ଜାଣନ୍ତୁ ପୋଟଳରେ କ'ଣ ଔଷଧୀୟ ଗୁଣ ରହିଛି

ଜାଣନ୍ତୁ ପୋଟଳରେ କ'ଣ ଔଷଧୀୟ ଗୁଣ ରହିଛି

ଏହି ପରିବାଟି ଦେଖିବାକୁ ବହୁତ ଛୋଟ କିନ୍ତୁ ଏହାକୁ ଖାଇଲେ ଶରୀରକୁ ଲାଭ ମିଳିଥାଏ l ପୋଟଳ ଖରା ଦିନେ ଅଧିକ ମିଳିଥାଏ। ପୋଟଳର ବୈଜ୍ଞାନିକ ନାମ ହେଲା ଡାୟୋଇକା ରୋକସବ l ବିଭିନ୍ନ ପ୍ରକାର ଗବେଷଣାରୁ ଜଣା ପଡିଛି ଯେ ପୋଟଳରେ ଔଷଧୀୟ ଗୁଣ ରହିଛି l ଭିଟାମିନ୍‌’ଏ’, ‘ବି୧’, ‘ବି୨’ , ‘’ସି’, କ୍ୟାଲସିୟମ୍‌ ଏବଂ ପୋଟଳ ଚୋପାରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍ ଆଦି ପୋଷକ ତତ୍ୱ ଭରି ରହିଥାଏ । 

ଆମେ ପୋଟଳ ବିଷୟରେ ଆଗକୁ ବଢିବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ ଯେ ପୋଟଳ ଦ୍ୱାରା କୌଣସି ରୋଗର ଉପଚାର ହୁଏ ନାହିଁ |  ଏହା କେବଳ ଆମ ଶରୀରରେ ରୋଗର ପ୍ରଭାବକୁ କମ କରିଥାଏ l

ପୋଟଳ ଖାଇବାରେ ଲାଭ :-

  1. ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। 
  2. ପୋଟଳରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ତାହା ଖାଇବା ଦ୍ବାରା ବୟସ ବୃଦ୍ଧି ଦ୍ବାରା ସମସ୍ୟାରୁ ମୁକ୍ତି ମିଳିଥାଏ।  ପୋଟଳରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ତ୍ୱଚାରେ ପଡୁଥିବା ବୟସର ଛାପକୁ କମ୍ କରିବାରେ ସାହାଯ୍ୟ କରେ । 
  3. ଏହା ମୁହଁରେ କୁଞ୍ଚନ ସମସ୍ୟା ଦୂର କରିଥାଏ। ଏହା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।
  4. ପୋଟଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। 

ଖଣ୍ଡିଆକୁ ଶୀଘ୍ର ଭଲ କରିଥାଏ

ଏହା ଜ୍ବର, ଥଣ୍ଡା-କାଶ ଓ ଚର୍ମ ସଂକ୍ରମଣ ଓ ଖଣ୍ଡିଆକୁ ଶୀଘ୍ର ଭଲ କରିଥାଏ।

ଭୋକ ଲାଗୁ ନ ଥାଏ

ଯଦି ଆପଣଙ୍କ ପିଲାଙ୍କୁ ଭୋକ ଲାଗୁ ନ ଥାଏ ତେବେ ସେମାନଙ୍କୁ ପୋଟଳର କିଛି ଭଜା କିମ୍ବା ତରକାରୀ ଖାଇବାକୁ ଦିଅନ୍ତୁ।

ପେଟରେ ପାଣି ଜମା

ପୋଟଳ ତରକାରୀ ଖାଇବା ଦ୍ୱାରା ପେଟରେ ପାଣି ଜମା ହେବାର ସମସ୍ୟା ରହେ ନାହିଁ।

ଆଣ୍ଠୁଗଣ୍ଠି ଜନିତ ସମସ୍ୟା

ଆଣ୍ଠୁଗଣ୍ଠି ଜନିତ ସମସ୍ୟାର ସମ୍ମୁଖୀନ କରୁଥାନ୍ତି ତେବେ, ନିଜ ଡାଏଟରେ ପୋଟଳ ସାମିଲ କରି ପାରିବେ । ଏହି ସମସ୍ୟା ପାଇଁ ପୋଟଳ ବହୁତ୍ ଲାଭଦାୟକ ହୋଇଥାଏ ।

