ଶ୍ରାବଣ ମାସରେ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏହି କାମ
ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବ ଲିଙ୍ଗ ରେ ଜଳ ଢାଳିବା ସହିତ ଓମ୍ ନମ୍ଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିଲେ ବହୁତ୍ ଅସିଧ୍ୟ୍ କାମ ସିଦ୍ଧି ଲାଭ ହୋଇଥାଏ। କେବେ କେବେ ଆମେ ଭଗବାନ ଭୋଲେ ନାଥ ଙ୍କ ପବିତ୍ର ପୂଜା କରିବା ସମୟରେ ଜାଣତରେ କିମ୍ୱା ଅଜାଣତରେ ବହୁତ୍ କିଛି ଭୂଲ କରିଦେଉ ଥାଉ ଯାହା ଫଳରେ ଆମର ପୂଜା ଫଳପ୍ରଦ ହୁଏ ନାହିଁ । ଆସନ୍ତୁ ଜାଣିବା ଏହି କେତେ ଗୋଟି ଭୂଲ ଯାହା ପୂଜା ସମୟରେ କରିବା ବାରଣ ଅଟେ।
ବିଶ୍ୱାସ ରହିଛି ଯେ, ଯେବେ ସମୁଦ୍ର ମନ୍ଥନରୁ ବିଷ ଉତ୍ପନ୍ନ ହୋଇଥିଲା ସେତେବେଳେ ଭୋଳାନାଥ ବିଷପାନ କରିଥିଲେ । ତାଙ୍କ ତାପକୁ ଶାନ୍ତ କରିବା ପାଇଁ ଦେବତାମାନେ ତାଙ୍କ ଉପରେ ଏହି ମାସରେ ଜଳାଭିଷେକ କରିଥିଲେ । ତେଣୁ ଶ୍ରାବଣ ମାସରେ ଶିବଲିଙ୍ଗ, ଜ୍ୟୋତିର୍ଲଙ୍ଗ ସମେତ ଜଳାଭିଷେକ ଏବଂ ଅଶ୍ୱମେଧ ଯଞ୍ଚ କଲେ ଅନେକ ଲାଭ ଫଳ ପାଇବେ । ଭଗବାନଙ୍କ ସାନିଧ୍ୟ ଅର୍ଜନ କରିବେ । ଏମାନଙ୍କୁ ଶିବଲୋକରେ ସ୍ଥାନ ମିଳିଥାଏ ।
- ଭଗଵାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ସବୁଠାରୁ ଅତ୍ୟନ୍ତ ଉପଯୁକ୍ତ ବୋଲି ମାନାଯାଏ। ତେବେ ଏହି ମାସରେ ଏହି ସବୁ କାମ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ। ଏହି କାମ କଲେ ବ୍ୟକ୍ତିଙ୍କ ଜୀବନରେ ଅସୁବିଧା ଆସିଥାଏ, ବ୍ୟକ୍ତିଙ୍କୁ ବହୁତ ପ୍ରକାର ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ। ତେବେ ଚାଲନ୍ତୁ ଏହି କାମ ଗୁଡିକ ବିଷୟରେ ଜାଣିବା।
- ଭଗବାନ ଭୋଲେନାଥଙ୍କ ଲିଂଗରେ ଜଳ ଢାଳିବା ସମୟରେ କଳା ରଙ୍ଗର ପୋଷାକ କଦାପି ଧାରଣ କରନ୍ତୁ ନାହିଁ |
- ଶ୍ରାବଣ ମାସରେ ଆପଣ ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ।
- ଭଗବାନ ଶିବଙ୍କୁ କେତକୀ ଫୁଲ ଭୁଲରେ ବି ଚଢାନ୍ତୁ ନାହିଁ।
- ଭଗବାନ ଶିବ ବେଲପତ୍ର , ଭାଙ୍ଗଙ୍କୁ ଭଲ ପାଆନ୍ତି, କିନ୍ତୁ ପୂଜା ସମୟରେ କିଛି ବିଶେଷ ଉତ୍ସର୍ଗ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଯଦି ଶିବଲିଙ୍ଗ ପୁରୁଷ ଉପାଦାନ ସହିତ ଜଡିତ, ତେବେ ଏଥିରେ କଦଳୀ ଦିଆଯିବା ଉଚିତ୍ ନୁହେଁ | ଦ୍ୱାଦଶ ଏବଂ ଚତୁର୍ଦ୍ଦଶୀରେ କଦଳୀ ଖାଆନ୍ତୁ ନାହିଁ ।
- ପୂଜା ସମୟରେ ଶିବଲିଙ୍ଗ ଉପରେ ହଳଦୀ ଚଢାଇବା ଉଚିତ୍ ହୋଇନଥାଏ । ଶିବଲିଙ୍ଗରେ ଚଢା ଯାଇଥିବା ହଳଦୀ ଶୁଭ ପ୍ରଭାବ ଦେଇନଥାଏ ।
- ଜଳ ଢାଳିବା ସମୟରେ ତୁଳସୀ ପତ୍ର ଶିବ ଲିଂଗରେ ନ ଚଢ଼େଇବା ପାଇଁ ଧ୍ୟାନ ଦିଅନ୍ତୁ କାରଣ ଏହାକୁ ଶାସ୍ତ୍ର ରେ ବର୍ଜିତ ମନା ଯାଏ ।
