ସୌଭାଗ୍ୟ ପ୍ରାପ୍ତ ପାଇଁ ଶ୍ରାବଣ ମାସରେ କେତେ ଗୁଡିଏ ନିୟମ ପାଳନ କରିବା ଉଚିତ

ସୌଭାଗ୍ୟ ପ୍ରାପ୍ତ ପାଇଁ ଶ୍ରାବଣ ମାସରେ କେତେ ଗୁଡିଏ ନିୟମ ପାଳନ କରିବା ଉଚିତ



ଭଗବାନ ଶିବଙ୍କ ଅତି ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଏହି ପବିତ୍ର ମାସରେ ଭଗବାନ ଶିବଙ୍କ ଭକ୍ତମାନେ ବିଶେଷ ପୂଜା ଆରାଧନା କରି ତାଙ୍କୁ ପ୍ରସନ୍ନ କରିଥାନ୍ତି । ମାନାଯାଏ ଯେ, ସମସ୍ତ ଦେବତାଙ୍କ ମଧ୍ୟରେ ଭଗବାନ ଶିବ ହିଁ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ଶ୍ରାବଣ ମାସରେ ଆପଣଙ୍କ ଦ୍ୱାରା କରାଯାଉଥିବା ସମସ୍ତ ପୂଜାର୍ଚ୍ଚନା ଭଗବାନ ଶିବଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ  ।

ଯଦି ଏହି ଦିନ କିଛି ସରଳ ଉପଚାର କରାଯାଇଥାଏ, ତେବେ ବ୍ୟକ୍ତି ଶୀଘ୍ର ଫଳ ପାଇଥାଏ | ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁ ଶ୍ରାବଣ ମାସରେ ପାତାଳ ଲୋକରେ ରୁହନ୍ତି, ଯେଉଁଥିପାଇଁ ଭଗବାନ ଶିବ ବ୍ରହ୍ମାଣ୍ଡ ଚଳାନ୍ତି । ଯଦି ଆପଣ ଭୋଲେନାଥଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି, ତେବେ ଶ୍ରାବଣ ମାସ ଉପଯୁକ୍ତ ବୋଲି ବିବେଚନା କରାଯାଏ |

ସେଥିପାଇଁ ଶାସ୍ତ୍ରରେ ମହାଦେବଙ୍କ ପୂଜା କରିବା ସହ ତାଙ୍କ ପ୍ରିୟ ଶ୍ରାବଣ ମାସରେ ମହିଳାଙ୍କୁ କିଛି ବିଶେଷ ନିୟମ ଗୁଡିକର ପାଳନ ତଥା କିଛି ଜରୁରୀ କାର୍ଯ୍ୟ ଅବଶ୍ୟ କରିବା ଉଚିତ ବୋଲି କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ କି ସୌଭାଗ୍ୟବତୀ ମହିଳାମାନଙ୍କୁ କେଉଁ କେଉଁ ବିଶେଷ କାର୍ଯ୍ୟ ବା ନିୟମ ଗୁଡିକର ପାଳନ କରିବା ଉଚିତ, ଯାହା ଦ୍ଵାରା ସେମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହେବେ ।