ରକ୍ତରେ ଗ୍ଲୁକୋଜ ସ୍ତରକୁ କମ କରେ

  1. ମଧୁମେହର ସମସ୍ୟା ଥିବା ଲୋକମାନେ ପୋଟଳ ଖାଇବା ଆବଶ୍ୟକ l କାରଣ ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ପୋଟଳରେ ଆଣ୍ଟିହାଇପର ଗ୍ଲିସେମିକ ଗୁଣ ରହିଛି l ଏହି ଗୁଣ ରକ୍ତରେ ଗ୍ଲୁକୋଜ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l 
  2. ମଧୁମେହ ରୋଗୀମାନେ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଛି। ପୋଟଳ ପତ୍ରର ବରା କିମ୍ବା ତରକାରୀ ଖାଇବା ଦ୍ୱାରା ଶରୀରରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ରହେ |

ରକ୍ତକୁ ସଫା ରଖେ

  1. ଆୟୁର୍ବେଦ ଅନୁସାରେ ପୋଟଳ ରକ୍ତକୁ ସଫା ରଖିଥାଏ l 
  2. ପୋଟଳରେ ପ୍ରଚୁର ପରିମାଣର ପୋଟାସିୟମ, ମ୍ୟାଗ୍ନେସିୟମ୍, ଫସଫରସ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଏହା ରକ୍ତକୁ ପରିଷ୍କାର କରିବାରେ ସହାୟକ ହୁଏ।

ଜଣ୍ଡିସର ଉପଚାର ପାଇଁ ଲାଭଦାୟକ

ଜଣ୍ଡିସ ଭଳି ମାରାତ୍ମକ ରୋଗରୁ ଦୁରେଇ ରହିବ ପାଇଁ ପୋଟଳ ଲାଭ ଦାୟକ l ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ ପୋଟଳ ଲତାର ଚେର ,ଫୁଲ ଓ ଫଳ ଜଣ୍ଡିସ ପାଇଁ ବ୍ୟବହାର କରାଯାଇ ପାରିବ l ଜଣ୍ଡିସର ସଂକ୍ରମଣରୁ ରକ୍ଷା କରିବା ପାଇଁ ପୋଟଳ ଗଛର ଚେର ଅତ୍ୟନ୍ତ ଲାଭକାରୀ l

ପାଚନ ତନ୍ତ୍ରକୁ ଠିକ କରେ

  1. ଔଷଧୀୟ ଗୁଣରେ ଭରପୁର ପୋଟଳ ସେବନ କରିବା ଦ୍ୱାରା ପଚାନା ତନ୍ତ୍ର ଠିକ ରହିଥାଏ l ପୋଟଳରେ ଆଣ୍ଟିଅଲସର ଗୁଣ ରହିଛି ,ଯାହା ପେଟରେ ଅଲସର ହେବାକୁ ଦିଏ ନାହିଁ ଓ ଖାଦ୍ୟକୁ ମଧ୍ୟ ହଜମ କରିବାରେ ସାହାଯ୍ୟ କରେ l
  2. ପୋଟଳରେ ବହୁ ପରିମାଣରେ ଫାଇବର ରହିଥାଏ। ଯାହାଫଳରେ କି ପାଚନ କ୍ରିୟା ଭଲ ଭାବେ ହୁଏ। ପୋଟଳ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ। ପାଚନ ତନ୍ତ୍ର ମଜଭୁତ ହେବା ଯୋଗୁଁ ଗ୍ୟାଷ୍ଟ୍ରିକ୍ ସମସ୍ୟା, କୋଷ୍ଠକାଠିନ୍ୟତା ଦୂର ହୁଏ। ପୋଟଳରେ ଥିବା ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବାର ଗୁଣ ରହିଛି। 

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ

  1. ପୋଟଳରେ ଆଣ୍ଟିହାଇପାର ଲେପିଡେ଼ମିକ ଗୁଣ ରହିଛି ,ଯାହା ରକ୍ତରେ ଥିବା କୋଲେଷ୍ଟ୍ରଲ ସ୍ତରକୁ କମ କରିବାରେ ସାହାଯ୍ୟ କରେ l ବିଶେଷଜ୍ଞ ମାନଙ୍କ ମ,ଅଟାରେ ଯଦି ଆମେ ପୋଟଳର ଜୁସ କୁ ସକାଳୁ ଖାଲିପେଟାରେ ପିଉଛେ ତେବେ ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହେବ l
  2. କୋଲେଷ୍ଟ୍ରଲର ମାତ୍ର ଅଧିକ ବଢୁଥିଲେ, ଏଥିପାଇଁ ପୋଟଳ ବହୁତ୍ ଉପକାରୀ ହୋଇଥାଏ । ପ୍ରତିଦିନ ପୋଟଳ ସେବନ କରିବା ଦ୍ୱାରା, ଏହା କୋଲେଷ୍ଟ୍ରଲକୁ କଣ୍ଟ୍ରେ।ଲ କରିବାରେ ସାହାଯ୍ୟ କରେ ।

Post a Comment

0 Comments