ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଏହିସବୁ ଫୁଲ ଅର୍ପଣରେ ଲାଭ

 ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଏହିସବୁ ଫୁଲ ଅର୍ପଣରେ ଲାଭ

ଶ୍ରାବଣ ମାସରେ ଭଗବାନ ଭୋଳନାଥଙ୍କୁ ଠିକ୍ ବିଧି ବିଧାନରେ ପୂଜା କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସାଧାରଣତଃ ପୁରାଣରେ ସମସ୍ତ ଦେବୀ ଦେବତାଙ୍କୁ ପୂଜା କରିବା ପାଇଁ ବର୍ଣ୍ଣନା କରାଯାଇଛି ।

ଆଜି ଆମେ ଜାଣିବା ଭଗବାନ ଶିବଙ୍କୁ କେଉଁ ଫୁଲ ଦେବା ଦ୍ଵାରା ସେ ଅତ୍ୟନ୍ତ ଖୁସି ହୋଇଥାଆନ୍ତି । ଏହି ଫୁଲ ଶିବଙ୍କ ପାଖରେ ଅର୍ପଣ କରନ୍ତୁ ,ଆପଣଙ୍କ ଦୁଃଖ ଦୂରେଇଯିବ ବରଷିବ ଭଗବାନ ଶିବଙ୍କ କୃପା |

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ସ୍ୱପ୍ନ ପାଇବାକୁ ଇଚ୍ଛା ଥାଏ | ଯଦି ଆପଣ ମଧ୍ୟ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଚାହାଁନ୍ତି, ତେବେ ଫୁଲରେ ନିର୍ମିତ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ | ଏହା ବ୍ୟତୀତ, ଯଦି କୌଣସି ପ୍ରକାରର ସମ୍ପତ୍ତି କିଣିବାରେ ବାଧା ଉପୁଜେ, ତେବେ ଫୁଲରେ ନିର୍ମିତ ଶିବଲିଙ୍ଗଙ୍କୁ ପୂଜା କଲେ ଲାଭ ମିଳିଥାଏ |

ଦୁଦୁରା ଫୁଲ –

  • ସାଧାରଣତଃ ବର୍ଷାଦିନେ ହୋଇଥାଏ ଏହି ଦୁଦୁରା ଫୁଲ | ବିଶ୍ଵାସ ରହିଛି ଭଗବାନ ଶିବ ବିଷ ପିଇଥିଲେ ତେଣୁ ଦୁଦୁରା ଫୁଲ ଚଢାଇଲେ ଖୁସି ହୁଅନ୍ତି । କିନ୍ତୁ ସତ ହେଉଛି ଦୁଦୁରା ଫୁଲ ଏଥିପାଇଁ ଶିବଙ୍କୁ ଅର୍ପଣ କରାଯାଏ ଯେ ଏହାର ବିଷରେ ମଣିଷ କିମ୍ବା ଜୀବଜନ୍ତୁଙ୍କୁ କୌଣସି ପ୍ରକାର କ୍ଷତି ନ ହେଉ ।
  • ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତିପ୍ରିୟ । ଏଥିପାଇଁ ପୂଜା ବେଳେ ତାଙ୍କଠାରେ ଏହି ଫୁଲ ଲାଗି ହୋଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ଯଦି ଆପଣ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଦୁଦୁରା ଫୁଲ ଶିବ ଲିଙ୍ଗରେ ଅର୍ପଣ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।

ଲାଲ ଗୋଲାପ –

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଟଙ୍କାର ଅଭାବ ରହିଛି । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ଅର୍ଥର ଅଭାବ ନରହୁ ଆଉ ଆପଣଙ୍କୁ ଲକ୍ଷ୍ମୀମାତାଙ୍କର କୃପା ଦୃଷ୍ଟି ମିଳୁ ତେବେ ଆପଣ ଭଗବାନ ଶିବଙ୍କ ଉପରେ ଲାଲ୍ ଗୋଲାପ ଅର୍ପଣ କରନ୍ତୁ ।

ପାରିଜାତ ଫୁଲ –

ଯଦି ଆପଣ ଶିବଙ୍କ ଉପରେ ପାରିଜାତ ଫୁଲ ଓ ହର ଶୃଙ୍ଗାର ଅର୍ପଣ କରନ୍ତୁ । ଯଦି ଆପଣ ଏହି ପାରିଜାତ ଫୁଲ ଅର୍ପଣ କରନ୍ତି ତେବେ ଆପଣଙ୍କୁ ଯଶ , ଧନ, ସମ୍ମାନ, ସୁଖ , ଐଶ୍ଚର୍ଯ୍ୟ ଆଦି ପ୍ରାପ୍ତ ହେବ ।

ମଲ୍ଲି ଫୁଲ –

ଯଦି ଆପଣ ଭଗବାନ ଶିବଙ୍କ ଉପରେ ମଲ୍ଲି ଫୁଲ ଅର୍ପିତ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଏକ ସୁଯୋଗ୍ୟ ଜୀବନ ସାଥି ପ୍ରାପ୍ତି ହେବ ।

ମନ୍ଦାର ଫୁଲ –

ଯଦି ଆପଣ ଭଗବାନ ଶିବଙ୍କ ଉପରେ ମନ୍ଦାର ଫୁଲ ଅର୍ପଣ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହୋଇଥାଏ । 

ନାଗକେସର ଫୁଲ -

ନାଗକେସର ଶିବଙ୍କର ଅତ୍ୟନ୍ତ ପ୍ରିୟ । ତେଣୁ ଶ୍ରାବଣର ପବିତ୍ର ମାସରେ ଶିବଲିଙ୍ଗ ଉପରେ ନାଗକେସର ଚଢାଇବା ଦ୍ୱାରା ଶିବ ଭଗବାନ ଶୀଘ୍ର ଭକ୍ତଙ୍କ ଇଚ୍ଛା ପୂରଣ କରିଥାନ୍ତି ।

Post a Comment

0 Comments