କାଙ୍କଡ଼ ଖାଉଛ କି ନାହିଁ ? ଯଦି ଖାଉନ ଖାଅ, ଖାଇଲେ କ'ଣ ଲାଭ ହେବ ଜାଣ
ଆମର ଖାଇବା ପିଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ । ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ ।
କାଙ୍କଡକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା ଭାବେ ଗଣାଯାଏ । ଏହି ପରିବା ଅନ୍ୟ ପରିବା ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଏବଂ ପ୍ରୋଟିନ୍ ଯୋଗାଇଥାଏ । କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ଆୟୁର୍ବେଦରେ ବି କାଙ୍କଡକୁ ସବୁଠାରୁ ଶକ୍ତିଶାଳୀ ପରିବା କୁହାଯାଏ । ମୌସୁମୀର ଆରମ୍ଭରୁ ବଜାରରେ ମିଳୁଥିବା ଏହି କାଙ୍କଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
ଆସନ୍ତୁ ଜାଣିବା କ'ଣ ସବୁ ରହିଛି କାଙ୍କଡର ଉପକାରିତା
କାଙ୍କଡ଼ରେ ଲ୍ୟୁଟେନ ପରି କେରୋଟୋନୋଇଡସ୍, ଫାଇଟୋକେମିକାଲ୍ସ,ପ୍ରୋଟିନ୍,ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ । କାଙ୍କଡ଼ରେ ଥିବା ଫାଇଟୋକେମିକଲ୍ସ ସ୍ବାସ୍ଥ୍ୟକୁ ଖରାପ କରିବା ଠାରୁ ଅଟକାଇଥାଏ ।
ଯୌବନକୁ ସୁରକ୍ଷିତ ରଖେ
- ସମସ୍ତେ ଚାହାନ୍ତି ସଦା ଯୌବନ ରହିବାକୁ। ହେଲେ ବ୍ୟସ୍ତତାଭରା ଜୀବନ ଶୈଳୀ ଯୋଗୁ ୫୦ ବର୍ଷରେ ପାଦ ଦେବାବେଳକୁ ଅନେକ ଥକି ବୁଢା ହୋଇ ଯାଆନ୍ତି। ତେବେ ଅକାଳ ବାର୍ଦ୍ଧକ୍ୟ ଜୀବନ ଶୈଳୀ ଯୋଗୁଁ ନୁହେଁ । ସାର, କୀଟନାଶକ ଓ ଅତ୍ୟାଧୁନିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ୫୦ ବର୍ଷରେ ପହଞ୍ଚିବା ବେଳକୁ ଲୋକଙ୍କୁ ବୁଢା କରିଦେଉଛି ।
- ତେବେ ପ୍ରକୃତିରେ ଏମିତି ଫଳ ଓ ପନିପରିବା ରହିଛି ଯାହା ଲୋକଙ୍କୁ ସଦା ଯୌବନ ପ୍ରଦାନ କରିପାରେ। ଏଭଳି ପନିପରିବା ବା ଫଳ ଯଦି ଆମେ ସପ୍ତାହକୁ ଅନୁନ୍ୟ ୨ ଥର ବି ଖାଇ ପାରିବା, ତେବେ ଦୀର୍ଘ ବର୍ଷ ଧରି ନିଜକୁ ଫିଟ ରଖି ପାରିବା। ଏଭଳି ଏକ ପରିବା ହେଉଛି କାଙ୍କଡ।
ଦୁର୍ବଳତା ଦୂର କରେ
କାଙ୍କଡରେ ଭରପୁର ମାତ୍ରାରେ ପୋଷକ ତତ୍ବ ରହିଛି । ଯାହା ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ଶାରୀରିକ ଦୁର୍ବଳତା ଦୂର କରି ସତେଜତା ପ୍ରଦାନ କରିବାରେ ଏହା ଏକ ପ୍ରମାଣିତ ପରିବା । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ଓ କର୍ବୋ ହାଇଡ୍ରେଟସ୍ ଭରି ରହିଥାଏ । ଯାହା ଶରୀରର ପୋଷକ ଆବଶ୍ୟକତା ପୂରଣ କରେ।
ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ
- କାଙ୍କଡ଼ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। କାଙ୍କଡ଼ରେ ପ୍ରଚୁର ପରିମାଣରେ ଆଣ୍ଟି-ଆଲର୍ଜିକ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବାକ୍ଟେରିଆଲ, ଆନାଲଜେସୀକ, ଏବଂ ଆଣ୍ଟି-ଇନଫ୍ଲେମେଟୋରି ତତ୍ତ୍ୱ ରହିଛି।
- କାଙ୍କଡରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ସାଙ୍ଗକୁ ଭିଟାମିନ ସି ଭରି ରହିଥାଏ । ଯାହା ଆପଣଙ୍କଠାରେ ଇମ୍ୟୁନିଟି ବଢାଇବା ସହ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ ।
କ୍ୟାନସର କୋଷ ସୃଷ୍ଟିକୁ ରୋକିଥାଏ
- ଏହି ପରିବାରେ ଏଭଳି ତତ୍ବ ରହିଛି ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷ ସୃଷ୍ଟିକୁ ରୋକିଥାଏ । ଏପରିକି ଏଭଳି କୋଷ ସୃଷ୍ଟି ପୂର୍ବରୁ ହିଁ ନଷ୍ଟ ହୋଇଯାଏ ।
- ଲ୍ୟୁଟେନ ପରି କେରୋଟୋନୋଇଡସ୍, ଫାଇଟୋକେମିକଲ୍ସ,ପ୍ରୋଟିନ୍,ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର କ୍ୟାନ୍ସର ରୋଗ ହେବାରୁ ରୋକିଥାଏ ।
- କାଙ୍କଡରେ ଥିବା ଲ୍ୟୁଟେନ ଭଳି କେରୋଟୋନୋଇଡ଼୍ସ ଅଲଗା ଅଲଗା କ୍ୟାନ୍ସର ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।
ଯକୃତକୁ ଠିକ ରଖିଥାଏ
କାଙ୍କଡ଼ ଯକୃତ (।iver) କୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରେ । ଫ୍ୟାଟି ଲିଭର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିମନ୍ତେ କାଙ୍କଡ଼ ବହୁତ ଉପକାରୀ ଅଟେ । ଏହାକୁ ନିୟମିତ ଖାଉଥିବା ଲୋକର ଯକୃତ ଠିକ ରହିଥାଏ ଯାହା ତାଙ୍କୁ ଫିଟ ରଖେ ।
ରକ୍ତଚାପ ନିୟନ୍ତ୍ରଣ କରେ
- କାଙ୍କଡ଼ରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ। ଏହା ଉଚ୍ଚରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ୟସ୍ତ ହୋଇଥାଏ। ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରେ ମଧ୍ୟ ମିଳିଥାଏ। କିନ୍ତୁ ଯେହେତୁ କଲରା ପିତା ଲାଗିଥାଏ ଏଣୁ ତାହା ତୁଳନାରେ କାଙ୍କଡ଼ ଖାଇବା ବହୁତ ସ୍ବାଦିଷ୍ଟ ଏବଂ ଲାଭକାରୀ ହୋଇଥାଏ।