  1. ଶ୍ରାବଣ ମାସରେ ସୋମବାର ବ୍ରତ ରଖିବା ଦରକାର । ଏପରି କରିଲେ ବର୍ଷ ସାରା ଯେଉଁ ଶିବ ପୂଜନ କରିଥାନ୍ତି ତାହାର ମୂଲ୍ୟ ପ୍ରାପ୍ତ ହେବ । ବିବାହିତା ବା ଅବିବାହିତା ସମସ୍ତେ ସୋମବାର ବ୍ରତ କରିପାରିବେ । ବ୍ରମ୍ହଚାରୀ ହୁଅନ୍ତୁ ବା ପୁରୁଷ ବା କୁମାରୀ କନ୍ୟା ମାନେ ସମସ୍ତେ ସୋମବାର ବ୍ରତ କରିପାରିବେ ।
  2. ମାନ୍ୟତା ଅନୁସାରେ ପବିତ୍ର ଶ୍ରାବଣ ମାସରେ ମହିଳାମାନେ ପ୍ରତିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ପୂଜା କରିବା ଉଚିତ । ଯେଉଁ ମହିଳାମାନେ ଶ୍ରାବଣ ସୋମବାର ବ୍ରତ ରଖନ୍ତି ସେମାନେ ମଧ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୂଜା କରିବା ଉଚିତ ।
  3. ଶ୍ରାବଣ ମାସ ପ୍ରତି ସୋମବାର ସକାଳୁ ଶୀଘ୍ର ଉଠି ସ୍ନାନ କରି ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଏହା ସହ ମତ ପାର୍ବତୀ ଓ ଶିବଙ୍କ ବାହନ ନନ୍ଦିଙ୍କୁ ମଧ୍ୟ ଗଙ୍ଗାଜଳ କିମ୍ବା କ୍ଷୀର ଅର୍ପଣ କରନ୍ତୁ ।
  4. ଶାସ୍ତ୍ର ଅନୁଯାୟୀ, ସମୁଦ୍ରର ମଂଥନ ସମୟରେ ବିଷ ମୁକ୍ତ ହୋଇଥିଲା, ସେତେବେଳେ ଭଗବାନ ଶିବ ସେହି ବିଷ ଖାଇଥିଲେ, ଯେଉଁ କାରଣରୁ ଶିବଙ୍କର ଶରୀରର ତାପମାତ୍ରା ବଢିଯାଇଥିଲା। ଉତ୍ତାପ ହଟାଇବା ପାଇଁ ଭଗବାନ ଶିବଙ୍କ ମୁଣ୍ଡରେ ପାଣି ଏବଂ ଭାଂଗ , ଦୁଦୁରା ପ୍ରଦାନ କରିଥିଲେ। ସୋମବାର ଦିନ ଭଗବାନ ଶିବଙ୍କ ପୂଜା ସମୟରେ ଆପଣ ନିଶ୍ଚିତ ଭାବରେ ଦୁଦୁରା, ଭାଙ୍ଗ ଏବଂ ବେଲପତ୍ର ଅର୍ପଣ କରିବେ |
  5. ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କର ଜଳାଭିଷେକ କରିବା ଉଚିତ୍ । ଏହାଦ୍ବାରା କେତେ ଜନ୍ମର ପାପର ପ୍ରଭାବ ସମାପ୍ତ ହୋଇଯାଏ ।
  6. ଶ୍ରାବଣ ମାସରେ ଶିବଲିଙ୍ଗ, ଜ୍ୟୋତିର୍ଲିଙ୍ଗ ସମେତ ଜଳାଭିଷେକ ଏବଂ ଅଶ୍ୱମେଧ ଯଜ୍ଞ କଲେ ଅନେକ ଲାଭ ଫଳ ପାଇବେ ଓ ଭଗବାନଙ୍କ ସାନ୍ନିଧ୍ୟ ଅର୍ଜନ କରିବେ ।
  7. ଯଦି ଆପଣ ପ୍ରତିଦିନ ଜଳ ଦାନ କରିପାରୁନାହାନ୍ତି ତାହେଲେ ସୋମବାର ମନ୍ଦିର ଯାଇ ମହାଦେବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ ।
  8. ସର୍ବପ୍ରଥମେ ମହାଦେବଙ୍କୁ ପାଣି, କ୍ଷୀର, କଦଳୀ, ଘିଅ, ଚିନି, ମହୁ, ଗଙ୍ଗା ଜଳ ଏବଂ ଆଖୁ ରସରେ ଅଭିଷେକ କରାଯାଏ । ଏହା ବଦଳରେ ବେଲପତ୍ର, ପଦ୍ମ, କନେର, ସାମି ପତ୍ର, ଦୁବ, କୁଶ, ରାୟ ଏବଂ ଫୁଲ ଅର୍ପଣ କରାଯାଏ । ତା’ପରେ ଦୁଦୁରା, ଭାଙ୍ଗ ଏବଂ ଶ୍ରୀଫଳ ଅର୍ପଣ କରିବାର ନିୟମ ଅଛି । ଶିବଲିଙ୍ଗ ଅଭିଷେକ ପରେ ପ୍ରଭୁ ଶିବଙ୍କ ଆରତୀ ଯଥାର୍ଥରେ ସଂପନ୍ନ ହୁଏ ।
  9. ପ୍ରସାଦ ରୂପେ ଶିବଙ୍କୁ ଘିଅ ଓ ଚିନିରେ ପ୍ରସ୍ତୁତ ଭୋଗ ଲଗାନ୍ତୁ ଓ ଧୂପ ଦେଇ ଭଗବାନ ଗଣେଶଙ୍କ ଆରତୀ ମଧ୍ୟ କରନ୍ତୁ ଓ ଶେଷରେ ଶିବଙ୍କ ଆରତୀ କରି ପ୍ରସାଦ ବାଣ୍ଟନ୍ତୁ ।
