କାହାକୁ ହୋଇପାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ

କାହାକୁ ହୋଇପାରେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣ



ବର୍ତ୍ତମାନ ଦେଶର ପ୍ରାୟ ସବୁ ରାଜ୍ୟରେ କରୋନାର ଦ୍ଵିତୀୟ ଲହରି ଚାଲିଛି। ଲୋକମାନେ କରୋନାକ୍ରାନ୍ତ ହୋଇ ଭଲ ହେବା ପରେ ମ୍ୟୁର୍କୋମାଇକୋସିସ୍ ବା ବ୍ଲାକ୍ ଫଙ୍ଗସର ଶିକାର ହେଉଛନ୍ତି । ଆଉ କିଛିଦିନ ପରେ ଚିକିତ୍ସା ସତ୍ତ୍ୱେ ବି ଆଖି ବୁଜିବାକୁ ବାଧ୍ୟ ହେଉଛନ୍ତି। ତେବେ କ’ଣ ଏହି ରୋଗ, କ’ଣ ରହିଛି ଏହାର ଲକ୍ଷଣ ଓ କେମିତି ହେବ ଏହାର ଚିକିତ୍ସା । ଏହି ଭାଇରସର ତିନୋଟି ସ୍ଟେଜ ରହିଛି । ଏହା ସହିତ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । 

ବ୍ଲାକ୍ ଫଙ୍ଗସ୍ କ’ଣ ?

ମ୍ୟୁର୍କୋମାଇକୋସିସ୍ ହେଉଛି ଏକ ବିରଳ ଫଙ୍ଗସ୍ ସଂକ୍ରମଣ, ଯାହା ଖୁବ୍ ତୀବ୍ର ବେଗରେ ମାଡିଚାଲେ। ଏହାକୁ ବ୍ଲାକ୍ ଫଙ୍ଗସ୍ ମଧ୍ୟ କୁହାଯାଏ । ଏହି ସଂକ୍ରମଣ ମସ୍ତିଷ୍କ, ଫୁସ୍‌ଫୁସ୍ କିମ୍ବା ଚର୍ମ ଆଦିରେ ହୋଇପାରେ। ଏହି ରୋଗ ହେବା ପରେ କିଛି ଲୋକ ଦୃଷ୍ଟିଶକ୍ତି ହରାଇଥିବା ବେଳେ ଆଉ କିଛି ଲୋକଙ୍କର ନାକ ଓ ମାଢି ସର୍ଜରୀ କରି ବାହାର କରିବାକୁ ପଡୁଛି । ଆରମ୍ଭରୁ ଏହାକୁ ନିୟନ୍ତ୍ରଣ ନ କରାଗଲେ, ରୋଗୀର ମୃତ୍ୟୁ ହୋଇପାରେ।

