଉଛି ମନୁ, ମୟ, ତ୍ଵଷ୍ଟା, ଶିଳ୍ପୀ ଓ ଦେବଜ୍ଞ । ଏମାନଙ୍କୁ ମଧ୍ୟ ପାଞ୍ଚପୁତ୍ର କୁହାଯାଏ ।
ଋଷି ମନୁ ବିଶ୍ଵକର୍ମା – ଏହାଙ୍କୁ ସାନଗ ଗୋତ୍ରର ବୋଲି କୁହାଯାଏ । ଲୁହାର କାମର କାରିଗରୀ ଅଟନ୍ତି । ଏମାନଙ୍କ ବଂଶଜ ଲୋହକାର ରୂପେ ଜଣାପଡ଼ିଥିଲେ ।
ସନାତନ ଋଷି ମୟ – ଏମାନଙ୍କୁ ସନାତନ ଗୋତ୍ରର କୁହାଯାଏ । ଏମାନେ ବଢେଇ କାମର କାରିଗରୀ ସୃଷ୍ଟି କରିଥିଲେ । ଏମାନଙ୍କ ବଂଶଜଙ୍କୁ କାଷ୍ଠକାର ରୂପେ ମନାଯାଏ ।
ଅହଭୁନ ଋଷି ତ୍ଵଷ୍ଠା – ଏମାନଙ୍କ ଅନ୍ୟ ନାମ ତ୍ଵଷ୍ଠା । ଏମାନଙ୍କ ଗୋତ୍ର ଅହଂଭନ । ଏମାନଙ୍କ ବଂଶଜଙ୍କୁ ତାମ୍ରକ ରୂପେ ମନାଯାଏ। ଏମାନେ ତମ୍ବାର କାରିଗରୀ ଭାବେ ଜଣାଶୁଣା ହେଲେ ।
ପ୍ରୟତ୍ର ଋଷି ଶିଳ୍ପୀ – ଏମାନଙ୍କ ଅନ୍ୟ ନାମ ଶିଳ୍ପୀ, ଯାହାର ଗୋତ୍ର ପ୍ରୟତ୍ର । ଏମାନଙ୍କ ବଂଶଜ ଶିଳ୍ପକଳାର ଅଧିଷ୍ଠାତା ଅଟନ୍ତି । ଏମାନଙ୍କ ବଂଶଜଙ୍କୁ ମୂର୍ତ୍ତିକାର ବୋଲି ମନାଯାଏ ।
ଦେବଜ୍ଞ ଋଷି – ଏମାନଙ୍କ ଗୋତ୍ର ସୁର୍ପଣ । ଏମାନଙ୍କ ବଂଶଜଙ୍କୁ ସ୍ଵର୍ଣ୍ଣକାର ବୋଲି ମନାଯାଏ । ସ୍ଵର୍ଣ୍ଣ ଧାତୁରେ ଏମାନେ କାମ କରନ୍ତି ।


0 Comments
Do you have any doubts or suggestions? Ask them here in the comments!