  10. ପଞ୍ଚାମୃତରେ ରୁଦ୍ରାଭିଷେକ କରନ୍ତୁ ଓ କେବଳ ବେଲ ପତ୍ର ହିଁ ଶିବଙ୍କୁ ଅର୍ପଣ କରନ୍ତୁ । ମାତ୍ର ଭୁଲରେ ମଧ୍ୟ ଶିବ ଲିଙ୍ଗ ଉପରେ ତୁଳସୀ ପତ୍ର ଚଢାନ୍ତୁ ନାହିଁ, ନଚେତ ବିପରୀତ ଫଳ ଭୋଗ କରିବେ ।
  11. ପବିତ୍ର ଶ୍ରାବଣ ମାସରେ ସକାଳୁ ଶୀଘ୍ର ଉଠନ୍ତୁ ନଚେତ ଶିବ ରୁଷ୍ଟ ହୋଇଯିବେ । ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଯେ, ସୂର୍ଯ୍ୟ ଉଦୟ ପରେ ମଧ୍ୟ ଆଦୋୖ ଶୁଅନ୍ତୁ ନାହିଁ ଏହା ଶୁଭ ନୁହେଁ ।
  12. ଶ୍ରାବଣ ମାସରେ ଭଗଵାନ ଶିବ ପୃଥିବୀ ପୃଷ୍ଠରେ ବିତରଣ କରିଥାନ୍ତି ସେଥିପାଇଁ ଆପଣ ଶ୍ରାବଣ ମାସରେ ଦିନ ସମୟରେ ଶୁଅନ୍ତୁ ନାହିଁ। ଯଦି ଆପଣ ଏହିପରି କରିବେ ତେବେ ଭଗଵାନ ଶିବଙ୍କ ଅପମାନ କରିବା ସହିତ ସମାନ ହୋଇଥାଏ।
  13. ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ୍ ହୋଇନଥାଏ ।
  14. ରାତିରେ ମଧ୍ୟ ଶୀଘ୍ର ନିଦ୍ରା ଯିବା ଉଚିତ ।
  15. ବିଶେଷ କରି ବ୍ରତ ଦିନ ଗୁଡିକରେ କେଶ ସଫା କରିବା ଦ୍ଵାରା ମଧ୍ୟ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
  16. କୁହାଯାଏ ଯେ ସୋମବାର ଶ୍ରାବଣ ଉପବାସ ପାଳନ କରୁଥିବା ମହିଳାଙ୍କ ସ୍ୱାମୀ ଦୀର୍ଘ ଜୀବନ ପାଆନ୍ତି । ଆହୁରି ମଧ୍ୟ ଅବିବାହିତ ଝିଅମାନେ ସେମାନଙ୍କର ପ୍ରିୟ ଜୀବନ ସାଥୀ ପାଆନ୍ତି ।
  17. ଏହି ଶ୍ରାବଣ ମାସରେ କୌଣସି ପ୍ରକାରର ଶାଗ ଖାଇବା ଉଚିତ ନୁହେଁ । ସାଗକୁ ଏହି ମାସରେ ବର୍ଜିତ କରନ୍ତୁ ।
  18. ଏହି ଶ୍ରାବଣ ମାସରେ ଥରେ ବି ହେଉ ଶିବ ମନ୍ଦିର ଯାଇ ରୁଦ୍ରାଭିଷେକ କରନ୍ତୁ । ତଥା ଶିବ ପୂଜନ କରିଲେ ମଧ୍ୟ ସୁଫଳ ମିଳିଥାଏ । ଶିବଙ୍କୁ ଜଳ ସମର୍ପଣ କରୁଛନ୍ତି ତାହା ହେଲେ କୋଟି ଜନ୍ମର ପୂଣ୍ୟ ଫଳ ପ୍ରାପ୍ତ ହେବ ।
  19. ଏହି ଶ୍ରାବଣ ମାସରେ ନିଶ୍ଚିନ୍ତ ଭାବେ ସମି ଗଛ ରୋପଣ କରନ୍ତୁ । ସମି ଗଛକୁ ଏକ କୁଣ୍ଡ ରେ ଲଗାଇ ନୟବିତ କୋଣରେ ରଖନ୍ତୁ । ଏହା ସହ ବେଲ ଗଛ କୁ ଉତ୍ତର ଦିଗରେ ରଖନ୍ତୁ । ସବୁଦିନ ଫୁଲ ପଣି ଅର୍ପଣ କରିବା ଦ୍ଵାରା ଭଗବାନଙ୍କର ଅପାର କୃପା ଲାଭ ହେବ ।
  20. ଶ୍ରାବଣ ମାସରେ ଘରେ ଶିବଲିଙ୍ଗ ସ୍ଥାପନ କରନ୍ତୁ । ଦେଖିବେ କୋଟି ପୂଣ୍ୟ ପ୍ରାପ୍ତ ହେବ ।
  21. ଶ୍ରାବଣ ମାସ ରେ ନାଗ ପଞ୍ଚମୀ ବ୍ରତ ରହିଥାଏ । ତେବେ ନିଶ୍ଚିନ୍ତ ଭାବେ ନାଗ ପଞ୍ଚମୀ ବ୍ରତ ରଖନ୍ତୁ । ନିଶ୍ଚିନ୍ତ ଭାବେ ଶୁଭ ଫଳ ପାଇବେ ।
  22. ଶ୍ରାବଣ ମାସ ଆରମ୍ଭରୁ ଶେଷ ଯାଏଁ ଚେଷ୍ଟା କରିବେ ଏକ ଲକ୍ଷ ବାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପାଇଁ । 

Post a Comment

0 Comments