ବିବାହକୁ ନେଇ କିଛି ନିୟମ ରହିଛି ଯାହାକି ମାନିବାକୁ ବାଧ୍ୟ

ବିବାହକୁ ନେଇ କିଛି ନିୟମ ରହିଛି ଯାହାକି ମାନିବାକୁ ବାଧ୍ୟ 



ମନୁଷ୍ୟ ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଅନେକ କିଛି ମହତ୍ୱପୂର୍ଣ୍ଣ ଜିନିଷ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ କେତୋଟି ଅନୁଚିନ୍ତା ବିଷୟରେ ଜଣାଇବୁ , ଯାହା ଆପଣ ମାନେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

  1. ବରଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ଅସୁର ବିବାହ କୁହାଯାଏ ।
  2. ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନରେ ଓ ଏକ ମଣ୍ଡପରେ ବିବାହ କରିପାରିବେ ।
  3. ଯାଆଁଳା ଦୁଇ ଭାଇ କିମ୍ୱା ଦୁଇ ଭଉଣୀ ଏକା ବର୍ଷ କିମ୍ୱା ଏକା ଦିନରେ ବିବାହ କରି ପାରିବେ ।
  4. ବିବାହ ଚାଲୁଥିବା ସମୟରେ ଅସୌଚ ଘଟିଲେ କର୍ମ ବନ୍ଦ କରିବା ଉଚିତ ନୁହେଁ ।
  5. ବିବାହ ସମୟରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ।
  6. ବିବାହ ସମୟରେ ଯଦି ବର କିମ୍ୱା କନ୍ୟାର ମାତା ରଜସ୍ୱାଳା ହୁଏ ତେବେ ସେ ସମୟରେ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହୋଇଥାଏ ।
  7. କନ୍ୟା ଦାନ , ଦୀପ ଦାନ , ଅନ୍ନ ଦାନ , ଆଶ୍ରୟ ଦାନ ଓ ଅଭୟ ଦାନ ରାତ୍ର କାଳରେ କରାଗଲେ ଅଶୁଭ ନୁହେଁ ।
  8. ଜ୍ୟେଷ୍ଠ ମାସେର ଜ୍ୟେଷ୍ଠ ପୁତ୍ର କିମ୍ୱା ଜ୍ୟେଷ୍ଠ କନ୍ୟାର ବିବାହ ନିଷିଦ୍ଧ ଅଟେ ।
  9. ମାଘ , ଫାଲଗୁନ , ବୈଶାଖ , ମାର୍ଗଶୀର , ଜ୍ୟେଷ୍ଠ ଓ ଆଷାଢ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ଓ ଧନଧାନ୍ୟବତି ହୁଏ ।
  10. ଚୈତ୍ର , ଶ୍ରାବଣ , ଭାଦ୍ରବ , ଆଶ୍ୱିନ , କାର୍ତ୍ତିକ ଓ ପୌଷ ମାସରେ ବିବାହ କଲେ କନ୍ୟା ଅତିଶୀଘ୍ର ବିଧବା ହୁଏ ।
  11. ଜନ୍ମ ମାସ , ଜନ୍ମ ଦିବସ ଓ ଜନ୍ମ ନକ୍ଷତ୍ରରେ ବର ଓ କନ୍ୟାର ବିବାହ ନିଷିଦ୍ଧ ଅଟେ ।
  12. ଜନ୍ମ ଏକାଦଶିରେ ବିବାହ କଲେ କନ୍ୟା ବହୁ ଧନବତି ହୋଇଥାଏ ।
  13. ଅମାବାସ୍ୟା , ପୈଷ ଓ ଚୈତ୍ର ମାସରେ , ବର୍ଷା ଓ ଶରତ ଋତୁରେ , ମାସନ୍ତରେ , ବୃହସ୍ପତି ସିଂହ ରାଶିରେ ଥିବା ସମୟରେ ବିବାହ ନିଷିଦ୍ଧ ଅଟେ ।
  14.  ମଘା ଓ ମୂଳାନକ୍ଷତ୍ରର ଆଦ୍ୟ ପାଦ ଏବଂ ରେବତୀ ନକ୍ଷତ୍ରର ଚତୁର୍ଥ ପାଦରେ ବିବାହ କଲେ ପ୍ରାଣ ନାଶ ହୁଏ ।
  15. ମେଷ ସହିତ କନ୍ୟା , ତୁଳା ସହିତ ମୀନ , ମିଥୁନ ସହିତ ବୃଶିକ , ମକର ସହିତ ସିଂହ , କୁମ୍ଭ ସହିତ କର୍କଟ , ବୃଷ ସହିତ ଧନୁ ବିବାହ କଲେ ମୃତ୍ୟୁ ଯୋଗ ହୁଏ ।
  16. ବରର କୁଳ , ସ୍ୱଭାବ , ବୟସ , ରୂପ ବିଦ୍ୟା , ଧନ ଓ ପିତ୍ରାଦିର ସହାୟତା ଗୁଣ ପରିକ୍ଷା କରି କନ୍ୟା ଦାନ କରିବା ଉଚିତ ।

Post a Comment

0 Comments