କୋଭିଡ୍ -19 ଟିକା କେତେଦିନ ପର୍ଯ୍ୟନ୍ତ ରକ୍ଷା କରିପାରିବ

କୋଭିଡ୍ -19 ଟିକା କେତେଦିନ ପର୍ଯ୍ୟନ୍ତ ରକ୍ଷା କରିପାରିବ

କରୋନା ଲଢେଇରେ ଜିତିବା ପାଇଁ ଟିକା ହିଁ ଏକମାତ୍ର ଅମୋଘ ଅସ୍ତ୍ର ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୪ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଅନୁମୋଦନ ମିଳିଛି । ଏଥିମଧ୍ୟରୁ ଭାରତରେ ୨ଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବ୍ୟବହୃତ ହେଉଛି। ଏହାବ୍ୟତୀତ ରୁଷିଆରୁ ସ୍ଫୁଟନକ-ଙ୍ଖ ମଧ୍ୟ ଭାରତ ଆମଦାନୀ କରିବା ଆରମ୍ଭ କରିଛି । 

କରୋନା ଭାଇରସର ଏହି ନୂଆ ଭେରିଏଣ୍ଟ (varient) ପରେ ଟିକା କେତେ ଦିନ ପ୍ରଭାବଶାଳୀ ହେବ ସେନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ସମୟରେ ଭାରତରେ କରୋନା ଭାଇରସର ଦ୍ୱିତୀୟ ଷ୍ଟେଜ ବନ୍ଦ ହେବାର ନାମ ନେଉ ନାହିଁ। ଏଭଳି ପରିସ୍ଥିତିରେ ଟୀକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଭ୍ୟାକ୍ସିନ୍ କେତେ ଦିନ ପର୍ଯ୍ୟନ୍ତ କରୋନାକୁ ସଂକ୍ରମଣରୁ ରକ୍ଷା କରିବାରେ ସକ୍ଷମ ହେବ,ତାହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି |

ଛଅ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ:-

କୋଭିଡ଼ -19 ଠାରୁ ସୁରକ୍ଷା ଯୋଗାଇବାରେ କେତେ ଦିନ ପର୍ଯ୍ୟନ୍ତ କରୋନା ଟିକା ସକ୍ଷମ ହେବ ସେନେଇ ବିଶେଷଜ୍ଞମାନେ କୌଣସି ଦାବି କରିବାର ସ୍ଥିତିରେ ନାହାଁନ୍ତି।  ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନ୍ ଗବେଷକ ଦେବୋରା ଫୁଲର୍ କହିଛନ୍ତି ଯେ ଯେତେବେଳେ ଟୀକା ଅଧ୍ୟୟନ କରାଯାଏ ସେତେବେଳେ ହିଁ ଟିକାର ସୂଚନା ରଖାଯାଏ। ସେ କହିଛନ୍ତି ଯେ ତାଙ୍କୁ ଟୀକାକୃତ ଲୋକଙ୍କୁ ଅଧ୍ୟୟନ କରିବାକୁ ପଡିବ ଏବଂ କେଉଁ ସମୟରେ ସେହି ଟୀକା ନେଇଥିବା ଲୋକଙ୍କୁ ପୁନର୍ବାର କରୋନା ହେଉଛି ତାହା ଦେଖିବାକୁ ମଧ୍ୟ ପଡିବ।

ବର୍ତ୍ତମାନ ସୁଦ୍ଧା ଫାଇଜରଙ୍କ ଚାଲୁଥିବା ପରୀକ୍ଷଣରୁ ଜଣାପଡିଛି ଯେ ଭ୍ୟାକସିନର ଦୁଇ-ଡୋଜ୍ ଟିକା ଅତିକମ୍ ରେ ଛଅ ମାସ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବା ଦ୍ୱିତୀୟ ଡୋଜ ପରେ ଆଣ୍ଟିବଡି ସ୍ତର 6 ମାସ ପର୍ଯ୍ୟନ୍ତ ବଜାୟ ରହିଛି ।

ଏହି ଟିକା ସାରା ଜୀବନ ପ୍ରଭାବଶାଳୀ ହେବ କି? :-

ମେରିଲେଣ୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କ୍ୟାଥଲିନ୍ ନ୍ୟୁଜିଲ୍ କହିଛନ୍ତି ଯେ କୋଭିଡ-19 ଟିକା ବର୍ତ୍ତମାନ ଅତି କମରେ ଏକ ବର୍ଷ ପାଇଁ ପ୍ରଭାବଶାଳୀ ହେବ, ଜୀବନ ସାରା ସେତେ ପ୍ରଭାବଶାଳୀ ହୋଇନପାରେ।

Post a Comment

0 Comments