ପରମ୍ପରାର ନାଁ ଚିତାଲାଗି ଅମାବାସ୍ୟା ! ଜାଣନ୍ତୁ କାହିଁକି ପାଳନ କରାଯାଏ ? କ'ଣ କରିବେ ଏହି ଦିନ ?
ପରମ୍ପରାର ନାଁ ଚିତାଲାଗି ଅମାବାସ୍ୟା ! ଜାଣନ୍ତୁ କାହିଁକି ପାଳନ କରାଯାଏ ? କ'ଣ କରିବେ ଏହି ଦିନ ?
ଚିତାଲାଗି ଅମାବାସ୍ୟା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ସବୁ ଓଡିଆ ଘର ପାଇଁ ଏହା ଏକ ଜଣାଶୁଣା ପରମ୍ପରା । ଆଉ ଚିତଉ ପିଠା ମଧ୍ୟ ଏହି ପରମ୍ପରାକୁ ଆହୁରି ସମୃଦ୍ଧି କରିଛି । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ ତେଣୁ ଏହାର ନାମ 'ଚିତାଲାଗି ଅମାବାସ୍ୟା'। ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
ସ୍ନାନ ପୂର୍ଣ୍ଣିମାଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ରଥଯାତ୍ରା ଶେଷ କରି ଶ୍ରୀଜୀଉ ମାନେ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି । ତେଣୁ ଆଜି ପୁଣିଥରେ ସେହି ରତ୍ନଚିତାକୁ ଶ୍ରୀଜୀଉ ମାନଙ୍କ ମଥାରେ ଲଗାଯିବ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।
ପାଳନ ବିଧି
- ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି ।
- ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି ।
- ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି | ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଜଣା ।
ଇତିହାସ କହେ
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣୀକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣୀ ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ ।
ଜ୍ୟୋତିଷୀ
ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି ।
କ'ଣ କରିବେ ଏହି ଦିନ ?
- ଏହି ଅମାବସ୍ୟା ଦିନ ଭୋକିଲା ପ୍ରାଣୀ ମାନଙ୍କୁ ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ସକାଳୁ ଉଠି ସ୍ନାନ କରିସାରି ଅଟା ର ସାନ ସାନ ଗୋଳି କରି ପାଖରେ ଥିବା ପୋଖରୀ ବା ନଈ କୁ ଯାଇ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ଦୁଃଖ ଦୂର ହୋଇଥାଏ ।
- ଏହିଦିନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ. ଦେବା ଅତ୍ୟନ୍ତ ଉତ୍ତମ ହୋଇଥାଏ ।ଏହା କରିବା ଦ୍ୱାରା ଗରିିବୀ ଦୂର ହୋଇଥାଏ ।
- ଯଦି ,କାହାର ଜାତକରେ ଚନ୍ଦ୍ର ର ସ୍ଥାନ ଠିକ୍ ନାହିଁ ତ ସେହି ବ୍ୟକ୍ତିମାନଙ୍କୁ ଗାଈ ମାନଙ୍କୁ ଦହି ଏବଂ ଭାତ ଖାଇବାକୁ ଦେବା ଉଚିତ୍ । ଏହା କରିବା ଦ୍ୱାରା ମାନସିକ ଶକ୍ତି ବଢିବ । ତା ସହିତ ଏକାଗ୍ରତା ବଢିଥାଏ ।
- ଏହି ଦିନ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗରେ ଜଳ ଏବଂ ବେଲପତ୍ର ଚଢାନ୍ତୁ ଏବଂ ସେଠାରେ ବସି ଭକ୍ତି ମନରେ ଓଁ ନମଃ ଶିବାୟ ଜପ କରନ୍ତୁ ।ଏହା କରିବା ଦ୍ୱାରା ଆପଣଙ୍କ କାଳ ସର୍ପ ଯୋଗ କଟି ଯାଇଥାଏ ।
- ଏହିଦିନ କଳା ପିମ୍ପୁଡି ମାନଙ୍କୁ ଅଟା ସହିତ ଚିିନି ମିଶାଇ ଛୋଟ ଛୋଟ ଗୋଲି ତିଆରି କରି ଖାଇବାକୁ ଦିଅନ୍ତୁ ।ଏହା କରିବା ଦ୍ୱାରା ଆପଣଙ୍କର ପାପ ଦୋଇ ହୋଇଯାଇଥାଏ ।
- ଏହିଦିନ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିିଦିନ ଦାନ କରିବା ଦ୍ୱାରା ବିଷ୍ଣୁ ଭଗବାନ ପ୍ରସନ୍ନ୍ ହୋଇଥାନ୍ତି ।ଏହିଦିନ ଯେଉଁମାନେ ଧୋବା ଏବଂ ଧୋବଣୀ ମାନଙ୍କୁ ଖାଇବାକୁ ଦେଇଥାନ୍ତି ସେମାନଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।
- ଏହିଦିନ ନିକଟରେ ଥିବା ମନ୍ଦିରର ଐଶନ୍ୟ କୋଣରେ ଗାଈର ଘିଅ ଦୀପ ଜଳାନ୍ତୁ ଏବଂ ସେଥିରେ ତୁଳା ସହିତ ବଳିତା ବଦଳରେ ଲାଲ ରଙ୍ଗର ସଳିତା ବ୍ୟବହାର କରନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ୍ ହୋଇଥାନ୍ତି ।
- ଏହିଦିନ ଗୋଟିଏ ବେରୋଜଗାର ବ୍ୟକ୍ତି ଗୋଟିଏ ସଫା ଲେମ୍ବୁକୁ ସକାଳୁ ଉଠି ନିକଟରେ ଥିବା ମନ୍ଦିରରେ ରଖି ଦିଅନ୍ତୁ ଏବଂ ରାତିରେ ଏହାକୁ ଆଣି ଚାରି ଭାଗରେ କାଟି ଦିଅନ୍ତୁ । ତାପରେ ଏକ ଚଉରା ପାଖକୁ ଯାଇ ଚଉରାର ଚାରି ପାଖରେ ଏହାକୁ ଫୋପାଡି ଦିଅନ୍ତୁ ।ଏହି ଉପାୟ ଦ୍ୱାରା ବେରୋଜଗାର ବ୍ୟକ୍ତି ମାନଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ।
0 Comments
Do you have any doubts or suggestions? Ask them here in the comments!