ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଏହି ସବୁ ଜିନିଷ ଅର୍ପଣର ଲାଭ
ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଏହି ସବୁ ଜିନିଷ ଅର୍ପଣର ଲାଭ
ଶ୍ରାବଣ ମାସ ଶିବ ଓ ଶିବଭକ୍ତଙ୍କ ଅତ୍ୟନ୍ତ ପ୍ରିୟ । ଏହି ମାସରେ ଭୋଳାନାଥଙ୍କ ପୂଜା କରିବାର ବିଭିନ୍ନ ବିଶେଷତ୍ୱ ରହିଛି । କୁହାଯାଏ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ପାଣି ଚଢ଼ାଇଲେ ଭକ୍ତମାନଙ୍କ ମନସ୍କାମନା ପୂରଣ ହୋଇଥାଏ । ଏଥିପାଇଁ ବିଭିନ୍ନ ପ୍ରକାର ମାନସିକଧାରୀ ପାଣି ଭାର ନେଇ ଦୂରଦୂରାନ୍ତରୁ ଚାଲି ଚାଲି ଆସି ଶିବଲିଙ୍ଗ ଉପରେ ପାଣି ଚଢ଼ାଇଥାନ୍ତି । ପୁରାଣ ଶାସ୍ତ୍ର ତଥା ହିନ୍ଦୁ ଧର୍ମରେ ବର୍ଣ୍ଣନା ଅଛି କି ଶ୍ରାବଣ ମାସ ପ୍ରାରମ୍ଭରେ ସୃଷ୍ଟିର ପାଳନକର୍ତ୍ତା ବିଷ୍ଣୁ ବିଶ୍ରାମ ନେବା ପାଇଁ ପୃଥିବୀଲୋକ ଛାଡି ବୈକୁଣ୍ଠପୁରକୁ ଚାଲିଯାନ୍ତି । ବିଷ୍ଣୁ ସୃଷ୍ଟିର ସମସ୍ତ କାର୍ୟ୍ୟଭାର ଶିବଙ୍କୁ ସମର୍ପି ଦିଅନ୍ତି । ଭଗବାନ ଶିବ ମା ' ପାର୍ବତୀଙ୍କ ସହ ପୃଥିବୀଲୋକକୁ ଆସନ୍ତି ।
ଏହି ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ଭୋଳାବାବାଙ୍କ ଭକ୍ତ ମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ସାରା ମାସ ଚେଷ୍ଟା କରିଥାନ୍ତି | ଏହି ଦିନରେ କିଛି ବିଶେଷ କାର୍ଯ୍ୟ କରିବାକୁ ଶୁଭ ଧରାଯାଏ । ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ମାସ ବୋଲି କୁହାଯାଏ । ଶ୍ରାବଣ ମାସର ସୋମବାର ରେ ଯଦି ମହାଦେବଙ୍କୁ ଭକ୍ତି ଭାବରେ ପୂଜାର୍ଚନା କରାଯାଏ ତେବେ ତାହା ଅନ୍ୟ ସୋମବାର ଅପେକ୍ଷା ୧୦୦ ଗୁଣା ବଢିଯାଇଥାଏ ।
୧- ଜଳ
- ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କର ଜଳାଭିଷେକ କରିବା ଉଚିତ୍ । ଏହାଦ୍ବାରା କେତେ ଜନ୍ମର ପାପର ପ୍ରଭାବ ସମାପ୍ତ ହୋଇଯାଏ । ଶାସ୍ତ୍ରରେ କୁହାଯାଇଛି କି ଶ୍ରାବଣ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ଆଦି କର୍ମ କରି ଭଗବାନ ଶିବଙ୍କର ଅଭିଷେକ କରିବା ଉଚିତ୍ ।
- ଶ୍ରାବଣ ମାସରେ ଶିବଲିଙ୍ଗ, ଜ୍ୟୋତିର୍ଲିଙ୍ଗ ସମେତ ଜଳାଭିଷେକ ଏବଂ ଅଶ୍ୱମେଧ ଯଜ୍ଞ କଲେ ଅନେକ ଲାଭ ଫଳ ପାଇବେ ଓ ଭଗବାନଙ୍କ ସାନ୍ନିଧ୍ୟ ଅର୍ଜନ କରିବେ ।
- ସୋମବାର ଦିନ “ଓମ ନମଃ ଶିବାୟ” ମନ୍ତ୍ର ୧୦୮ ଥର ଜପ କରି ଶି-ବ-ଲି-ଙ୍ଗ ଉପରେ ଜଳ ଅର୍ପଣ କରିବେ, ତେବେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ । ନାନା ପ୍ରକାରର ସ-ମ-ସ୍ୟା ଆପଣଙ୍କର ସାମାଧାନ ହୋଇଯିବ ।
