ଯୋଗିନୀ ଏକାଦଶୀ କଲେ କ'ଣ ଫଳ ମିଳେ

ଯୋଗିନୀ ଏକାଦଶୀ କଲେ କ'ଣ ଫଳ ମିଳେ

ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି । ପରମେଶ୍ୱର ଶ୍ରୀ ବିଷ୍ଣ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି । କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ । ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି । ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୂରଣ କରି ବିଷ୍ଣୁ ଲୋକରେ ପହଞ୍ଚାଇଥାନ୍ତି।

ବିଶ୍ୱାସ କରାଯାଏ ଯେ ଜଣେ ବ୍ୟକ୍ତି ଏହି ଏକାଦଶୀରେ ଉପବାସ ପାଳନ କରୁଥିବା ବେଳେ ପୃଥିବୀର ସମସ୍ତ ଆରାମର ଆନନ୍ଦ ପାଇଥାଏ ଏବଂ ଶେଷରେ ସେ ପରିତ୍ରାଣ ପାଇଥାଏ |

  1. ଏହି ସମସ୍ତ ଏକାଦଶୀ ମଧରେ (ଯୋଗିନୀ ଏକାଦଶୀ) ସ୍ୱତନ୍ତ୍ର । ଏହି ଏକାଦଶୀ ଦିନ ଉପବାସ କଲେ ଭଗବାନ ସମସ୍ତ ପ୍ରକାର ଅପଯଶ ଏବଂ ଚର୍ମ ରୋଗ ମୁକ୍ତି ମିଳିଥାଏ।
  2. ଏହି ଏକାଦଶୀ ଦିନ ଭଗବାନ ବିଷ୍ଣଙ୍କ ସହିତ ଅଶ୍ଵସ୍ତ ବା ଓସ୍ତ ବୃକ୍ଷ ମଧ୍ୟ ପୂଜା କରାଯାଇଥାଏ । 
  3. ଭକ୍ତମାନେ ଏହି ଦିନ ଉପବାସ କରିବା ସହ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ 'ଓଁ ନମୋ ଭଗବତେ ବାସୁଦେବାୟ' ମନ୍ତ୍ର ଉଚ୍ଚାରଣ କରି ସ୍ନାନ କରାଇବା ଉଚିତ। 
  4. ଏହା ବ୍ୟତୀତ ଭଗବାନଙ୍କୁ ଧୂପ-ଦୀପ, ବସ୍ତ୍ର, ଚନ୍ଦନ, ଅକ୍ଷତ, ନୈବେଦ୍ୟ ଆଦି ଅର୍ପଣ କରିବା ଉଚିତ । 
  5. ପଦ୍ମ ପୁରାଣ ଅନୁଯାୟୀ ଯୋଗିନୀ ଏକାଦଶୀ ସମସ୍ତ ପାପକୁ ବିନାଶ କରିଥାଏ । 
  6. ଏହା ଶରୀରର ସମସ୍ତ ବ୍ୟାଧିକୁ ନଷ୍ଟ‌ କରିବା ସହ ସୁନ୍ଦର ରୂପ, ଗୁଣ ଏବଂ ଯଶ ଦେଇଥାଏ |
  7.  ଏହି ବ୍ରତର ଫଳ ୮୮ ହଜାର ବାହ୍ମଣଙ୍କୁ ଭୋଜନ କରାଇବା ସହ ସମାନ ହୋଇଥାଏ।

କିମ୍ବଦନ୍ତୀ :-

ଏହି ଏକାଦଶୀ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିର ଗୋଟିଏ କଥା କହିଥିଲେ, ଅଲକାପୁରୀର ରାଜା କୁବେର ଏକ ଘଟଣାରେ ତାଙ୍କ ମାଳିକୁ ଅଭିଶାପ ଦେଇଥିଲେ | ଯେଉଁଥିରେ ମାଳି କୁଷ୍ଠ ରୋଗରେ ପୀଡ଼ିତ ହୋଇ ସେ ମାର୍କଣ୍ତେୟ ରଷିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେହି ସମୟରେ ରଷି ତପସ୍ୟା ବଳରେ ତାଙ୍କ ଦୁଃଖ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ଉପବାସ କରିବା ପାଇଁ ଆଦେଶ ଦେଇଥିଲେ। ରଷି କଥା ଅନୁଯାୟୀ ମାଳି ଏହି ବ୍ରତ ପାଳନ କରିବା ପରେ ଦିବ୍ୟ ଶରୀର ଧାରଣ କରି ସ୍ୱର୍ଗ ଲୋକ ଚାଲି ଯାଇଥିଲେ।

Post a Comment

0 Comments