ଶାସ୍ତ୍ର‌ ଅନୁସାରେ ଏକାଦଶୀ ଦିନ ଏହିସବୁ କାମ କରିବା ଅନୁଚିତ

 ଶାସ୍ତ୍ର‌ ଅନୁସାରେ ଏକାଦଶୀ ଦିନ ଏହିସବୁ କାମ କରିବା ଅନୁଚିତ

ଧମିଗ୍ରନ୍ଥରେ ସମସ୍ତ ତିଥିରେ ଏକାଦଶୀକୁ ସବଶ୍ରେଷ୍ଠ କୁହାଯାଇଥାଏ । ଏହି ଦିନ ଜପ-ତପର ମଧ୍ୟ ଅଧିକ ମହତ୍ତ୍ୱ ରହିଥାଏ । ଧର୍ମଗ୍ରନ୍ଥ ଅନୁଯାୟୀ ଏକାଦଶୀ ଦିନ ଏପରି କିଛି କାର୍ଯ୍ୟ ରହିଛି ଯାହା କରିବା ବିଲକୁଲ ଅନୁଚିତ । ତେବେ ଆଜିଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକାଦଶୀ ଦିନ କେଉଁ କେଉଁ କାମ କରିବା ଅନୁଚିତ ।

  1. -ଜୁଆ ଖେଳିବା ଏକ ସାମାଜିକ ଅପରାଧ | ଯେଉଁ ବ୍ୟକ୍ତି ଜୁଆ ଖେଳିଥାନ୍ତି ସେମାନଙ୍କ ପରିବାର ଏବଂ କୁଟୁମ୍ବ ମଧ୍ୟ ନଷ୍ଟ ନଷ୍ଟ ହୋଇଯାଇଥାଏ । ଯେଉଁ ସ୍ଥାନରେ ଜୁଆ ଖେଳାଯାଇଥାଏ ସେଠାରେ ଅଧର୍ମର ରାଜ ହୋଇଥାଏ। ଏହି କାରଣରୁ କେବଳ ଏକାଦଶୀ ଦିନ ନୁହେଁ ବରଂ କୌଣସି ଦିନ ଜୁଆ ଖେଳିବା ଉଚିତ ନୁହେଁ ।
  2. -ଏକାଦଶୀ ଦିନ ରାତିରେ ଶୋଇବା ଅନୁଚିତ | ଏହିଦିନ ରାତିରେ ଉଜାଗର ରହି ଭଗବାନ ବିଷ୍ପଙ୍କୁ ଭକ୍ତି କରିବା ଉଚିତ । ଏପରି କରିବା ଦ୍ୱାରା ଭଗବାନ ବିଷ୍ପଙ୍କ କୃପା ପ୍ରାପ୍ତ ହୋଇଥାଏ।
  3. -ଏକାଦଶୀ ଦିନ ପାନ ଖାଇବା ବର୍ଜିତ | କାରଣ ପାନ ଖାଇବା ଦ୍ୱାରା ମନରେ ରଜ ଗୁଣି ପ୍ରବୃତି ବଢ଼ିଥାଏ। ଏହି କାରଣରୁ ଏକାଦଶୀ ଦିନ ପାନ ନଖାଇ ସାତ୍ତ୍ଵିକ ଆଚାର-ବିଚାର ରଖି ପ୍ରଭୁ ଭକ୍ତିରେ ମନ ଦେବା ଉଚିତ |
  4. -ଏକାଦଶୀ ଦିନ ଅନ୍ୟର ଖରାପ ଚିନ୍ତା କରିବା ବା ପର ନିନ୍ଦା କରିବା ଅନୁଚିତ ।
  5. -ଚୁଗୁଲି କରିବା ଦ୍ୱାରା ମାନ-ସଂମ୍ମାନ ରେ ଆଞ୍ଚ ଆସିଥାଏ | ଅନେକଥର ଅପମାନର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଏହିକାରଣରୁ କେବଳ ଏକାଦଶୀ ନୁହେଁ ବରଂ କୌଣସି ଦିନ ଅନ୍ୟମାନଙ୍କ ନାଁ ରେ ଚୁଗୁଲି କରିବା ଅନୁଚିତ ।
  6. -ଏକାଦଶୀ ଦିନ ମଧ୍ୟ ହିଂସା କରିବା ଉଚିତ ନୁହେଁ | କାରଣ ଏପରି କରିବା ଦ୍ୱାରା ମନରେ ବିକାର ଆସିଥାଏ।
  7. -ଏହାବ୍ୟତୀତ ଏକାଦଶୀ ଦିନ ସ୍ତ୍ରୀ ସଙ୍ଗ କରିବା ଵର୍ଜିତ । କାରଣ ଏହା ଦ୍ୱାରା ମନରେ ବିକାର ଉତ୍ପର୍ଣ୍ଣ ହୋଇଥାଏ ଏବଂ ଭକ୍ତିରେ ମନ ଲାଗିନଥାଏ | ଏହି କାରଣରୁ ଏକାଦଶୀ ଦିନ ସ୍ତ୍ରୀ ସଙ୍ଗ କରିବା ଅନୁଚିତ ।
  8.  -ଏକାଦଶୀ ଦିନ କ୍ରୋଧ କରିବା ମଧ୍ୟ ଅନୁଚିତ | କାରଣ କ୍ରୋଧ କରିବା ଦ୍ୱାରା ମନରେ ମାନସିକ ହିଂସା ଆସିଥାଏ । ଏହିକାରଣରୁ ଏକାଦଶୀ ଦିନ ଏହି ସବୁ କାମ କରିବା ଅନୁଚିତ ।

Post a Comment

0 Comments