୨- କ୍ଷୀର
ସୋମବାର ଦିନ ଶିବ ଙ୍କ ଅଭିଷେକ କ୍ଷୀର ରେ କରାଇବେ, ତେବେ ଆପଣଙ୍କୁ ବହୁତ ଲାଭ ମିଳିଯିବ । ଆପଣଙ୍କର ଶାରୀରିକ ରୋଗ ସବୁ ମଧ୍ୟ ଦୂର ହୋଇଯିବ ।
୩- ଚିନି
ଶ୍ରାବଣ ମାସର ସୋମବାର ଦିନ ଶି-ବ-ଲି-ଙ୍ଗ ଉପରେ ଚିନି ଅର୍ପଣ କରିବେ, ତେବେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏହା ସହିତ ଭଗବାନ ଶିବଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସଦାସର୍ବଦା ରହିବ ।
୪- ଘିଅ
ଶି-ବ-ଲି-ଙ୍ଗଙ୍କର ଅଭିଷେକ ଘିଅ ରେ କରାଇବେ ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତି ହେବ । ଯେଉଁ ଲୋକ ମାନେ ସନ୍ତାନ ସୁଖ ପ୍ରାପ୍ତି କରି ପାରୁନାହାଁନ୍ତି ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ ।
୫- ମହୁ
ଯଦି ଆପଣ ଶି-ବ-ଲି-ଙ୍ଗ ଉପରେ ମହୁ ଅର୍ପଣ କରନ୍ତି ତେବେ ଆପଣଙ୍କ ବାଣୀ ମଧୁର ହେବ ।
୬- ଭାଙ୍ଗ
ଶି-ବ-ଲି-ଙ୍ଗ ଉପରେ ଭା-ଙ୍ଗ ଅର୍ପଣ କରିବେ, ତେବେ ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯିବେ । କାରଣ ଭଗବାନ ଶିବଙ୍କର ଭା-ଙ୍ଗ ସହିତ ଗଭୀର ସମ୍ପର୍କ ରହିଅଛି ।
୭- ଚନ୍ଦନ
ଶି-ବ-ଲି-ଙ୍ଗ ଉପରେ ଚନ୍ଦନ ଅର୍ପଣ କରନ୍ତି ତେବେ, ଆପଣଙ୍କର ମନୋସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ । ବନ୍ଧୁଗଣ ଏହାକୁ ଆପଣ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଅର୍ପଣ କରିପାରିବେ ।
୮- କେଶର
ଶି-ବ-ଲି-ଙ୍ଗ ରେ କେଶର ଅର୍ପଣ କରନ୍ତି, ତେବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ପରିବାରରେ ସୁଖ ଶାନ୍ତି ବନି ରହିବ ।
୯- ଦୁଦୁରାଫୁଲ
ସାଧାରଣତଃ ବର୍ଷାଦିନେ ହୋଇଥାଏ ଏହି ଦୁଦୁରା ଫୁଲ | ବିଶ୍ଵାସ ରହିଛି ଭଗବାନ ଶିବ ବିଷ ପିଇଥିଲେ ତେଣୁ ଦୁଦୁରା ଫୁଲ ଚଢାଇଲେ ଖୁସି ହୁଅନ୍ତି । କିନ୍ତୁ ସତ ହେଉଛି ଦୁଦୁରା ଫୁଲ ଏଥିପାଇଁ ଶିବଙ୍କୁ ଅର୍ପଣ କରାଯାଏ ଯେ ଏହାର ବିଷରେ ମଣିଷ କିମ୍ବା ଜୀବଜନ୍ତୁଙ୍କୁ କୌଣସି ପ୍ରକାର କ୍ଷତି ନ ହେଉ ।
୧୦-ବେଲପତ୍ର
- ବେଲପତ୍ର ସବୁଠାରୁ ଅଧିକ ମେ' ଏବଂ ଜୁନରେ ହୋଇଥାଏ | ସେତେବେଳେ ଏହା ଔଷଧ ରୂପରେ କାମରେ ଆସିଥାଏ । କିନ୍ତୁ ଥରେ ବର୍ଷା ହୋଇଗଲେ ଆୟୁର୍ବେଦରେ ଏହାର କୌଣସି ଉପଯୋଗ ନ ଥାଏ | ତେଣୁ ଶ୍ରାବଣର ସୋମାବାର ଦିନ ଏହା ଶିବଙ୍କୁ ଚଢାଯାଇଥାଏ । କିନ୍ତୁ ବିଶ୍ବାଯ ରହିଛି ଯେ ବେଲପତ୍ର ଚଢାଇଲେ ଭଗବାନଙ୍କୁ ଥଣ୍ତା ମିଳିଥାଏ ।
