ବ୍ରତବିଧି
ଏହି ବ୍ରତ ବିଧି ନିୟମାନୁସାରେ ପାଳନ କରାଯିବା ଉଚିତ୍। ଏକାଦଶୀତିଥି ଦିନ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବ୍ରତର ସଙ୍କଳ୍ପ ନେବା ଉଚିତ୍। ସଙ୍କଳ୍ପ ନିଜ ଶକ୍ତି ଅନୁସାରେ କରିବା ଦରକାର।ସଙ୍କଳ୍ପ କରିବା ପରେ ପୂର୍ଣ୍ଣକୁମ୍ଭ ବା ଘଟ ସ୍ଥାପନା କରିବେ। ତାହା ଉପରେ ଶ୍ରୀ ବିଷ୍ଣୁଙ୍କ ମୂର୍ତ୍ତୀ, ବନ୍ଧେଇ ଫଟୋ କିମ୍ବା ଶାଳଗ୍ରାମ ସ୍ଥାପନ କରିବେ।
- ଏହି ବ୍ରତର ପାଳନ ଏକାଦଶୀତିଥି ଦିନ କରିବା ଆବଶ୍ୟକ।
- ସନ୍ତାନ ପ୍ରାପ୍ତି ପାଇଁ ସକାଳ ଉଠି ଭଗବାନଙ୍କ ପୂଜାର୍ଚ୍ଚନା କରିବା ଉଚିତ୍।
- ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସନ୍ତୁ |
- ଏହି ବ୍ରତରେ ହଳଦିଆ ଫଳ, ହଳଦିଆ ଫୁଲ ଓ ତୁଳସୀ ଭଗବାନଙ୍କ ପାଖରେ ଅର୍ପଣ କରିବା ଉଚିତ୍।
- ଏହି ଦିନ ଗହମ, ହରଡ, ମୁଗ, ଚଣା, ଯଅ, ମସୁର ଓ ଚାଉଳ ଆଦିରୁ ଜାତ ଦ୍ରବ୍ୟମାନ ଭୋଜନ କରିବେ ନାହିଁ, କାରଣ ଏହା ଏକାଦଶୀ ଦିନ ପୂଜା କରାଯାଏ।
- ବିଷ୍ଣୁଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରନ୍ତୁ।
- ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ।
- ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ।
- ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।
- ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍। କିନ୍ତୁ ପୁତ୍ରଦା ଏକାଦଶିରେ ମଧ୍ୟ ରାତ୍ରପରେ ସ୍ତ୍ରୀ ପୁରୁଷ ସହବାସ କରିବାଦ୍ଵାରା ପୁତ୍ରସନ୍ତାନ ପ୍ରାପ୍ତି ହୋଇଥାଏ।
- ଶେଷରେ ସ୍ବାମୀ-ସ୍ତ୍ରୀ ଉଭୟ ଏକାଠି ପ୍ରସାଦ ସେବନ କରିବା ଉଚତ୍
ସନ୍ତାନ ଗୋପାଳ ମନ୍ତ୍ର
ଯେଉଁମାନେ ଏହି ବ୍ରତ ପାଳନ କରିବେ ସେମାନେ ରାତିରେ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରିବା ଉଚିତ୍। ତତ୍ ସହିତ ସନ୍ତାନଗୋପାଳ ମନ୍ତ୍ର ତୁଳସୀ ମାଳରେ ସ୍ଵାମୀ ସ୍ତ୍ରୀ ଉଭୟ ୧୦୮ ଥର ଜପ କରିବେ ।
ଏହି ବ୍ରତର ସିଦ୍ଧ କରିବା ପାଇଁ ଗୋପାଳମନ୍ତ୍ର ଜପ କରିବା ଉଚିତ । ଗୋପାଳ ମନ୍ତ୍ର ହେଲା,
“ ଓଁ କ୍ଲିଂ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତ୍ପତେ,
ଦେହି ମେ ତନୟଂ କୃଷ୍ଣ ତ୍ବାମହମ୍ ଶରଣମ୍ ଗତା’’
“ ଓଁ କ୍ଲିଂ କୃଷ୍ଣାଣାୟ ନମଃ’’
ଏହି ବ୍ରତର ସମାପନ ଏକାଦଶୀତିଥିରେ ହୁଏ ନାହିଁ। ଏହା ଦ୍ଵାଦଶୀତିଥିରେ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବାଳକ ଓ ବ୍ରାହ୍ମଣଙ୍କୁ ଅନ୍ନ ଦାନ ସହିତ ଦକ୍ଷିଣା ଦେଲାପରେ ବ୍ରତ ସମାପ୍ତ କରିବେ। ଏହି ଦିନଠାରୁ ଆରମ୍ଭକରି ପ୍ରତ୍ୟେକ ମାସର ଶୁକ୍ଲ ଏକାଦଶୀରେ ଏହିମନ୍ତ୍ର ଜପ କରିବା ଉଚିତ୍ ।
0 Comments
Do you have any doubts or suggestions? Ask them here in the comments!