ଶ୍ରାବଣ ମାସରେ ଶିବ ପୂଜା କରି ନବଗ୍ରହକୁ ଶାନ୍ତ କରନ୍ତୁ

ଶ୍ରାବଣ ମାସରେ ଶିବ ପୂଜା କରି ନବଗ୍ରହକୁ ଶାନ୍ତ କରନ୍ତୁ 



ଗ୍ରହ ଜାତକ ଭବିଷ୍ୟ ନିର୍ଦ୍ଧାରଣ କରିଥାଏ । ଜାତକ ଜୀବନରେ ଭଲ ଏବଂ ଖରାପ ଫଳ ପ୍ରଦାନ କରିଥାଏ । ଗ୍ରହ ଜାତକର ପୂର୍ବ କୃତକର୍ମ ଆଧାରରେ ରୋଗ, ସୁଖ, ଦୁଃଖ ଏବଂ ଐଶ୍ୱର୍ଯ୍ୟରେ ମଧ୍ୟ ବାଧକ ସାଜିଥାଏ । ପଣ୍ଡିତ ଜାତକ ଦେଖି ପୀଡିତ ଗ୍ରହ ଅନୁଯାୟୀ ତାହାକୁ ଠିକ୍‌ କରିବା ପାଇଁ ରତ୍ନ ଧାରଣ କିମ୍ବା ଏହା ସହିତ ଜଡିତ ପୂଜାବିଧି କରିବା ପାଇଁ କରିଥାନ୍ତି । ଏହା ସହିତ ଜାତକ ସମ୍ବନ୍ଧୀତ ଗ୍ରହ ଅନୁଯାୟୀ ଦାନ ଏବଂ ମନ୍ତ୍ର ଜପ କରିବା ପାଇଁ କହିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, କେଉଁ ଗ୍ରହ ଅନୁଯାୟୀ, କ'ଣ ମନ୍ତ୍ର ଜପ କରିବା ଉଚିତ ।

ଶ୍ରାବଣ ମାସରେ ଶିବ ପୂଜା କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି । ଶିବ ହିଁ ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ଉପାସନା କରି ପ୍ରତ୍ୟେକ କାର୍ଯ୍ୟକୁ ନୟନ୍ତ୍ରଣ କରାଯାଇ ପାରିବ । ଏହି ମାସରେ ଶିବଙ୍କୁ ଉପାସନା କରି ଗ୍ରହନକ୍ଷତ୍ରକୁ ସହଜରେ ଶାନ୍ତ କରା ଯାଇପାରିବ । ରାଶିରେ ଥିବା ଗ୍ରହ ସମସ୍ୟାକୁ ଦୂର କରିବା ପାଇଁ ଏହି ମାସରେ ଶିବଙ୍କୁ ପୂଜା କରନ୍ତୁ ।

ଗ୍ରହ- ରତ୍ନ- ଧାନୁ- ଅନ୍ନ- ବସ୍ତ୍ର-ମାଲା-ମନ୍ତ୍ର- ସମୟ-ଜପ- ସଂଖ୍ୟା ଏହିପରି କ୍ରମରେ ହିଁ କରନ୍ତୁ।

ସୂର୍ଯ୍ୟ ଦେବତାଙ୍କୁ କିପରି ଶାନ୍ତ କରିବେ

  • ପ୍ରତି ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ସହ ମନ୍ଦାର ଫୁଲ ମଧ୍ୟ ଅର୍ପଣ କରିପାରିବେ । 
  • ସୂର୍ଯ୍ୟ -ମାଣିକ୍ୟ-ତାମ୍ର- ଗେହୁଁ- ଲଲ-ରକ୍ତମଣି- ଓମ୍‌ ହିଁ ହିଂ ସଃ ସୂର୍ଯ୍ୟା ନମଃ- ସୂର୍ଯ୍ୟୋଦୟ-୭୦୦୦

ଚନ୍ଦ୍ରଙ୍କୁ କିପରି ଶାନ୍ତ କରିବେ

  • ଚନ୍ଦ୍ରଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ପରେ ଧଳା ରଙ୍ଗର କୌଣସି ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ଯେ କୌଣସି ଦିନରେ ଆପଣ ଏହି ଉପାୟ କରି ପାରିବେ ।
  • ଚନ୍ଦ୍ର-ମୋତି-ଚାନ୍ଦି- ଚାଉଳ- ଶ୍ୱେତମୋତି- ଓମ ଶ୍ରୀଁ ଶ୍ରୀଂ ସଃ ଚନ୍ଦ୍ରାୟ ନମଃ- ସନ୍ଧ୍ୟା-୧୧୦୦୦

