ମହିଳା ପ୍ରଜଜନ କ୍ଷମତା

 ମହିଳା ପ୍ରଜଜନ କ୍ଷମତା



ମହିଳା ପ୍ରଜଜନକ୍ଷମତା (Female Fertility) ମୁଖ୍ୟତଃ ନାରୀର ବୟସଦ୍ୱାରା ପ୍ରଭାବିତ ହୁଏ । ଅର୍ଥାତ ଏହା ବୟସ ଉପରେ ନିର୍ଭରଶୀଳ । 

  • କିଶୋରୀ ଅବସ୍ଥାରେ (ସାଧାରଣତଃ ୧୨-୧୩ ବର୍ଷ ବୟସରେ) ଗୋଟିଏ ନାରୀ ଋତୁମତି ହେବା ସହ ତାହାର ପ୍ରଜଜନକ୍ଷମତା ଆରମ୍ଭ ହୋଇଥାଏ |
  • ୨୫-୨୬ ବର୍ଷ ବୟସ ବେଳକୁ ଏହି କ୍ଷମତା ଶୀର୍ଷରେ ପହଞ୍ଚେ ଓ ତାପରେ ବୟସ ବଢିବା ସହ ହ୍ରାସ ପାଇଥାଏ |
  • କେତେକ ଅଧ୍ୟୟନ ଅନୁସାରେ ତାହା ୩୫ ବର୍ଷ ବେଳକୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥାଏ କିନ୍ତୁ ୨୦୦୪ରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହେଁ ବୋଲି ଜଣାପଡିଥିଲା । 
  • ଏହି ଅଧ୍ୟୟନରୁ ଜଣାପଡିଥିଲା ଯେ ୨୭ରୁ ୩୪ ବର୍ଷ ଓ ୩୫ରୁ ୩୯ ବର୍ଷ ମଧ୍ୟରେ ନାରୀର ପ୍ରଜଜନକ୍ଷମତାରେ ମାତ୍ର ଚାରି ପ୍ରତିଶତ ପ୍ରଭେଦ ରହିଛି । 
  • ୪୫ ବର୍ଷ ପରେ ଗର୍ଭଧାରଣ କ୍ଷମତା ହ୍ରାସ ପାଏ, ପ୍ରାୟ ୭୦-୮୦ ପ୍ରତିଶତ କ୍ଷେତ୍ରରେ ମୃତଶିଶୁ ଜନ୍ମ ହୋଇଥାଏ ।
  • ମନୋପଜ୍ ବା ଋତୁସ୍ରାବର ବନ୍ଦ ହେବା ପ୍ରକ୍ରିୟା ମୁଖ୍ୟତଃ ୪୦-୫୦ ବର୍ଷ ବେଳକୁ ଆରମ୍ଭ ହୁଏ ଓ ଏଠାରୁ ପ୍ରଜଜନକ୍ଷମତା ଶେଷ ହୋଇଥାଏ । 
  • ଲଣ୍ଡନ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ସ୍ଥିତ ହେଲଥ ଏଣ୍ଡ କ୍ଲିନିକାଲ ଏକ୍ସଲେନ୍ସ ଅନୁସାରେ ୪୦ ବର୍ଷରୁ କମ ପ୍ରାୟ ୮୦ ପ୍ରତିଶତ ମହିଳା ଯୌନସଂପର୍କର ପ୍ରଥମ ବର୍ଷରେ ଗର୍ଭଧାରଣ କରନ୍ତି । ୨ୟ ବର୍ଷ ବେଳକୁ ଏହି ପ୍ରତିଶତ ୯୦ ପ୍ରତିଶତକୁ ବୃଦ୍ଧି ପାଏ ।
  • ତେବେ ଫ୍ରାନ୍ସରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ମହିଳାଙ୍କ ପ୍ରଜଜନକ୍ଷମତାର ଆକଳନ ଏକ କଷ୍ଟକର ବ୍ୟାପାର । ଏହି ଅଧ୍ୟୟନ ଅନୁସାରେ ୨୫ ବର୍ଷରୁ କମ ଓ ୨୫-୨୯ ବର୍ଷ ବୟସର ମହିଳାଙ୍କ ପ୍ରଜଜନକ୍ଷମତାରେ ବିଶେଷ ପ୍ରଭେଦ ନାହିଁ । ପୁଣି ଏହା ସହିତ ପୁରୁଷର ପ୍ରଜଜନକ୍ଷମତା ମଧ୍ୟ ଜଡ଼ିତ । 
  • ଜଣେ ନାରୀର ୩୦ ବର୍ଷ ବୟସରେ ଓଭାରିଆନ ରିଜର୍ଭ ( ଜଣେ ମହିଳାର ଜରାୟୁର ଡିମ୍ବାଣୁ ଉତ୍ପାଦନ କ୍ଷମତା) ୧୨ ପ୍ରତିଶତ ଥାଏ, ୪୦ ବର୍ଷ ବେଳକୁ ଏହା ୩ ପ୍ରତିଶତକୁ ହ୍ରାସ ପାଏ ।
  •  ୮୧ ପ୍ରତିଶତ କ୍ଷେତ୍ରରେ ବୟସଦ୍ୱାରା ଓଭାରିଆନ ରିଜର୍ଭ ପ୍ରଭାବିତ ହୋଇଥାଏ । ଏଣୁ ଏହା ପ୍ରମାଣ କରୁଛି ଯେ ବୟସ ହିଁ ମହିଳା ପ୍ରଜଜନକ୍ଷମତା ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ଓଭାରିଆନ ରିଜର୍ଭ ମାପିବା ପାଇଁ ଋତୁସ୍ରାବର ୩ ଦିନରେ ଏକ ରକ୍ତ ପରୀକ୍ଷା କରି ଏଫଏସଏଚ ମାତ୍ରା ମପାଯାଏ । ବିକଳ୍ପ ଭାବେ ରକ୍ତ ପରୀକ୍ଷା କରି ଏଏମଏଚ ମାତ୍ରା ମାପ କରି ମଧ୍ୟ ଏହାର ଆକଳନ କରିହୁଏ । ଆମରିକାନ କଲେଜ ଅଫଓବଷ୍ଟେଟ୍ରିସିଆନ ଏଣ୍ଡ ଗାଇନକୋଲୋଜିଷ୍ଟର ପରାମର୍ଶ ଅନୁସାରେ ୩୫ ବର୍ଷରୁ ଅଧିକ ମହିଳା ଯେଉଁମାନଙ୍କ ଗର୍ଭଧାରଣ ହେଉନଥିବ ସେମାନଙ୍କର ହିଁ ଓଭାରିଆନ ରିଜର୍ଭ ପରୀକ୍ଷା କରାଯାଏ ।

Post a Comment

0 Comments