- କାଙ୍କଡ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ ଥିବା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । କାଙ୍କଡ଼ର ରସ ଉଚ୍ଚ ରକ୍ତଚାପ ରୋଗୀଙ୍କ ନିମନ୍ତେ ଉପାଦେୟ ଅଟେ। ଏହା ରକ୍ତ ସଂଚାଳନକୁ ସକ୍ରିୟ କରେ, ଏଣୁ କାଙ୍କଡ ଖାଇଲେ ରକ୍ତଚାପ ହୋଇନଥାଏ ।
ସଂକ୍ରମଣ ଠାରୁ ଦୁରେଇ ରଖେ
- ବର୍ଷାଦିନରେ ଏହା ଆପଣଙ୍କର ପାଚନତନ୍ତ୍ରକୁ ସଂକ୍ରମଣ ଠାରୁ ଦୁରେଇ ରଖେ |
- ଏଥି ସହିତ କାଙ୍କଡରେ ଭରିରହିଛି ଏଣ୍ଟି-ଆଲର୍ଜିକ ତତ୍ୱ, ଯାହା ଆପଣଙ୍କୁ ଥଣ୍ଡା, କାଶରୁ ଦୂରେଇ ରଖିବା ପାଇଁ ସହାୟକ ହୋଇଥାଏ ।
- ଖାଦ୍ୟରେ କାଙ୍କଡ଼ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣ ହୋଇନଥାଏ । ସାଧାରଣତଃ ବର୍ଷାଦିନରେ ବିଭିନ୍ନ ଭୁତାଣୁଜନିତ ରୋଗ ସଂକ୍ରମଣ କରେ, ଯଥା; ଜ୍ୱର, ଶର୍ଦ୍ଦି, ଏବଂ କାଶ ।
- ଏସବୁ ସଂକ୍ରମଣଗୁଡିକୁ ପ୍ରତିରୋଧ କରିବା ନିମନ୍ତେ ପ୍ରକୃତିର ଅବଦାନ ହେଉଛି କାଙ୍କଡ଼।
କାଙ୍କଡରେ ଥିବା ଏଂଟୀ ଏଲର୍ଜନ ଏବଂ ଏନାଲ୍କେସିକ ଗୁଣ ଜର – ଥଣ୍ଡାରୁ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ ।
ଚର୍ମ ରୋଗକୁ ଆରୋଗ୍ୟ କରେ
କାଙ୍କଡରେ ଥିବା ଏଂଟୀ ଏଲର୍ଜନ ଏବଂ ଏନାଲ୍କେସିକ ଗୁଣ ଜର – ଥଣ୍ଡାରୁ ବଞ୍ଚିବା ପାଇଁ ସାହାଯ୍ୟ କରିଥାଏ ।
କାଙ୍କଡ଼ ଏକଜିମା ଏବଂ ବିଭିନ୍ନ ପ୍ରକାରର ଚର୍ମ ରୋଗକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ । ଚର୍ମର ବ୍ରଣକୁ ହ୍ରାସ କରିବା ନିମନ୍ତେ କଷି କାଙ୍କଡ଼ ରସ ବ୍ୟବହାର କରାଯାଏ ।
ହୃଦ ରୋଗ ଦୂର
- ଲ୍ୟୁଟେନ ପରି କେରୋଟୋନୋଇଡସ୍, ଫାଇଟୋକେମିକଲ୍ସ,ପ୍ରୋଟିନ୍,ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ହୃଦ୍ଜନିତ ରୋଗ ହେବାରୁ ରୋକିଥାଏ ।
- କାଙ୍କଡରେ ଯେଉଁଭଳି ଭାବେ ପ୍ରୋଟିନ ଭରପୁର ଥାଏ ସେହିଭଳି ଏହାର ସ୍ୱାଦ ମଧ୍ୟ ନିଆରା । ଏହାସହିତ ଏହାକୁ ଖାଇବା ଦ୍ୱାରା ହୃଦ ରୋଗ ଦୂର ହୋଇପାରିବ ।
ଶ୍ୱାସକ୍ରିୟା ଜନିତ ସମସ୍ୟା
- ଶ୍ୱାସକ୍ରିୟାଜନିତ ସମସ୍ୟାଗୁଡ଼ିକୁ ଦୂରକରେ, ତେଣୁକରି ଆଜମା, ବ୍ରୋଙ୍କାଇଟିସ ପ୍ରଭୃତି ରୋଗର ଆରୋଗ୍ୟ ନିମନ୍ତେ ଆୟୁର୍ବେଦରେ କାଙ୍କଡ଼ର ଉପଯୋଗୀତା ବହୁତ ବେଶୀ ଅଟେ ।
