ଟିକାର ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ରହିଛି
ଦେଶରେ କୋରନା ମହାମାରୀ ର ପରିସ୍ଥିତି କୁ ସୁଧାରିବା ପାଇଁ ଏବଂ କୋରନା ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଟୀକା କରଣ ଅଭିଯାନ କୁ ତୀବ୍ର କରାଯାଇଛି । ତେବେ ଏହି ସମୟ ମଧ୍ୟରେ, କିଛି ଟୀକାକରଣ ପରେ ଲୋକମାନେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟ ବର୍ତ୍ତମାନ ବିବ୍ରତ କରୁଛି । ଏହାକୁ ନେଇ ସରକାରଙ୍କ ତରଫରୁ ଜାରି ହୋଇଛି ସତର୍କତା । ଯାହାଦ୍ୱାରା ଲୋକମାନେ ଟୀକା ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାରୁ ରକ୍ଷା ପାଇପାରିବେ ।
କୋଭାକ୍ସିନ
- ଭାରତ ବାୟୋଟେକ୍ ଦ୍ଵାରା ନିର୍ମିତ ଏହି ଟିକା କରୋନା ଭୂତାଣୁର ମୃତ ବିଶେଷକୁ ନେଇ ତିଆରି । ତେଣୁ ଏହାକୁ ମଣିଷ ଶରୀରରେ ଦେଲେ, ତାହା ସଂକ୍ରମଣ କରିପାରେ ନାହିଁ । କିନ୍ତୁ ଶରୀରରେ ଥିବା ରୋଗ ପ୍ରତିରୋଧକାରୀ ଶକ୍ତି ଏହି ମୃତ ଭୂତାଣୁ ବିପକ୍ଷରେ ଆଣ୍ଟିବଡି ତିଆରି କରିଥାନ୍ତି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ସହଜ ହୋଇପାରିବ ।
- ଏହି କୋଭାକ୍ସିନ ଦୁଇଟି ଡୋଜ୍ ୪ ସପ୍ତାହ ବ୍ୟବଧାନରେ ଦିଆଯାଇଥାଏ । ଏହି ଟିକାକୁ ୨ରୁ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ରଖିବାକୁ ପଡିଥାଏ । ପ୍ରଥମ ୩ଟି ଫେଜ୍ ଟ୍ରାଏଲ୍ରୁ ଜଣାପଡିଥିଲା ଯେ ଏହା ୮୧ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିବ।
- କୋଭାକ୍ସିନ ନେବା ପରେ ଖୁବ୍ କରିବା କମ୍ ଲୋକଙ୍କଠାରେ ପାର୍ଶ୍ଵପ୍ରତିକ୍ରିୟା ଦେଖା ଦେଇଥାଏ।
- ପ୍ରତିକ୍ରିୟାଗୁଡିକ ମଧ୍ୟରେ ଟିକା ନେଇଥିବା ସ୍ଥାନ ଦରଜ ହେବା ବା ଲାଲ୍ ପଡିବା, ଦେହ ଦୁର୍ବଳ ଲାଗିବା, ପେଟ ଖରାପ ହେବା, ଥଣ୍ଡାକାଶ ଓ ବାନ୍ତି ଲାଗିବା ଆଦି ଦେଖା ଦେଇଥାଏ। ଡାକ୍ତରଙ୍କ ପରାମର୍ଶକ୍ରମେ ୧/୨ ଦିନ ଔଷଧ ଖାଇବା ପରେ ଏସବୁ ଭଲ ହୋଇଯାଇଥାଏ |
କୋଭିସିଲ୍ଡ
- ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆସ୍ଟ୍ରା ଜେନେସିଆର ମିଳିତ ଉଦ୍ୟମରେ ତିଆରି ଏହି ଟିକା ଭାରତର ସେରମ୍ ଇନ୍ଷ୍ଟିଚ୍ୟୁଟ୍ରେ ତିଆରି ହେଉଛି । ଏହା ଅନ୍ୟ ଏକ କମ୍ କ୍ଷତିକାରକ ଭୂତାଣୁକୁ ରିକମ୍ବିନାଣ୍ଟ ପଦ୍ଧତିରେ ପରିବର୍ତ୍ତନ କରାଯାଇ ଏଥିରେ କରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନ୍ ସଂଯୁକ୍ତ କରାଯାଏ । ତେଣୁ ଏହି ଟିକା ମଣିଷ ଶରୀର ଭିତରକୁ ପ୍ରବେଶ କରିବା ପରେ ରୋଗ ପ୍ରତିରୋଧକ ଶକ୍ତି ଏହା ବିରୋଧରେ ଆଣ୍ଟିବଡି ସୃଷ୍ଟି କରିଥାନ୍ତି ।