- ଏହା ସହିତ ପୂଜା ଅର୍ଚ୍ଚନା କରିବା ସମୟରେ କିମ୍ବା ଜଳ ଢାଳିବା ସମୟରେ ସିନ୍ଦୂର କିମ୍ୱା ତେଲ ଶିବ ଲିଂଗରେ ଢାଳିବା ବାରଣ ଅଟେ।
- ଶ୍ରାବଣ ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ। କାରଣ ମାନ୍ୟତା ରହିଛି ଯେ ଏହି ମାସରେ ତେଲ ଲଗାଇଲେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି । ଏପରିକି ଖାଇବା ପ୍ରସ୍ତୁତ ସମୟରେ ଶୁଦ୍ଧ ତେଲର ବ୍ୟବହାର କରିବା ଉଚିତ ।
- ଶାସ୍ତ୍ର ଅନୁସାରେ ଏହି କଥା କୁହାଯାଇଛି ଯେ ଶ୍ରାବଣ ମାସରେ ସୋରିଷ ତେଲ ଲଗାଇବା ଉଚିତ୍ ନୁହେଁ କାରଣ ଶନିଙ୍କ ଉପରେ ସୋରିଷ ତେଲ ଅର୍ପଣ କରାଯାଇଥାଏ ଏବଂ ଶନିଦେବ ବୋହୁତ ରାଗି ଦେବତା ଅଟନ୍ତି କିନ୍ତୁ ଭଗଵାନ ଶିବ ଶାନ୍ତ ପ୍ରବୃତିର ଅଟନ୍ତି।
- ଶ୍ରାବଣ ମାସରେ କ୍ଷୀର ପିଅନ୍ତୁ ନାହିଁ କ୍ଷୀର ଦାନ କରନ୍ତୁ।
- ଏବଂ କଂସାବାସନରେ ମଧ୍ୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ପିତ୍ତଳ ବାସନକୁ ଖାଦ୍ୟ ପାଇଁ ବ୍ୟବହାର କରନ୍ତୁ ।
- ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ୍ ହୋଇନଥାଏ । ରାତିରେ ମଧ୍ୟ ଶୀଘ୍ର ନିଦ୍ରା ଯିବା ଉଚିତ ।
- ଶ୍ରାବଣ ମାସରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ବିବାହ କରିବା ଉଚିତ ନୁହେଁ ।
- ଏହାଛଡା ବ୍ରହ୍ମଚର୍ଯ୍ୟ ବ୍ରତ ନିୟମର ପାଳନ କରିବା ଉଚିତ୍ ।
- ଶ୍ରାବଣ ମାସରେ ଆପଣ ଦାଢ଼ି କାଟନ୍ତୁ ନାହିଁ ଏବଂ ଚୁଟି ନଖ କାଟନ୍ତୁ ନାହିଁ କାରଣ ଏହାଦ୍ବାରା ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ।
- ଶ୍ରାବଣ ମାସରେ ଯଦି ଘରକୁ କୌଣସି ଗାଈ ବା ଷଣ୍ଢ ଆସିଥାଏ ତେବେ ତାହାକୁ ମାରିକି ବିଦା କରିବା ଉଚିତ ନୁହେ । ବରଂ ଗାଈ ହେଉ ବା ଷଣ୍ଢ ହେଉ କିଛି ଖାଦ୍ଯ ଖାଇବାକୁ ଦେବା ଉଚିତ । ଷଣ୍ଢକୁ ମାରିବା ଭଗବାନ ଶିବଙ୍କର ନନ୍ଦୀକୁ ମାରିବା ସହ ଅପମାନ ହୋଇଥାଏ ।
- ଶ୍ରାବଣ ମାସରେ କୌଣସି ବ୍ୟକ୍ତିର ଅପମାନ କରିବା ଉଚିତ ନୁହେଁ । ଏହା ଛଡା କୌଣସି ବ୍ୟକ୍ତିର ମନ ଦୁଃଖ ହେଲା ଭଳି କୌଣସି କଥା କହିବା ଉଚିତ ନୁହେଁ । ବିଶେଷ କରି ମାତା ପିତା, ଜୀବନ ସାଥି, ଗୁରୁଜନ, ଭାଇ ଭଉଣୀ, ଘରକୁ ଆସିଥିବା କୌଣସି ଅସହାୟ ବ୍ୟକ୍ତି ଇତ୍ୟାଦି । ଏପରି କରିବା ଦ୍ବାରା ଆପଣ ମାନଙ୍କୁ ପା-ପ ସହିତ ସମାନ ଦ-ଣ୍ଡ ଭୋଗ କରିବାକୁ ପଡିବ। ତେଣୁ ଏହି ମାସରେ କାହାର ଅ-ନି-ଷ୍ଟ ମଧ୍ୟ ଚିନ୍ତା କରନ୍ତୁ ନାହିଁ ।
- ଶ୍ରାବଣ ମାସରେ କ୍ରୋଧରେ କାହାରିକୁ ବି ଅପଶବ୍ଦ କୁହନ୍ତୁ ନାହିଁ ଏବଂ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ କରନ୍ତୁ । ଜୀବନସାଥୀଙ୍କ ସହିତ ବାଦବିବାଦ ଏବଂ ଅପଶବ୍ଦର ବ୍ୟବହାର ହାନିକାରକ ହୋଇଥାଏ ।


0 Comments
Do you have any doubts or suggestions? Ask them here in the comments!