- ସାଧାରଣତଃ ଋତୁ ପରିବର୍ତ୍ତନ କିମ୍ବା ଭୁତାଣୁ କିମ୍ବା ଜୀବାଣୁ ଯୋଗୁଁ ପିଲା ଏବଂ ବୟସ୍କ ବ୍ୟକ୍ତି ମାନଙ୍କଠାରେ କଫ ଦେଖାଯାଏ । ୩ ଗ୍ରାମର କାଙ୍କଡ଼ ଗୁଣ୍ଡ ଦିନକୁ ତିନିଥର କରି ସେବନ କରିଲେ କଫ ସମସ୍ୟାରୁ ଉପଶମ ମିଳେ ।
- ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବା ସଂଗେ ସଂଗେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ମଧ୍ୟ ବଢ଼ି ଚାଲିଛି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆମକୁ ଭୋଜନରେ କାଙ୍କଡ଼କୁ ସାମିଲ କରିବାକୁ ପଡ଼ିବ । କାଙ୍କଡ଼ ଚେରର ଚୂର୍ଣ୍ଣ ୨୫୦ ରୁ ୫୦୦ ମି.ଗ୍ରା. ସହିତ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଅଦା ରସ ମିଶାଇ ସେବନ କରିଲେ ଯେ କୌଣସି ପ୍ରକାରର ନିଶ୍ୱାସ ପ୍ରଶ୍ୱାସ ସମସ୍ୟାର ତୁରନ୍ତ ଉପଶମ ମିଳେ ।
ମସ୍ତିସ୍କର କାର୍ଯ୍ୟକ୍ଷମତା ବୃଦ୍ଧିକରେ
ମନୁଷ୍ୟର କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିବାର ଏବଂ ସାହାଯ୍ୟ କରିବାର ଗୁଣାବଳୀ କାଙ୍କଡ଼ର ଅଛି । ମସ୍ତିସ୍କର କାର୍ଯ୍ୟକ୍ଷମତା ବୃଦ୍ଧିକରିବା ନିମନ୍ତେ କାଙ୍କଡ଼କୁ ଭୋଜନରେ ସାମିଲ କରନ୍ତୁ । ଆୟୁର୍ବେଦରେ ମାନସିକ ରୋଗର ଆରୋଗ୍ୟ ନିମନ୍ତେ କାଙ୍କଡ଼କୁ ବ୍ୟବହାର କରିବାର ବିଧି ରହିଛି ।
ମଧୁମେହ ରୋଗୀ
- କାଙ୍କଡ଼ର ହାଇପୋଗ୍ଲାଇସେମିକ ଗୁଣାବଳୀ ରହିଛି, ସେଥିପାଇଁ ଏହା ମଧୁମେହ ରୋଗୀମାନଙ୍କ ନିମନ୍ତେ ଅତ୍ୟନ୍ତ ଉତ୍ତମ ଅଟେ । କାଙ୍କଡ଼ ଅଗ୍ନାଶୟର ବିଟା-କୋଷିକାକୁ ସୃଷ୍ଟି କରିବାରେ ସାହାଯ୍ୟ କରେ ଏବଂ ଏହି ବିଟା-କୋଷିକାକୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରେ । ଏହା ସଂଗେ ସଂଗେ ଇନ୍ସୁଲିନ କ୍ଷରଣରେ ସାହାଯ୍ୟ କରେ । ଯାହାକି ଡାୟାବେଟିସକୁ ସମସ୍ତ ସ୍ତରରେ ପରିଚାଳନା କରିବାରେ ସାହାଯ୍ୟ କରେ ।
- ମଧୁମେହ ରୋଗର ଆରୋଗ୍ୟ ନିମନ୍ତେ ଏହାକୁ ଭାଜି କରି ଖାଇବା ଆବଶ୍ୟକ କିମ୍ବା ଏହାର ରସକୁ ପିଇବା ଆବଶ୍ୟକ ।
- କାଙ୍କଡ଼ ଗୋଟିଏ ସହଜରେ ହଜମ ହୋଇପାରୁଥିବା ପରିବା ହୋଇଥିବାରୁ ଆମମାନଙ୍କର ପାଚନ ତନ୍ତ୍ରକୁ ଏହା ସାହାଯ୍ୟ କରେ । କାଙ୍କଡ଼ର ରେଚକ ଗୁଣ ରହିଛି । ଗ୍ୟାସ୍ଟ୍ରିକ, ଅଲସର ଏବଂ କୋଷ୍ଠକାଠିନ୍ୟ ରୋଗରେ କାଙ୍କଡ଼ ଖାଇବା ନିମନ୍ତେ କୁହାଯାଏ । କୋଷ୍ଠକାଠିନ୍ୟକୁ ନିୟନ୍ତ୍ରଣ କରେ।
ଓଜନ ନିୟନ୍ତ୍ରଣ