ବ୍ଲାକ୍ ଫଙ୍ଗସ୍‌ ଲକ୍ଷଣ

  1. ଏହି ବ୍ଲାକ ଫଙ୍ଗସ ହେବାର ଲକ୍ଷଣ ହେଉଛି ମୁଣ୍ଡ ବିନ୍ଧା ହେବା, ଗୋଟେ ପଟ ଆଖି ଓ ନାକ ନାଲି ହୋଇଯିବା, ନାକରୁ ରକ୍ତମିଶା କଳା ରଙ୍ଗର ପାଣି ବାହାରିବା, ନାକ ବନ୍ଦ ହେବା ପରି ଲାଗିବା, ଏକ ପାର୍ଶ୍ଵରେ ମୁହଁ ଫୁଲିବା, ଆଖି ଆକାର ବଡ଼ ହୋଇଯିବା, ଆଖି ପତା ଫୁଲିବା ସହ ଆଖି ବନ୍ଦ ହୋଇଯିବା, ଦୃଷ୍ଟିଶକ୍ତି ହରାଇବା, ଗୋଟିଏ ସାଇଡ ଦରଜ ହେବା କିମ୍ବା ଚେହେରାର ସେନ୍ସସେସନ୍‌ କମିଯିବା ଦେଖାଯାଏ । ଏହା ବ୍ଲାକ୍‌ ଫଙ୍ଗସ ଲକ୍ଷଣ ହୋଇପାରେ । ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍‌ ।
  2. ସେହିପରି ଚର୍ମରେ ସଂକ୍ରମଣ ହେବା ଓ ପରେ ସଂକ୍ରମିତ ସ୍ଥାନ କଳା ପଡିଯାଇଥାଏ । ସେଥିପାଇଁ ଉପରୋକ୍ତ କୌଣସି ଲକ୍ଷଣ ଥିଲେ ପରୀକ୍ଷା କରାଇନେବା ଉଚିତ୍ ।
  3. ଏହା ଛଡା ଏହାର କିଛି ଅନ୍ୟ ଲକ୍ଷଣ ମଧ୍ୟ ରହିଛି । ଯେପରି ଆଖିରେ ଦୁଇଟି ଦେଖାଯିବା, ରକ୍ତ ବାନ୍ତି ହେବା, ରୋଗୀରେ ଛାତିରେ ଯନ୍ତ୍ରଣା ହେବା ଓ ଆଖିର ପତା ପଡିଯିବା । କେତେକ ସମସ୍ୟା ଯେମିତିକି ନାକ, ମାଢି ହାଡ଼ ମଧ୍ୟ ନଷ୍ଟ ହେଉଥିବାର ଘଟଣା ସାମ୍ନା ଆସୁଛି । ଆଉ ଯଦି ଠିକ୍ ଭାବେ ଏହାର ଚିକିତ୍ସା କରାନଯାଏ, ତେବେ ଏହି ରୋଗ ମସ୍ତିଷ୍କକୁ ମଧ୍ୟ ସଂକ୍ରମିତ ହୋଇପାରେ। ଯଦି କୌଣସି ଡାଇବେଟିସ ରୋଗୀର ରକ୍ତ ଶର୍କରା ସଠିକ ନଥାଏ ଆମେ ମାନେ ପରୀକ୍ଷା କରୁ ଓ ତାଙ୍କର ଚିକିତ୍ସା କରିଥାଉ’ ।
  4. ଏଥିରେ ନାକର ଏଣ୍ଡୋସ୍କୋପି କରାଯାଏ। ଆଉ ଏଣ୍ଡୋସ୍କୋପିରେ ଯଦି ବ୍ଲାକ୍ ଫଙ୍ଗସର କିଛି ଲକ୍ଷଣ ଦେଖିବାକୁ ମିଳେ, ତେବେ ରୋଗୀର ନାକରୁ ଟିସୁ ସଂଗ୍ରହ କରାଯାଇ ଫଙ୍ଗାଲ ଷ୍ଟେନ୍ ଓ ଫଙ୍ଗାଲ କଲଚର ପାଇଁ ପଠାଯାଏ । 
  5. ଯଦି ରୋଗ ଚିହ୍ନଟ ହୁଏ, ତେବେ ଯଥାଶୀଘ୍ର ଏହାର ଚିକିତ୍ସା ଆରମ୍ଭ କରାଯିବା ଦରକାର । ରୋଗ ଯଦି ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ ହୁଏ, ତେବେ ଚିକିତ୍ସା ସହଜ ଓ ସଫଳ ହୋଇଥାଏ।

ବ୍ଲାକ ଫଙ୍ଗସ୍ ସଂକ୍ରମଣ କେଉଁ ମାନଙ୍କୁ ହୋଇଥାଏ

  1. ଡାକ୍ତରଙ୍କ ମତରେ-‘ ସାଧାରଣତଃ ଡାଇବେଟିସ ରୋଗୀ ଯେଉଁ ମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରିତ ନଥାଏ ଓ ଯେଉଁ ମାନେ ଷ୍ଟେରୋଏଡ ଆଦିର ସେବନ ଅଧିକ ଦିନ ପର୍ଯ୍ୟନ୍ତ କରନ୍ତି ସେହି ମାନଙ୍କୁ ଏହି ବ୍ଲାକ ଫଙ୍ଗସ ରୋଗ ଆକ୍ରାନ୍ତ ହୋଇଥାଏ । 
  2. ଏହି ରୋଗ ପ୍ରାୟତଃ ସେମାନଙ୍କୁ ପ୍ରଭାବିତ କରିଥାଏ, ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଥାଇ ଭିନ୍ନ ଭିନ୍ନ ଔଷଧ 
  3. ଖାଉଥିବେ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ। 
  4. ଏହାପରେ ଆଗକୁ ଡାକ୍ତର କହିଲେ-‘ ସାଧାରଣତଃ ଅଧିକ ଗୁରୁତ୍ଵର ରୋଗୀ ଯେଉଁ ମାନେ ଆଇସିୟୁରେ ଚିକିତ୍ସା ନେଇଥାନ୍ତି ଯଦି ସେମାନଙ୍କର ରକ୍ତ ଶର୍କରା ବଢିଯାଇଥାଏ ତା ହେଲେ ସେମାନଙ୍କର ଏହି ସମସ୍ୟା ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । 
  5. ଏହା ସହିତ ଯେଉଁ ଲୋକ ମାନେ ଅଧିକ ଚିନ୍ତାରେ ରହିଥାନ୍ତି ଓ ଅଧିକ ଦିନ ଧରି ଷ୍ଟେରୋଏଡର ସେବନ କରିଥାନ୍ତି ସେମାନଙ୍କୁ ଏହି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ’ ।
  6. ଏହାପରେ ଆଗକୁ ଡାକ୍ତର ଜୟନ୍ତ କହିଲେ-‘ ଯେଉଁ ମାନଙ୍କ ଶରୀରରେ ଖାଦ୍ୟ ପେୟ ଆଦି ଅଭାବ ଯୋଗୁ ରୋଗ ପ୍ରତିଷେଧକ ଶକ୍ତି କମି ଯାଇଥାଏ ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । 
  7. ଏହା ସହିତ ଯେଉଁ ମାନେ ନିଜ ଶରୀରର ଅଙ୍ଗ ବଦଳାଇ ଛନ୍ତି ଓ ଯେଉଁ ମାନେ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ସେହି ଲୋକ ମାନଙ୍କୁ ଏହି ରୋଗ ହୋଇଥାଏ ।