- ଏହି ଟିକାର ୨ଟି ଡୋଜ୍ ୬ରୁ ୮ ସପ୍ତାହ ମଧ୍ୟରେ ନେବାକୁ ପଡିଥାଏ। ଏହା କରୋନା ଭୂତାଣୁ ସହ ଲଢିବାରେ ୭୦ ପ୍ରତିଶତ କାର୍ଯ୍ୟକ୍ଷମ ବୋଲି କୁହାଯାଇଛି।
ସ୍ଫୁଟନିକ- V
- ରୁଷିଆ ନିର୍ମିତ ଏହି ଟିକା ଗାମେଲିଆ ଲାବ୍ରୋଟୋରୀ ଦ୍ଵାରା ପ୍ରସ୍ତୁତ ହେଉଛି। କୋଭିସିଲ୍ଡ ପରି ଏହା ମଧ୍ୟ ଏକ ଥଣ୍ଡାଜାତୀୟ ଭୂତାଣୁକୁ ପରିବର୍ତ୍ତନ କରାଯାଇ କରୋନା ଭୂତାଣୁର ଏକ ଅଂଶ ଟିକା ମାଧ୍ୟମରେ ମଣିଷ ଶରୀର ଭିତରକୁ ଦିଆଯାଉଛି । ଯାହାଦ୍ୱାରା ମଣିଷ ଶରୀରରେ ରୋଗ ପ୍ରତିରୋଧକାରୀ ଆଣ୍ଟିବଡି ତିଆରି କରାଯାଇପାରିବ।
- ଏହି ଟିକାର ୨ଟି ଡୋଜ୍ ୨୧ ଦିନ ଭିତରେ ନେବାକୁ ପଡିଥାଏ । ଏହା ୯୧.୬ ପ୍ରତିଶତ କାର୍ଯ୍ୟ କରୁଥିବା ଜଣାପଡିଛି।
ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବା:-
ଯେ କୌଣସି ଔଷଧ ର ପାର୍ଶ୍ୱ ପ୍ରତିକ୍ରିୟା ରହିବା ସାଧାରଣ କଥା । ଟୀକା ପ୍ରାୟୋଗ କରିବା ପରେ ଆପଣଙ୍କ ଶରୀର ରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ।
୧. ସାମାନ୍ୟ ମୁଣ୍ଡବିନ୍ଧା- ଟୀକାକରଣ ର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ସାମାନ୍ୟ ମୁଣ୍ଡବିନ୍ଧା । ଥରିଯିବା ପରେ ସାମାନ୍ୟ ଜ୍ଵର । ଏହା ବ୍ୟତୀତ ସାମାନ୍ୟ ଫୁଲା, ଲାଲ ରଙ୍ଗ, ମାଂସପେଶୀ ରେ ଯନ୍ତ୍ରଣା ହୋଇପାରେ ।
୨. ହଜମ ପ୍ରକ୍ରିୟା ସମସ୍ୟା- ଟୀକାକରଣ ର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପେଟ ରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ପେଟର କଷ୍ଟ, ବାନ୍ତି ଲାଗିବା, ଥକା ଲାଗିବା ମଧ୍ୟ ଏହି ଟୀକା ର ଅନ୍ୟତମ ପାର୍ଶ୍ଵ ପ୍ରତିକ୍ରିୟା ଅଟେ ।
୩. ମାଇଗ୍ରେନ୍ ସମସ୍ୟା- ଅନୁସନ୍ଧାନକାରୀ ଙ୍କ ସୂଚନା ଅନୁସାରେ, ଟୀକାକରଣ ପରେ ମାଇଗ୍ରେନ୍ ରେ ପୀଡ଼ିତ ଲୋକମାନେ ଏହି ସମସ୍ୟା ରେ ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।


0 Comments
Do you have any doubts or suggestions? Ask them here in the comments!