- କାଙ୍କଡ଼ ଗୋଟିଏ କମ କ୍ୟାଲୋରୀ ବିଶିଷ୍ଟ ପରିବା ହୋଇଥିବାରୁ ଏହାକୁ ଶରୀରର ଓଜନ ନିୟନ୍ତ୍ରଣ ନିମନ୍ତେ ଭୋଜନରେ ଅନ୍ତର୍ଭୁକ୍ତ କରନ୍ତୁ । କାଙ୍କଡରେ ପ୍ରୋଟିନ୍ ଓ ଆଇରନ୍ ଭରପୂର ମାତ୍ରାରେ ରହିଥିବା ବେଳେ କ୍ୟାଲୋରୀ କମ୍ ମାତ୍ରାରେ ଥାଏ । ତେଣୁ ଏବେ ଆପଣଙ୍କର ଅତିରିକ୍ତ ମୋଟାପଣିଆ କମାଇବା ପାଇଁ କାଙ୍କଡ଼ ଖାଇବା ଆରମ୍ଭ କରିଦିଅନ୍ତୁ ।
- ପ୍ରୋଟିନ ଏବଂ ଆୟରନ ଦ୍ବାରା ଭରପୁର କାଙ୍କଡରେ କ୍ୟାଲୋରି ବହୁତ କମ ମାତ୍ରାରେ ମିଳିଥାଏ । ୧୦୦ ଗ୍ରାମ କାଙ୍କଡରେ କେବଳ ୧୭ କ୍ୟାଲୋରି ଥାଏ । ଯାହା ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ଏହାକୁ ଖାଇବାରେ ସାମିଲ କଲେ ଓଜନ କମ ହୋଇଥାଏ ।
କିଡନୀରେ ଷ୍ଟୋନ
- କିଡନୀରେ ଷ୍ଟୋନ ହେଲେ ଗୋଟିଏ ଗ୍ଲାସ କ୍ଷୀରରେ ୧ ଗ୍ରାମ କାଙ୍କଡର ପାଉଡର ନିୟମିତ ରୂପରେ ସେବନ କରିବା ଦ୍ବାରା ବହୁତ ଲାଭ ମିଳିଥାଏ ।
- ବୃକକର ପଥୁରୀ ସମସ୍ୟାରେ ମଧ୍ୟ କାଙ୍କଡ଼ ଉପଯୋଗୀ ଅଟେ । ବୃକକର ପଥୁରୀରେ ଆକ୍ରାନ୍ତ ବ୍ୟକ୍ତି ପ୍ରତିଦିନ ୧୦ ଗ୍ରାମ କାଙ୍କଡ଼ ଚୂର୍ଣ୍ଣକୁ ଗୋଟିଏ ଗ୍ଲାସ୍ ଜଳ କିମ୍ବା କ୍ଷୀର ସହିତ ସେବନ କରିଲେ ଉପଶମ ମିଳେ ।
ଖାଦ୍ୟ ହଜମ ହୋଇଥାଏ
- କାଙ୍କଡ଼ରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ ଏବଂ ଏହା କମ୍ କ୍ୟାଲୋରୀ ବିଶିଷ୍ଟ ଅଟେ। କାଙ୍କଡ଼ ତନ୍ତୁଯୁକ୍ତ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ହୋଇଥିବାରୁ ଏହା ସହଜରେ ହଜମ ହୋଇପାରେ ।
- କାଙ୍କଡରେ ଭରପୁର ମାତ୍ରାରେ ଫାଇବାର ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ, ଯାହା ଦ୍ବାରା ଖାଦ୍ୟ ହଜମ ହୋଇଥାଏ ।
ରକ୍ତକୁ ସଫା ରଖିବାରେ ସାହାଯ୍ୟ କରେ
କାଙ୍କଡରେ ଥିବା ଫାଇଟ୍ରୋକେମିକଲ୍ସ ଆପଣଙ୍କୁ ସୁସ୍ଥ ରଖିଥାଏ । ଏହା ସହିତ ଆଣ୍ଟିଆକ୍ସିଡେଣ୍ଟରେ ଭରପୂର କାଙ୍କଡ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରେ, ଯାହାଫଳରେ ତ୍ୱଚା ସମ୍ବନ୍ଧୀୟ କୌଣସି ରୋଗ ହୋଇନଥାଏ ।
ଆଖି ରୋଗ
କାଙ୍କଡରେ ଥିବା ଲ୍ୟୁଟେନ ପରି କେରୋଟୋନୋଇଡସ୍ ଆପଣଙ୍କୁ ବିଭିନ୍ନ ଆଖି ରୋଗ ଭଳି ରୋଗଠାରୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ।
ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ


0 Comments
Do you have any doubts or suggestions? Ask them here in the comments!