ଚିକିତ୍ସା
ଅଧିକାଂଶ କ୍ଷେତ୍ରରେ ଏହି ରୋଗୀଙ୍କ ପାଇଁ ସର୍ଜରୀ ଆବଶ୍ୟକ ହୋଇଥାଏ । 
ଏହି ସମୟରେ ମଧୁମେହକୁ ନିୟନ୍ତ୍ରଣ କରିବା, କମ୍ ଷ୍ଟେରଏଡ୍ ବ୍ୟବହାର କରିବା ଓ ଓ ଇମ୍ୟୁନୋମଡ୍ୟୁଲେଟିଂ ଔଷଧକୁ ବନ୍ଦ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ସତର୍କତା
  1. ଡାକ୍ତରମାନେ କରୋନା ରୋଗୀଙ୍କୁ ଆବଶ୍ୟକତା ପୂର୍ବରୁ ମାତ୍ରାଧିକ ଷ୍ଟେରଏଡ୍ ଦେବା ଅନୁଚିତ୍। 
  2. ସେହିପରି ରୋଗୀଙ୍କୁ ଅକ୍ସିଜେନ୍ ଦେବା ବେଳେ ମାସ୍କ ଓ ପାଇପକୁ ଭଲ ଭାବେ ସାନିଟାଇଜ୍ କରିବା ଉଚିତ୍। 
  3. ଅକ୍ସିଜେନ୍ ହୁମିଡିଫାୟାରରେ ବିଶୋଧିତ ପାଣି ବ୍ୟବହାର କରାଯିବା ଉଚିତ୍ । ବାହାରର ଯେକୌଣସି ପାଣି ବ୍ୟବହାର କରାଯିବା ଅନୁଚିତ୍ । 
  4. ସେହିପରି କରୋନାକ୍ରାନ୍ତ ମଧୁମେହ ରୋଗୀ ଶର୍କରା ମାତ୍ରାକୁ ନିୟନ୍ତ୍ରିତ ରଖିବା ବହୁତ ଜରୁରି। 
  5. ଘରେ ଥିବା ପୁରୁଣା କୁଲର ବ୍ୟବହାର କରିବା ପୂର୍ବରୁ ଏହାର ସମସ୍ତ ପାଇପ୍‌କୁ ଠିକ୍ ଭାବେ ସାନିଟାଇଜ୍ କରିବାକୁ ଭୁଲନ୍ତୁ ନାହିଁ ।
  6. ଏହି ସଂକ୍ରମଣ ନାକ ବାଟେ ଶରୀରରେ ପଶୁ ଥିବାରୁ ବାହାରକୁ ବାହାରିବା ସମୟରେ ଭଲ ଭାବେ ମାସ୍କ, ଫୁଲ୍‌ସାର୍ଟ, ଫୁଲପ୍ୟାଣ୍ଟ ଓ ଜୋତା ପିନ୍ଧିବା ଆବଶ୍ୟକ ।
  7. ମାଟିରେ ଏହି ଫଙ୍ଗସ୍ ରହୁଥିବାରୁ ଯଥାସମ୍ଭବ ମାଟିଠାରୁ ଦୂରେଇ ରୁହନ୍ତୁ । 
  8. ବଗିଚା କାମ କରିବା ବେଳେ ଗ୍ଲୋଭସ ଓ ଗନ୍ ବୁଟ୍ ପିନ୍ଧିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି |

  • ଏମିତି ନୁହେଁ କି କେବଳ କରୋନା ରୋଗୀ ମାନଙ୍କୁ ଏହି ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ବହୁତ କମ କରୋନା ରୋଗୀ ଅଛନ୍ତି ଯେଉଁ ମାନେ ଏହି ରୋଗର ସମ୍ମୁଖୀନ ହୋଇଛନ୍ତି’ ।
  • ତେଣୁ ବନ୍ଧୁଗଣ ଯଦି ଆପଣଙ୍କର ଏହି ବ୍ଲାକ ଫଙ୍ଗସ ଜନିତ କୌଣସି ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଯଥା ଶୀଘ୍ର ଏହାର ଟେଷ୍ଟ କରି ଚିକିତ୍ସା ନେଇ ସୁସ୍ଥ ହୋଇପାରିବେ । 

Post a Comment

0 Comments