ମାତ୍ରାଧିକ ଅମ୍ଳଜାନ ଶରୀର ପାଇଁ କେତେ କ୍ଷତିକାରକ ?

ମାତ୍ରାଧିକ ଅମ୍ଳଜାନ ଶରୀର ପାଇଁ କେତେ କ୍ଷତିକାରକ ?

କରୋନାର କଳାବାଦଲ ସାରା ଦେଶକୁ ଢାଙ୍କି ରଖିଛି। ବିଭିନ୍ନ ରାଜ୍ୟରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି । ସେଥିପାଇଁ ବହୁ ଲୋକ ଅମ୍ଳଜାନ ସିଲିଣ୍ଡର କିଣି ନିଜ ଘରେ ରଖୁଛନ୍ତି। କିନ୍ତୁ ଏକଥା ଜାଣନ୍ତି କି ମାତ୍ରାଧିକ ଅମ୍ଳଜାନ ଶରୀର ପାଇଁ କେତେ କ୍ଷତିକାରକ ?

ଭାରତରେ କରୋନାର ଦ୍ଵିତୀୟ ଲହରି ଚାଲିଛି। ଏହା ପ୍ରଥମ ଲହରି ଅପେକ୍ଷା ଖୁବ୍ ଗୁରୁତର ହେବାରେ ଲାଗିଛି । ଅବଶ୍ୟ ପ୍ରାୟ ୯୦ ପ୍ରତିଶତ ଲୋକ ଘରେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହୋଇ ଭଲ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ରୋଗୀଙ୍କଠାରେ ଅମ୍ଳଜାନର ଅଭାବ ହେତୁ ସେମାନେ ହସ୍ପିଟାଲ ଯାଉଛନ୍ତି ।

ହସ୍ପିଟାଲରେ ବେଡ୍ ମିଳିବା କଷ୍ଟ ହେଉଥିବାରୁ ବହୁ ଲୋକ ଘରେ ଅମ୍ଳଜାନ ସିଲିଣ୍ଡର ରଖୁଛନ୍ତି। କିନ୍ତୁ ସେମାନେ ପ୍ରଥମେ ଜାଣିବା ଦରକାର ଯେ ମାତ୍ରାଧୂକ ଅମ୍ଳଜାନ ମଧ୍ୟ ଶରୀର ପାଇଁ ବିପଦ।

  1. ବିଶେଷଜ୍ଞଙ୍କ କହିବା କଥା ଯେ ମାତ୍ରାଧିକ ମେଡିକାଲ୍ ଅକ୍ସିଜେନ୍ ଗ୍ରହଣ କରିବା ଦ୍ଵାରା ଶରୀରରେ ଅମ୍ଳଜାନ ସ୍ଥିତି ବିଷାକ୍ତ ହୋଇପଡେ। ଏହାଦ୍ଵାରା ଫୁସ୍‌ଫୁସ୍ ଡ୍ୟାମେଜ୍ ହୋଇଯାଏ । ଏହି ସ୍ଥିତି ସେତେବେଳେ ଉପୁଜେ, ଯେତେବେଳେ ଆମ ଶରୀରରେ ଆବଶ୍ୟକତା ଠାରୁ ଅଧିକ ଅମ୍ଳଜାନ ପହଞ୍ଚିଥାଏ । ଏହି ସମୟରେ ନିଶ୍ଵାସ ନେବାରେ ସମସ୍ୟା ଦେଖାଦିଏ । ଏପରିକି ଏହା ମୃତ୍ୟୁର ଅନ୍ୟତମ କାରଣ ବି ସାଜିପାରେ |
  2. ବାୟୁମଣ୍ଡଳରୁ ପ୍ରଶ୍ଵାସ ଜରିଆରେ ଅମ୍ଳଜାନ ଆମ ଫୁସ୍‌ଫୁସ୍‌ ଭିତରକୁ ଯାଏ, ପରେ ତାହା ରକ୍ତରେ ମିଶେ। ଅମ୍ଳଜାନ ରକ୍ତରେ ମିଶିବା ପରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଯାଏ। ଫଳରେ ସାରା ଶରୀରର କୋଷିକା ଗୁଡିକ ସକ୍ରିୟ ରହିଥାନ୍ତି। କିନ୍ତୁ ଯେତେବେଳେ ଆମ ଶରୀର ବହୁ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିନିଏ, ତାହା ଫୁସ୍‌ଫୁସ୍ ରେ କ୍ଷତି ଥିବା ପହଞ୍ଚାଏ । ଫୁସ୍‌ଫୁସ୍‌ରେ ଥିବା ବାୟୁଥଳି ଭରିଯାଏ । 
  3. ଫଳରେ ଫୁସ୍‌ଫୁସ୍ ଆଉ କ୍ରିୟାଶୀଳ ରହେନା। ଆଉ ତାହା ସାମାନ୍ୟ ଭାବେ ବାୟୁ ଗ୍ରହଣ କରିପାରି ନଥାଏ। ଫଳରେ ଫୁସ୍‌ଫୁସ୍‌ ରକ୍ତକୁ ଅମ୍ଳଜାନ ଯୋଗାଇ ପାରି ନଥାଏ । ଫୁସ୍‌ଫୁସ୍‌ ରକ୍ତରେ ଆବଶ୍ୟକ ଅମ୍ଳଜାନ ଦେଇ ନପାରିଲେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେମିତିକି କାଶ ହେବ, ତଣ୍ଟିରେ ହାଲ୍‌କା ଜଳାପୋଡା ଲାଗିବା, ଛାତି ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ |

ସମାଧାନର ବାଟ

  1. ଯଦି ରୋଗୀ ଭେଣ୍ଟିଲେଟରରେ ଥାଏ, ତେବେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଅକ୍ସିଜେନ୍‌ର ମାତ୍ରାକୁ ସୀମିତ କରିଥାନ୍ତି । 
  2. ସେହିପରି ଯଦି ଅକ୍ସିଜେନ୍ ଥେରାପି ଇକ୍ୟୁମେଣ୍ଟରେ ଥିଲେ ସେଠାରେ ସେଟିଂ ପରିବର୍ତ୍ତନ କରାଯାଇଥାଏ ।

Post a Comment

0 Comments