ମଙ୍ଗଳଙ୍କୁ କିପରି ଶାନ୍ତ କରିବ

  • ମଙ୍ଗଳ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କର୍ପୁର ଆଳତି କରନ୍ତୁ । ଶ୍ରାବଣ ମାସର ଯେକୌଣସି ମଙ୍ଗଳବାର ଦିନ  ଏପରି କରିପାରିବେ ।  
  • ମଙ୍ଗଳ- ମୁଙ୍ଗା-ତାମ୍ର-ମସୁର-ଲାଲ- ମୁଙ୍ଗା- ଓମ୍‌ କ୍ରଁ କ୍ରଂ କୋ ସଃ ଭୌମାୟ ନମଃ ୨ଟା ସମୟ-୧୦୦୦୦

ବୁଧଙ୍କୁ କିପରି ଶାନ୍ତ କରିବ

  • ଶ୍ରାବଣ ମାସରେ ବୁଧଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ସହ ସୁଗନ୍ଧିତ ଜଳ ଅର୍ପଣ କରି ପାରିବେ । ଶ୍ରାବଣ ମାସର ବୁଧବାର ଦିନ ଏପରି କଲେ ଲାଲଦାୟକ ହୋଇଥାଏ । 
  • ବୁଧ-ପନ୍ନା- କାଂସ-ମୁଂଗ-ହରା-ହାରିଲ- ଓମ ବ୍ରିଁ ବ୍ରିଂ ବ୍ରୋ ସଃ ବୁଧାୟ ନମଃ ୫ଟା-୯୦୦୦

ବୃହଷ୍ପତିଙ୍କୁ କିପରି ଶାନ୍ତ କରିବ

  • ବୃହଷ୍ପତିଙ୍କୁ ଶାନ୍ତ କରିବା ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗ ଥିବା ବେଦି ଉପରେ ହଳଦୀ ଲଗାନ୍ତୁ । ଶ୍ରାବଣ ମାସର ପ୍ରତି ଗୁରୁବାର ଦିନ ଏପରି କରନ୍ତୁ । 
  • ଗୁରୁ-ପଖରାଜ-ସୁନା-ଚଣାଡାଲି-ହଳଦିଆ- ଓମ ଗ୍ରଁ ଗ୍ରିଂ ଗ୍ରେ ସଃ ଗୁରୈବ ନମଃ ସନ୍ଧ୍ୟା-୧୯୦୦୦

ଶୁକ୍ର ଦେବତାଙ୍କୁ କିପରି ଶାନ୍ତ କରିବ

  • ଶୁକ୍ରଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ । ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ। ପ୍ରତି ଶୁକ୍ରବାର  ଦିନ ଏପରି କରନ୍ତୁ, ଶୁକ୍ର ଦୋଷ ଦୂର ହେବ । 
  • ଶୁକ୍ର- ହୀରା-ଚାନ୍ଦି- ଚାଉଳ- ଶ୍ୱେତ ସ୍ପଟିକ- ଓମ୍‌ ଦ୍ରିଁ ଦ୍ରିଂ ଦ୍ରୋ ସଃ ଶୁକ୍ରାୟ ନମଃ ସୂର୍ଯ୍ୟୋଦୟ-୧୬୦୦୦

ଶନିଦେବଙ୍କୁ କିପରି ଶାନ୍ତ କରିବେ

  • ଶନିଦେବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରିବା ସହ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ପ୍ରତି ଶନିବାର ଦିନ ଶିବ ମନ୍ଦିରରେ ଘିଅ ଦୀପ ଜଳାନ୍ତୁ । ଏପରି କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
  • ଶନି- ନୀଳମ- ଲୁହା- ବିରି ଡାଲି-କଳା-ନୀଳମଣି- ଓମ୍‌ ପ୍ରାଁ ପ୍ରିଂ ପ୍ରୋ ସଃ ଶନିଶ୍ଚରାୟ ନମଃ-ସନ୍ଧ୍ୟା-୨୩୦୦୦

ରାହୁ-କେତୁ କିପରି ଶାନ୍ତ  କରିବେ

  • ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସର ଯେ କୌଣସି ଦିନରେ ଶିବଲିଙ୍ଗ ଉପରେ ଜଳ ସହ ଭାଙ୍ଗ ମିଶାଇ ଅର୍ପଣ କରନ୍ତୁ । ବୁଧବାର ଦିନ ଶିବ ମନ୍ଦିରରେ ପତକା ଅର୍ପଣ କଲେ ରାହୁ-କେତୁ ଶାନ୍ତ ହୋଇଥାନ୍ତି ।
  • ରାହୁ- ଗୋମେଦ-ସୀସା-ତିଲ- ନୀଳ- କୃଷ୍ଣ- ଓମ ଭ୍ରିଁ ଭ୍ରିଂ ଭ୍ରୋଂ ସଃ ରାହେବ ନମଃ- ରାତ୍ରି- ୧୮୦୦୦
  • କେତୁ-ଲହସୁନିଆ-ଲୁହା-ତିଲ- ଧ୍ରୁମବର୍ନ-ନାରଙ୍ଗୀ- ଓମ୍‌ ସ୍ରିଁ ସ୍ରିଂଁ ସ୍ରୋଂ ସଃ କେତବେ ନମଃ-ରାତ୍ରୀ-୧୭୦୦୦

Post a Comment

0 Comments