ଭର୍ଟିଗୋ ଆଟାକ୍ କ'ଣ ?
ଭର୍ଟିଗୋ ଆଟାକ୍ କ'ଣ ?
ଶରୀର ଅଛି ତ ରୋଗ ରହିବ । ଏଥିପାଇଁ ବ୍ୟସ୍ତ ନ ହୋଇ ସଚେତନ ହୁଅନ୍ତୁ। ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯେମିତିକି ଭର୍ଟିଗୋ ଆଟାକ୍ । କେବଳ ଚିକିତ୍ସା ଦ୍ଵାରା ଭର୍ଟିଗୋ ଆଟାକ୍କୁ ନିୟନ୍ତ୍ରିତ କରାଯାଇପାରେ।
ଭର୍ଟିଗୋ ଆଟାକ୍ କ’ଣ ?
ଭର୍ଟିଗୋ ହେଉଛି ଏକ ଅସନ୍ତୁଳନ ଅନୁଭବ। ଯେତେବେଳେ ଏହି ଆଟାକ୍ ଆସେ, ବ୍ୟକ୍ତି ଅନୁଭବ କରିବ ଯେ ସେ ନିଜେ ଘୁରୁଛି ଅବା ତା’ ଚାରିପାଖ ଦୁନିଆ ଘୁରୁଛି।
କାରଣ
- ପ୍ରାରମ୍ଭିକ ପର୍ଯ୍ୟାୟରେ ପାରୋକ୍ସାଇମସାଲ ପୋଜିସନାଲ୍ ଭର୍ଟିଗୋର ଅନ୍ୟତମ କାରଣ। ଭର୍ଗିଗୋ ହେଲେ କ୍ଷୁଦ୍ର କ୍ୟାଲସିୟମ୍ କଣିକାଗୁଡିକ ଭିତର କାନ ବା ଅର୍ନ୍ତକାନରେ ପାଣି ଭିତରେ ବୁଲୁଥାଏ। ସେଗୁଡିକ ସ୍ଥିର ନ ହେବା ପର୍ଯ୍ୟନ୍ତ ଶରୀରକୁ ଅସନ୍ତୁଳିତ କରି ରଖିଥାଏ ।
- ବିଭିନ୍ନ ପ୍ରକାରର ବ୍ୟାୟାମ ଦ୍ବାରା ଏହାକୁ ସ୍ଥିର କରାଯାଇପାରେ। ସେହିପରି ଡାକ୍ତରଙ୍କ ପରାମର୍ଶ ଦ୍ଵାରା Epley maneuver ମାଧ୍ୟମରେ ମଧ୍ୟ ଏହି ଅବସ୍ଥାକୁ ସନ୍ତୁଳିତ କରାଯାଇଥାଏ |
- ଶରୀରକୁ ରକ୍ତ ପ୍ରବାହର ମାତ୍ରା କମିବା ଦ୍ୱାରା ରକ୍ତଚାପ ମଧ୍ୟ କମିଥାଏ । ଫଳରେ ଭର୍ଟିଗୋ ଆଟାକ୍ ଆସିପାରେ। ଏହାଦ୍ୱାରା ମୁଣ୍ଡ ବୁଲାଇଥାଏ । ଲଗାତାର କାମ କରିବା ଓ ଗୁ ଖାଇବାପିଇବାରେ ଅବହେଳା କରିବା ଭର୍ଟିଗୋର ବଡ଼ କାରଣ |
- ବହୁତ ପ୍ରକାଶ ଚିନ୍ତା କରିବା ମଧ୍ୟ ଏହି ରୋଗର ଅନ୍ୟତମ କାରଣ ।
ଲକ୍ଷଣ
- ମୁଣ୍ଡ ବୁଲାଇବା
- ଆଖି ଆଗରେ ଚାରିଆଡେ ଅନ୍ଧାର ଦେଖା ଦେବା
- ମାତ୍ରାଧିକ ଝାଳ ବାହାରିବା
- ବାନ୍ତି ହେବା
- କାନ ଭିତରେ କିଛି ଆବାଜ୍ ଶୁଭିବା
- ଆବାଜ୍ ରୁ ମୁଣ୍ଡବିନ୍ଧା
- ସାରା ଦିନ ଦୁର୍ବଳ ଅନୁଭବ କରିବା
- ଚାଲିବାରେ ସନ୍ତୁଳନ ନ ରହିବା
ଚିକିତ୍ସା
ଭର୍ଟିଗୋ ଆଟାକ୍ ହେଲେ ଡାକ୍ତର କିଛି ଦିନ ପାଇଁ ଆରାମ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ଦ୍ଵାରା ରୋଗୀକୁ ରିଲାକ୍ସ ମିଳିଥାଏ । ଯଦି ରୋଗୀ କୌଣସି ଜିନିଷକୁ ନେଇ ଚିନ୍ତାରେ ରହୁଥାଏ, ତେବେ ତୁରନ୍ତ ମନୋଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।
0 Comments
Do you have any doubts or suggestions? Ask them here in the comments!