- ଭଗବାନ ଶିବଙ୍କୁ ବେଲପାତ୍ର ଅର୍ପଣ କର, ସନ୍ତୁଷ୍ଟ ହୁଅନ୍ତି, କାରଣ ବେଲପାତ୍ରର ତିନିଟି ପତ୍ର ରାଜ, ତତ୍ତ୍ଵ ଏବଂ ତମାଗୁଣାର ପ୍ରତୀକ ଭାବରେ ବିବେଚନା କରାଯାଏ, ଏହା ବ୍ୟତୀତ ଏହା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ
- ସ୍କନ୍ଧ ପୁରାଣ ଅନୁସାରେ ଥରେ ମାତା ପାର୍ବତୀଙ୍କ ଝାଳର ବୁନ୍ଦା ମନ୍ଦରାଞ୍ଚଳ ପର୍ବତରେ ପଡିଗଲା ଏବଂ ସେଥିରୁ ବେଲ ଗଛ ବାହାରିଲା । ଏହି ପବିତ୍ର ବେଲପତ୍ରରେ ମାତା ପାର୍ବତୀଙ୍କର ସମସ୍ତ ରୂପ ବିରାଜମାନ ଅଛି। ମାତା ପାର୍ବତୀ ଏହି ବେଲଗଛର ମୂଳରେ ଗିରିଜା ରୂପରେ, ଗଣ୍ଡିରେ ମାହୋଶ୍ବରୀ ରୂପରେ ଏବଂ ଶାଖାରେ ଦକ୍ଷୀଣାୟନୀ ଏବଂ ପତ୍ରରେ ପାର୍ବତୀଙ୍କ ରୂପରେ ବିରାଜମାନ ଅଛନ୍ତି । ଏହାସହିତ ଫଳରେ କାତ୍ୟାୟନୀ ରୂପରେ ଏବଂ ଫୁଲରେ ଗୌରୀ ରୂପରେ ନିବାସ କରିଛନ୍ତି। ଏହି ସବୁ ରୂପ ବ୍ୟତୀତ ମା’ ଲକ୍ଷ୍ମୀଙ୍କ ରୂପ ସମସ୍ତ ବୃକ୍ଷରେ ନିବାସ କରିଥାନ୍ତି।
- ଏହାସହିତ ବେଲପତ୍ରରେ ମାତା ପାର୍ବତୀଙ୍କ ପ୍ରତିବିମ୍ବ ହେବା କାରଣରୁ ଏହାକୁ ଭଗବାନ ଶିବଙ୍କ ଉପରେ ଚଢ଼ା ଯାଇଥାଏ। ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢ଼ାଇବା ଦ୍ବାରା ସେ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କର ମନଷ୍କାମନା ପୂର୍ଣ୍ଣ କରିଥାନ୍ତି।
- କୁହାଯାଏ ଯେ ଯଦି ବ୍ୟକ୍ତି କୌଣସି ତୀର୍ଥସ୍ଥାନକୁ ଯାଇପାରୁ ନାହାନ୍ତି ତେବେ ସେ ଯଦି ଶ୍ରାବଣ ମାସରେ ବେଲ ଗଛ ମୂଳରେ ପୂଜା କରି ସେଥିରେ ଜଳ ଅର୍ପଣ କରନ୍ତି ତେବେ ଏଥିରୁ ସମସ୍ତ ତୀର୍ଥଙ୍କ ଦର୍ଶନ କରିବାର ପୁଣ୍ଯ ମିଳିଯାଇଥାଏ।
୧୧-କ୍ଷୀର
ଶ୍ରାବଣ ମାସରେ କ୍ଷୀର ନ ପିଇବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । କାରଣ ଏହି ମାସରେ ବର୍ଷା ହେଉଥିବାରୁ ଅନେକ ପୋକଜୋକ ଜନ୍ମ ନେଇଥାନ୍ତି । ଏମିତିରେ ଗାଈ ଯେତେବେଳେ ସଡକରେ ପଡିଥିବା କିଛି ଖାଦ୍ୟ ଖାଇଥାଏ ଏହା ସହ ସେହି ପୋକ ଗୁଡିକୁ ମଧ୍ୟ ଖାଇଯାଇଥାଏ | ଯାହା ଫଳରେ ଗାଇର କ୍ଷୀର ହାନିକାରକ ହୋଇଥାଏ ଏବଂ ପେଟ ସମସ୍ୟା ହେବାର ବିପଦ ରହିଥାଏ |ସେଥିପାଇଁ ଶ୍ରାବଣରେ କ୍ଷୀର ନପିଇ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ |
0 Comments
Do you have any doubts or suggestions? Ask them here in the comments!